spot_img

Latest Posts

ନିଜର ଭୁଲ ସ୍ବୀକାର କଲା ସୋସିଆଲ ମିଡିଆ ଏକ୍ସ, ଏଣିକି ଭାରତ ସରକାରଙ୍କ ଆଇନ ଅନୁସାରେ କରିବ କାମ…

ନନ୍ଦିଘୋଷ ବ୍ୟୁରୋ : ନିଜର ଭୁଲ୍ ସ୍ବୀକାର କଲା ସୋସିଆଲ ମିଡିଆ ଏକ୍ସ। ଏଣିକି ଭାରତ ସରକାରଙ୍କ ଆଇନ ଅନୁସାରେ କାର୍ଯ୍ଯ କରିବ ବୋଲି ପ୍ରତିଶ୍ରୁତି ଦେଇଛି ଏକ୍ସ। ଏଆଇ ଟୁଲ୍ ଗ୍ରକର ଅପବ୍ୟବହାର ନେଇ ଚାଲିଥିବା ବିବାଦ ପରିପ୍ରେକ୍ଷୀରେ ନିଜର ତ୍ରୁଟି ସଂଶୋଧନ କରିଛି ଏକ୍ସ। ସରକାରୀ ସୂତ୍ର ଅନୁସାରେ ପ୍ରାୟ ୩ ହଜାର ୫୦୦ କଣ୍ଟେଣ୍ଟକୁ ଏକ୍ସ ବ୍ଲକ କରିଥିବାବେଳେ ୬୦୦ରୁ ଅଧିକ ଆକାଉଣ୍ଟକୁ ଡିଲିଟ କରିଛି। ଭାରତୀୟ ଆଇନ ଉଲ୍ଲଂଘନ କାରଣରୁ ଏହି ପଦକ୍ଷେପ ନିଆଯାଇଛି। ଭବିଷ୍ୟତରେ ଅଶ୍ଳୀଳ କଣ୍ଟେଣ୍ଟକୁ ଅନୁମତି ଦିଆଯିବ ନାହିଁ ବୋଲି କହିଛି ଏକ୍ସ। ଭାରତୀୟ ଆଇନ ଅନୁସାରେ ବୈଧାନିକ କର୍ତ୍ତବ୍ୟ ପାଳନ ସମ୍ପର୍କରେ ୭୨ ଘଣ୍ଟା ମଧଅୟରେ ଉତ୍ତର ରଖିବା ଲାଗି ଜାନୁଆରୀ ୨ ତାରିଖରେ ଏକ୍ସକୁ ପତ୍ର ଲେଖିଥିଲା କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ। ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସର ବ୍ୟବହାର କିଛି ମାସ ଭିତରେ ବଢିଥିବା ପରିଲକ୍ଷିତ ହୋଇଛି। ବିଶେଷ କରି ଏଆଇ ଚାଟବକ୍ସ ଗ୍ରକ ଯୋଗୁ ଏହାର ବ୍ଯବହାର ବଢ଼ିବାରେ ଲାଗିଛି। ତେବେ ଗ୍ରକର ବ୍ୟବହାର ଅନ୍ୟ ବହୁ କାରଣ ଯୋଗୁ ବଢିଥିବା କୁହାଯାଉଛି।

Latest Posts

Don't Miss