ପିପିଲି: ସାବିତ୍ରୀ ବ୍ରତ ପାଇଁ ବଜାରକୁ ଯାଇ ଆଉ ଶାଶୂ ଘରକୁ ଫେରିଲେନି ବୋହୂ । ବୋହୂ ଘରକୁ ନଫେରିବାରୁ ପୁରୀ ପିପିଲି ବଳଙ୍ଗା ଥାନାରେ ଶାଶୁ ଘର ଲୋକ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ବଳଙ୍ଗା ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ବୋହୂ ଯମୁନା ବେହେରା କହିଛନ୍ତି, ଶାଶୂ ଘରେ ତାଙ୍କୁ ନିର୍ଯ୍ୟାତନ ଦିଆଯାଉଥିଲା । ସେଥିପାଇଁ ସେ ଘର ଛାଡ଼ିଥିବା ଥାନାରେ କହିଛନ୍ତି । ଅଭିଯୋଗ ଅନୁଯାୟୀ ଶନିବାର ଦିନ ପ୍ରଭାକରଙ୍କ ସାନ ବୋହୂ ନିଜର ୩ ବର୍ଷର ଶିଶୁପୁତ୍ରକୁ ଛାଡ଼ି ଅନ୍ୟ ଯାଆଙ୍କ ସହ ମାର୍କେଟିଂ କରିବାକୁ ବଳଙ୍ଗା ବଜାରକୁ ଯାଇଥିଲେ ।

ମିଳିଥିବା ସୂଚନା ମୁତାବକ ବୋହୂ ବଜାରକୁ କିଣାକିଣି କରିବାକୁ ଯାଇଥିଲେ  ।  ଦୋକାନରୁ କିଣାକିଣି କରୁଥିବା ବେଳେ ଯମୁନା ମୋବାଇଲ ମରାମତି ଦୋକାନକୁ ଯାଇଥିଲେ । ତେବେ ଦୋକାନରୁ କିଣାକିଣି କରି ଯାଆମାନେ ଅଟୋ ନିକଟକୁ ଫେରିଥିବା ବେଳେ ଯମୁନା କିନ୍ତୁ ଆଉ ଫେରିନଥିଲେ । ପରେ ସାଥିରେ ଯାଇଥିବା ଅନ୍ୟ ଯାଆ ମାନେ ବହୁତ ଖୋଜାଖୋଜି କରିଥିଲେ  । ତଥାପି କୌଣସି ପତ୍ତା ମିଳି ନଥିଲା  । ବୋହୂଙ୍କ ବିଷୟରେ କୌଣସି ସୂଚନା ନମିଳିବାରୁ ଥାନାରେ ଅଭିଯୋଗ ଦେଇଥିଲେ ଶାଶୁଘର ଲୋକ । ତେବେ ବୋହୂ ଥାନାରେ ଆସି ନିଜ ଇଚ୍ଛାରେ ଶାଶୂ ଘରୁ ଆସିଥିବା କହିଛନ୍ତି ବୋଲି ବଳଙ୍ଗା ଥାନା ଆଇଆଇସି କହିଛନ୍ତି ।