ଯଥେଷ୍ଟ ପଛରେ ବିଜେପି, ୨୭୫ ଜୋନରେ ଆଗରେ ବିଜେଡି

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ପୁଣି ବାଜିମାତ ହେବାକୁ ଯାଉଛି  । ରେକର୍ଡ ସଂଖ୍ୟକ ଜିଲ୍ଲା ପରିଷଦ ଆସନରେ ଶାସକ ବିଜୁ ଜନତା ଦଳ ବିଜୟୀ ହୋବାକୁ ଯାଉଛି  । ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତବାକ ବର୍ତ୍ତମାନ ସୁଦ୍ଧା ୨୭୫ ଆସନରେ ଆଗରେ ରହିଛି ବିଜେଡି  । ଗଣତିର ପ୍ରାରମ୍ଭ ଦିନରେ ୩୧୫ ଜୋନର ଗଣତି ରହିଥିବାବେଳେ ଅର୍ଦ୍ଧାଧିକ ଆସନରେ ବିଜେଡି ଯଥେଷ୍ଟ ଆଗରେ ରହିଛି  । ସେପଟେ ୨୦୧୭ ପଞ୍ଚାୟତ ନିର୍ବାଚନରେ ଯେଉଁ ଆସନରେ ବିଜେପି ଭଲ ପ୍ରଦର୍ଶନ କରିଥିଲା, ବର୍ତ୍ତମାନ ପରିପ୍ରେକ୍ଷୀରେ ସେହି ସମସ୍ତ ଜୋନରେ ବିରୋଧି ବିଜେପିର ପ୍ରଦର୍ଶନ ଅପରିବର୍ତ୍ତିତ ରହି ନାହିଁ   । ଅର୍ଥାତ ବିଜେପିର ସ୍ଥିତି ଏଠାରେ ଖରାପ ରହିଛି  ।

ଆଜିର ଗଣତି ପକ୍ରିୟାରେ ଅନୁଗୁଳର ସମସ୍ତ ୮ଟି ଆସନରେ ବିଜେଡି ଆଗୁଆ ରହିଛି  । ସେହିପରି ବାଲେଶ୍ୱରର ବିଜେଡି ୧୧ଟି ଜୋନରେ ଆଗରେ ରହିଥିବାବେଳେ ବିଜେପି କେବଳ ୨ଟି ଆସନରେ ଆଗୁଆ ରହିଛି  । ପୁରୀ ଜିଲ୍ଲାର ୧୧ଟି ଜୋନର ସମସ୍ତ ଆସନରେ ଆଗରେ ରହିଛି ଶାସକ ଦଳର ପ୍ରାର୍ଥୀ  । ଭଦ୍ରକରେ ୧୦ଟି ଜୋନରେ ବିଜେଡି, ୨ଟି ଜୋନରେ ବିଜେପି  । ବଲାଙ୍ଗୀରର ୧୨ଟି ଜୋନରେ ବିଜେଡି ଆଗରେ ରହିଥିବାବେଳେ ୨ଟି ଆସନରେ ଆଗରେ ରହିଛି ବିଜେପି  । ସେହିପରି ପୂର୍ବ ନିର୍ବାଚନରେ କଳାହାଣ୍ଡିରେ ବିଜେପି ଭଲ ପ୍ରଦର୍ଶନ କରିଥିବାବେଳେ ଚଳିତ ଗଣତିରେ ସମୁଦାୟ ୧୩ଟି ଜୋନରୁ ୯ଟିରେ ଆଗରେ ରହିଛି ବିଜେଡି, ୪ଟି ଆସନରେ ଆଗୁଆ ଅଛି ବିଜେପି  ।

ଅନ୍ୟପଟେ ଯଦି ଦେଖିବା ୨୦୧୭ ତ୍ରିସ୍ତରୀୟ ନିର୍ବାଚନରେ ବିଜେପି ସବୁଠାରୁ ଭଲ ପ୍ରଦର୍ଶନ ମୟୁରଭଞ୍ଜରେ କରିଥିଲା  । ସର୍ବାଧିକ ଜୋନରେ ବିଜେପି ସମର୍ଥିତ ପ୍ରାର୍ଥୀ ବିଜୟୀ ହୋଇଥିଲେ  । କିନ୍ତୁ ଚଳିତ ନିର୍ବାଚନରେ ବିଜେପି ମୟୁରଭଞ୍ଜରେ ଭୋଟରଙ୍କ ବିଶ୍ୱାସ ଭାଜନ ହୋଇପାରିନାହିଁ  । ଅର୍ଥାତ ଆଜି ଗଣତି ହୋଇଥିବା ୨୪ଟି ଜୋନରେ ଆଗରେ ରହିଛି ବିଜେଡି  । ସେହିପରି ବିଜେପିର ବରିଷ୍ଠ ନେତା ତଥା ସାସଂଦ ଜୁଏଲ ଓରାମଙ୍କ ଗଡ଼ କୁହାଯାଉଥିବା ସୁନ୍ଦରଗଡ଼ରେ ବିଜେପି ଭଲ ପ୍ରଦର୍ଶନ କରିପାରିନାହିଁ  । ଗଣତି ହେଉଥିବା ୧୬ଟି ଯାକ ଜୋନରେ ଆଗରେ ରହିଛି ବିଜେଡି  ।

Leave a Reply