ଉପନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ୩ ପ୍ରମୁଖ ଦଳ ବିଭିନ୍ନ ସମୀକରଣକୁ ନେଇ କରୁଛନ୍ତି ମିଶାଣ ଫେଡ଼ାଣ

Before By Poll Results Come 3 Parties Calculating Impact

ଭୁବନେଶ୍ୱର: ପୁଣି ୧ନମ୍ବର ହେବ କି ବିଜେଡି ? ଦୁଇଟି ଯାକ ଆସନ ଜିତି ବଜାୟ ରଖିବ କି ବିଜୟ ଧାରା ? ଏମତି କିଛି ଅଙ୍କକଷା ମଧ୍ୟରେ ୨ ଓ ୩ ନମ୍ବର ସ୍ଥାନରେ କିଏ ରହିବ ? ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ରାଜ୍ୟର ୩ ପ୍ରମୁଖ ଦଳ ବିଭିନ୍ନ ସମୀକରଣକୁ ନେଇ କରୁଛନ୍ତି ମିଶାଣ ଫେଡ଼ାଣ । କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ଯୁକ୍ତି, ବାଲେଶ୍ୱରରେ ବିଜେଡି ୧ ନମ୍ବର ହେବ ।

Before By Poll Results Come 3 Parties Calculating Impact

ଏହାପଛକୁ ବିଜେପି ଦ୍ୱିତୀୟ ଓ କଂଗ୍ରେସ ତୃତୀୟ ସ୍ଥାନରେ ରହିବ । ତିର୍ତ୍ତୋଲରେ ବିଜେଡି କିମ୍ବା କଂଗ୍ରେସ ୧ନମ୍ବର ହେବ, ବିଜେପି ରହିବ ତୃତୀୟ ସ୍ଥାନରେ । ହେଲେ ଏହି ଫଳାଫଳର ସେତେଟା ପ୍ରଭାବ ପରବର୍ତ୍ତୀ ସମୟରେ ରହିବ ନାହିଁ ବୋଲି ସୁରେଶ ରାଉତରାୟ କହିଛନ୍ତି । ସୁରଙ୍କ ଏହି ଗଣିତକୁ ବିଜେପି ମାନିବାକୁ ନାରାଜ । ଦଳ କହିଛି, ନିର୍ବାଚନ ଫଳାଫଳ ରାଜ୍ୟ ରାଜନୀତିକୁ ପ୍ରଭାବିତ କରିବ । ହେଲେ କିଏ ୧ନମ୍ବର ହେବ ତାହା ୧୦ ତାରିଖରେ ସ୍ପଷ୍ଟ ହେବ ।

Before By Poll Results Come 3 Parties Calculating Impact

ସେପଟେ ଉପନିର୍ବାଚନ ଫଳାଫଳ ନେଇ ବିଜେଡି ବିଧାୟକ ପ୍ରମିଳା ମଲ୍ଲିକ କହିଛନ୍ତି, ବିଜେଡି ୨ଟି ଆସନରେ ବହୁ ବ୍ୟବଧାନରେ ବିଜୟ ଲାଭ କରିବ । ନବୀନ ପଟ୍ଟନାୟକ ୧ ନମ୍ବର ନେତା ଥିଲେ ଓ ରହିବେ । ବିଜେଡି ରାଜ୍ୟରେ ୧ନମ୍ବର ଦଳ ହୋଇ ରହିବ ବୋଲି ପ୍ରମିଳା ଦମ୍ଭୋକ୍ତି କରିଛନ୍ତି ।

Before By Poll Results Come 3 Parties Calculating Impact

୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ରାଜ୍ୟର ୧ ନମ୍ବର ଦଳ ହୋଇ ଉଭା ହୋଇଥିଲା । ନବୀନଙ୍କ ଲୋକପ୍ରିୟତା ୨୦ ବର୍ଷ ହେଲା ଶୀର୍ଷରେ ରହିଛି । ଦୁଇଟି ସ୍ଥାନରେ ଉପନିର୍ବାଚନରେ ବିଜେଡି ଆହୁରି ସଫଳତା ପାଇବ ବୋଲି କହିଛି । ତେଣେ ବିରୋଧୀଙ୍କ ଭିତରେ କିଏ ୨ ଓ ୩ ନମ୍ବର ହେବ ତାକୁ ନେଇ ଚାଲିଛି ଟଣାଓଟରା ।

Leave a Reply