୨ ଉପନିର୍ବାଚନ ଜିତିବା ପରେ ଭୋଟରଙ୍କୁ କୃତଜ୍ଞତା ଜଣାଇଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ

1 min read

ଭୁବନେଶ୍ୱର: ବାଲେଶ୍ୱର ସଦରଏବଂ ତିର୍ତ୍ତୋଲ ବିଧାନସଭା ଆସନରେ ବିଜୟୀ ହେବା ପରେ ଭୋଟରଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ସେ ବିଜୟୀ ହୋଇଥିବା ସ୍ୱରୂପ ଦାସ ଏବଂ ବିଜୟ ଶଙ୍କର ଦାସଙ୍କୁ ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ।

CM Naveen Patnaik Virtual Campaign In Balasore Sadar Assembly Constituency

ନବୀନ ପଟ୍ଟନାୟକ କହିଛନ୍ତି ଯେ,  ‘ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ବିଜୟ ହାସଲ କରିଥିବା Biju Janata Dal Odisha ର ପ୍ରାର୍ଥୀଙ୍କୁ ଶୁଭେଚ୍ଛା। ଏହି ବିଜୟ ଆପଣମାନଙ୍କ ଭଲ ପାଇବା ଓ ଅକୁଣ୍ଠ ସମର୍ଥନର ପ୍ରତିଫଳନ। ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ହୃଦୟ ଜିଣିଥିବାରୁ ବିଜୁ ଜନତା ଦଳର ସମସ୍ତ କର୍ମୀଙ୍କୁ ସାଧୁବାଦ’  । ସେହିପରି କୋଭିଡ-୧୯ ସଙ୍କଟ ସମୟରେ ମତଦାନ କରି ଆମକୁ ଆଶୀର୍ବାଦ କରିଥିବା ବାଲେଶ୍ୱର ସଦର ଓ ତିର୍ତ୍ତୋଲବାସୀ ବିଶେଷ କରି ମହିଳାମାନଙ୍କୁ ମୋର କୃତଜ୍ଞତା ଜଣାଉଛି। ଏ ବିଜୟ ଆପଣମାନଙ୍କର ବିଜୟ। ଆପଣମାନଙ୍କ ଉନ୍ନତି ଓ କଲ୍ୟାଣ ପାଇଁ ବିଜୁ ଜନତା ଦଳ ସର୍ବଦା ସଂକଳ୍ପବଦ୍ଧ। ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

CM Naveen Patnaik Virtual Campaign In Balasore Sadar Assembly Constituency

ପୂର୍ବରୁ ବିଜେଡି ୨୦୧୮ରେ ବିଜେପୁର, ୨୦୧୯ରେ  ପୁନର୍ବାର ବିଜେପୁର ଆସନ ବିଜୟୀ ହୋଇଥିଲେ । ଏହା ପରେ ନିର୍ବାଚନ ସ୍ଥଗିତ ଥିବା ପାଟକୁରାରେ ମଧ୍ୟ ପରବର୍ତ୍ତୀ ସମୟରେ ବିଜୟୀ ହୋଇଥିଲେ । ୨୦୧୪ରେ କନ୍ଧମାଳ ଲୋକସଭା ଉପନିର୍ବାଚନରେ ମଧ୍ୟ ବିଜେଡି ବିଜୟୀ ହୋଇଥିଲା । ଚଳିତଥର ସିଧାସଳଖ ପ୍ରଚାରକୁ ନ ଯାଇ ମୁଖ୍ୟମନ୍ତ୍ରୀ ଭର୍ଟୁଆଲ ରାଲି କରିଥିଲେ ।

 

Leave a Reply