ବିଶେଷଜ୍ଞଙ୍କ ମତ ଅକ୍ଟୋବରରେ ପିକ୍‌ ଛୁଇଁବ କରୋନା, ଆଉ ତା’ପରେ…

ଭୁବନେଶ୍ୱର: ଦେଶରେ କରୋନା ମୃତ୍ୟୁ ହାର ଖୁବ୍ କମ ଥିବା ବେଳେ ପ୍ରଥମ ତିନିଟି ରାଜ୍ୟ ମଧ୍ୟରେ ସାମିଲ ଅଛି ଓଡ଼ିଶା । ଆସାମ ଓ କେରଳ ପରେ ଓଡିଶା ତାଲିକାର ତୃତୀୟ ସ୍ଥାନରେ ରହିଛି । ଏହି ତଥ୍ୟ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଏହି ତିନି ରାଜ୍ୟରେ କରୋନା ମୃତ୍ୟୁହାର ଜାତୀୟ ହାର ତୁଳନାରେ ବେଶ୍ କମ ରହିଛି । ଜାତୀୟ ସ୍ତରରେ ମୃତ୍ୟୁହାର ୧ ଦଶମିକ ୭୦ ପ୍ରତିଶତ ଥିବା ବେଳେ ଓଡିଶାର ଏହି ହାର ଶୂନ ଦଶମିକ ୪୩ ପ୍ରତିଶତ । ଏସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । କରୋନା ବିରୋଧୀ ଲଢେଇରେ ଓଡ଼ିଶା ଉଲ୍ଲେଖନୀୟ ପ୍ରଗତିକୁ ଏହା ଦର୍ଶାଉଛି ବୋଲି ଟ୍ୱିଟ୍‌ରେ କୁହାଯାଇଛି । ବିଶେଷଜ୍ଞଙ୍କ ଅନୁଯାୟୀ ଅଧିକ ଟେଷ୍ଟିଂ ହେଉଥିବାରୁ ପଜିଟିଭ୍‌ ସଂଖ୍ୟା ବଢ଼ୁଛି । ହେଲେ ଏଥିରେ ଭୟବିତ ହେବାର କାରଣ ନାହିଁ ।

ସେପଟେ ଅକ୍ଟୋବରରେ କରୋନା ନିୟନ୍ତ୍ରଣକୁ ଆସିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି । କରୋନା ଏବେ ତାର ଆହୁରି କରାଳ ରୂପ ଦେଖାଇବ ପ୍ରତ୍ୟେକ ଦିନ ହଜାର ହଜାର ଟେଷ୍ଟିଂ କରାଯାଉଛି । ଯାହା ଓଡ଼ିଶା ପାଇଁ ଆଶ୍ୱସ୍ତିକର ଖବର । ଦେଶର ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ କରୋନା ସ୍ଥିତି ବେଶ ଭଲ ରହିଥିବା ବିଶେଷଜ୍ଞ ମତ ଦେଇଛନ୍ତି । ସେହିପରି ଟେଷ୍ଟିଂ ବଢିଲେ ପଜିଟିଭ୍‌ ବଢ଼ିବ ଓ ଅକ୍ଟୋବର ମାସରେ କରୋନା ପିକ୍‌କୁ ଯାଇ କମିପାରେ ବୋଲି ପୂର୍ବନୁମାନ କରାଯାଇଛି ।

ରାଜ୍ୟରେ କରୋନା ସୁସ୍ଥତା ଏକ ଲକ୍ଷ ଟପିଛି । ଏବେ ସରକାର କରୋନାକୁ ନିୟନ୍ତ୍ରଣ କରିବା ପାଇଁ ସଚେତନତାକୁ ଅଧିକ ଫୋକସ୍‌ କରିଛନ୍ତି । କାରଣ ଜୀବନ ସହ ଜୀବିକାକୁ ପ୍ରାଧାନ୍ୟ ଦିଆଯାଉଛି ।

Leave a Reply