କୁଖ୍ୟାତ ଅପରାଧୀ ତଥା ପିଏଲ୍‌ଏଫ୍‌ଆଇ ସଦସ୍ୟ ମଦନ ମାଝୀଙ୍କୁ ଗୁଳି କରି ହତ୍ୟା

Purnea RJD Leader Bittu Singh Brother Gunned Down Bihar Assembly Election 2020

ରାଉରକେଲା: ଓଡିଶା ସୀମାନ୍ତବର୍ତ୍ତୀ ଝାଡ଼ଖଣ୍ଡ ରାଜ୍ୟର ହୃଦା ନିକଟସ୍ଥ ଜାମତରୀ ନିକଟରେ କୁଖ୍ୟାତ ଅପରାଧୀ ତଥା ପିଏଲ୍‌ଏଫ୍‌ଆଇ ସଦସ୍ୟ ମଦନ ମାଝୀଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗତ ରାତିରେ ଗୁଳିମାଡ଼ରେ ମଦନ ଗୁରୁତର ଆହତ ହୋଇଥିବାରୁ ଚିକିତ୍ସା ପାଇଁ ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲକୁ ଅଣାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ମୃତଦେହ ଇସ୍ପାତ ଜେନେରାଲ ହସପିଟାଲ ଶବଗୃହରେ ରଖାଯାଇଛି ।

କୁଖ୍ୟାତ୍‌ ଅପରାଧୀ ମଦନ ମାଝୀ ନାମରେ ଓଡ଼ିଶା ଓ ଝାଡ଼ଖଣ୍ଡରେ ଅନେକ ମାମଲା ରହିଥିବା ବେଳେ କେବଳ ଝାଡଖଣ୍ଡ ରାଜ୍ୟର ବାନୋ ଥାନାରେ ୬ଟି ମାମଲା ରହିଛି । ସେଥିମଧ୍ୟରୁ ହତ୍ୟା, ଡକାୟତି, ଅପହରଣ, ହତ୍ୟାଧମକ ଓ ପଶୁ ନିର୍ଯାତନା ଭଳି ଅଭିଯୋଗ ରହିଛି । ଅଭିଯୋଗ ପାଇବା ପରେ ଝାଡ଼ଖଣ୍ଡର ବାନୋ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ମୃତକଙ୍କ ପରିବାର ଲୋକେ ଆସିବା ପରେ ଆଜି ମୃତଦେହ ବ୍ୟବଚ୍ଛେଦ କରାଯିବ । ଗୁଳିମାଡ଼ର ନିର୍ଦ୍ଧିଷ୍ଟ କାରଣ ଜଣାପଡିନଥିଲେ ମଧ୍ୟ ଏଥିରେ ପିଏଲଏଫ୍‌ଆଇଙ୍କ ହାତ ଥିବା ସନ୍ଦେହ କରାଯାଉଛି । ହତ୍ୟାକାରୀ ଫେରାର ହୋଇଯାଇଥିବାରୁ ପୋଲିସ ପକ୍ଷରୁ ଦୁର୍ଵୃତ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।

Leave a Reply