ପେଟ୍ରୋଲ ଦର ବୃଦ୍ଧି RBI ଗଭର୍ଣ୍ଣରଙ୍କୁ ମଧ୍ୟ ବାଧିଲାଣି, ଅପ୍ରତ୍ୟେକ୍ଷ କର ଛାଡ଼ ପାଇଁ କେନ୍ଦ୍ର ସରକାରଙ୍କୁ ଦେଲେ ପ୍ରସ୍ତାବ

1 min read

ଦେଶରେ ହୁହୁ ହୋଇ ବଢ଼ି ଚାଲିଛି ପେଟ୍ରୋ ଦର। ଗାଡ଼ି ଚଲାଇବାକୁ ଇଚ୍ଛା ହେଲେ ପଟ୍ରୋଲର ଡ଼ର ଖାଉଛି। ବାରମ୍ବାର ପେଟ୍ରୋଲର ଦର ବୃଦ୍ଧି ପାଇଁ ଦେଶରେ ଆନ୍ଦୋଳନର ବହ୍ନି ଜଳିଲାଣି। ଏଥିପାଇଁ ପେଟ୍ରୋଲରେ କର ଛାଡ଼ କରିବା ପାଇଁ ଚାରିଆଡ଼େ ସରକାରଙ୍କ ବିରୋଧରେ ପୁରା ଦେଶ। ବିରୋଧୀଙ୍କ ଠାରୁ ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ପେଟ୍ରୋଲ ଏବଂ ଡିଜେଲ ଉପରେ କର ହ୍ରାସ କରାଯାଉ ବୋଲି ଦାବି କରୁଛନ୍ତି। ଆଉ ଏତିକି ବେଳେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ମଧ୍ୟ ପେଟ୍ରୋଲ ବୃଦ୍ଧିର ଚିନ୍ତା ପ୍ରାକାଶ କରିଛନ୍ତି। ଦେଶରେ ପେଟ୍ରୋଲ ବୃଦ୍ଧି ତାଙ୍କୁ ମଧ୍ୟ ବାଧିଛି। ସେଥିପାଇଁ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କର ହ୍ରାସ କରିବା ଏବଂ ମୂଲ୍ୟ ନିୟନ୍ତ୍ରଣ କରିବାକୁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

ରିଜର୍ଭ ବ୍ୟାଙ୍କରେ କିଛି ଦିନ ପୂର୍ବରୁ ହୋଇଥିବା ମୁଦ୍ରା ନୀତି ସମୀକ୍ଷା ବୈଠକରେ ଏନେଇ ଆଲୋଚନା ହୋଇଥିଲା। ଏହି ବୈଠକରେ ଶକ୍ତିକାନ୍ତ ଦାସ ଅପ୍ରତ୍ୟେକ୍ଷ କର ହ୍ରାସ କରିବାକୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। କର କମ କଲେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ ହୋଇପାରିବ ବୋଲି ସେ କହିଛନ୍ତି। ଧୀରେ ଧୀରେ ପେଟ୍ରୋଲରୁ କର ହ୍ରାସ କରିବା ଆବଶ୍ୟକ ଯେଉଁଥିପାଇଁ ମୂଲ୍ୟ ଚାପକୁ ଅର୍ଥନୀତିରୁ ହଟାଯାଇପାରିବ ବୋଲି ସେ କହିଛନ୍ତି।

ମହଙ୍ଗାକୁ ନେଇ ଚିନ୍ତା

ମୁଦ୍ରା ନୀତି ସମୀକ୍ଷା ବୈଠକରେ ଦର୍ଶାଯାଇଛି ଯେ CPI କୁ ହଟାଇବା ସତ୍ତ୍ୱେ ଡିସେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ୫.୫ ପ୍ରତିଶତରୁ ଅଧିକ ହୋଇଛି। ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି, ପେଟ୍ରୋଲ ଏବଂ ଡିଜେଲ ଉପରେ ଅଧିକ ଅପ୍ରତ୍ୟେକ୍ଷ କର ହେତୁ ମୁଖ୍ୟ ସାମଗ୍ରୀ ଏବଂ ସେବା ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି। ଯେଉଁଥିରେ ପରିବହନ ଏବଂ ସ୍ୱାସ୍ଥ୍ୟ ସେବା ବିଶେଷ ଭାବରେ ଅନ୍ତର୍ଭୁକ୍ତ।

ଆକାଶ ଛୁଆଁ ମୂଲ୍ୟ

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଦୁଇ ଦିନ ଦର କମ ପରେ ତେଲ କମ୍ପାନୀଗୁଡ଼ିକ ମଙ୍ଗଳବାର ଦିନ ଡିଜେଲ ଏବଂ ପେଟ୍ରୋଲ ଦର ବୃଦ୍ଧି କରିଛନ୍ତି। ଆଜି ଦିଲ୍ଲୀରେ ପେଟ୍ରୋଲ ୩୫ ପଇସା ବୃଦ୍ଧି ପାଇ ୯୦.୯୩ ଟଙ୍କା ହୋଇଛି। ଡିଜେଲ ମଧ୍ୟ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି। ଦେଶର ଅନେକ ସହରରେ ପେଟ୍ରୋଲ ୧୦୦ ଟଙ୍କାରୁ ଅଧିକ ରହିଛି।

ଚାରିଛି ରାଜ୍ୟ କର ଛାଡ଼ କରିଛନ୍ତି

ପେଟ୍ରୋଲ ଏବଂ ଡିଜେଲ ହାର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏଥିରୁ ମୁକ୍ତି ପାଇବା ପାଇଁ ଚାରୋଟି ରାଜ୍ୟ – ରାଜସ୍ଥାନ, ପଶ୍ଚିମବଙ୍ଗ, ଆସାମ ଏବଂ ମେଘାଳୟର ସରକାର ଭାଟ୍ କିମ୍ବା ଅନ୍ୟାନ୍ୟ କର ହ୍ରାସ କରିଛନ୍ତି। କିନ୍ତୁ କେନ୍ଦ୍ର ସରକାର ସେପରି କିଛି କରିନାହାଁନ୍ତି। ପେଟ୍ରୋଲିୟମ ଉପରେ ସର୍ବାଧିକ କର ଦୃଷ୍ଟିରୁ ଭାରତ ବିଶ୍ୱର ଶ୍ରେଷ୍ଠ ଦେଶ ମଧ୍ୟରେ ରହିଛି।

ଜିଏସଟିରେ ସାମିଲ ପାଇ ଦାବି

ଦର ବୃଦ୍ଧି ପାଇଁ ପେଟ୍ରୋଲ ଏବଂ ଡିଜେଲକୁ ଜିଏସ୍ଟିରେ ଅନ୍ତର୍ଭୁକ୍ତ କରିବାର ଦାବି ରହିଛି। ବର୍ତ୍ତମାନ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଡ୍ୟୁଟି ଲାଗୁ କରୁଛନ୍ତି ଏବଂ ରାଜ୍ୟ ସରକାର ଭ୍ୟାଟ୍ ଲାଗୁ କରୁଛନ୍ତି। ଏଥି ସହିତ ଅନେକ ସ୍ଥାନରେ ପରିବହନ ଏବଂ ଲୋକାଲ ବଡି ଟ୍ୟାକ୍ସ ପାଇଁ ପେଟ୍ରୋଲ ମୂଲ୍ୟ ବଢ଼ି ଚାଲିଛି। ଯେଉଁଥିପାଇଁ ଏଥିରେ ଜିଏସ୍‌ଟି ଲାଗୁହେଲେ କେବଳ ଗୋଟିଏ କର ରହିବ।

ଏହିପରି ଲାଗୁଛି କର

ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲ ଉପରେ କର ବହୁତ ଅଧିକ ଲାଗୁଛି। ଉଦାହରଣ ସ୍ୱରୂପ, ୧୬ ଫେବୃଆରୀ ୨୦୨୧ ସୁଦ୍ଧା ଦିଲ୍ଲୀରେ ପେଟ୍ରୋଲର ମୂଳ ମୂଲ୍ୟ ଲିଟର ପିଛା ମାତ୍ର ୩୧.୮୨ ଟଙ୍କା ଥିଲା। କିନ୍ତୁ ଏହା ଉପରେ କେନ୍ଦ୍ର ସରକାର ଅପ୍ରତ୍ୟେକ୍ଷ କର ଲିଟର ପେଟ୍ରୋଲ ଉପରେ ୩୧.୯୦ ଟଙ୍କାର ଏକ୍ସାଇଜ୍ କର ଏବଂ ୨୦.୬୧ ଟଙ୍କା ଭ୍ୟାଟ୍ ଲଗାଇଛନ୍ତି । ଶେଷରେ ସାଧାରଣ ଲୋକଙ୍କୁ ଦିଲ୍ଲୀରେ ଏକ ଲିଟର ପେଟ୍ରୋଲ ପାଇଁ ୮୯.୨୯ ଟଙ୍କା ଦେବାକୁ ପଡୁଥିଲା ଏବଂ ସେଠାରେ ପ୍ରାୟ ୫୩ ଟଙ୍କା କର ଥିଲା।

Leave a Reply