ରାତି ଅଧିଆ ଘରେ ପଶିଲେ, ସୁନା ଗହଣା ଲୁଟି ହାଣିଲେ

କେନ୍ଦ୍ରାପଡ଼ା: କରୋନା ସମୟରେ ବଢ଼ିଛି ଲୁଟ ପାଟ । ଚୋର ଏବଂ ଡ଼କାୟତ ମାନଙ୍କର ପାଦୁର୍ଭାବ ବଢ଼ିବାରେ ଲାଗିଛି । କେତେବେଳେ ବିଚ୍‌ ରାସ୍ତାରେ ଲୁଟେରା ବେକରୁ ଚେନ୍‌ ନେଇ ଲୁଟିଲେଣିତ ପୁଣି କେତେବେଳେ ଘର ଆଗରୁ ବନ୍ଧୁକ ଦେଖାଇ ହେଉଛି ଲୁଟ ହେଉଛି ଟଙ୍କା । ଯାହାକି କରୋନା କଟକଣା ସମୟରେ ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି । ତେବେ ପୁଣି ଲୁଟର ଏକ ଲୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ।

ଲୁଟ ପାଇଁ ବୋହିଛି ରକ୍ତ । ଲୁଟ୍ ପାଇଁ ୨ଜଣଙ୍କୁ ହାଣିଦେଲେ ଲୁଟେରା । ଲୁଟ ସମୟରେ ଧରାପଡ଼ିଯିବାରୁ ଘର ଲୋକେ ବିରୋଧ କରିଥିଲେ । ଧରାପଡ଼ିଯିବା ଭୟରେ ଦୁର୍ବୃତ୍ତ ସାଙ୍ଗରେ ଆଣିଥିବା ମାରଣାସ୍ତ୍ରରେ ହାଣି ଦେଲେ । କେନ୍ଦ୍ରାପଡ଼ା ମାର୍ଶାଘାଇ ଥାନା କୁସୁନପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିତ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଉକ୍ତ ଗାଁର ୨ ପରିବାରରୁ ଲୁଟ କରିବାକୁ ପଶିଥିଲେ ୬ ଦୁର୍ବୃତ୍ତ । ସାଙ୍ଗରେ ଆଣିଥିଲେ ମାରଣାସ୍ତ୍ର । ଏହି ସମୟରେ ପରିବାର ଲୋକେ ଚୋର ମାନଙ୍କର ଶବ୍ଦ ଶୁଣି ଉଠିପଡ଼ିଥିଲେ । ଚୋରଙ୍କୁ ଦେଖିବା ମାତ୍ରେ ପାଟିକରି ବିରୋଧ କରିବାରୁ ଲୁଟେରା ମାନେ କାହ୍ନୁଚରଣ ନାୟକ ଏବଂ ତାଙ୍କ ପତ୍ନୀଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ ।

ଉଭୟଙ୍କ ମୁଣ୍ଡକୁ ହାଣି ଟଙ୍କା ଓ ସୁନାଗହଣା ଲୁଟପାଟ କରିଥିଲେ । ଆକ୍ରମଣରେ ଗୁରୁତର କାହ୍ନୁଚରଣ ନାୟକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ମାର୍ଶାଘାଇ ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply