ସୁନ୍ଦରଗଡ଼ରୁ ଉଲଗ୍ନ ଅବସ୍ଥାରେ ଉଦ୍ଧାର ଝାଡଖଣ୍ଡର ଦୁଇ ମହିଳା

ସୁନ୍ଦରଗଡ: କେତେ ସତ କହୁଛନ୍ତି ସୁନ୍ଦରଗଡ଼ରୁ ଉଲଗ୍ନ ଅବସ୍ଥାରେ ଉଦ୍ଧାର ଦୁଇ ମହିଳା । ଉଭୟଙ୍କର ମାନସିକ ଅବସ୍ଥା ଠିକ ନଥିବାବେଳେ କାଉନସେଲିଂରେ ଯେଉଁ ଚାଞ୍ଚଲ୍ୟକର କଥା କହୁଛନ୍ତି ତାହା କେତେ ସତ । ଉଭୟଙ୍କ ପରିଚୟ ଚିହ୍ନଟ ପାଇଁ ସୁନ୍ଦରଗଡ଼ ପୋଲିସ ବିଭିନ୍ନ ସେମାନଙ୍କର ଫଟୋ ପଠାଇଛି । ଦୁଷ୍କର୍ମ ଅଭିଯୋଗ ସମ୍ପର୍କରେ ପୋଲିସ ପାଖରେ ସଠିକ ସୂଚନା ନଥିବା କହିଛନ୍ତି ଏସପି । ତେବେ ବିଭିନ୍ନ ଦିଗରୁ ଘଟଣାର ତଦନ୍ତ କରାଯାଉଥିବାବେଳେ ଅଭିଯୋଗ ସମ୍ପର୍କରେ ଅନୁଧ୍ୟାନ କରାଯାଉଛି ।

କାଉନସେଲିଂରେ ମନୋବିଜ୍ଞାନୀଙ୍କ ଆଗରେ ପୀଡ଼ିତା କହିଥିବା କଥା ଅନୁସାରେ , ଉଭୟ ସମ୍ପର୍କରେ ମାଆଝିଅ । ସେମାନଙ୍କ ଘରେ ଝାଡ଼ଖଣ୍ଡର କାଇବାହାଲ ଗାଁରେ । ବିବାହ ପରଠାରୁ ମହିଳାଙ୍କୁ ଦୁଷ୍କର୍ମ କରିଆସୁଥିଲା ଦିଅର ମିଥୁନ୍ । ପରେ ତିନି ଝିଅଙ୍କୁ ଅଭିଯୁକ୍ତ ଦୁଷ୍କର୍ମ କରୁଥିଲା । ନିର୍ଯାତନାରୁ ବଞ୍ଚିବାକୁ ଦୁଇଝିଅ କେଉଁଆଡ଼େ ପଳାଇଯାଇଥିବାବେଳେ ଅନ୍ୟ ମାନସିକ ବିକାରଗ୍ରସ୍ତ ଝିଅକୁ ଛାଡ଼ିନଥିଲା ଅଭିଯୁକ୍ତ ମିଥୁନ ।

ଶେଷରେ ବଞ୍ଚିବାକୁ ଉଭୟ ଚାଲିଆସିଥିବା କହିଛନ୍ତି । ପ୍ରଶ୍ନ ଉଠୁଛି ଦୀର୍ଘ ବର୍ଷ ଧରି ମହିଳା ନିର୍ଯାତନାର ଶିକାର ହେଉଥିଲେ ହେଁ ସେ କାହିଁକି ପୋଲିସରେ ଅଭିଯୋଗ କରିନଥିଲେ ? ଝିଅମାନେ ଦୁଷ୍କର୍ମର ଶିକାର ହେଲା ପରେ ବି କାହିଁକି ଚୁପ୍ ଥିଲେ ମହିଳା ? ଘଟଣାର ସତ୍ୟାସତ୍ୟକୁ ନେଇ ସନ୍ଦେହ ଲାଗିରହିଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।