ଆଗ୍ରାର ପାରସ ହସ୍ପିଟାଲ ସିଲ୍, ମାଲିକଙ୍କ ବିରୋଧରେ ମାମଲା

ଆଗ୍ରା: ଭାଇରାଲ ଭି଼ଡିଓକୁ ନେଇ ବିବାଦ ଘେରରେ ଥିବା ଆଗ୍ରାର ପାରସ ହସ୍ପିଟାଲକୁ ଜିଲ୍ଲା ପ୍ରଶାସନ ସିଲ୍ କରିଛି। ଏହି ହସ୍ପିଟାଲରେ ମକ୍ ଡ୍ରିଲ୍ ନାମରେ ଅକ୍ସିଜେନ୍ ଯୋଗାଣ ବନ୍ଦ ଯୋଗୁ ୨୨ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା ବୋଲି ଅଭିଯୋଗ ହେଉଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ହସ୍ପିଟାଲର ସଂଚାଳକ ଏପ୍ରିଲ ୨୮ ତାରିଖ ଦିନ ୫ ମିନିଟ୍ ପାଇଁ ମକଡ୍ରିଲ କାଳରେ ଅକ୍ସିଜେନ୍ ଯୋଗାଣ ବନ୍ଦ କରାଯିବାରୁ ୨୨ ଜଣ ରୋଗୀ ପ୍ରାଣ ହରାଇଥିଲେ ବୋଲି କହିଥିବା ଶୁଣିବାକୁ ମିଳିଛି ।

ଭିଡିଓ ଭାଇରାଲ ହେବା ପରେ ଉତ୍ତର ପ୍ରଦେଶ ସରକାର ସମାଲୋଚନାର ଶିକାର ହୋଇଥିଲେ। କଂଗ୍ରେସ ସମେତ ଅନ୍ୟ ଦଳ ବିଜେପିକୁ ସମାଲୋଚନା କରିଥିଲେ। ଏବେ ଜିଲ୍ଲା ପ୍ରଶାସନ ହସ୍ପିଟାଲକୁ ସିଲ୍ କରିବା ସହିତ ଏହାର ସଂଚାଳକ ଅରିଂଜୟ ଜୈନଙ୍କ ବିରୋଧରେ ମାମଲା ରୁଜୁ କରିଛି। ହସ୍ପିଟାଲରେ ଦୁଇ ଘଣ୍ଟା ତଦନ୍ତ କରିବା ପରେ ଜିଲ୍ଲାପାଳ ଏହି ଆଦେଶ ଦେଇଛନ୍ତି।

ମୋଦିନଗରରେ ଅକ୍ସିଜେନ ସରି ଯାଇଥିବା ମିଥ୍ୟା ଖବର ପ୍ରଚାର କରିଥିବାରୁ ଅରିଞ୍ଜେୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ହସ୍ପିଟାଲରେ ଥିବା ୫୫ ଜଣ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି।

ପୁରା ମାମଲା କ’ଣ ?
ଭାଇରାଲ ହେଉଥିବା ଭିଡିଓରେ ଅରିଞ୍ଜେୟ କହୁଛନ୍ତି ଯେ, ୨୬ ଏପ୍ରିଲରେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ଅଚାନକ ବଢିଯାଇଥିଲା। ତେଣୁ ୨୮ ମାର୍ଚ୍ଚରେ ମକ୍ ଡ୍ରିଲ ନାମରେ ୫ ମିନିଟ୍ ପାଇଁ ଅକ୍ସିଜେନ୍ ଯୋଗାଣ ବନ୍ଦ କରି ଦିଆଯାଇଥିଲା। ଏହି ସମୟରେ ୨୨ ଜଣ ରୋଗୀ ପ୍ରାଣ ହରାଇଥିଲେ। ଅବଶ୍ୟ ପରେ ଅରିଞ୍ଜେୟ ନିଜ ବୟାନରୁ ଓହରି ଯାଇଥିଲେ। ଭାଇରାଲ ଭିଡିଓରେ ସେ ଏମିତି କହିନାହାନ୍ତି ବୋଲି ଏବେ ଦାବି କରୁଛନ୍ତି।

Leave a Reply