ଟ୍ରାନ୍ସଫର୍ମର ଉପରେ ଚଢ଼ିଗଲା ପୁଅ, ହେଲେ କରେଣ୍ଟ ନଥିଲା

1 min read

ଯାଜପୁର: କୋରାଇ ଥାନା ରଗଡ଼ି ଛକ ନିକଟରେ ସୋମବାର ସନ୍ଧ୍ୟାରେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା। ବିଦ୍ୟୁତ୍ ଟ୍ରାନ୍ସଫର୍ମର ଖୁଣ୍ଟି ଉପରେ ଛିଡ଼ା ହୋଇଥିଲେ ଏକ ଶିଶୁ । ଯାହାର ବୟସ ୫ କି ୬ ବର୍ଷ ହେବ। ଏହା ଦେଖି ସେଠାରେ ଲୋକଙ୍କ ଭିଡ଼ ଜମିଥିଲା। ଏପରି ଦୃଶ୍ୟ ଦେଖି ଲୋକଙ୍କ ଲୋମ ଟାଙ୍କୁରି ଉଠିଥିଲା। ଶିଶୁଟି କିପରି ଏଭଳି ବିପଦପୂର୍ଣ୍ଣ ସ୍ଥାନରେ ପହଞ୍ଚିଲା, ତାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ସେଠାରେ ଥିବା ଲୋକେ ଡାକିବା ପରେ ଶିଶୁଟି ତଳକୁ ଓହ୍ଲାଇ ଆସିଥିଲା। ହେଲେ ସୌଭାଗ୍ୟର କଥା ଛୁଆଟି ଟ୍ରାନ୍ସଫର୍ମର ଉପରେ ଛିଡ଼ାହୋଇଥିବା ସମୟରେ କରେଣ୍ଟ ନଥିଲା। ଫଳରେ ଏକ ବଡ଼ ଅଘଟଣରୁ ବର୍ତ୍ତିଯାଇଛି ଛୁଆ ।

https://www.facebook.com/NandighoshaTV/videos/239887297308744/

ତେବେ ଛୁଆଟି କାହିଁକି ଓ କେମିତି ସେଠାକୁ ଗଲା ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଥିଲା । ପିଲାଟିକୁ ଏନେଇ ପଚାରିବୁଝିବ ପରେ ଯାହା ଉତ୍ତର ମିଳିଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ପିଲାଟି ନିୟମିତ ଭାବେ ସେହି ଅଞ୍ଚଳରେ ବୁଲାବୁଲି କରୁଥିବା ବେଳେ ଗତକାଲି ରାସ୍ତାରେ ଯାତାୟତ କରୁଥିବା ଗାଡ଼ି ଦେଖିବାକୁ ଟ୍ରାନ୍ସଫର୍ମରରେ ଚଢ଼ି ଯାଇଥିବା ସେ କହିଛି ।

Leave a Reply