spot_img

Latest Posts

ଜୁନ୍ ୨୮ରୁ ଏହି ଦେଶରେ ବାଧ୍ୟତାମୂଳକ ହେବ ନାହିଁ ମସ୍କ

ରୋମ: କମିଲା କରୋନା । କୋଭିଡ କଟକଣା କୋହଳ କଲେ ଇଟାଲି ସରକାର । ଆସନ୍ତା ୨୮ ତାରିଖରୁ ଦେଶରେ ମାସ୍କ ବାଧ୍ୟତାମୂଳକ ହେବ ନାହିଁ ବୋଲି କହିଛନ୍ତି ସରକାର । ଏକଦା ୟୁରୋପରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତହୋଇଥିବା ଇଟାଲି ସରକାର କରୋନା କଟକଣାରେ ପରିବର୍ତ୍ତନ ଆଣିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ କୁହାଯାଇଛି- ଦେଶରେ ସ୍ଥିତି ସୁଧୁରିବା ପରେ ମାସ୍କ କଟକଣା କୋହଳ କରାଯାଇଛି ।

କେବଳ ସେତିକି ନୁହେଁ ବିଭିନ୍ନ ଅଞ୍ଚଳରେ ମଧ୍ୟ କରୋନା କଟକଣା କମିବାରେ ଲାଗିଛି । ତେଣୁ ଯେଉଁ ଯେଉଁ ଅଞ୍ଚଳରେ କରୋନା ସଂକ୍ରମଣ ଶୂନ ସ୍ଥିତିକୁ ଆସିଛି ସେହି ସବୁ ଅଞ୍ଚଳକୁ ଶ୍ବେତ ଅଞ୍ଚଳ ବୋଲି ଚିହ୍ନଟ କରାଯାଇଛି । ଏବଂ ସେହି ସବୁ ଅଞ୍ଚଳରେ ମାସ୍କ ପିନ୍ଧିବା ଉପରେ ଥିବା କଟକଣାକୁ କୋହଳ କରାଯାଇଛି ।

ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ଯେ ଜୁନ୍ ୨୮ ସୁଦ୍ଧା,  ସମସ୍ତ ଇଟାଲୀକୁ ଏକ “ଶ୍ୱେତ” ଜୋନ୍ ଶ୍ରେଣୀଭୁକ୍ତ କରାଯିବ, ତେବେ ସୋମବାର ଦିନ ସାରା ଦେଶରେ ୨୧ ଟି ମୃତ୍ୟୁ  ହେବା ସହ ୪୯୫ଟି ନୂଆ କରୋନା ମାମଲା ରେକର୍ଡ କରାଯାଇଛି। ଯଦିଓ ୨୦୨୦ ଆରମ୍ଭରେ ଏପର୍ଯ୍ୟନ୍ତ ସୁଦ୍ଧା ଦେଶରେ ୧୨୭,୨୯୧ ମୃତ୍ୟୁ ରେକର୍ଡ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ୧୨ ରୁ ଅଧିକ ବୟସର ୩୦ ପ୍ରତିଶତ ଲୋକଙ୍କର ଟୀକାକରଣ କରାଯାଇଛି । ଅର୍ଥାତ୍ ୬ କୋଟି ଜନସଂଖ୍ୟାରୁ ପ୍ରାୟ ୧.୬କୋଟି ଲୋକଙ୍କୁ ଟିକା ଦିଆଯାଇଛି।

Latest Posts

Don't Miss