spot_img

Latest Posts

ଜ୍ୱରରେ ପୀଡ଼ିତ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି ହେଲା ଫୁଲୁରୀ ତେଲ

ପୁରୀ: ଆଜି ଅନବସରର ପଞ୍ଚମୀ ତିଥି। ଦାରୁଦିଅଁଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗି କରାଯାଇଛି। ଘଣାପେଡ଼ା ରାଶିତେଲରେ ୧୪ ପ୍ରକାର ଫୁଲ, ୭ ପ୍ରକାର ଚେରମୂଳ ଏବଂ ସୁବାସିତ ଦ୍ରବ୍ୟ ମିଶ୍ରିତ ଫୁଲୁରୀ ତେଲ ଶ୍ରୀଅଙ୍ଗରେ ମର୍ଦ୍ଦନ କରାଯାଇଛି। ପୁରୀ ବଡ଼ ଓଡ଼ିଆ ମଠରେ ଏହା ପ୍ରସ୍ତୁତ କରାଯାଇଛି। ହେରା ପଞ୍ଚମୀ ତିଥିରେ ଏକ ମାଟିପାତ୍ରରେ ଏହାକୁ ପ୍ରାୟ ବର୍ଷେ କାଳ ମାଟି ତଳେ ପୋତି ରଖାଯାଇଥାଏ। ଦେବସ୍ନାନ ପୂର୍ଣ୍ଣିମା ପୂର୍ବଦିନ ମାଟିତଳୁ ବାହାର କରି ପଞ୍ଚମୀ ଦିନ ତେଲକୁ ଛାଣି ଅମୁଣିଆ ପ୍ରସ୍ତୁତ କରି ଶ୍ରୀମନ୍ଦିରକୁ ପଠା ଯାଇଥିଲା। ପତି ମହାପାତ୍ର ସେବକ ୩ଟି ରୁପା ପିଙ୍ଗଣରେ ଫୁଲୁରୀ ତେଲକୁ ସଂସ୍କାର କରିବା

Puri Sri Jew Fuluri Oil Snana Yatra

ପରେ ଦଇତାପତିମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ମର୍ଦ୍ଦନ କରିଛନ୍ତି। ଏହି ତେଲ ମଖାଯିବା ପରେ ମହାପ୍ରଭୁଙ୍କ ପୀଡ଼ା ଲାଘବ ସହ ସୁସ୍ଥତାର ସୂଚନା ମିଳିଥାଏ ବୋଲି ବିଶ୍ୱସ ରହିଛି। ସେପଟେ ଶ୍ରୀଜିଉଙ୍କ ପାଇଁ ପୁରୀ ଜିଲ୍ଲା ପ୍ରାଚୀନଦୀ ତଟ କାକଟପୁର ଅଞ୍ଚଳର ମାଧବ ମନ୍ଦିର, ଦେଉଳି ମଠ, ବିଶ୍ଵାମିତ୍ର ଆଶ୍ରମ, ବିଭିନ୍ନ ଭକ୍ତ ଏବଂ କଟକ ନିଆଳି ଅଞ୍ଚଳର ମାଧବାନନ୍ଦ ଜୀଉ ମନ୍ଦିରରୁ ଶ୍ରୀମନ୍ଦିରକୁ ଫଳଭାର ପଠାଯାଇଛି। ଖଜୁରୀ, ଆମ୍ବ, ପଣସ, କଦଳୀ, ସପୁରୀ, ନଡିଆ, ପଇଡ, ଡାଳିମ୍ବ, ପିଜୁଳି ଆଦି ଫଳଭାର ଶ୍ରୀମନ୍ଦିରରେ ପହଞ୍ଚିଛି।

Latest Posts

Don't Miss