spot_img

Latest Posts

୧୯୮୦ରେ ଇନ୍ଦିରା ଗାନ୍ଧୀଙ୍କ ସହ କଣ ଘଟିଥିଲା, କାହିଁକି ହରାଇଥିଲେ ସଭ୍ୟ ପଦ ?

ନନ୍ଦିଘୋଷ ବ୍ୟୁରୋ: କେବଳ ରାହୁଲ ଗାନ୍ଧୀ ନୁହଁନ୍ତି, ଅତୀତରେ ତାଙ୍କ ଜେଜେ ମାଆ ମଧ୍ୟ ଅଯୋଗ୍ୟ ଘୋଷିତ ହୋଇଛନ୍ତି  । ୧୯୭୭ର ଜରୁରୀକାଳିନ ପରିସ୍ଥିତ ପରେ ଅନୁଷ୍ଠିତ ନିର୍ବାଚନରେ  ଶୋୟନୀୟ ପରାଜୟ ହୁଅନ୍ତି  । ୧୯୭୮ ମସିହାରେ ଅନୁଷ୍ଠିତ ହୁଏ କର୍ଣ୍ଣାଟକର ଚିକମଙ୍ଗଲୁର ଆସନରେ ଉପନିର୍ବାଚନ  । ସମାଜବାଦୀ ନେତା ବୀରେନ୍ଦ୍ର ପାଟିଲଙ୍କ ବିପକ୍ଷରେ ପ୍ରାର୍ଥୀପତ୍ର ଦାଖଲ କରନ୍ତି ଇନ୍ଦିରା ଗାନ୍ଧୀ  । ନିଦର୍ବାଚନରେ ୭୦ ହଜାରରୁ ଅଧିକ ଭୋଟରେ ବିଜୟୀ ହୁଅନ୍ତି ଇନ୍ଦିରା  ।

 କିନ୍ତୁ ନଭେମ୍ବର ୧୮ ତାରିଖରେ ଇନ୍ଦିରା ଲୋକସଭାରେ ପହଁଚିବା ପରେ ତତକାଳୀନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ ଅନ୍ଦିରାଙ୍କ ବିରୋଧରେ ଆଣନ୍ତି ସଙ୍ଗୀନ ଅଭିଯୋଗ  । କ୍ଷମତାର ଦୁରୂପଯୋଗ ଓ ସରକାରୀ ଅଧିକାରୀମାନଙ୍କୁ ଅପମାନିତ କରିବା ଅଭିଯୋଗ ଆଣିଥିଲେ  । ଉକ୍ତ ପ୍ରସ୍ତାବ ପାରିତ ହୋଇଥିଲା  । ୭ ଦିନ ଧରି ସଂସଦରେ ଚାଲେ ବିତର୍କ  । ସେପଟେ ଇନ୍ଦିରାଙ୍କ ବିରୋଧରେ ଗଠନ ହୁଏ ସ୍ୱାଧିକାରୀ କମିଟି  । ଉକ୍ତ କମିଟି ଇନ୍ଦିରାଙ୍କ ବିରୋଧରେ ତଦନ୍ତ କରି ମାସକ ମଧ୍ୟରେ ରିପୋର୍ଟ ପ୍ରଦାନ କରିଥିଲା  । ଫଳରେ ଇନ୍ଦିରାଙ୍କୁ ହାତରୁ ଚାଲିଯାଇଥିଲା ସଂସଦ ପଦ  । କେବଳ ଏତିକି ନୁହେଁ ମାମଲାରେ ଗିରଫ ହୋଇ ତିହାର ଜେଲ ଯାଆନ୍ତି ଇନ୍ଦିରା ଗାନ୍ଧୀ  ।

 ସେପଟେ ଜେଲରୁ ଆସିବା ପରେ ଦେଶର ବିଭିନ୍ନ ପ୍ରାନ୍ତକୁ ଭ୍ରମଣ କରି ରାଜନୈତିକ ସଭା– ସମାବେଶ କରନ୍ତି ଇନ୍ଦିରା  । ୧୯୮୦ ମସିହାରେ ଆଭ୍ୟନ୍ତରଣ କନ୍ଦଳ ଯୋଗୁ ଭାଙ୍ଗିଯାଇଥିଲା ଜନତା ପାର୍ଟି ସରକାର  । ସାଧାରଣ ନିର୍ବାଚନ ତାରିଖ ଘୋଷଣା ହୋଇଥିଲା  ।  ଜଗଜୀବନ ରାମ ଓ ଚୌଧୁରୀ ଚରଣ ସିଂହଙ୍କ ଭଳି ଅନୁଭବୀ ନେତାଙ୍କୁ ସାମ୍ନା କରୁଥିଲେ ଇନ୍ଦିରା ଗାନ୍ଧୀ  । ଆଉ ଏହି ନିର୍ବାଚନରେ ଇନ୍ଦିରାଙ୍କୁ ମିଳିଥିଲା ଆଶ୍ଚର୍ଯ୍ୟଜନକ ଫଳ  । ୧୯୮୦ ନିର୍ବାଚନରେ ୫୨୯ ଆସନରୁ ୩୬୩ଟି ଆସନ ହାତେଇ ବୃହତ ବିଜୟ ହାସଲ କରିଥିଲା ଦଳ  । ଇନ୍ଦିରା ହୋଇଥିଲେ ପ୍ରଧାନମନ୍ତ୍ରୀ  ।   

Latest Posts

Don't Miss