spot_img

Latest Posts

ଯଯାତି କେଶରୀଙ୍କ ନାଁରେ ଯାଜପୁର ମେଡିକାଲ କଲେଜ ଓ ହସ୍ପିଟାଲ

ଯାଜପୁର: ଯାଜପୁର ମେଡିକାଲ କଲେଜ ଏବଂ ଡାକ୍ତରଖାନାର ନାମ ଯଯାତି କେଶରୀଙ୍କ ନାମରେ ନାମିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି।ନିକଟରେ 5T ସଚିବଙ୍କ ଗସ୍ତ ସମୟରେ ଯାଜପୁରବାସୀ ମେଡିକାଲ କଲେଜକୁ ଯଯାତି କେଶରୀଙ୍କ ନାମରେ ନାମିତ କରିବାକୁ ଅନୁରୋଧ କରିଥିଲେ।

ପ୍ରାଚୀନ ଓଡିଶାର ପ୍ରସିଦ୍ଧ ସୋମବଂଶୀ ଶାସକ ଯଯାତି କେଶରୀ ଓଡିଶାବାସୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି।  ଲିଙ୍ଗରାଜ ମନ୍ଦିର ସହିତ ବହୁ ଗୁରୁତ୍ୱପୂର୍ଣ୍ଣ ମନ୍ଦିର ନିର୍ମାଣ ସହ ଅଭିନବ ଯାଯନଗର ତଥା ଆଧୁନିକ ଯାଜପୁର ସେତେବେଳର ସୋମବଂଶର ରାଜଧାନୀ ଥିଲା  ।

ଆସନ୍ତାବର୍ଷ ଶିକ୍ଷାବର୍ଷରୁ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୫୨୬ କୋଟି ୨୧ ଲକ୍ଷ ଟଙ୍କା ବ୍ୟୟରେ ଯାଜପୁରରେ ମେଡିକାଲ କଲେଜ ଖୋଲିବାକୁ ଯାଉଛି । ୪୬ ଏକର ଯାଗାର ମେଡିକାଲର କ୍ୟାମ୍ପସ ରହିଛି । ରାଜ୍ୟ ସରକାର ନ୍ୟାସନାଲ ମେଡିକାଲ କମିଶନଙ୍କ ନିକଟରେ ଏଲଓପି ବା ଲେଟର ଅଫ ପରମିଶନ ପାଇଁ ଆବେଦନ କରିଛନ୍ତି । ଆସନ୍ତାଶିକ୍ଷା ବର୍ଷରୁ ୧୦୦ ଏମବିବିଏସ ସିଟ୍‌ରେ ନାମ ଲେଖା ହେବ । ଯାଜପୁରର ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ସଂଖ୍ୟା ୧୨ରେ ପହଞ୍ଚିବ ।

ପ୍ରତିବର୍ଷ ୧୬୫୦ ଡାକ୍ତର ବାହାରିବେ । ଅକ୍ଟୋବର ୧୫ ସୁଦ୍ଧା ଏକାଡେମିକ ବ୍ଲକର କାମ ଏବଂ ନଭେମ୍ବର ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ମେଡିକାଲ କଲେଜର ନିର୍ମାମ କାମ ସାରିବାକୁ ଫାଇଭ ଟି ସଚିବ ନିର୍ଦ୍ଦେଶ ଦେଇଥିଲେ ।

Latest Posts

Don't Miss