spot_img

Latest Posts

ଆଇଭିଏଫ ନେଇ ଆସିଲା କେନ୍ଦ୍ର ଗାଇଡଲାଇନ

ନନ୍ଦିଘୋଷ ବ୍ୟୁରୋ: ଇନଭିଟ୍ରୋ ଫର୍ଟିଲାଇଜେସନ ନେଇ ବୟସ ସୀମା ନିର୍ଦ୍ଧାରଣ କଲେ କେନ୍ଦ୍ର ସରକାର। ଗ୍ଯାଙ୍ଗୱାରରେ ନିହତ ପଞ୍ଜାବ ଗାୟକ ସିଦ୍ଧୁ ମୋସେୱାଲାଙ୍କ ବାପା-ମା ଆଇଭିଏଫ ଜରିଆରେ ଏକ ସନ୍ତାନର ଜନକ-ଜନନୀ ସାଜିବା ପରେ ଏହାକୁ ନେଇ ଦେଖାଦେଇଥିଲା ବିବାଦ। ଗତ ସପ୍ତାହରେ ସେମାନେ ଆଇଭିଏଫ ଜରିଆରେ ଦ୍ବିତୀୟ ସନ୍ତାନ ଲାଭ କରିଥିବା ଖବର ପ୍ରକାଶ ପାଇଥିଲା। ଏହାକୁ ନେଇ ଜିଲ୍ଲା ପ୍ରଶାସନ ସେମାନଙ୍କୁ ହରକତ କରୁଛି ବୋଲି ଅଭିଯୋଗ କରିଥିଲେ ମୋସେୱାଲାଙ୍କ ବାପା ବଲକୌର ସିଂ। ମୋସୱାଲାଙ୍କୁ ହତ୍ଯା କରାଯିବା ଘଟଣାର ପ୍ରାୟ ୨ ବର୍ଷ ପରେ ଗତ ଶନିବାର ମୋସେୱାଲାଙ୍କ ୫୮ ବର୍ଷ ବୟସ୍କା ମା ଚରଣ ସିଂ ଆଇଭିଏଫ ଜରିଆରେ ଏକ ପୁତ୍ର ସନ୍ତାନ ହାସଲ କରିଥିଲେ। ଏହାକୁ ନେଇ ଗତ ସପ୍ତାହରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପଞ୍ଜାବ ସରକାରଙ୍କଠାରୁ ଏକ ରିପୋର୍ଟ ତଲବ କରିଥିଲେ। ଏହି ରିପୋର୍ଟ ପ୍ରାପ୍ତ ହେବା ପରେ କେନ୍ଦ୍ର ସରକାର ଦର୍ଶାଇଥିଲେ ଆଇଭିଏଫ ଲାଗି ବୟସ ସୀମା ରହିଛି ୨୧ରୁ ୫୦ ବର୍ଷ। କେନ୍ଦ୍ର ସରକାର ଜାରି କରିଥିବା ପତ୍ରରେ ଦର୍ଶାଇଛନ୍ତି ଆସିଷ୍ଟେଡ ରିପ୍ରଡକ୍ଟିଭ ଟେକ୍ନୋଲୋଜି ନିୟାମକ ଆଇନ ୨୦୨୧ର ଧାରା ୨୧(ଜି)(୧) ଅନୁସାରେ ଆଇଭିଏଭର ବୟସ ସୀମା ରହିଛି ୨୧ରୁ ୫୦ ବର୍ଷ। ଗତ ୨୦୨୨ ମେ ୨୯ ତାରିଖରେ ପଞ୍ଜାବର ମାନସାରେ ମୋସେୱାଲାଙ୍କୁ ଗୁଳି କରି ହତ୍ଯା କରାଯାଇଥିଲା।

Latest Posts

Don't Miss