spot_img

Latest Posts

ପୱନ କଲ୍ୟାଣଙ୍କ ୧୧ ଦିନିଆ ଉପବାସ

ନନ୍ଦିଘୋଷ ବ୍ୟୁରୋ :  ଦିନକୁ ଦିନ ଉଗ୍ର ହେଉଛି ତିରୁପତି ମନ୍ଦିର ଲଡ଼ୁକୁ ନେଇ ବିବାଦ। ଏଠାରେ ପ୍ରସାଦ ରୂପେ ଦିଆଯାଉଥିବା ଲଡୁରେ ଗୋ-ଚର୍ବି ଓ ମାଛ ତେଲ ମିଶୁଥିବା ନେଇ ଅଭିଯୋଗ ଉଠିବା ପରେ ଏହାକୁ ନେଇ ରାଜନୀତି ଜୋର୍ ଧରିଛି। ଏହାରି ଭିତରେ ଆନ୍ଧ୍ରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ ତଥା ପାଓ୍ୱାର୍ ଷ୍ଟାର ପୱନ କଲ୍ୟାଣ ବଡ଼ ଘୋଷଣା କରିଛନ୍ତି। ଆଜିଠୁ ୧୧ ଦିନ ଉପବାସ ରହି ଏହାର ପଶ୍ଚାତାପ କରିବେ ବୋଲି କହିଛନ୍ତି। ଆଜିଠୁ ଗୁଣ୍ଟୁର ଜିଲ୍ଲାର ନାମ୍ବୁରର ଶ୍ରୀ ଦଶାବତାର ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ୧୧ ଦିନିଆ ପ୍ରାୟଶ୍ଚିତ ଦିକ୍ଷା ଗ୍ରହଣ କରିଛନ୍ତି। ଏଠାରେ ୧୧ ଦିନ ଧରି ତପସ୍ୟା କରିବେ ପୱନ କଲ୍ୟାଣ। ତିରୁପତି ଲଡୁ ପ୍ରସାଦମଙ୍କ ପ୍ରତି ହୋଇଥିବା ଅପମାନକୁ ନେଇ ସେ ଗଭୀର ଦଃଖ ପ୍ରକାଶ କରିଛନ୍ତି। ପୱନ କଲ୍ୟାଣ କହିଛନ୍ତି ଯେ ଜଗନ୍ ମୋହନ ରେଡ୍ଡୀଙ୍କ ସରକାର ସମୟରେ ଘଟିଥିବା ଏହି ଘଟଣା ତାଙ୍କୁ ଆଘାତ ପହଞ୍ଚାଇଛି। ସନାତନ ଧର୍ମ ଉପରେ ବିଶ୍ୱାସ ଥିବା ପ୍ରତ୍ୟେକ ବ୍ୟକ୍ତି କଳିଯୁଗର ପ୍ରଭୁ ବାଲାଜୀଙ୍କ ପ୍ରତି କରାଯାଇଥିବା ଏହି ଭୟଙ୍କର ପାପର ପ୍ରାୟଶ୍ଚିତ କରିବା ଉଚିତ। ପବିତ୍ର ତିରୁପତି ମନ୍ଦିରର ଲଡୁ ପ୍ରସାଦକୁ ଅପମିଶ୍ରିତ ଘିଅରେ ପ୍ରସ୍ତୁତି କରାଯାଉଥିବା ମାମଲା ସାମ୍ନାକୁ ଆସିବା ପରେ ସାରା ଦେଶରେ ସନାତନ ଧର୍ମ ଅନୁଗାମୀଙ୍କ ଭାବନାକୁ ଆଘାତ ପହଞ୍ଚିଛି।

Latest Posts

Don't Miss