spot_img

Latest Posts

ଅଜଣା ରୋଗରେ ପୀଡ଼ିତ ୨ ପୁଅ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଭୁବନ : ଜନ୍ମ ହେବାର ୫ ବର୍ଷ ପରେ ମାନସିକ ବିକୃତି ହୋଇଯାଉଛନ୍ତି ଜଣେ ପରେ ଜଣେ ପୁଅ । ଡାକ୍ତର ମଧ୍ୟ ରୋଗ ଚିହ୍ନି ପାରୁନାହାନ୍ତି । ଏଭଳି କଳା ବାଦଲ ଘୋଟିଆସିଛି ଢେଙ୍କାନାଳ ଜିଲ୍ଲାର ଭୁବନ ୱାର୍ଡ ନମ୍ବର ୧୩ର ବାବୁରାମ ପୃଷ୍ଟିଙ୍କ ପରିବାରରେ । ଛୋଟ ଅଣ୍ଡା ଦୋକାନରୁ ପରିବାର ପୋଷିବା କଷ୍ଟକର ହୋଇପଡୁଥିବା ବେଳେ ୨ ପୁଅଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି । ଜନ୍ମର ୫ ବର୍ଷ ମଧ୍ୟରେ ବଡ଼ପୁଅର ସ୍ଵାସ୍ଥ୍ୟ ଠିକଠାକ୍ ଥିଲା । ସମସ୍ତଙ୍କୁ ଚିହ୍ନିବା ସହିତ ନା ମଧ୍ୟ ଡାକୁଥିଲା। ଖାଇବା ପିଇବା, ଅଙ୍ଗନବାଡ଼ିକୁ ମଧ୍ୟ ଯାଇ ଖେଳକୁଦ କରୁଥିଲା । ଅଚାନକ ଅସ୍ଵାଭାବିକ ଆଚରଣ ସାଙ୍ଗକୁ କାହାକୁ ଚିହ୍ନି ପାରିରୁନାହିଁ। ପୁଅର ସ୍ଵାସ୍ଥ୍ୟାବସ୍ଥାରେ ବିଗିଡ଼ି ବାରେ ଲାଗିଛି । ପ୍ରଥମେ ବେସରକାରୀ ଓ ପରେ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ କରାଇ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ପରେ ମଧ୍ୟ ପୁଅ ପୂର୍ବ ଅବସ୍ଥାକୁ ଆଉ ଫେରି ପାରୁନାହିଁ। ପୁଅର ଚିକିତ୍ସା ପାଇଁ ସରକାରୀ ସ୍ତରରେ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି ବାପା ମାଆ।

ପ୍ରଥମ ସନ୍ତାନର ମାନସିକ ସ୍ଥିତି ବିଗିବା ପରେ ସମାନ ଭାବେ ବାବୁରାମଙ୍କର ସାନ ପୁଅର ମଧ୍ୟ ଆୟୁଷର ମଧ୍ୟ ସ୍ଵଭାବ ଆଚରଣ ବଦଳିବାକୁ ଲାଗିଛି । ଫଳରେ ବାପା ମାଆ ଭାଙ୍ଗି ପଡ଼ିଛନ୍ତି । ବଡ଼ ପୁଅ ବୟସ ୧୩ ବର୍ଷ ହୋଇଥିବା ବେଳେ ସାନ ପୁଅକୁ ୭ ବର୍ଷ । ବଡ଼ ପୁଅ ଭୁବନ ହାଇସ୍କୁଲରେ ନବମ ଶ୍ରେଣୀରେ ପାଠ ପଢୁଥିବାବେଳେ ସାନ ପୁଅ ଦ୍ଵିତୀୟ ଶ୍ରେଣୀରେ ପାଠ ପଢୁଛି । ଦୁଇପୁଅଙ୍କୁ ବାପା ସାଙ୍ଗରେ ନେଇ ସବୁଦିନ ଯିବାଆସିବା କରୁଛନ୍ତି। ଏପରି ସ୍ଥିତିରେ ଅର୍ଥ ଅଭାବରୁ ୨ ପୁଅଙ୍କ ଚିକିତ୍ସା କରିପାରୁନାହାନ୍ତି ବାବୁରାମ । ସରକାରୀ ସ୍ତରରେ ଚିକିତ୍ସା ସୁବିଧା ସେବା ଯୋଗାଇଦେବାକୁ ପଡ଼ୋଶୀ ନିବେଦନ କରିଛନ୍ତି । ଦିନକୁଦିନ ଦୁଇ ପୁଅଙ୍କର ସ୍ଵାସ୍ଥ୍ୟ ଅବସ୍ଥା ବିଗୁଡୁ ଥିବାରୁ ପୁଅକୁ ଭଲ କରାଇବା ପାଇଁ ସରକାରୀ ସ୍ତରରେ ସୁବିଧା ମିଲିପାରିଲେ ଗରିବ ପରିବାରର ଦୁଇ ପିଲା ନୂଆ ଜୀବନ ପାଇପାରନ୍ତେ।

Latest Posts

Don't Miss