ଅପରେସନ ସିନ୍ଦୂରକୁ ନେଇ ଦିଲ୍ଲୀରେ ସର୍ବଦଳୀୟ ବୈଠକ: ସରକାରଙ୍କୁ କଂଗ୍ରେସ ସହ ସବୁଦଳର ସମର୍ଥନ

ନୂଆଦିଲ୍ଲୀ: ଗତକାଲି ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ ପରେ ଆଜି ସର୍ବଦଳୀୟ ବୈଠକ ବସିିଥିଲା । ଏହା ମଧ୍ୟରେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକ ଶେଷ ହୋଇଛି । ଅପରେସନ ସିନ୍ଦୂରରେ ୧୦୦ ଆତଙ୍କବାଦୀ ସଫା ହୋଇଥିବା ନେଇ ସର୍ବଦଳୀୟ ବୈଠକରେ ସୂଚନା ଦେଲେ ରାଜନାଥ ସିଂହ। ଏବେ ବି ଜାରି ରହିଛି ଅପରେସନ ସିନ୍ଦୂର। ରାଜନାଥ ସିଂହ କହିଛନ୍ତି, ପାକିସ୍ତାନ କିଛି କଲେ ଆମେ ଛାଡ଼ିବୁ ନାହିଁ। ଅପରେସନ ସିନ୍ଦୂରକୁ ନେଇ ଦିଲ୍ଲୀରେ ସର୍ବଦଳୀୟ ବୈଠକ ଶେଷ ହୋଇଛି। ସରକାରଙ୍କୁ କଂଗ୍ରେସ ସହ ସବୁ ଦଳ ସମର୍ଥନ ଜଣାଇଛନ୍ତି। ଅପରେସନ ସିନ୍ଦୂରକୁ ନେଇ ସମସ୍ତେ ସରକାରଙ୍କୁ ସମର୍ଥନ ଦେଇଛନ୍ତି। ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ଏବେ କାହାକୁ ସମାଲୋଚନା କରାଯିବନି। ପ୍ରଧାନମନ୍ତ୍ରୀ ମୋଦି ଏହି ବୈଠକରେ ଯୋଗ ଦେଇନଥିଲେ ମଧ୍ୟ ବାର୍ତ୍ତା ଦେଇଛନ୍ତି। ଏପରି ଘଡିସନ୍ଧି ମୁହୂର୍ତ୍ତିରେ ସାରା ଦେଶବାସୀ ଏକଜୁଟ ହୋଇ ରହିବା ବୋଲି କହିଛନ୍ତି। ସମସ୍ତେ ଏକାଠି ହୋଇ ପରିସ୍ଥିତିର ମୁକାବିଲା କରିବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।