ଅପରେସନ ସିନ୍ଦୂରରେ ୧୦୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଛନ୍ତି: ଡିଜିଏମଓ
1 min read
ନନ୍ଦିଘୋଷ ବ୍ୟୁରୋ: ୨୨ ଏପ୍ରିଲରେ ପହଲଗାଓଁରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ କାରତୀୟ ସେନା ଅପରେସନ ସିନ୍ଦୂର ଜରିଆରେ ନେଇଛି । ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଥିବା ଆତଙ୍କବାଦୀ ଶିବିର ଉପରେ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା । ଏହା ଏତେ ସଠିକ ଥିଲା ଯେ, ୧୦୦ରୁ ଅଧିକ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି । ଏମାନଙ୍କ ମଧ୍ୟରେ କିଛି କୁଖ୍ୟାତ ଆତଙ୍କବାଦୀ ମଧ୍ୟ ରହିଛନ୍ତି । ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ସନାର ଡିଜିଏମଓ ଲେଫ୍ଟନାଣ୍ଟ ଜନରଲ ରାଜୀବ ଘାଇ ଏହା କହିଛନ୍ତି ।
ଡିଜିଏମଓ କହିଛନ୍ତି, ମୃତ ଆତଙ୍କବାଦୀଙ୍କ ମଧ୍ୟରେ ୟୁସୁଫ ଅଜହର, ଅବଦୁଲ ମଲିକ ରଉଫ ଏବଂ ମୁଦାସିା ଅହମ୍ମଦଙ୍କ ପରି କୁଖ୍ୟାତ ଆତଙ୍କବାଦୀ ଅଛନ୍ତି । ଏମାନେ ଆଇସି-୮୧୪ ବିମାନ ଅପହରଣ ଓ ପୁଲଓ୍ବାମା ଆକ୍ରମଣରେ ସମ୍ପୃକ୍ତ ଥିଲେ । ଭାରତୀୟ ସେନାର ପ୍ରତିଆକ୍ରମଣ ସର୍ଜିକଲ, ସିଠିକ ଓ ଯୋଜନାବଦ୍ଧ ଥିଲା । ଆଗକୁ ସେ କହିଛନ୍ତି, ଅପରେସନ ସିନ୍ଦୂରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଆତଙ୍କବାଦର ମାଷ୍ଟର ମାଇଣ୍ଡ ଓ ସେମାନଙ୍କ ସେଣ୍ଟରକୁ ନଷ୍ଟ କରିବା । ଏବେ ଆତଙ୍କବାଦ ବିରୋଧରେ କେବଳ କଥାରେ ନୁହେଁ, ସୈନ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଡିଜିଏମଓଙ୍କ ଅନୁସାରେ, ଅପରେସନ ସିନ୍ଦୂର ବେଳେ ସୀମାରେ ପାକିସ୍ତାନ ନିୟନ୍ତ୍ରଣ ରେଖା ଉଲ୍ଲଂଘନ କରିବାକୁ ଚେଷ୍ଟା କରିଥିଲା । ହେଲେ ପାକିସ୍ତାନର ପ୍ରତିକ୍ରିୟାରୁ ଡର ଜଣାପଡୁଥିଲା । ସୀମାନ୍ତ ଗାଁ, ଧାର୍ମୀକ ସ୍ଥଳ ଓ ଗୁରୁଦ୍ବାରାକୁ ଟାର୍ଗେଟ କରି ନୀରିହ ଲୋକଙ୍କ ଜୀବନ ନେଇଗଲେ । ଅପରେସନ ସିନ୍ଦୂରରେ ଭାରତୀୟ ବାୟୁସେନା ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ଭାରତୀୟ ନୌସେନା ମିଶନ ପାଇଁ ଉଚିତ ଅସ୍ତ୍ର ପ୍ରଣାଳୀ ଉପଲବ୍ଧ କରାଇଥିଲା ।