ଆଜି ଆଣ୍ଡାମାନ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ନନ୍ଦିଘୋଷ ବ୍ୟୁରୋ : ଆଜି ଆଣ୍ଡାମାନ ଛୁଇଁବ ମୌସୁମୀ । ଆଣ୍ଡାମାନ ସାଗର, ଦକ୍ଷିଣ ବଙ୍ଗୋପସାଗର ଏବଂ ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜର କିଛି ଅଞ୍ଚଳକୁ ଦକ୍ଷିଣପଶ୍ଚିମ ମୌସୁମୀବାୟୁ ଅଗ୍ରସର ହେବ । ଏନେଇ ପାଣିପାଗ ସ୍ଥିତି ସମ୍ପୂର୍ଣ ଅନୁକୂଳ ରହିଛି  । ଗତ ୨୪ ଘଣ୍ଟା ମଧ୍ୟରେ ନିକୋବର ଦୀପପୁଞ୍ଜର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହିତ କିଛି ଅଞ୍ଚଳରେ ଭାରି ବର୍ଷା ଅନୁଭୂତ ହୋଇଛି  ।

ଆଗାମୀ ୨୪ ଘଣ୍ଟା ମଧ୍ୟରେ ବର୍ଷାରେ ବୃଦ୍ଧି ସହିତ ନିକୋବର ଦ୍ଵୀପର କିଛି ଅଞ୍ଚଳରେ ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି  । ସେପଟେ ରାଜ୍ଯରେ ଖରା ଗରମ ବଢିଚାଲିଛି  । ୧୯ ତାରିଖ ପର୍ଯ୍ୟନ୍ତ ଗରମ ଗୁଳୁଗୁଳିରେ ଲୋକେ ହନ୍ତସନ୍ତ ହେବେ  । ଦିନରେ ଖରା, ରାତିରେ ଗୁଳୁଗୁଳି ଅନୁଭୂତ ହେବ  ।