ଓଲଟିଲା ଦୁଲଦୁଲି ଗାଡ଼ି; ୨ ମୃତ, ୨୫ ଆହତ।

1 min read

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ହରଡ଼ଖୋଲ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ବଲାଙ୍ଗୀର- ଖୋର୍ଦ୍ଧା ୫୭ ନମ୍ବର ଜାତୀୟ ରାଜପଥର ହରଡଖୋଲ ଛକ ନିକଟରେ ଦୁଲଦୁଲି ବାଜା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ରାସ୍ତା ତଳକୁ ଗାଡ଼ି ଖସିଯାଇଛି । ଘଟଣା ସ୍ଥଳରେ ୨ ମୃତ, ୨୫ ଆହତ। ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ବରଗଡ଼ ଜିଲ୍ଲା ତୁରା ଗାଁର ଦିଲଖୁସ ଦୁଲଦୁଳି ଗତକାଲି ରାମପୁର ନିକଟରୁ ବୌଦ୍ଧ ଜିଲ୍ଲା ମନମୁଣ୍ଡାକୁ ବାହାଘର ବାଜା ବଜାଇବାକୁ ଯାଇଥିଲେ। ସେଠାରେ ପ୍ରୋସେସନ ସାରି ଭୋରରୁ ପୁଣି କଳାହାଣ୍ଡିକୁ ଯାଉଥିବାବେଳେ ଏକ ଟ୍ରକକୁ ସାଇଡ଼ ଦେବାକୁ ଯାଇ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡିଥିଲା ଗାଡ଼ି। ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ମଣ୍ଟୁ ଛତ୍ରିଆ ଓ ସୁଦାମ ଶିକା। ଘଟଣାସ୍ଥଳରେ ହରଡଖୋଲ ପୋଲିସ ପହଞ୍ଚି ତନାଘନା ଜାରି ରଖିଛି।..