spot_img

Latest Posts

ଅହମଦାବାଦରେ ବିମାନ ଦୁର୍ଘଟଣାଗ୍ରସ୍ତ: ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋର ତଦନ୍ତ ଆରମ୍ଭ

ନନ୍ଦିଘୋଷ ବ୍ୟୁରୋ : ଅହମଦାବାଦରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏୟାର ଇଣ୍ଡିଆ ବିମାନର ବ୍ଲାକବକ୍ସ ଉଦ୍ଧାର ହୋଇଛି। ଏହା ସହିତ ମିଳିଛି କକପିଟ୍ ର ଭଏସ୍ ରେକର୍ଡର। ଆଶା କରାଯାଉଛି ଏଥିରୁ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିବ। ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ଏୟାରକ୍ରାଫଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ। କାହିଁକି ହେଲା ଦୁର୍ଘଟଣାର ତାର କାରଣ ଖୋଜୁଛି ଏହି ସଂସ୍ଥା। ତଦନ୍ତରେ ଆମେରିକାର ଏକ ସଂସ୍ଥା, ବିମାନ କମ୍ପାନୀ ଓ ବ୍ରିଟେନର ଏକ ସଂସ୍ଥା ମଧ୍ଯ ସହାୟତା କରୁଛନ୍ତି। ଡଗ୍ ସ୍କ୍ଵାର୍ଡ ବି ଏଥିରେ ସାମିଲ ଅଛି।

ସେପଟେ ଦୁର୍ଘଟଣାସ୍ଥଳରେ ଉଦ୍ଧାର କାମ ଜାରି ରହିଛି। ଏନଡିଆରଏଫ୍ ଏଥିରେ ପ୍ରମୁଖ ଭୂମିକା ନେଇଛି। ଏନଡିଆରଏଫ୍ ପକ୍ଷରୁ କୁହାଯାଇଛି, ଏବେ ମୃତ୍ୟୁ ସଂଖ୍ୟା କେତେ, ତାହା ସ୍ପଷ୍ଟ ଭାବେ କହିହେବ ନାହିଁ। ଉଦ୍ଧାର ସରିବା ପରେ ହିଁ ଏହା ସ୍ପଷ୍ଟ ହେବ। ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ଯୁ ସଂଖ୍ୟା ୨୬୫ ବୋଲି କୁହାଯାଇଛି। ବିମାନରେ ଥିବା ୨୪୨ ଜଣଙ୍କ ମଧ୍ୟରୁ ୨୪୧ ଜଣଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ଯାତ୍ରୀ ୨୩୦ ଜଣ ଓ ୧୨ ଜଣ କର୍ମଚାରୀ। ସମସ୍ତ ମୃତଦେହର ଡିଏନଏ ଟେଷ୍ଟ ହେବ। ଏଥିପାଇଁ ପରିବାର ଲୋକଙ୍କ ଡିଏନଏ ସାମ୍ପୁଲ ସଂଗ୍ରହ କରାଯାଇଛି।

Latest Posts

Don't Miss