ପାକିସ୍ତାନୀ ନାଗରିକ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କଲା ଇଡି
1 min read
ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନୀ ନାଗରିକ ଆଜାଦ ମଲିକ ଓରଫ ମହମଦ ହୁସେନ ଆଜାଦ ବିରୋଧରେ ଇଡି କୋଲକାତା ପିଏମଏଳଏ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି । କୋର୍ଟ ଅଭିଯୁକ୍ତଙ୍କୁ ନୋଟିସ ଜାରି କରି ଆଗାମୀ ତାରିଖ ସ୍ଥିର କରିଛନ୍ତି । ଇଡିର ଏହି ତଦନ୍ତ ପଶ୍ଚିମବଙ୍ଗ ପୋଲିସ ଦ୍ବାରା ବିଶେଷ ଅଧିନିୟମ ୧୯୪୬ର ଧାରା ୧୪ ଓ ୧୪ଏ ଆଧାରରରେ ମାମଲା ରୁ୍ଜୁ କରିଛି ।
୧୫ ଅପ୍ରିଲ ୨୦୨୫ରେ ହୋଇଥିବା ତଦନ୍ତ ବେଳେ ମଲିକ ଭାରତରେ ଅବୈଧ ଭାବେ ରହୁଥିବା ଜଣାପଡିଥିଲା । ମଲିକ ଭାରତରେ ଅବୈଧ ଭାବେ ରହିବା ସହ ଜାଲ ପାସପୋର୍ଟ ଓ ଜାଲ ଦସ୍ତାବିଜ ତିଆରି କରୁଥିବା ଗ୍ୟାଙ୍ଗର ମୁଖ୍ୟ ଥିଲା । ଏହାରି ମାଧ୍ୟମରେ ଟଙ୍କା ରୋଜଗାର କରୁଥିଲା । ମଲିକ ପାକିସ୍ତାନୀ ନାଗରିକ ହୋଇ ଭାରତରେ ଜାଲ ପ୍ରମାଣ ପତ୍ର ପ୍ରସ୍ତୁତ କରି ରହୁଥିଲା ।
ତାର ମୋବାଇଲରୁ ମିଳିଥିବା ୧୯୯୪ ମସିହାର ଡ୍ରାଇଭିଙ୍ଗ ଲାଇସେନ୍ସରୁ ଜଣାପଡିଲା ଯେ ତାର ନାମ ଆଜାନ ହୁସେନ ଓ ସେ ପାକିସ୍ତାନର ନାଗରିକ । ତାର ବପାଙ୍କ ନାମ ମୁମତାଜ ଉଲ ହୁକ । ତାର ଜନ୍ମ ତାରିଖ ୧୪ ଅଗଷ୍ଟ ୧୯୭୧ ବୋଲି ମଧ୍ୟ ସେଥିରୁ ଜଣାପହିଛି । ଏହି ଲାଇସେନ୍ସ ତାକୁ ପାକିସ୍ତାନର ହାଇଦ୍ରାବାଦରୁ ମିଳିଥିଲା । ତାର ନାଁକୁ ଲୁଚେଇବା ପାଇଁ ସେ ତାର ନାମ ଆଜାଦ ମଲିକ ରଖିଥିଲା । ସେହି ନାମରେ ଚାଲ ପ୍ରମାଣ ପତ୍ର ତିଆରି କରି ସେ ରହୁଥିଲା ।
ଇଡି ତଦନ୍ତ କରିବା ସମୟରେ ଜାଣିବାକୁ ପାଇଲା କି ସେ ବାଂଲାଦେଶ ଓ ଭାରତ ସୀମାରେ ତାର କାରବାର ଚଲାଉଥିଲା । ୟୁପିଆଇ ମାଧ୍ୟମରେ ଟଙ୍କା କାରବାର କରୁଥିଲା । Bkash ଭଳି ଏକ ପ୍ଲାଟଫର୍ମ ମାଧ୍ୟମରେ ବାଂଲାଦେଶରେ ଟଙ୍କା ଟ୍ରାନ୍ସଫର କରୁଥିଲା । ବାଂଲାଦେଶ ନାଗରିକ ବିଦେଶ ଯିବା ପାଇଁ ଭିସା ପ୍ରସ୍ତୁତ କରୁଥିଲା । ବାଂଲାଦେଶ ଟଙ୍କା, ଆମେରିକା ଡଲାର ଓ ଭାରତୀୟ ମୁଦ୍ରା ମାଧ୍ୟମରେ ଟଙ୍କା ନେଣଦେଣ କରୁଥିଲା । ଅପରାଧୀକୁ ନ୍ୟାୟିକ ହେପାଜତକୁ ନିଆଯାଇଛି । ତା’ର ବିରୋଧରେ ତଦନ୍ତ ଏବେ ବି ଜାରି ରହିଛି ।