ଦେହରେ ନିଆଁ ଲାଗି ମହିଳା ଗୁରୁତର, ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ବାଲେଶ୍ୱର : ବାଲେଶ୍ବର ଛାତ୍ରୀ ମୃତ୍ୟୁ ତାତି ନଥମୁଣୁ ପୁଣି ସାମ୍ନାକୁ ଆସିଥିଲା ଆଉଏକ ଆତ୍ମାହୁତି ଉଦ୍ୟମ ଘଟଣା । ଦେହରେ ନିଆଁ ଲାଗି ମହିଳା ଗୁରୁତର । ଅଘଟଣର କାରଣ ଅସ୍ପଷ୍ଟ । ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଏଡିଏମ ଛକ ନିକଟରେ ଘଟିଛି ଏଭଳି ଅଭାନୀୟ ଘଟଣା। ଶରୀରର ୭୦ ପ୍ରତିଶତ ପୋଡିଯାଇଥିବା ଜଣାପଡିଛି ।  ଗୁରୁତର ମହିଳା ଜଣକ ହେଉଛନ୍ତି ବିଦୁଲତା ଜେନା । ତେବେ ବିଦୁଲତା ଦେହରେ କେମିତି ନିଆଁ ଲାଗିଲା ? କେଉଁ ପରିସ୍ଥିତିରେ ନିଆଁ ଲାଗିଲା ସ୍ପଷ୍ଟ ହୋଇ ପାରୁନି । ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି । …

ବିଦୁଲତାଙ୍କ ସ୍ବାମୀ ରବୀନ୍ଦ୍ର ବି ଘଟଣା ବିଷୟରେ କିଛି ଜାଣିନଥିବା କହିଛନ୍ତି । ସେ ଘରେ ନାତି ଓ ସାନ ଝିଅ ସହ କଥା ହେଉଥିବା ବେଳେ ସ୍ତ୍ରୀ କିରୋସିନି ବୋତଲ ନେଇ ରୋଷେଇ ଘରକୁ ଯାଇଥିଲେ । ପରେ  ସ୍ତ୍ରୀ ଜଳୁଥିବା ଦେଖି ସେ ଉଦ୍ଧାର କରିଛି । ସ୍ତ୍ରୀଙ୍କୁ ଉଦ୍ଧାର କରିବାକୁ ଯାଇ ସ୍ବାମୀ ରବୀନ୍ଦ୍ର ଜେନା ମଧ୍ୟ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ବିଦୁଲତା  ନିଜେ ଦେହରେ କିରୋସିନ୍ ଢାଳି ଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି ? ନା କିଏ ତାଙ୍କୁ ପୋଡି ମାରିବା ପାଇଁ ଉଦ୍ୟମ କରିଛି ? ତାକୁ ନେଇ ସନ୍ଦେହ ଜାରି ରହିଛି । ମହିଳାଙ୍କୁ ଗୁରୁତର ଭାବେ ପ୍ରଥମେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି  କରାଯାଇଥିବା ବେଳେ ପରେ ସଙ୍କଟାପନ୍ନ ଅବସ୍ଥାରେ କଟକ ଏସସିବି ସ୍ଥାନାନ୍ତର କରାଯାଇଛି ।