ଅସଦାଚରଣ ମାମଲାରେ ୪ ମାସ ପରେ କାର୍ଯ୍ୟାନୁଷ୍ଠାନ, ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର ସହକାରୀ ପ୍ରଫେସର ଗିରଫ
1 min read
ସମ୍ବଲପୁର : ବାଲେଶ୍ବର ଘଟଣା ପରେ ଚେତିଲେ ସରକାର । ଏକ ଅସଦାଚରଣ ମାମଲାରେ ୪ ମାସ ପରେ କାର୍ଯ୍ୟାନୁଷ୍ଠାନ । ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର ସହକାରୀ ପ୍ରଫେସର ଗିରଫ। ଏହି ବିଶ୍ୱ ବିଦ୍ୟାଳୟର ବି ଏଡ୍ ଦ୍ଵିତୀୟ ବର୍ଷ ଜଣେ ଛାତ୍ରୀ ସହକାରୀ ପ୍ରଫେସର ଗୋପିକାନ୍ତ ସୁନାଙ୍କ ନାଁରେ ଆଣିଥିଲେ ଅସଦାଚରଣ ଅଭିଯୋଗ । ଗୋପିକାନ୍ତ ସୁନା ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ । ଚାରି ମାସ ଆଗରୁ ଅଭିଯୋଗ କରିଥିଲେ ଛାତ୍ରୀ । ସେହି ଅଭିଯୋଗ ଆଧାରରେ ଆଜି ସମ୍ବଲପୁର ପୋଲିସ ସହକାରୀ ପ୍ରଫେସରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଚାରିମାସ ପରେ କାହିଁକି ସରକାରଙ୍କ ତରବରିଆ ଭାବେ କାର୍ଯ୍ୟାନୁଷ୍ଠାନ ବୋଲି ପ୍ରଶ୍ନ ଉଠିଛି । ସେପଟେ ସହକାରୀ ପ୍ରଫେସର ଗିରଫ ପରେ ତାଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ଦେଇଛନ୍ତି ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି।
ଯେତେବେଳେ ବାଲେଶ୍ଵର ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି ଏହି ସମୟରେ କାହିଁକି ପୋଲିସର କାର୍ଯ୍ୟାନୁଷ୍ଠାନ , ଏତେଦିନ ଧରି ପୋଲିସ କାହିଁକି ଚୁପ୍ ଥିଲା ? ବର୍ତ୍ତମାନ କାହା ଚାପରେ ପୋଲିସ ଏ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିଛି ? ଏନେଇ ସବୁ ମହଲରେ ପ୍ରଶ୍ନ ଉଠିଛି l ଘଟଣାର ସତ୍ୟତା ସାମ୍ନାକୁ ଆସିବା ସହ ପୁଙ୍ଖାନୁପୁଙ୍ଖ ତଦନ୍ତ ହେଉ ବୋଲି ଦାବି ଜୋର ଧରିଛି ।