ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ସସପେଣ୍ଡ

1 min read

ଭୁବନେଶ୍ବର : ଦୁଷ୍କର୍ମ ଅଭିଯୋଗରେ ଗିରଫ ହେବା ପରେ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ସସପେଣ୍ଡ କରାଯାଇଛି। NSUI ତାଙ୍କୁ ସସପେଣ୍ଡ କରାଯାଇଥିବା ସୂଚନା ଦେଇଛନ୍ତି NSUI ରାଷ୍ଟ୍ରୀୟ ସଭାପତି ବରୁଣ ଚୋଧୁରୀ। ସେପଟେ ପୁରା ଘଟଣାର ଅନୁଧ୍ୟାନ କରିବାକୁ ପିସିସି ସଭାପତି ଭକ୍ତ ଦାସ ଏକ କମିଟି ଗଠନ କରିଛନ୍ତି। ଏହି କମିଟି ଅଭିଯୋଗକାରିଣୀଙ୍କୁ ଭେଟି ତାଙ୍କ ସହିତ ଆଲୋଚନା କରିବ। ଏବଂ ଏକ ରିପୋର୍ଟ ପ୍ରଦାନ କରିବାକୁ ଏହି କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି ଭକ୍ତ ଦାସ। କମିଟିରେ ୬ ଜଣ ସଦସ୍ୟ ଥିବା ବେଳେ ଏହାର ଅଧ୍ୟକ୍ଷା ହେଉଛନ୍ତି ସସ୍ମିତା ବେହେରା।

ଦୁଷ୍କର୍ମ ଅଭିଯୋଗରେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ ହୋଇଛନ୍ତି ।  ତାଙ୍କୁ ଗିରଫ କରିଛି ଭୁବନେଶ୍ଵର ମଞ୍ଚେଶ୍ଵର ଥାନା ପୋଲିସ। ଜଣେ ଛାତ୍ରୀଙ୍କୁ କୋଲ୍ଡ ଡ୍ରିଙ୍କ୍‌ସ୍‌ରେ ନିଶା ଦେଇ ଏକ ହୋଟେଲରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗତ ମାର୍ଚ୍ଚ ୧୮ ତାରିଖରେ ହୋଇଥିଲା ଘଟଣା ପୀଡ଼ିତା ମଞ୍ଚେଶ୍ୱର ଥାନାରେ FIR ଦେଇଥିଲେ। ସେହି ଅଭିଯୋଗ ଆଧାରରେ ମଞ୍ଚେଶ୍ୱର ଥାନା ପୋଲିସ ତଦନ୍ତ କରୁଛି । ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିଲା।  ଏ ନେଇ ମଞ୍ଚେଶ୍ୱର ଥାନାରେ ଏକ ମାମଲା ରୁଜୁ ପରେ ଉଦିତକୁ ଗିରଫ କରିଥିବା ସୂଚନା ଦେଇଛି ପୋଲିସ । ଗତକାଲି ବିଳମ୍ଵିତ ରାତିରେ ଉଦିତ ପ୍ରଧାନଙ୍କୁ ଗିରଫ କରାଯାଇଥିବାର ସୂଚନା ଦେଇଛନ୍ତି ସଂପୃକ୍ତ  ଜୋନ୍ ଏସିପି। ଅଭିଯୁକ୍ତ ଉଦିତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ୨୦୨୩  ଆଧାରରେ ୫ଟି ସଂଗୀନ ଦଫା ଲାଗିଛି। ସେଗୁଡ଼ିକ ହେଲା ୬୪(୧), ୧୨୩, ୨୯୬, ୭୪ ଓ ୩୫୧ (୨) । ପୀଡିତାଙ୍କୁ ଆବଶ୍ୟକୀୟ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ସ୍ପଷ୍ଟ  କହିଛି କମିଶନରେଟ ପୋଲିସ ।