spot_img

Latest Posts

ବରୀ- ବିଦୁରୁପା ରାସ୍ତା ଖାଲ ଖମାରେ ଭର୍ତ୍ତି

ବରୀ : ରାସ୍ତା ଫାଟି ଆଁ କଲାଣି । ଖାଲ ଖମାରେ ଭର୍ତ୍ତି ହେଲାଣି । ଯାତାୟତ ବେଳେ କେତେବେଳେ ଯେ ଅଘଟଣ ଘଟିବ କହିହେବ ନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ତ୍ତ ବିଭାଗ ଅଧୀନରେ ଥିବା ରାସ୍ତା ବରୀ- ବିଦୁରୁପା ଭାୟା ରାମଚନ୍ଦ୍ରପୁର ଦେଇ ଯାଇଥିବା ଏହି ରାସ୍ତାର ଏହି ଦୂରାବସ୍ଥା । ଏହି ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ଦୀର୍ଘଦିନ ହେବ ଚଳୁଥିଲେ ମଧ୍ୟ ଏବେ ସୁଦ୍ଧା ସରିବାର ନାମ ନେଉନାହିଁ। ବରୀ ନିର୍ବାଚନ ମଣ୍ଡଳୀ, ପଡୋଶୀ ଜିଲ୍ଲା କେନ୍ଦ୍ରାପଡ଼ାର ଲୋକ ମାନେ ରାସ୍ତା ଉପରେ ନିର୍ଭର କରନ୍ତି। ଏହି ରାସ୍ତା ଦେଇ ହଜାର ହଜାର ସଂଖ୍ୟକ ଲୋକ ଜିଲ୍ଲା ସଦର ମହକୁମା ସହିତ ଜିଲ୍ଲା ବାହାରକୁ ଦୈନଦିନ ଯାତାୟତ କରିଥାଆନ୍ତି। ମେଡ଼ିକାଲ୍ ନିକଟରେ ଅଳ୍ପ ଦିନ ପୂର୍ବରୁ ହୋଇଥିବା ରାସ୍ତାରେ ପିଚୁ ଫାଟି ଆଁ କଲାଣି । ଏ ନେଇ ସ୍ଥାନିୟ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।

ରାସ୍ତା ଦେଇ ନିତିଦିନ ପର୍ଯ୍ୟଟକ ମାନେ ବୌଦ୍ଧ ପୀଠ ରତ୍ନଗିରି, ସହିତ ବରୀ ବ୍ଲକ, ବରୀ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର, କୋର୍ଟ,ସ୍କୁଲ ଓ କଲେଜକୁ ମଧ୍ୟ ଯାତାୟତ କରିଥାଆନ୍ତି। ଦୀର୍ଘ ଦିନରୁ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ କୌଣସି ସ୍ଥାନରେ ବ୍ୟୟ ଅଟକଳର ବିବରଣୀ ଏବଂ ଏହି କାର୍ଯ୍ଯର ନିର୍ଦ୍ଧାରିତ ସମୟ ସୀମାର ବୋଡ ଲଗା ଯାଇନାହିଁ। ରାସ୍ତା ଉପରେ ସମ୍ପୃକ୍ତ ଠିକାଦାର ବଜୁରୀ ଗୁଣ୍ଡ ପକାଇ ଦିର୍ଘ୍ 3ମାସ ଚୁପ୍ ବସି ପଡ଼ିଥିଲେ । ଘଟଣାକୁ ନେଇ କିଛି ଗଣମାଧ୍ୟମରେ ଖବର ପ୍ରକାଶ ପରେ ଏବେ ତରବରିଆ ଭାବେ ପୁଣି ବଜୁରିଗୁଣ୍ଡ ପକାଯାଇଥିବା ଦେଖିବାକୁ ମିଳିଛି । ପୂର୍ତ୍ତ ବିଭାଗ ଏସଡିଓ ଦିଲ୍ଲୀପ ନାୟକ ଆମକୁ କୌଣସି ପ୍ରତିକ୍ରିୟା ଦେବାକୁ ଖୋଲା ଖୋଲି ମନା କରି ଦେଇଥିଲେ।

Latest Posts

Don't Miss