ସିମୁଳିଆରେ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା

ସୋର : ବାଲେଶ୍ଵରରେ ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଘଟି ୩୦ରୁ ଅଧିକ ଆହତ। ପୁରୀରୁ ଦର୍ଶନ ସାରି ପଶ୍ଚିମବଙ୍ଗ ଫେରିବାବେଳେ ସିମୁଳିଆ ଥାନା ୧୬ନମ୍ବର ଜାତୀୟ ରାଜପଥ ତାରିଣୀ ଛକ ନିକଟରେ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ଏଭଳି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲ୍ପର ଫେରାର ଥିବା ବେଳେ ପୋଲିସ ସମସ୍ତଙ୍କୁ ଉଦ୍ଧାର କରି ସିମୁଳିଆ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି।ପଶ୍ଚିମବଙ୍ଗ ମୋହନପୁର ଥାନା ବୋଇତା ଅଞ୍ଚଳର ୬୫ଜଣ ଯାତ୍ରୀ ପୁରୀ ଜଗନ୍ନାଥ ଦର୍ଶନ କରିବା ପାଇଁ ଯାଇଥିଲେ। ଫେରିବା ବେଳେ ରାତି ପ୍ରାୟ ୨ଟା ସମୟରେ ତୀର୍ଥଯାତ୍ରୀ ବସଟି ଡିଭାଇଡର ଉପରକୁ ଚଡିଯାଇ ଜାତୀୟ ରାଜପଥ ଉପରେ ଓଲଟି ପଡିଛି।  ବସରେ ଥିବା ସମସ୍ତ ଯାତ୍ରୀଙ୍କୁ ଗାଡ଼ିର କାଚ ଭାଙ୍ଗି ବାହାରକୁ ବାହାର କରାଯାଇଛି। ଘଟଣାସ୍ଥଳରେ ସିମୁଳିଆ ଥାନାର ଆଇଆଇସି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।