ବିଜେପି ବିରୋଧରେ ଫେରାଦ ବିଜେଡି ; ଗଣ୍ଡ ସମାଜକୁ ପ୍ରଲୋଭିତ କରିବା ଲାଗି ପ୍ରତିଶୃତି

ଭୁବନେଶ୍ବର : ବିଜେପି ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛି ବିଜେଡି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଗଣ୍ଡ ସମାଜ ସଭାପତି, ବିଜେପି ନୂଆପଡା ପ୍ରାର୍ଥୀ ଜୟ ଢୋଲକିଆ ଓ ନୂଆପଡା ବ୍ଲକ ଗୋଡ଼ଫୁଲ କଲେଜ ଅଧ୍ୟକ୍ଷଙ୍କ ବିରୋଧରେ ନିର୍ବାଚନ ଆଚରଣ ଵିଧି ଉଲ୍ଲଂଘନ ଅଭିଯୋଗ ଆଣିଛି ବିଜେଡି । ଗଣ୍ଡ ସମାଜକୁ ପ୍ରଲୋଭିତ କରିବାକୁ କଲେଜ ଭିତରେ ବୈଠକ କରି ଉପନିର୍ବାଚନ ସମୟରେ ନିତ୍ୟାନନ୍ଦ ଗଣ୍ଡ କିଛି ନିୟମ ବିରୋଧୀ ପ୍ରତିଶୃତି ଦେଇଥିବା ଅଭିଯୋଗ କରିଛି ବିଜେଡି ।

ଏହା ବିରୋଧରେ ବିଜେଡିର ଏକ ଟିମ ରାଜ୍ୟ ମୁଖ୍ୟ ନିର୍ବାଚନଙ୍କ ପାଖରେ ଫେରାଦ ହୋଇଛି । CEO ମଧ୍ୟ ଏହାକୁ ଗୁରୁତର ଭାବେ ନେଇ ଉଚିତ ଆକ୍ସନ ନେବାକୁ ପ୍ରତିଶୃତି ଦେଇଥିବା ବିଜେଡି ସୂଚନା ଦେଇଛି । ପ୍ରଥମେ ପ୍ରାର୍ଥୀ ଚୋରି ଓ ଏବେ ନିର୍ବାଚନ ହାରିବା ଭୟ ଯୋଗୁଁ ବିଜେପି ଏପରି କରୁଥିବା ବିଜେଡି ଅଭିଯୋଗ କରିଛି ।