ଭୁବନେଶ୍ବର : ସଦୃଶ ଲଘୁଚାପରେ ପରିଣତ ହୋଇଛି ବାତ୍ୟା ମୋନ୍ଥା । ପ୍ରଭାବରେ ଆହୁରି ୩ ଦିନ ଭିଜିବ ଓଡିଶା । ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା ହେଉଥିବା ବେଳେ କାଲିଠୁ କମିବ ବର୍ଷାର ପରିମାଣ । ଆସନ୍ତାକାଲି ଉତ୍ତର ଉପକୂଳ ଓଡିଶାର ୧୫ ଜିଲ୍ଲା ବରଗଡ଼, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, କେନ୍ଦୁଝର, ମୟୁରଭଞ୍ଜ, ଦେଓଗଡ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କଟକ, କେନ୍ଦ୍ରାପଡା, ଯାଜପୁର ଓ ବାଲେଶ୍ୱରକୁ ବିଜୁଳି ଘଡଘଡି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧ ତାରଖ ଯାଏ ପାଗରେ ପରିବର୍ତ୍ତନ ହେବନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଅନ୍ୟପଟେ ବର୍ତ୍ତମାନ ଥାଇଲାଣ୍ଡର ଗଲ୍ଫ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଯାହା ଅଧିକ ଘନୀଭୂତ ହୋଇ ଲଘୁଚାପର ରୂପ ନେଇପାରେ ବୋଲି ଆକଳନ କରିଛି ବିଭାଗ । କିନ୍ତୁ ଏହାର ପ୍ରଭାବ ଓଡିଶା ଉପରେ ରହିବ କି ନାହିଁ ତାହା ବର୍ତ୍ତମାନ ଯାଏଁ ସ୍ପଷ୍ଟ ହୋଇନାହିଁ । ପାଣିପାଗ ବିଶେଷଜ୍ଞଙ୍କ ମତ ଅନୁସାରେ ଆସନ୍ତା ୨ ତାରିଖରୁ ସାରା ରାଜ୍ୟରେ ଶୀତ ଅନୁଭୂତ ହେବ । ଅନ୍ୟପଟେ ରାଜ୍ୟକୁ ବହୁଛି ଉତ୍ତରା ଶୁଷ୍କ ଥଣ୍ଡା ପବନ । ଯାହାର ପ୍ରଭାବରେ ଆସନ୍ତାକାଲିଠୁ ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ୧ ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ କମିବ ରାତ୍ରି ତପମାତ୍ରା । ଆସନ୍ତା ୨ ତାରିଖରୁ ସାରା ରାଜ୍ୟରେ କମିବ ରାତ୍ରି ତପମାତ୍ରା । ରାଜ୍ୟରେ ଶୀତ ଅନୁଭୂତ ହେବ । ୨ ରୁ ୩ ଦିନ ମଧ୍ୟରେ ୩ ରୁ ୪ ଡିଗ୍ରୀ କମିବ ରାତ୍ରି ତାପମାତ୍ର। ଚଳିତ ବର୍ଷ ଶୀତ ବିଳମ୍ବରେ ଆସିଥିବାବେଳେ ଶୀତ ଅବଧି କମ ରହିବ ।

