ବିଞ୍ଝାରପୁର : ରାଜ୍ୟରେ ବିପର୍ଯ୍ୟସ୍ତ ସ୍ଵାସ୍ଥ୍ୟ ବ୍ୟବସ୍ଥା । ସରକାରୀ ଡାକ୍ତରଖାନାରେ ସିକୁରିଟି ଗାର୍ଡ ମାପୁଛନ୍ତି ରୋଗୀଙ୍କ ବ୍ଲଡ଼ ପ୍ରେସର | ପ୍ରେସର ମାପିବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି ଡ୍ୟୁଟିରେ ଥିବା ଡାକ୍ତର | ଏଭଳି ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ | ଅଭିଯୋଗ ଅନୁଯାୟୀ ଡ୍ୟୁଟିରେ ଥିବା ଡାକ୍ତର ବିନ୍ଦୁସାଗର ସାମଲ ଆଉଟଡୋରରେ ରୋଗୀ ଦେଖୁଥିବା ବେଳେ ଜଣେ ବୃଦ୍ଧ ରୋଗୀଙ୍କ ପ୍ରେସର ମାପିବା ପାଇଁ ବାହାରେ ଥିବା ସିକ୍ୟୁରିଟି ଗାର୍ଡଙ୍କ ନିକଟକୁ ପଠାଇଥିଲେ । ଯାହାକୁ ନେଇ ଡାକ୍ତରଙ୍କୁ ପ୍ରଶ୍ନ କରିବାରୁ ସେ ମଧ୍ୟ ଘଟଣାକୁ ସ୍ଵିକାର କରିବା ସହ ଭିଡ ଥିଲେ ସିକୁରିଟିମାନଙ୍କୁ ରୋଗୀଙ୍କ ବ୍ଲଡ଼ ପ୍ରେସର ମାପିବା ପାଇଁ କହିଥାଉ ବୋଲି କହିଛନ୍ତି । ଅନ୍ୟପଟେ ସିକ୍ୟୁରିଟି ଗାର୍ଡ ରୋଗୀଙ୍କ ପ୍ରେସର ମାପିବା ସମ୍ପୂର୍ଣ ଭୁଲ । କେବଳ ନର୍ସିଙ୍ଗ ଷ୍ଟାଫମାନେ ହିଁ ରୋଗୀଙ୍କ ବ୍ଲଡ଼ ପ୍ରେସର ମାପି ପାରିବେ ବୋଲି କହିଛନ୍ତି ବିଞ୍ଝାରପୁର ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ | ଏନେଇ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଲିପାରିନାହିଁ ।

