spot_img

Latest Posts

ଅନଲାଇନ ଯୁଗ ଛଡ଼ାଇ ନେଲା କୌଳିକ ବୃତ୍ତି

କଟକ : ଅନଲାଇନ ଯୁଗ ଛଡ଼ାଇ ନେଲା କୌଳିକ ବୃତ୍ତି। ହାତ ବାନ୍ଧି ପଡ଼ିରହିଛନ୍ତି ପରିବାର। ବାପ ଅଜା ଅମଳରୁ ଚାଲିଆସିଥିବା ବୃତ୍ତି ବନ୍ଦ ହୋଇଯାଇଥିବାରୁ ଅନ୍ଧାର ଭବିଷ୍ୟତରେ ଭୁଜଙ୍ଗ ଦାସଙ୍କ ପରିବାର। ଜୋତା ଚପଲ ଅର୍ଡର ଦେଇ ବନେଇବା ତ ଦୂରର କଥା ଜୋତା ଚପଲ ସିଲେଇ କରିବାକୁ ଲୋକ ଆସୁନାହାନ୍ତି। । ପି.ଏମ୍. ବିଶ୍ଵକର୍ମା ଯୋଜନାରେ ଦୁଇ ବର୍ଷ ହେଲା ପଞ୍ଜିକୃତ ହୋଇ ମଧ୍ୟ ନିରାଶ। କଟକ ଫିରିଙ୍ଗି ବଜାର ଅଞ୍ଚଳର ହରିଙ୍କ ପୁଅ ଦୀନବନ୍ଧୁ ଦାସ କହିଛନ୍ତି ୧୪ ପିଢ଼ି ଧରି ଏହି ମୋଚି କାରିଗର ବୃତ୍ତି କରିଆସୁଛୁ । ବ୍ରିଟିଶ ଅମଳରେ ଜୋତା ଚପଲ ସବୁ ଏହିଠାରୁ ହିଁ ପ୍ରସ୍ତୁତ ହେଉଥିଲା । ଏପରିକି ମଧୁ ବାରିଷ୍ଟରଙ୍କ ଜୋତା ମଧ୍ୟ ଆମ ଦୋକାନକୁ ସିଲେଇ ହେବାକୁ ଆସେ । ହେଲେ ଏବେ ଭାଙ୍ଗିଯାଇଛି ମେରୁଦଣ୍ଡ।
ଯୁବପିଢ଼ିଙ୍କ କହିବା କଥା ଜୋତା ସିଲେଇ କରିବାକୁ ଗଲେ ଦେବାକୁ ପଡୁଛି ଅତିକମରେ ୧୦୦ ଟଙ୍କା। ପଲିସ କରିବାକୁ ହେଲେ ପଡୁଛି ୫୦ ଟଙ୍କା । ସେହି ପଚାଶ ଶହେ ଟଙ୍କାରେ ଅନଲାଇନରେ ଉପଲବ୍ଧ ହେଉଛି ବିଭିନ୍ନ ଭେରାଇଟିର ଜୋତା । ତା’କୁ କାହିଁକି ନ ମଗେଇବୁ । ତଥାପି କିଛି ପୁରୁଖା ଲୋକେ ଆଜି ବି ପସନ୍ଦ କରନ୍ତି ହାତ ସିଲେଇ ତିଆରି ଜୋତା ଚପଲ । ଗୋଟିଏ ପଟେ କୁଳ ବେଉସା ହରେଇବାକୁ ବସିଥିବା ବେଳେ ଅନ୍ୟ ପଟେ ପି. ଏମ୍. ବିଶ୍ଵକର୍ମା ଯୋଜନା ସାଜିଛି ପ୍ରହସନ । କୁଳ ବ୍ୟବସାୟ ବଞ୍ଚାଇ ରଖିବା ଲାଗି ରାତି ପାହିଲେ ଭରି ରହୁଛି ଆଶା ଓ ଆଶଙ୍କା।

Latest Posts

Don't Miss