ଜଗତସିଂହପୁର ଜିଲ୍ଲାରେ ବିକାଶ ଠପ୍ । ଦୀର୍ଘ ମାସ ହେଲା ଗାଁ ଗହଳିରେ ହେଉନାହିଁ ବିକାଶମୂଳକ କାମ । ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଜଗତସିଂହପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା କନକ ପ୍ରଭା ଲେଙ୍କା ଓ ନାଉଗାଁ ପଞ୍ଚାୟତ ସିମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କା ଓ ପଞ୍ଚାୟତ ପ୍ରତିନିଧି ମାନେ ଜିଲ୍ଲାପାଳଙ୍କୁ ଭେଟି ନିଜ ନିଜ ଅଞ୍ଚଳରେ କୌଣସି ଉନ୍ନୟନମୂଳକ କାମ ହେଉନଥିବା ଅଭିଯୋଗ କରିଛନ୍ତି । ଉନ୍ନୟନମୂଳକ କାମ ହେଉନଥିବାରୁ ସାଧାରଣ ଲୋକେ ବହୁ ହଇରାଣ ହେଉଛନ୍ତି । ହେଲେ ସ୍ଥାନୀୟ ବିଡ଼ିଓ ଦୃଷ୍ଟି ଦେଉନାହାନ୍ତି । ସମସ୍ୟା ସଂପର୍କରେ ଜିଲ୍ଲାପାଳ ଗୁରୁତ୍ଵ ନଦେଲେ ଆଗାମୀ ଦିନିରେ ବିଜେଡି ଜୋରଦାର ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।

