spot_img

Latest Posts

ବ୍ରେକଫାଷ୍ଟ ମିଟିଂରେ ସିଦ୍ଦରମୈୟା ଘୋଷଣା କଲେ, ସେ ଇସ୍ତଫା ଦେବେ

ବ୍ରେକଫାଷ୍ଟ ମିଟିଂରେ ସିଦ୍ଦରମୈୟା ଘୋଷଣା କଲେ, ସେ ଇସ୍ତଫା ଦେବେ। ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ। ଆଜି ହିଁ ସେ ଇସ୍ତଫା ଦେବେ ବୋଲି କ୍ୟାବିନେଟ ସହଯୋଗୀମାନଙ୍କୁ କହିଛନ୍ତି। ପଦ ଛାଡ଼ିବା ଆଗରୁ ସେ ବ୍ରେକ ଫାଷ୍ଟ ମିଟିଂ କରିଥିଲେ। ଏଥିରେ ଦେଖିବାକୁ ମିଳିଥିଲା ରୋଚକ ଦୃଶ୍ୟ। ଭାବୀ ମୁଖ୍ୟମନ୍ତ୍ରୀ ତଥା ଏବର ଉପମୁଖ୍ୟମନ୍ତ୍ରୀ ଡିକେ ଶିବ କୁମାର ପାଦ ଛୁଇଁ ସିଦ୍ଦରମୈୟାଙ୍କୁ ମୁଣ୍ଡିଆ ମାରିଥିଲେ। ଉଭୟେ ପରସ୍ପରକୁ ଆଲିଙ୍ଗନ କରିଥିଲେ। ରାଜ୍ୟପାଳ ବେଙ୍ଗଳୁରୁରେ ନ ଥିବା ସତ୍ତ୍ଵେ ଆଜି ହିଁ ଇସ୍ତଫା ଦେବେ ସିଦ୍ଦରମୈୟା। ଏ ନେଇ ହାଇକମାଣ୍ଡଙ୍କ ବୈଠକରେ ନିଷ୍ପତ୍ତି ହୋଇଥିଲା। ଆଜି ବ୍ରେକଫାଷ୍ଟ ମିଟିଂରେ ବରିଷ୍ଠ ନେତା ମନ୍ତ୍ରୀ, ବିଧାୟକମାନେ ଯୋଗ ଦେଇଥିଲେ। ଇସ୍ତଫା ଦେବା ପରେ ଆଜି ସଂଧ୍ୟାରେ ସିଦ୍ଦୁ ଦିଲ୍ଲୀ ଯିବେ ଓ ହାଇକମାଣ୍ଡଙ୍କ ସହିତ ଆଲୋଚନା କରିବେ। କ୍ଷମତା ହସ୍ତାନ୍ତର ନେଇ ବିସ୍ତୃତ ଆଲୋଚନ ହେବ ବୋଲି କୁହାଯାଉଛି। ତେବେ ହାଇକମାଣ୍ଡଙ୍କ ଅଫର୍ ଦିଲ୍ଲୀ ରାଜନୀତିକୁ ଯିବା ପାଇଁ ସେ ରାଜି ନୁହନ୍ତି ବୋଲି ଜଣାପଡ଼ିଛି। ତା ବଦଳରେ ଏମଏଲଏ ହୋଇ ବେଙ୍ଗଳୁରୁରେ ରହି ରାଜ୍ୟ ରାଜନୀତିରେ ଜଡ଼ିତ ହେବାକୁ ସେ ଇଚ୍ଛା ପ୍ରକାଶ କରିଥିବା ଜଣାପଡ଼ିଛି। ଆସନ୍ତକାଲି ବିଧାୟକ ଦଳ ବୈଠକ ବସିବ ବୋଲି ଜଣାପଡ଼ିଛି। ଏଥିରେ ଡିକେ ଶିବକୁମାର ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେବେ ।

Latest Posts

Don't Miss