spot_img

Latest Posts

ଗୋପରେ ବିଜେଡିର ଜନସମ୍ପର୍କ ପଦଯାତ୍ରା, ଦଳରେ ମିଶିଲେ ୫୦ରୁ ଅଧିକ କର୍ମୀ

ପୁରୀ: ପୁରୀ ଜିଲ୍ଲା ଗୋପ ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଓ ମିଶ୍ରଣ ପର୍ବ । ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଗୋପ ବ୍ଲକ ବିଜେଡି ସଭାପତି ମହେଶ୍ୱର ସ୍ୱାଇଁଙ୍କ ନେତୃତ୍ବରେ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିଲା। ସ୍ଥାନୀୟ ବଡତାର ପଞ୍ଚାୟତ ମଲ୍ଲେହେଶ୍ଵର ମନ୍ଦିର ପ୍ରାଙ୍ଗଣରୁ ଶତାଧିକ କାର୍ଯ୍ୟକର୍ତ୍ତା ଏକାଠି ହୋଇ ଜାତୀୟ ପିତା ମହାତ୍ମା ଗାନ୍ଧୀ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ସମ୍ପୂର୍ଣ୍ଣ ଅଞ୍ଚଳ ପରିକ୍ରମା ପରେ ବଡତରା ବଜାରରେ ଏହି ପଦଯାତ୍ରା ଶେଷ ହୋଇଥିଲା। ଏହି ଅବସରରେ ବଡତରା ତାରାଦେବୀ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ବୈଠକରେ ଗାନ୍ଧୀଙ୍କ ଜୀବନୀ ଉପରେ ଆଲୋକପାତ କରାଯାଇଥିଲା। ସ୍ଥାନୀୟ ବ୍ଲକ ବିଭିନ୍ନ ପଂଚାୟତର ପ୍ରାୟ ୫୦ରୁ ଅଧିକ ବିଜେପି ଓ କଂଗ୍ରେସ କର୍ମୀ ନିଜ ଦଳ ଛାଡ଼ି ବିଜେଡିରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟା ପୁଷ୍ପଲତା ସ୍ୱାଇଁ, ବିଜେଡି ନେତା ନିରଞ୍ଜନ ମହାପାତ୍ର, ଡ଼ଭାର ପଞ୍ଚାୟତ ବିଜେଡି ସଭାପତି ଗୌତମ ପଣ୍ଡାଙ୍କ ସହିତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Latest Posts

Don't Miss