spot_img

Latest Posts

ରାଜଧାନୀରେ ଫୁଟିଛି ଗୁଳି, ଗଡିଛି ମୁଣ୍ଡ !

ଭୁବନେଶ୍ବର : ପୁଣି ରାଜଧାନୀରେ ଫୁଟିଛି ଗୁଳି, ଗଡିଛି ମୁଣ୍ଡ । ବୁଧବାର ରାତିରେ ବଡଗଡ ଥାନା ଶିଶୁପାଳଗଡ଼ରେ ଗୁଳି ଫୁଟିଥିବା ବେଳେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଥାନା ବମିଖାଲରେ ଫୁଟିଛି ଗୁଳି । ଦୁର୍ବୃତ୍ତଙ୍କ ଗୁଳି ମାଡରେ ଟଳି ପଡ଼ିଛନ୍ତି ହଳଦୀପଡ଼ିଆର ସୋନୁ ନାୟକ । ରାତି ପାଖାପାଖି ୩ ଟା ସମୟରେ ଘଟିଛି ଗୁଳିକାଣ୍ଡ । ସୋନୁ ସହ ତାର ୪ ଜଣ ସାଙ୍ଗ ଗାଡ଼ିରେ ରସୁଲଗଡ ପେଟ୍ରୋଲ ଟାଙ୍କିକୁ ଯାଉଥିଲେ । ବମିଖାଲ ସରକାରୀ ବନ୍ଧୁକ ଦୋକାନ ଆଗରେ ପୂର୍ବରୁ ଛକି ରହିଥିବା କିଛି ଦୁର୍ବୁତ୍ତ ଅଟକାଇବା ସହ ପଏଣ୍ଟ ବ୍ଲାଙ୍କରୁ ସୋନୁ ମୁଣ୍ଡକୁ ଗୁଳିମାଡ କରିଥିଲେ । ଘଟଣାସ୍ଥଳରେ ସୋନୁ ଟଳି ପଡ଼ିଥିଲା । ଖବର ପାଇ ଲକ୍ଷ୍ମୀସାଗର ଥାନା ପୋଲିସ ପହଞ୍ଚି ଗୁରୁତର ଅବସ୍ଥାରେ ସୋନୁ କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।

Latest Posts

Don't Miss