spot_img

Latest Posts

ମାର୍କେଟକୁ ଆସିଲା ନୂଆ ଫିଟନେସ୍ ବ୍ୟାଣ୍ଡ: ୯୦ଦିନ ମାଗଣା ବ୍ୟବହାର କରନ୍ତୁ, ତାପରେ କିଣନ୍ତୁ

ନୂଆଦିଲ୍ଲୀ: ବିୟରେବଲ୍ ଡିଭାଇସ୍ ପ୍ରସ୍ତୁତ କରୁଥିବା ଆମେରିକାନ୍ କମ୍ପାନୀ ଫିଟବିଟ୍ ଭାରତରେ ନୂଆ ଫିଟବିଟ୍ ଚାର୍ଜ ୪ଲଞ୍ଚ କରିଛି। ଏହାର ଡିଜାଇନ୍ ପୂର୍ବ ଭଳି ରହିଛି କିନ୍ତୁ ଏଥିରେ ଅନେକ ଲାଟେଷ୍ଟ ଏବଂ ଆଡଭାନ୍ସଡ ଫିଚର ଦେଖିବାକୁ ମିଳିବ। ସିଙ୍ଗଲ ଚାର୍ଜରେ ଏହା ୭ଦିନ ଯାଏଁ ଚାଲିବ। ଏହା ୩ଟି ରଙ୍ଗରେ ବଜାରକୁ ଆସିବ। ଏହାର ସ୍ପେଶାଲ ଏଡିଶନ୍ ବ୍ଲାକ୍ କ୍ଲାସିକ୍ ବ୍ରାଣ୍ଡ ସହ ଆସିବ। ଏହାକୁ ଏରୋସ୍ପେସ୍ ଗ୍ରେଡ ଆଲୁମିନିୟମରେ ପ୍ରସ୍ତୁତ କରାଯାଇଛି। ଏଥିରେ ସ୍ଲିପ୍ ଟ୍ରେକିଂ ଏବଂ ଫିଟବିଟ-ପେ ଭଳି ଫିଚର୍ସ ମଧ୍ୟ ଆସିବ।

ଫିଟବିଟ ଚାର୍ଜ ୪ ବ୍ଲାକ୍,ରୋଜଉଡ ଏବଂ ଷ୍ଟର୍ମ ବ୍ଲାକ୍ /ବ୍ଲ୍ୟୁ କଲରରେ ଉପଲବ୍ଧ ହେବ। ଏହାର ମୂଲ୍ୟ ୧୪୯୯୯ ଟଙ୍କା ରହିବ। ଏହାର ସ୍ପେଶାଲ ଏଡିସନ୍ ଗ୍ରାନାଇଡ ରିଫ୍ଲେକ୍ଟିଭ କଲରର ମୂଲ୍ୟ ୧୬୯୯୯ ଟଙ୍କା ରଖାଯାଇଛି। ଳକଡାଉନକୁ ନଜରରେ ରଖି ଏହାର ବିକ୍ରି ତାରିଖ ଧାର୍ଯ୍ୟ କରାଯାଇନାହିଁ । ଏହାକୁ ଏହି ମାସରୁ ଅନଲାଇନ୍ କିମ୍ବା ଅଫଲାଇନ୍ ଷ୍ଟୋରରୁ କିଣାଯାଇପାରିବ। ଏହାର ପ୍ରିମିୟମ୍ କଷ୍ଟମର୍ସଙ୍କୁ ୯୦ଦିନର ଟ୍ରାୟଲ୍ ମଧ୍ୟ ଦିଆଯିବ।

ଫିଚର୍ସ  :

ବ୍ୟାଣ୍ଡରେ OLED ଟଚସ୍କ୍ରିନ୍ ରହିଛି। ଏହା ସିଙ୍ଗଲ୍ ଚାର୍ଜରେ ୭ଦିନ ଯାଏଁ ଚାଲିବ। ଲଗାତାର ଜିପିଏସ୍ ଚଲାଇଲେ ଏହା ୫ଘଣ୍ଟା କାମ କରିବ। ଚାର୍ଜ ହେବାକୁ ଏହା ୨ଘଣ୍ଟା ଲାଗିଥାଏ।
ଏହା ଓ୍ବାଟର ରେଜିଷ୍ଟେଣ୍ଟ ଏବଂ ୫୦ମିଟର ଗଭୀର ପାଣିରେ ମଧ୍ୟ କାମ କରିଥାଏ। ଏଥିରେ 24×7 ହାର୍ଟ ରେଟ୍ ମନିଟରିଂ ଫିଚର ମଧ୍ୟ ମିଳିଥାଏ।
ଏଥିରେ ୩- ଆକ୍ସିସ୍ ଏକ୍ସିରେଲୋମିଟର,ଅପ୍ଟିକାଲ୍ ହାର୍ଟ ରେଟ୍ ମନିଟର,ଜିପିଏସ୍,ଏନଏଫସି ଏବଂ ଏଲଟିମିଟର ଭଳି ସେନସର ମିଳିଥାଏ। ଏଥିରେ ଭାଇବ୍ରେସନ୍ ମିଟର ମଧ୍ୟ ଅଛି।
ବ୍ୟାଣ୍ଡରେ ସ୍ପଟିଫାଇ ଆପରେ ଚାଲୁଥିବା ମ୍ୟୁଜିକ୍ ମଧ୍ୟ କଣ୍ଟୋଲ୍ କରାଯାଇପାରିବ। ଏଥିରେ କଲସ୍,ମ୍ୟାସେଜ,ରିମାଇଣ୍ଡର ସମେତ ଅନେକ ନୋଟିଫିକେସନ୍ ଆଲର୍ଟ ମିଳିବ।
ଡିଜିଟାଲ ପେମେଣ୍ଟ ପାଇଁ ଏଥିରେ ଫିଟବିଟ ପେ ଫିଚର ମଧ୍ୟ ମିଳିଥାଏ,ଏଥିରେ ଗ୍ରାହକ ନିଜର କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡ଼କୁ ଫିଟବିଟ ଓ୍ବାଲେଟରେ କନେକ୍ଟ କରି ପାରିବେ।

Latest Posts

Don't Miss