spot_img

Latest Posts

ବଢୁନାହିଁ କି ଶିଶୁଙ୍କ ଉଚ୍ଚତା ? ସାବଧାନ… ଏହା ହୋଇପାରେ ଗ୍ରୋଥ ହରମୋନ ଅଭାବର ଲକ୍ଷଣ

ଗ୍ରୋଥ ହରମୋନ ଶରୀରର ଏକ ପଦାର୍ଥ ଅଟେ, ଯାହା ଶିଶୁ ମାନଙ୍କୁ ବଢ଼ିବାରେ ସାହାଯ୍ୟ କରିଥାଏ । ଏହା ମସ୍ତିଷ୍କରେ ଥିବା ପିଟ୍ୟୁଟାରୀ ଗ୍ରନ୍ଥି ଦ୍ୱାରା ପ୍ରସ୍ତୁତ ହୋଇଥାଏ, ଯାହା ଅନ୍ୟ ହରମୋନ ସୃଷ୍ଟି ପାଇଁ ମଧ୍ୟ ଦାୟୀ ଅଟେ । ଗ୍ରୋଥ ହରମୋନର ଅଭାବ ଅର୍ଥାତ ଗ୍ରୋଥ ହରମୋନ ଡେଫିସିଏନସି ସେତେବେଳେ ଦେଖାଦେଇଥାଏ ଯେତେବେଳେ ଶରୀର କୌଣସି ଶିଶୁକୁ ସାମାନ୍ୟ ଗତିରେ ବଢ଼ିବା ପାଇଁ ପର୍ଯ୍ୟପ୍ତ ପରିମାଣରେ ଗ୍ରୋଥ ହରମୋନ ପ୍ରସ୍ତୁତ କରିନଥାଏ । ଗ୍ରୋଥ ହରମୋନର ଅଭାବ ଦୁଇ ପ୍ରକାରର ହୋଇଥାଏ । ପ୍ରଥମଟି ହେଉଛି ଜନ୍ମଗତ ଯେଉଁଥିରେ ଶିଶୁ ଜନ୍ମ ହେବାବେଳେ ଏହି ସମସ୍ୟା ନେଇ ଜନ୍ମ ହୋଇଥାଏ ଏବଂ ଦ୍ୱିତୀୟଟି ହେଲା ହରମୋନ ସହିତ ଦେଖାଦେଉଥିବା ସମସ୍ୟା ।

ଶିଶୁ ମାନେ ଏହି ସମସ୍ୟା ଦେଇ ଜନ୍ମ ହୋଇଥିଲେ ମଧ୍ୟ କିଛି ଶିଶୁଙ୍କ ମଧ୍ୟରେ ଏହି ସମସ୍ୟା  ୬ରୁ ୧୨ ମାସ ପରେ ଦେଖାଦେଇଥାଏ । ଦ୍ୱିତୀୟ ଗ୍ରୋଥ ହରମୋନର ଅଭାବ ସେତେବେଳେ ଦେଖାଦେଇଥାଏ ଯେତେବେଳେ ଶରୀର ସାମାନ୍ୟ ରୂପରେ ବଢ଼ିବା ପାଇଁ ପର୍ଯ୍ୟାପ୍ତ ପରିମାଣର ଗ୍ରୋଥ ହରମୋନ ପ୍ରସ୍ତୁତ କରିନଥାଏ । ଏହା ପିଲାବେଳେ କେବେବି ଆରମ୍ଭ ହୋଇପାରେ ।

ଶିଶୁଙ୍କ ମଧ୍ୟରେ ଦେଖିବାକୁ ମିଳେ ଏହି ସବୁ ଲକ୍ଷଣ

ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ବେଳେ ଡାକ୍ତର ସର୍ବଦା ଶିଶୁଙ୍କ ଉଚ୍ଚତା ଦେଖିଥାନ୍ତି । ସମୟ ବିତିବା ସହ ଡାକ୍ତର ମାନେ ଜାଣିପାରନ୍ତି ଯେ, ଶିଶୁ କେତେ ଦୃତରେ ବଢ଼ୁଛି । ଯଦି ଶିଶୁ ନିଜ ବୟସ ତୁଳନାରେ ଧୀମା ଗତିରେ ବଢ଼ୁଛି, ତେବେ ତାକୁ ଗ୍ରୋଥ ଫେଲିଓର କୁହାଯାଏ । ସବୁଠୁ ଅଧିକ ଦେଖାଦେଉଥିବା ଲକ୍ଷଣ ମଧ୍ୟରୁ ଗୋଟିଏ ହେଉଛି ଉଚ୍ଚତା । ଏହାକୁ ବାଦ ଦେଲେ ଅନ୍ୟ ଶିଶୁ ତୁଳନାରେ ହାଇଟରେ ଛୋଟ ଦିଶିବା, ଯୌବନରେ ବିଳମ୍ବ, ବିଳମ୍ବରେ ଦାନ୍ତ ଉଠିବା, ନଖ ବଢ଼ିବାରେ ବିଳମ୍ବ, ମାଂସପେଶୀରେ ଦୁର୍ବଳତା, ଶକ୍ତି ହ୍ରାସ ପାଇବା, ପୁଅମାନଙ୍କ କ୍ଷେତ୍ରରେ ଜନ୍ମ ସମୟରୁ ଛୋଟ ଲିଙ୍ଗ, ଲୋ ବ୍ଲଡ ସୁଗାର ଆଦି ସାମିଲ ରହିଛି । ଶିଶୁଙ୍କ ମଧ୍ୟରେ ହରମୋନ ଡେଫିସିଏନସି ଦେଖିବା ପାଇଁ କିଛି ଟେଷ୍ଟ କରାଯାଇ ପାରିବ ଯେମିତିକି ରକ୍ତ ପରୀକ୍ଷା, ବୋନ ଏଜ ଏକ୍ସ-ରେ, ଜିଏଚ ସିମ୍ୟୁଲେସନ ଟେଷ୍ଟ, ବ୍ରେନ ଏମଆରଆଇ ଇତ୍ୟାଦି ।

ବୟସ୍କଙ୍କ ପାଖରେ ମଧ୍ୟ ଦେଖାଦେଇପାରେ ଏହି ସମସ୍ୟା

ଡାକ୍ତରଙ୍କ ସୂଚନା ଅନୁଯାୟୀ ବୟସ୍କଙ୍କ ମଧ୍ୟରେ ପିଟ୍ୟୁଟାରୀ ଟ୍ୟୁମର ବା ମସ୍ତିସ୍କରେ ଗମ୍ଭୀର ଆଘାତ କାରଣରୁ ଗ୍ରୋଥ ହରମୋନ ଡେଭିସିଏନସି ହେବାର ସମ୍ଭାବନା ରହିଛି । ଏଥିରେ କିଛି ଲକ୍ଷଣ ଦେଖାଦେଇପାରେ ଯେମିତିକି ଶରୀରର ଗଠନ ବଦଳିବା, ଅଷ୍ଟ୍ରିୟୋପୋରୋସିସ, ମାଂସପେଶୀ ଗୁଡ଼ିକର ଶକ୍ତି ହ୍ରାସ ପାଇବା, ଉର୍ଜା କମିଯିବା, ଏଲଡିଏ କୋଲେଷ୍ଟୋଲ ବୃଦ୍ଧି ପାଇବା ବା କାର୍ଡିଆକ ଫଙ୍କସନ ଅସ୍ଥିର ହେବା ।

ସବୁଦିନ ଇଞ୍ଜେକସନ ନେବାର ଆବଶ୍ୟକତା ରହିଛି

ଗ୍ରୋଥ ହରମୋନ ଡେଫିସିଏନସିର ଉପଚାର ପାଇଁ ପ୍ରତିଦିନ ଇଞ୍ଜେକସନ ନେବା ଜରୁରୀ ଅଟେ । ଯଦି ପିଲାଦିନରୁ ବୟସ୍କ ପର୍ଯ୍ୟନ୍ତ ଏହି ଗ୍ରୋଥ ହରମୋନ୍ ଅଭାବ ଉପରେ କାର୍ଯ୍ୟ କରାଯାଏ, ତେବେ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ଗ୍ରୋଥ ହରମୋନ୍ ସ୍ୱାଭାବିକ ହୋଇପାରେ । ବୟସ୍କଙ୍କ ପାଇଁ ଗ୍ରୋଥ ହରମୋନ୍ ସ୍ତର ସାଧାରଣ କିମ୍ବା କମ୍ ହୋଇପାରେ ।

Latest Posts

Don't Miss