ବିଶ୍ୱରେ କରୋନା କହର । ଆମେରିକାରେ ଗୋଟିଏ ଦିନରେ ୨ହଜାର ମୃତ, କେବଳ ନ୍ୟୁୟର୍କରେ ଗଲା ୭ଶହରୁ ଅଧିକ ଜୀବନ । ଇଟାଲୀ, ଫ୍ରାନ୍ସ, ସ୍ପେନ୍ରେ ବି ସ୍ଥିତି ସଂଗୀନ । ଲକ୍ଷେ ଟପିଲା ସଂକ୍ରମିତ ସଂଖ୍ୟା ।
ଦେଶରେ କରୋନା ସ୍ଥିତି ସାଂଘାତିକ, ୫ ହଜାର ୯ଶହ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, କେବଳ ମହାରାଷ୍ଟ୍ରରେ ୧୧ ଶହ ପାର୍ । ତାମିଲନାଡୁ, ଦିଲ୍ଲୀରେ ସ୍ଥିତି ଅଣାୟତ୍ତ, ୨୪ ଘଣ୍ଟାରେ ଆସିଲା ୭ଶହରୁ ଅଧିକ ନୂଆ ମାମଲା ।
ଦେଶରେ କରୋନା ସ୍ଥିତି ସାଂଘାତିକ, ୫ ହଜାର ୯ଶହ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, କେବଳ ମହାରାଷ୍ଟ୍ରରେ ୧୧ ଶହ ପାର୍ । ତାମିଲନାଡୁ, ଦିଲ୍ଲୀରେ ସ୍ଥିତି ଅଣାୟତ୍ତ, ୨୪ ଘଣ୍ଟାରେ ଆସିଲା ୭ଶହରୁ ଅଧିକ ନୂଆ ମାମଲା ।
ଲକ୍ ଡାଉନ୍ ବେଳେ ଅନଲାଇନରେ ଅର୍ଡର କଲେ ଘରେ ପହଞ୍ଚିବ ଔଷଧ । ବିଏମ୍ସି ପକ୍ଷରୁ ଭୁବନେଶ୍ୱରରେ ୧୨୧ଦୋକାନ ଚିହ୍ନଟ । ସେପଟେ ଖୋଲିଛି ୪୪ଟି ଅସ୍ଥାୟୀ ମାର୍କେଟ୍, କିଣାକିଣି ବେଳେ ସାମାଜିକ ଦୂରତାକୁ ଗୁରୁତ୍ୱ ।
ଲକ୍ ଡାଉନ୍ ବେଳେ ଅନଲାଇନରେ ଅର୍ଡର କଲେ ଘରେ ପହଞ୍ଚିବ ଔଷଧ । ବିଏମ୍ସି ପକ୍ଷରୁ ଭୁବନେଶ୍ୱରରେ ୧୨୧ଦୋକାନ ଚିହ୍ନଟ । ସେପଟେ ଖୋଲିଛି ୪୪ଟି ଅସ୍ଥାୟୀ ମାର୍କେଟ୍, କିଣାକିଣି ବେଳେ ସାମାଜିକ ଦୂରତାକୁ ଗୁରୁତ୍ୱ ।
ମାସ୍କ ବିନା ଘରୁ ବାହାରିବା ମନା । କରୋନା ସଂକ୍ରମଣ ରୋକିବାକୁ ଆଜିଠୁ ନିୟମ କଡ଼ାକଡ଼ି । ସେପଟେ ଗଞ୍ଜାମ ଜିଲ୍ଲାରେ ମାସ୍କ ନିପନ୍ଧିଲେ ମିଳିବନି ରାସନ କି ପରିବା । ଟ୍ୱିଟ୍ କରି ସୂଚନା ଦେଲେ ଜିଲ୍ଲାପାଳ ।
ମାସ୍କ ବିନା ଘରୁ ବାହାରିବା ମନା । କରୋନା ସଂକ୍ରମଣ ରୋକିବାକୁ ଆଜିଠୁ ନିୟମ କଡ଼ାକଡ଼ି । ସେପଟେ ଗଞ୍ଜାମ ଜିଲ୍ଲାରେ ମାସ୍କ ନିପନ୍ଧିଲେ ମିଳିବନି ରାସନ କି ପରିବା । ଟ୍ୱିଟ୍ କରି ସୂଚନା ଦେଲେ ଜିଲ୍ଲାପାଳ ।
ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍ଫରେନ୍ସିଂରେ ଆଲୋଚନା । ବିଧାୟକଙ୍କ ହାତପାଣ୍ଠି ୨ବର୍ଷ ସ୍ଥଗିତ ରଖିବାକୁ ହୋଇପାରେ ନିଷ୍ପତ୍ତି । କରୋନା ମୁକାବିଲା ନେଇ ଚର୍ଚ୍ଚା ।
ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍ଫରେନ୍ସିଂରେ ଆଲୋଚନା । ବିଧାୟକଙ୍କ ହାତପାଣ୍ଠି ୨ବର୍ଷ ସ୍ଥଗିତ ରଖିବାକୁ ହୋଇପାରେ ନିଷ୍ପତ୍ତି । କରୋନା ମୁକାବିଲା ନେଇ ଚର୍ଚ୍ଚା ।
କାହିଁକି କାନ୍ଦୁଛନ୍ତି କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ଏହି ନର୍ସ ?
ନ୍ୟୁୟର୍କ: ସାରା ବିଶ୍ୱରେ କରୋନା ଭାଇରସ ତାର କାୟା ବସ୍ତାର କରିବାରେ ଲାଗିଛି । କରୋନାଠୁ ବଞ୍ଚିବା ଏକ ପ୍ରକାର ମୁସ୍କିଲ ହୋଇଗଲାଣି । ରୋଗୀଙ୍କ ଜୀବନ ବଞ୍ଚାଇବାକୁ ଯାଇ ଡାକ୍ତର ଏବଂ ନର୍ସମାନେ ମଧ୍ୟ ସଂକ୍ରମିତ ହେଉଛନ୍ତି ।
ଅନେକ ଡାକ୍ତର ଏବଂ ଡାକ୍ତରୀ କର୍ମଚାରୀ ସଂକ୍ରମିତ ହୋଇଥିବା ବେଳେ ଏବଂ ସେମାନଙ୍କ ମଧ୍ୟରୁ କେତେକଙ୍କର ମୃତ୍ୟୁ ମଧ୍ୟ ହେଲାଣି । ଏହାର କରାଣ ମଧ୍ୟ ରହିଛି, କରୋନା ରୋଗୀଙ୍କ ଚିକିତ୍ସା ସମୟରେ ଡାକ୍ତର ଏବଂ ଅନ୍ୟ କର୍ମଚାରୀମାନେ ବ୍ୟକ୍ତିଗତ ସୁରକ୍ଷା ପାଇଁ PPE ଉପକରଣ ଆବଶ୍ୟକ କରନ୍ତି । କିନ୍ତୁ ଅନେକ ଦେଶରେ PPE ର ଅଭାବ ରହିଛି । ଏହି ସମୟରେ ଆମେରିକାର ନର୍ସଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ଡାକ୍ତରଖାନାରେ ପର୍ଯ୍ୟାପ୍ତ ପରିମାଣର ମାସ୍କ ଏବଂ PPE ନଥିବା କଥା କହୁଛନ୍ତି ।

୩୦ ବର୍ଷିୟ ଇମରିସ୍ ବେରା ଆମେରିକାର ଇଲିନୋଇସର ଏକ ହସ୍ପିଟାଲର ଆଇସିୟୁରେ କାର୍ଯ୍ୟ କରୁଥିବା ବେଳେ ଡାକ୍ତରଖାନାରେ ପର୍ଯ୍ୟାପ୍ତ ମାସ୍କ ଏବଂ ଅନ୍ୟାନ୍ୟ ଯନ୍ତ୍ରପାତି ଅଭାବରୁ ସେ ଏପ୍ରିଲ ଶେଷରେ ଚାକିରି ଛାଡିଛନ୍ତି ।

୩୦ ଏପ୍ରିଲରେ ଯେତେବେଳେ ନର୍ସ ହସ୍ପିଟାଲରେ ପହଞ୍ଚିଲେ, ସେଠାରେ ପର୍ଯ୍ୟାପ୍ତ ପରିମାଣର ମାସ୍କ ନଥିଲା । ନର୍ସ ଦାବି କରିଛନ୍ତି ଯେ, ଯେତେବେଳେ ସେ ନିଜ PPE ବ୍ୟବହାର କରିବାକୁ ଚେଷ୍ଟା କଲେ, ମ୍ୟାନେଜର ତାଙ୍କୁ ଅଟକାଇଲେ । କୁହାଯାଉଛି ଯେ ଏହା ନିୟମ ବିରୁଦ୍ଧ ହୋଇଥିବାରୁ ତାଙ୍କୁ ଏପରି କୁହାଗଲା ।

ଇମରିସ୍ ତାଙ୍କ ଭଉଣୀ ସହିତ ରୁହନ୍ତି ଯିଏ ଏକ ଭୟଙ୍କର ରୋଗ ସହିତ ସଂଘର୍ଷ କରୁଛନ୍ତି । ଇମ୍ରିସ୍ କହିଛନ୍ତି ଯେ ଯଦି ସେ କରୋନାରେ ସଂକ୍ରମିତ ହୁଅନ୍ତି, ତେବେ ତାଙ୍କ ସହ ତାଙ୍କ ଭଉଣୀଙ୍କ ଜୀବନ ବିପଦରେ ପଡିପାରେ ।

ଇମରିସ୍ କହିଛନ୍ତି ଯେ, ମୁଁ ଜାଣେ ଯେ ମୋର ଆବଶ୍ୟକତା ଅଛି । ମୁଁ ସାହାଯ୍ୟ କରିବାକୁ ଚାହୁଁଛି କିନ୍ତୁ ମୋତେ ଲାଗୁଛି, ମୁଁ କର୍ମ କରିଲେ ମୋ କର୍ତ୍ତବ୍ୟରେ ଅବହେଳା ହେଉଛି, ଏବଂ ମୋ ଜୀବନ ଏବଂ ମୋ ପରିବାରର ସୁରକ୍ଷାର ମୁଲ୍ୟ ମୋତେ ଦେବାକୁ ପଡ଼ୁଛି ତେଣୁ ମୁଁ ଏସବୁ କରିପାରିବି ନାହଁ। ‘
ସୂଚନା ଅନୁଯାୟୀ, ଇମରିସ କହିଛନ୍ତି ଯେ ଯଦି ଜୈବିକ ଯୁଦ୍ଧ ହୁଏ, ତେବେ ତୁମେ ତୁମର ସୈନିକମାନଙ୍କୁ ବିନା ଗ୍ୟାସ ମାସ୍କ ପଠାଉ ନାହଁ । କିମ୍ବା ଯଦି ବନ୍ଧୁକ ସହିତ ଲଢେଇ କରୁଛ, ଆମେ ଛୁରୀ ସହିତ ମଧ୍ୟ ପଠାଉ ନାହୁଁ । ସେହିଭଳି ଡାକ୍ତରୀ କର୍ମଚାରୀଙ୍କ ସୁରକ୍ଷା ମଧ୍ୟ ସୁନିଶ୍ଚିତ କରାଯିବା ଉଚିତ୍ । ଇମରିସ୍ କହିଛନ୍ତି ଯେ ସେ ବର୍ତ୍ତମାନ ଆମେରିକାରେ କାର୍ଯ୍ୟ କରୁଥିବା ଲକ୍ଷ ଲକ୍ଷ ନର୍ସଙ୍କ ସ୍ୱର ହେବାକୁ ଚାହୁଁଛନ୍ତି।
ସାରା ବିଶ୍ୱରେ ପ୍ରାଣ ହରାଇଲେଣି ୮୮ ହଜାର, ଭାରତରେ ୧୬୬ ଜଣ
ନୂଆଦିଲ୍ଲୀ: କାୟାବିସ୍ତାର କରିବାରେ ଲାଗିଛି କରୋନା । ଦିନ ଗଡ଼ିବା ସହ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଉ ଏହା ସାଙ୍ଗକୁ ବଢ଼ିଚାଲିଛି ମୃତକଙ୍କ ସଂଖ୍ୟା । କିଛି ସଂଖ୍ୟା ଲୋକ ସୁସ୍ଥ ମଧ୍ୟ ହୋଇଛନ୍ତି । ଆକ୍ରାନ୍ତଙ୍କ ହାର୍ ଅନୁଯାୟୀ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା କମ୍ । ଗୁରୁବାର ସକାଳ ସୁଦ୍ଧା ସାରା ବିଶ୍ୱରେ ମୋଟ ୧୫ ଲକ୍ଷ ୧୮ ହଜାର ୭୧୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୮୮ ହଜାର ୫୦୨ରେ ପହଞ୍ଚିଛି ।
![]()
ଇତିମଧ୍ୟରେ ୩ଲକ୍ଷ ୩୦ ୫୮୯ ଜଣ ସୁସ୍ଥ ହୋଇ ଘରକୁ ମଧ୍ୟ ଫେରିଛନ୍ତି । ଆମେରିକାରେ ଏକ ପ୍ରକାର ଅଣାୟତ୍ତ ହୋଇଛି କରୋନା । ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୧୯୪୦ ଜଣଙ୍କ ମୃତ୍ୟୁ ଘଟିଛି । ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୩୫ ହଜାର ୧୨୮ରେ ପହଞ୍ଚିଥିବାବେଳେ ୧୪ହଜାର ୭୯୫ ଜଣଙ୍କ ମୃତ୍ୟୁ ଘଟିଛି । ସ୍ପେନ୍ରେ ୧ଲକ୍ଷ ୪୮ ହଜରା ୨୨୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୪ ହଜାର ୭୯୨ ଜଣଙ୍କ ମୃତ୍ୟୁ ହୋଇଛି ।

ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ଅନୁଯାୟୀ ଇଟାଲୀରେ ତୃତୀୟ ସ୍ଥାନରେ ରହିଥିବା ବେଳେ ମୃତକଙ୍କ ସଂଖ୍ୟା ଇଟାଲୀରେ ସର୍ବାଧିକ । ଇଟାଲୀରେ ମୋଟ ୧ଲକ୍ଷ ୩୯ ହଜାର ୪୨୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୭ ହଜାର ୬୬୯ ଜଣଙ୍କ ମୃତ୍ୟୁ ଘଟିଛି ।
ବଲିଉଡ୍ ଅଭିନେତ୍ରୀ ତଥା ରାଜନେତା ଜୟା ବଚ୍ଚନଙ୍କ ଆଜି ଜନ୍ମଦିନ
ଭୁବନେଶ୍ୱର: ହିନ୍ଦୀ ଫିଲ୍ମ ଜଗତର ଜଣେ ସୁପରିଚିତ ଅଭିନେତ୍ରୀ ହେଉଛନ୍ତି ଜୟା ବଚ୍ଚନ । ଜଣେ ଅଭିନେତ୍ରୀ ଭାବେ ସେ କେବଳ ପରିଚିତ ନୁହଁନ୍ତି, ଜଣେ ସାଂସଦ ଭାବରେ ତାଙ୍କର ରହିଛି ସୁଖ୍ୟାତି । ତାଙ୍କର ପୂରାନାମ ହେଉଛି ଜୟାଭାଦୁରୀ ବଚ୍ଚନ । ଜୟାଭାଦୁରୀଙ୍କର ଜନ୍ମ ହୁଏ ୦୯ ଏପ୍ରିଲ ୧୯୪୮ ମଧ୍ୟପ୍ରଦେଶର ଜବଲପୁରରେ । ତାଙ୍କର ଫିଲ୍ମ କ୍ୟାରିଅର ଆରମ୍ଭ ହୁଏ ସତ୍ୟଜିତ ରାୟଙ୍କ ‘ମୃହାନଗର’ ନାମକ ବେଙ୍ଗଲୀ ଫିଲ୍ମରୁ । ୧୫ ବର୍ଷ ବୟସରେ ଜୟା ଅଭିନୟରେ ପାଦ ଥାପନ୍ତି
ଏହାପରେ ସେ ସତ୍ୟଜିତ ରାୟଙ୍କ ପ୍ରେରଣା ପାଇ ଏଫ୍ଟିଆଇ ପୁନେରେ ଅଭିନୟ ଶିକ୍ଷା ଗ୍ରହଣ କରି ଗୋଲ୍ଡ ମେଡ଼ାଲ ସହ ଉତ୍ତୀର୍ଣ୍ଣ ହୁଅନ୍ତି । ଏହାପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି । ଫିଲ୍ମ କ୍ୟାରିଅରରେ ରଖିଛନ୍ତି ସଫଳତାର ଗୋଟିଏ ଗୋଟିଏ ପାଦ । ୧୯୭୩ରେ ଜୱାନୀ ଦିୱାନୀ, ଅନାମିକା, ଉପହାର, ପିୟା କା ଘର, କୋଶିଶ ଆଦି ଚଳଚ୍ଚିତ୍ରରେ ତାଙ୍କର ଅଭିନୟର ଛାପ ବେଶ୍ ବାରି ହୋଇପଡ଼େ । ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ସହ ‘ବଂଶୀ ବିରଜୁ’ଫିଲ୍ମରେ ସେ ପ୍ରଥମେ ଅଭିନୟ କରିଥିଲେ ‘ସୋଲେ’ଫିଲ୍ମରେ ଅଭିନୟ କରିବା ପୂର୍ବରୁ ସେ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ପତି ରୂପେ ଗ୍ରହଣ କରନ୍ତି । ଏହାପରେ କିଛିଦିନ ପାଇଁ ସେ ଚଳଚ୍ଚିତ୍ର ଅଭିନୟରୁ ବିରତି ନିଅନ୍ତି । ପରେ ‘କଭି ଖୁସି କଭି ଗମ୍’,’କଲ ହୋ ନା ହୋ’ଆଦି ଫିଲ୍ମରେ ଚମୃତ୍କାର ଅଭିନୟ କରିଛନ୍ତି । ସେ ଜଣେ ସାଂସଦ ଭାବେ ଉତ୍ତରପ୍ରଦେଶରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରି ମହିଳାମାନଙ୍କ ସମସ୍ୟା, ଦେଶର ବିଭିନ୍ନ ସମସ୍ୟା ଓ ପ୍ରସଙ୍ଗ ଉପରେ ନିଜର ଦୃଢ ମତ ରଖିଛନ୍ତି । ହିନ୍ଦୀ ଫିଲ୍ମ ଜଗତ ପ୍ରତି ତାଙ୍କର ଉଲ୍ଲେଖନୀୟ ଅବଦାନକୁ ସମ୍ମାନ ଜଣେଇ ବିଭିନ୍ନ ଅନୁଷ୍ଠାନ ତରଫରୁ ମିଳିଛି ବହୁ ସମ୍ମାନ ଓ ସ୍ୱୀକୃତି । ଫିଲ୍ମ ଫେୟାର ଆୱାର୍ଡ, ଆଇଫା ଆୱାର୍ଡ, ଜି ସିନେ ଆଓ୍ୱାର୍ଡ ସହ ୨୦୧୭ରେ ବେଷ୍ଟ ପାର୍ଲାମେଣ୍ଟାରିଆନ ଆୱାର୍ଡ ମଧ୍ୟ ଜିତିଛନ୍ତି । ମାନନୀୟା ସାଂସଦ ତଥା ଅଭିନେତ୍ରୀ ଜୟାବଚ୍ଚନଙ୍କ ଆଜି ଶୁଭ ଜନ୍ମ ଦିନରେ ନନ୍ଦିଘୋଷ ପରିବାର ପକ୍ଷରୁ ଅଜସ୍ର ଶୁଭେଚ୍ଛା ଓ ଶୁଭକାମନା ।
ବଦଳିଲା ଟ୍ରମ୍ପଙ୍କ ସ୍ୱର: ପ୍ରଧାନମନ୍ତ୍ରୀ ମୋଦି ଓ ଭାରତୀୟଙ୍କୁ ଜଣାଇଲେ ଧନ୍ୟବାଦ
ନୂଆଦିଲ୍ଲୀ: ହାଇଡ୍ରୋକ୍ସିକ୍ଲୋରୋକୁଇନ୍ (HCQ)ର ରପ୍ତାନୀ ଉପରୁ ପ୍ରତିବନ୍ଧକ ଉଠାଇଛି ଭାରତ । ମହାମାରୀ କରୋନା ଯୋଗୁଁ ଗମ୍ଭୀର ପରିସ୍ଥିତି ଦେଇ ଗତି କରୁଥିବା ଆମେରିକାକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ (HCQ)ରପ୍ତାନୀ ନେଇ ମଞ୍ଜୁରୀ ଦେଇଛନ୍ତି ଭାରତ ସରକାର । ଏହାପରେ ବଦଳିଛି ଆମେରିକା ରାଷ୍ଟ୍ରପତିଙ୍କ ସ୍ୱର ।

ଭାରତ ସରକାରଙ୍କ ଏଭଳି ନିଷ୍ପତ୍ତିରେ ବହୁତ ଖୁସି ହୋଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ବୁଧବାର ଦିନ ଟ୍ୱିଟ୍ କରି ଭାରତ ପ୍ରତି ତାଙ୍କ କୃତଜ୍ଞତା ଜ୍ଞାପନ କରିଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତୀୟ ଲୋକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଏଥିସହିତ ସେ ଆହୁରି କହିଛନ୍ତି ଯେ, ଭାରତର ଏହି ସାହାଯ୍ୟକୁ ଭୁଲିହେବନି ।
ଟ୍ରମ୍ପ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ ଯୋଗେ କଥା ହୋଇ କରୋନା ବିପକ୍ଷରେ ମୁକାବିଲା ନେଇ ସାହାଯ୍ୟ ମାଗିଥିଲେ । ସେ ହୋଇଡ୍ରୋକ୍ସକ୍ଳୋରକ୍ୟୁନ୍ ରପ୍ତାନୀ ନ କଲେ ପ୍ରତିଶୋଧ ନିଆଯିବ ବୋଲି ଧମକ ମଧ୍ୟ ଦେଇଥିଲେ ।

କିନ୍ତୁ ହାଇଡ୍ରୋକ୍କିକ୍ଳୋରକ୍ୟୁନ୍ର ରପ୍ତାନୀ ଉପରେ ଲାଗିଥିବା ପ୍ରତିବନ୍ଧକ ଉପରୁ କଟକଣା ହଟାଯିବା ପରେ ନିଜ ସ୍ୱର ବଦଳାଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ଏକ ଟେଲିଭିଜନ୍ ଇଣ୍ଟରଭ୍ୟୁରେ ଜୋରସୋର ମୋଦିଙ୍କ ପ୍ରଶଂସା କରଥିଲେ ଟ୍ରମ୍ପ ।
ପରିବାରରେ ଆନନ୍ଦ ରହିବ, ଅର୍ଥ ମିଳିବାର ସୁଯୋଗ
ମେଷ-
ଅଶ୍ୱିନୀ ନକ୍ଷତ୍ର- କଳି ଝଗଡାରେ ସମୟ କଟିବ
ଦ୍ୱିଜା ନକ୍ଷତ୍ର- ଦୂର ସ୍ଥାନରୁ ଶୁଭ ଖବର ମିଳିବ, ପ୍ରେମ ସଂପର୍କ ଭଲ ରହିବ
କୃତ୍ତିକା ନକ୍ଷତ୍ର- ଯାହା ବି କରିବେ ସେଥିରେ ବାଧା ଆସିବ,ଅର୍ଥ ସଙ୍କଟ ରହିବ
ମହାବୀର ହନୁମାନଙ୍କୁ ପୂଜା କରନ୍ତୁ ବାଧା ଦୁରେଇ ଯିବ
ବୃଷ-
ରୋହିଣୀ ନକ୍ଷତ୍ର- ଚାକିରୀ ସମସ୍ୟା ଦୂର ହେବ,ବାଧାସବୁ ଦୁରେଇଯିବ
କୃତ୍ତିକା ନକ୍ଷତ୍ର-ଦିନଟି ଅଶୁଭରେ କଟିବ,ରୋଗକଷ୍ଟ ରହିବ
ମୃଗଶିରା -ଘରେ ବାଧା,ପ୍ରତିବନ୍ଧକ ଦେଖାଦେବ
ମହାଦେବଙ୍କୁ ପୂଜା କରନ୍ତୁ ସବୁ ଅସୁବିଧା ଦୁରେଇ ଯିବ
ମିଥୁନ
ମୃଗଶିରା ନକ୍ଷତ୍ର- ପିତାମାତାଙ୍କୁ ସନ୍ତାନ କଷ୍ଟ ଲାଗି ରହିବ
ଆଦ୍ରାନକ୍ଷତ୍ର- ମହିଳାମାନଙ୍କର ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ଶୁଭ ଦିନ ରହିବ
ପୁନର୍ବସୁ ନକ୍ଷତ୍ର-କିଛି ଖରାପ ଖବରକୁ ନେଇ ମନ ଅଶାନ୍ତ ରହିବ
ଶ୍ରୀଗଣେଶଙ୍କୁ ଆଜି ଦିନରେ ପୂଜା କରନ୍ତୁ
କର୍କଟ ରାଶି
ପୁନର୍ବସୁ ନକ୍ଷତ୍ର-ମନସ୍ତାପ ଲାଗି ରହିବ, ବନ୍ଧୁମାନଙ୍କର ଅସହଯ଼ୋଗ ରହିବ
ପୁଷ୍ୟ। ନକ୍ଷତ୍ର-ଘର କାମରେ ବ୍ୟସ୍ତ ରହିବେ, ଭୂମି ବାହନ ସମୃସ୍ୟା ଦୁର ହେବ
ଅଶ୍ଳେଷା- କୈାଣସି ବନ୍ଧୁ ଆପଣଙ୍କୁ ସାହାଯ୍ୟ କରିପାରନ୍ତି
ରୂପା ପାତ୍ରରେ ପାଣି ପିଅନ୍ତୁ, କାମ ସବୁ ସହଜରେ ହୋଇଯିବ
ସିଂହ ରାଶି
ମଘା ନକ୍ଷତ୍ର-ନିଜ ଲୋକ ବିଶ୍ୱାସଘାତ କରିବେ,ମନ ବ୍ୟସ୍ତ ରହିବ
ପୂର୍ବାଫାଲଗୁନି-ହଠାତ୍ କୈାଣସି ସୂତ୍ରରୁ ସାହାଯ୍ୟ ପାଇବେ
ଉତ୍ତରାଫାଲଗୁନି-ରାସ୍ତାରେ ସଙ୍କଟ ଦେଖାଦେବ,ଦେହରେ ଆଘାତ ଲାଗିବ
ତମ୍ବା ପାତ୍ରରେ ଭୋଜନ କରିଲେ ତାହା ଶୁଭଙ୍କର ହେବ
କନ୍ୟା ରାଶି
ଉତ୍ତରାଫାଲଗୁନି -ଅର୍ଥକୁ ନେଇ ଝଗଡା ହୋଇପାରେ
ହସ୍ତା ନକ୍ଷତ୍ର-ପରିବାରରେ ଆନନ୍ଦ ରହିବ, ଅର୍ଥ ମିଳିବାର ସୁଯ଼ୋଗ
ଚିତ୍ରା ନକ୍ଷତ୍ର- ସ୍ୱାସ୍ଥ୍ୟ ଖରାପ ଯୋଗୁଁ ଖର୍ଚ୍ଚ ବଢିବ, ଜଗିରଖି ଚଳନ୍ତୁ
ମାଟି ପାତ୍ରରେ ଭୋଜନ ପ୍ରସ୍ତୁତ କରି ଖାଆନ୍ତୁ, ସଙ୍କଟ ଦୁର ହେବ
ତୁଳା ରାଶି
ଚିତ୍ରା ନକ୍ଷତ୍ର-ଦେହ ଭଲ ରହିବ ନାହିଁ,ମାନସିକ କଷ୍ଟ ଲାଗି ରହିବ
ସ୍ୱାତୀ ନକ୍ଷତ୍ର-ବନ୍ଧୁ ସାହାଯ୍ୟ ପାଇଁ ଆଗେଇଆସିବେ
ବିଶାଖା ନକ୍ଷତ୍ର-ଧନକୁ ନେଇ ଚିନ୍ତାରେ ରହିବେ
ପିତ୍ତଳ ବାସନରେ ଖେଚେଡି କରି ଖାଆନ୍ତୁ
ବିଛା ରାଶି
ବିଶାଖା ନକ୍ଷତ୍ର-ରାସ୍ତାରେ ବିପଦ ରହିବ, ଦୁର୍ଘଟଣା ହୋଇପାରେ
ଅନୁରାଧା ନକ୍ଷତ୍ର-ଖର୍ଚ୍ଚ ଲାଗି ରହିବ, ରୋଗରୁ ମୁକ୍ତି ମିଳିବ
ଜ୍ୟୋଷ୍ଠା ନକ୍ଷତ୍ର-ନିଜ ଇଛା ଅନୁସାରେ ଫଳ ପ୍ରାପ୍ତ ହେବ
ଭୋଜନ ପ୍ରସ୍ତୁତରେ ଷ୍ଟିଲ୍ ବାସନ ବ୍ୟବହାର କରନ୍ତୁ
ଧନୁ ରାଶି
ମୂଳା ନକ୍ଷତ୍ର-ବିବାଦ ଭିତରେ ରହିବେ, ସତର୍କ ହୋଇ ଚଳନ୍ତୁ
ପୂର୍ବାଷାଢା-ଉତ୍ସାହ ଯ଼ୋଗୁ ପ୍ରତି କାମରେ ବିଜୟୀ ହେବେ
ଉତ୍ତରାଷାଢା-ନିଜ ଲୋକଙ୍କ ଦ୍ଵାରା ବିପଦରେ ପଡିବେ
ପାଣିରେ କିଛି ତୁଳସୀ ପତ୍ର ମିଶାଇ ପିଅନ୍ତୁ
ମକର ରାଶି-
ଉତ୍ତରାଷାଢା-ପ୍ରତି କାମ ଅଧାରେ ଅଟକି ଯିବ,
ଶ୍ରବଣା-ମାନ ସମ୍ମାନ ବଢିବ, ଅର୍ଥ ହାତକୁ ଆସିବ
ଧନିଷ୍ଠା ନକ୍ଷତ୍ର-କାହା ସହିତ ମୃନାନ୍ତର ବା ମୃତାନ୍ତର ହୋଇପାରେ
ସାଙ୍ଗରେ ଲୁହାକଣ୍ଟାକୁ ନେଇ କାମକୁ ଯିବେ
କୁମ୍ଭ ରାଶି
ଧନିଷ୍ଠା-ଧନ ମିଳିବାରେ ବିଳ୍ମବ ଯୋଗୁଁ ମନ କଷ୍ଟ ରହିବ
ଶତଭିଷା ନକ୍ଷତ୍ର-ମାଙ୍ଗଳିକ କାମରେ ଖର୍ଚ୍ଚ ବଢିବ
ପୂର୍ବଭାଦ୍ର-ସବୁ କାର୍ଯ୍ୟରେ ବାଧା ରହିବ
ଆଜି କଳାରଙ୍ଗର ବସ୍ତ୍ର ପିନ୍ଧି ଘରୁ ବାହାରିବେ, ସମସ୍ୟା ଦୂର ହେବ
ମୀନ ରାଶି
ପୂର୍ବଭାଦ୍ର-ଆଜି ଘରୁ ବାହାରନ୍ତୁ ନାହିଁ , ବିବାଦରେ ଫସିଯାଇପାରନ୍ତି
ଉତ୍ତରଭାଦ୍ର-ଦୁର୍ଘଟଣାରୁ ରକ୍ଷା ମିଳିବ,ଋଣ ଟଙ୍କା ବି ମିଳିବାର ଯ଼ୋଗ
ରେବତୀ-ସମ୍ମାନ ହାନୀ ହୋଇପାରେ ସତର୍କ ରୁହନ୍ତୁ
ଘରୁ ବାହାରିବା ବେଳେ ଗୁରୁଜନଙ୍କୁ ପ୍ରଣାମ କରି ବାହାରନ୍ତୁ
ଜ୍ୟୋତିର୍ବିଦ ବିପିନ୍ କୁମାର ରାଉତରାୟ
ଯୋଗାଯୋଗ-9897481973

