spot_img
Home Blog Page 7398

ଦି’ଦିନରେ ବଦଳିଗଲେ ଟ୍ରମ୍ପ,ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ନଦେଲେ କଠୋର କାର୍ଯ୍ୟାନୁଷ୍ଠାନ ଧମକ !

ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଭାରତକୁ ନାଲିଆଖି। ଭାରତ ଯଦି ମ୍ୟାଲେରିଆ ଔଷଧ ନଦିଏ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଶିକାର ହେବ ଭାରତ । କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ବ୍ୟବହାର କରାଯାଉଛି। ଏହାପୂର୍ବରୁ ଟ୍ରମ୍ପ ଏହି ଔଷଧ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଥିଲେ ।

ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଟ୍ରମ୍ପ କହିଛନ୍ତି ଯେ ଆମେରିକା ସହ ଭାରତର ସମ୍ପର୍କ ଭଲ ।  ମୁଁ ଆଶା କରୁଛି ଯେ ଆମେରିକାର ଡ୍ରଗ୍ ଅର୍ଡରକୁ ଭାରତ ପ୍ରତ୍ୟାଖାନ କରିବ ନାହିଁ । । ଟ୍ରମ୍ପ କହିଛନ୍ତି, ମୁଁ ଜାଣେ ଯେ ସେମାନେ ଅନ୍ୟ ଦେଶକୁ ରପ୍ତାନି ପାଇଁ ଏହି ଔଷଧ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଆମେରିକକୁ ରପ୍ତାନି ବନ୍ଦ ହୋଇଛି ବୋଲି ମୁଁ ମୋଦି ଙ୍କ ମୁହଁରୁ ଶୁଣିନାହିଁ।

ଟ୍ରମ୍ପ କହିଛନ୍ତି ଯେ ରବିବାର ଦିନ ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲି । ମୁଁ ତାଙ୍କୁ କହିଥିଲି ଯେ, ଯଦି ଆପଣ ହାଇଡ୍ରୋକ୍ସିକ୍ଲୋକ୍ୱିନ ସପ୍ଲାଏ ଆରମ୍ଭ କରିବେ ତେବେ ବହୁତ ଭଲ ହେବ । କିନ୍ତୁ ଯଦି ସେ ଏଭଳି କରନ୍ତି ନାହିଁ,ତେବେ ତା’ର କଡା ଉତ୍ତର ଦିଆଯିବ । କଣ ପାଇଁ କଡା ଉତ୍ତର ଦିଆଯିବ ନାହିଁ ଯେ ?

ପ୍ରଧାନମନ୍ତ୍ରୀ ମୋଦିଙ୍କ ତରଫରୁ ମଧ୍ୟ ଡୋନାଲ୍ଡ ଟ୍ରମ୍ପଙ୍କୁ ଔଷଧ ପାଇଁ ଆଶ୍ୱାସନା ଦିଆଯାଇଥିଲା । ଏହି ଆଲୋଚନା ପରେ ଭାରତ ସରକରା ୧୨ ଆକ୍ଟିଭ୍ ଫାର୍ମାଟିକାଲ ଇନଗ୍ରେଡିଏଣ୍ଟସର ରପ୍ତାନୀ ଉପରୁ ପ୍ରତିବନ୍ଧକ ହଟାଇ ଦେଇଥିଲେ । ଯାହା ବାବଦରେ ସୂଚନା ଦିଆଯାଇଥିଲା ।

ଦୁଇ ଦିନ ଭିତରେ ବଦଳିଗଲେ ଟ୍ରମ୍ପ

କିନ୍ତୁ ରବିବାର ଆଲୋଚନାର ଦୁଇ ଦିନ ପରେ ରାଷ୍ଟ୍ରପତି ଟ୍ରମ୍ପ ମଙ୍ଗଳବାର ଦିନ ଭାରତକୁ ଏକ ରକମ ଧମକ ଦେଇଛନ୍ତି । ଆମେରିକାରେ କରୋନା ମହାକାଳ ସାଜିଛି । ଖୋଦ ଟ୍ରମ୍ପ ପ୍ରଶାସନ ଅନୁମାନ କରୁଛି ଯେ, ଆମେରିକାରେ ଏକ ଲକ୍ଷରୁ ଅଧିକ ଲୋକ ଏଥିରେ ପ୍ରାଣ ହରାଇବେ । ଏମିତିକି ଆମେରିକା ନିଜ ଦେଶରେ ଲକ୍ ଡାଉନ୍ ଘୋଷଣା କରିନାହିଁ କିନ୍ତୁ ଏକ ଲକ୍ଷ କଫିନ ପାଇଁ ଆଗୁଆ ଅର୍ଡର ଦେଇ ସାରିଛି । କୁହାଯାଉଛି ଯେ, ଆମେରିକା ୧୯୪୩ ପର୍ଲ ହାର୍ବର ଆକ୍ରମଣ ପରେ ସବୁଠାରୁ ବଡ ସଂକଟର ସମ୍ମୁଖୀନ ହେଉଛି । ଇଟାଲୀ ଓ ସ୍ପେନ ପରେ ଏହା ତୃତୀୟ ଦେଶ ଯେଉଁଠି କରୋନା ଅଧିକ ଜୀବନ ନେଉଛି । କରୋନାର କୌଣସି ଟୀକା ବାହାରି ନଥିବା ବେଳେ ଆମେରିକାର ନଜର ଏବେ ମ୍ୟାଲେରିଆ ନିବାରକ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଉପରେ ପଡିଛି । ଏହି ଔଷଧ କରୋନା ବିରୋଧରେ କିଛି ସକରାତ୍ମକ ଫଳ ଦେଉଛି । କିନ୍ତୁ ଆମେରିକାର ସମସ୍ୟା ହେଲା ତା’ ପାଖରେ ଏହାର ଷ୍ଟଚ୍ ନାହିଁ । ତେଣୁ ଆମେରିକା ଭାରତ ଉପରେ ଏହି ଔଷଧ ପାଇଁ ନିର୍ଭରଶୀଳ । ଆମେରିକା ଆଶା କରୁଛି ଯେ, ଭାରତ ଏହି ସଂକଟ କାଳରେ ତାକୁ ସାହାଯ୍ୟ କରିବ ।

ଦି’ଦିନରେ ବଦଳିଗଲେ ଟ୍ରମ୍ପ,ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ନଦେଲେ କଠୋର କାର୍ଯ୍ୟାନୁଷ୍ଠାନ ଧମକ !

ପ୍ରତିବର୍ଷ ଭାରତରେ ମ୍ୟାଲେରିଆ ଦ୍ୱାରା ବହୁ ସଂଖ୍ୟକ ଲୋକ ପ୍ରଭାବିତ ହୁଅନ୍ତି, ତେଣୁ ଭାରତୀୟ ଔଷଧ କମ୍ପାନୀଗୁଡ଼ିକ ବୃହତ ପରିମାଣରେ ହାଇଡ୍ରୋକ୍ସିକ୍ଲୋରୋକାଇନ୍ ଉତ୍ପାଦନ କରନ୍ତି । ବର୍ତ୍ତମାନ ଏହି ଔଷଧ କରୋନା ମୁକାବିଲା କରିବାରେ ପ୍ରଭାବଶାଳୀ ପ୍ରମାଣିତ ହେଉଛି, ତା’ପରେ ଏହାର ଚାହିଦା ବୃଦ୍ଧି ପାଇଛି । ତଥାପି, କଞ୍ଚାମାଲର ଅଭାବ ଏହି ଔଷଧର ଉତ୍ପାଦନକୁ ବହୁତ ପ୍ରଭାବିତ କରିଛି । ବିଶ୍ୱରେ ଲକଡାଉନ ଥିବାରୁ ଭାରତୀୟ ଔଷଧ କମ୍ପାନୀଗୁଡିକ ଏହି ଔଷଧ ପାଇଁ କଞ୍ଚାମାଲ ଆବଶ୍ୟକ କରୁଛନ୍ତି । କଞ୍ଚାମାଲ ଯୋଗାଇ ଦେବା ପାଇଁ ଭାରତୀୟ କଂପନି ନିଜ ଦେଶ ପାଖରେ ଦାବି କରୁଛନ୍ତି ।

ବିଶ୍ବରେ ଅଣାୟତ ହେଉଛି କୋଭିଡ-୧୯ ଭୂତାଣୁ…ଦେଶରେ ସାଢେ ୪ ହଜାରରୁ ଅଧିକ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ବିଶ୍ୱରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଗତ ୩ମାସ ମଧ୍ୟରେ କରୋନା ଭାଇରସ୍ ଏକ ମହାମାରୀର ରୂପ ନେଇଛି। ଚାରିଆଡେ ମାତିବେରେ ଲାଗିଛି ଏହି କୋଭିଡ-୧୯ ଭୂତାଣୁ । ରିପୋର୍ଟ ଅନୁସାରେ ୟୁଏସରେ ଆକ୍ରାନ୍ତଙ୍କ ସଂଖ୍ୟା ସାଢ଼େ ୩ ଲକ୍ଷ ଟପିଥିବା ବେଳେ ୧୦ ହଜାରରୁ ଅଧିକ କରୋନାର ଶିକାର ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଅଢ଼େଇ ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି । ଆମେରିକାରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ନ୍ୟୁୟର୍କ ସହରରେ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି ।

୨୦୯ ଦେଶକୁ ବ୍ୟାପିଥିବା କୋଭିଡ-୧୯ ଭୂତାଣୁରେ ୧୩ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଏହା ସହ ୭୨ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଲାଣି ଏହି ଭୟଙ୍କର ଭାଇରସ । ସ୍ପେନ, ଇଟାଲୀ ଓ ଜର୍ମାନୀରେ ଲକ୍ଷାଧିକ ଲୋକେ ଆକ୍ରାନ୍ତ ହୋଇଛନ୍ତି । ଇଟାଲୀରେ ୧୬ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ପେନରେ ୧୩ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଅପରପକ୍ଷରେ ଭାରତରେ ସାଢ଼େ ୪ ହଜାରରୁ ଅଧିକ ସଂକ୍ରମିତ ହୋଇଛନ୍ତି । କେବଳ ସେତିକି ନୁହେଁ ମୃତ୍ୟୁ ସଂଖ୍ୟା ଶହେ ଟପିଛି । ଆକ୍ରାନ୍ତଙ୍କ ମଧ୍ୟରେ ୭୬ ପ୍ରତିଶତ ପୁରୁଷ ଓ ୨୪ ପ୍ରତିଶତ ମହିଳା ରହିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦୦ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଛି।

ବିଶ୍ବରେ ଅଣାୟତ ହେଉଛି କୋଭିଡ-୧୯ ଭୂତାଣୁ…ୟୁଏସରେ ୩ ଲକ୍ଷ ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା, ୧୦ ହଜାରରୁ ଅଧିକ ଛୁଇଁଲା ମୃତ୍ୟୁ ସଂଖ୍ୟା

ବିଶ୍ବରେ ଅଣାୟତ ହେଉଛି କୋଭିଡ-୧୯ ଭୂତାଣୁ…ୟୁଏସରେ ୩ ଲକ୍ଷ ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା, ୧୦ ହଜାରରୁ ଅଧିକ ଛୁଇଁଲା ମୃତ୍ୟୁ ସଂଖ୍ୟା…ଦେଶରେ ସାଢେ ୪ ହଜାରରୁ ଅଧିକ ଆକ୍ରାନ୍ତଙ୍କ ମଧ୍ୟରେ ପୁରୁଷ ହାର ଅଧିକ

ମାନସମ୍ମାନରେ କ୍ଷତି…ସଭାରେ ସମାଲୋଚନାର ଶିକାର ହୋଇପାରନ୍ତି

ମେ ରାଶି

ଅଶ୍ବିନୀ ମେଷ- କିଛି ଧାର୍ମିକ କାର୍ଯ୍ୟ ପାଇଁ ସମୟ ଦେବେ

ଦ୍ବିଜା ମେଷ- ଦୁରଯାତ୍ରା କରନ୍ତୁ ନାହିଁ କଷ୍ଟ ରହିଛି

କୃତ୍ତିକା ମେଷ- ବୁଝାମଣାରେ ଭୁଲ୍‌ ରହିପାରେ

ଦେବୀ ମା’ଙ୍କୁ ଆରାଧନା କରନ୍ତୁ

ବୃଷ ରାଶି

କୃତ୍ତିକା ବୃଷ- ଅନେକ ଦିଗରୁ ଲାଭବାନ୍‌ ହୋଇପାରନ୍ତି

ରୋହିଣୀ ବୃଷ- କେହି ଆପଣଙ୍କୁ କିଛି ଉପହାର ଦେଇପାରନ୍ତି

ମୃଗଶିରା ବୃଷ- ସବୁ କ୍ଷେତ୍ରରେ ଶୁଭ ରହିଛି

ଶ୍ରୀବିଷ୍ଣୁଙ୍କୁ ତୁଳସୀ ମାଳ ଅର୍ପଣ କରନ୍ତୁ

ମିଥୁନ ରାଶି

ମୃଗଶିରା -ନୂତନ କର୍ମ ମିଳିପାରେ

ଆର୍ଦ୍ରା ମିଥୁନ-ଯାହା ବି କାମ କରିବେ ବୁଝାମଣାରେ ହିଁ କରିବେ

ପୁର୍ନବସୁ- ଯଦି କିଛି ମହତ୍‌ କାମ ପାଇଁ ପଦକ୍ଷେପ ନେବେ ନିଶ୍ଚୟ ନିଅନ୍ତୁ

ମା’ଦୁର୍ଗାଙ୍କୁ ବେଲପତ୍ରରେ ପୂଜା କରନ୍ତୁ

କର୍କଟ ରାଶି

ପୁର୍ନବସୁ-ଅଫିସ୍‌ରେ ବସ୍‌ ଆପଣଙ୍କ ଉପରେ ବହୁତ ଖୁସି ରହିବେ

ପୁଷ୍ୟ। କର୍କଟ- ଯଦି କୈାଣସି ମିଟିଂ ରହିଛି ତେବେ ନିଶ୍ଚୟ ଉପସ୍ଥିତି ରୁହନ୍ତୁ

ଅଶ୍ଲେଷା- ବାପାଙ୍କ ଠାରୁ ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ

ସକାଳ ସମୟରେ  ମା’ଦୁର୍ଗାଙ୍କୁ ପୂଜା କରି ସିନ୍ଦୁର କିଛି ଅର୍ପଣକରନ୍ତୁ

ସିଂହ ରାଶି

ମଘା- ନିଜର ଖୁସି ପାଇଁ ଅନାବଶ୍ୟକ କାମ କରନ୍ତୁ ନାହିଁ

ପୂର୍ବାଫାଲଗୁନି- ଶରୀରରେ କୈାଣସି ସ୍ଥାନରେ ସମସ୍ୟା ଦେଖାଦେଇପାରେ

ଉତ୍ତରାଫାଲ୍‌ଗୁନି- ମାନସମ୍ମାନରେ କ୍ଷତି,ସଭାରେ ସମାଲୋଚନାର ଶିକାର ହୋଇପାରନ୍ତି

ହଳଦୀରେ ମା’ଙ୍କର ଅଭିଷେକ କରନ୍ତୁ

କନ୍ୟା ରାଶି

ଉତ୍ତରାଫାଲଗୁନି- ପୂର୍ବରୁ କାହା ସହିତ ରହିଥିବା ସଂପର୍କରେ ତିକ୍ତତା ଦୁର ହେବ

ହସ୍ତା କନ୍ୟା-ନୂଆ ବ୍ୟବସାୟ ଆରମ୍ଭ କରିବେ

ଚିତ୍ରା କନ୍ୟା-ଯାହା ଭାବିଛନ୍ତି କରିବା ପାଇଁ ତାହାର ଓଲଟା ଫଳ ପାଇବେ

ମା’ମୃଙ୍ଗଳାଙ୍କୁ ବାସ୍ନ।ଯ଼ୁକ୍ତ ଦ୍ରବ୍ୟରେ ପୂଜା କରନ୍ତୁ

ତୁଳା ରାଶି

ଚିତ୍ରା ତୁଳା- ସ୍ବାସ୍ଥ୍ୟ ସମସ୍ୟା ହୋଇପାରେ , ସତର୍କ ରହିଥିବେ

ସ୍ବାତୀ ତୁଳା- କୋର୍ଟକଚେରୀ ବିବାଦରେ ଛନ୍ଦି ହୋଇଯିବେ

ବିଶାଖା ତୁଳା- ପରିଶ୍ରମ ଅଧିକ କରିବେ କିନ୍ତୁ ଫଳକୁ ଆଶା କରନ୍ତୁ ନାହିଁ

ଦୁର୍ଗାଙ୍କ ଚାଳିଶା ପାଠ କରନ୍ତୁ

ବିଛା ରାଶି

ବିଶାଖା- କିଛି ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ

ଅନୁରାଧା- ବିଦ୍ୟାରେ ଉନ୍ନତି ସହ ସନ୍ତାନଙ୍କ ଠାରୁ ଖୁସି ଖବର ପାଇବେ

ଜ୍ୟୋଷ୍ଠା- ନୂତନ ବସ୍ତ୍ର,ଅଳଙ୍କାର ଉପହାର ସୂତ୍ରରେ ପାଇପାରନ୍ତି

ଅସହାୟ ବ୍ୟକ୍ତିକୁ କିଛି ଖାଦ୍ୟ ଦାନ କରନ୍ତୁ

ଧନୁ ରାଶି

ମୂଳା ନକ୍ଷତ୍ର-ମା’ଙ୍କ ଠାରୁ ଆର୍ଶିବାଦ୍‌ ପାଇବେ

ପୂର୍ବାଷାଢା- ଅନେକ ଦିନରୁ ବକେୟା ଥିବା କାର୍ଯ୍ୟରେ ସଫଳତା ପାଇବେ

ଉତ୍ତରାଷାଢା-ଦିନଟି ସବୁ ଦିଗରୁ ଶୁଭ ରହିବ

କିଛି ଖାଦ୍ୟ ପଶୁ ,ପକ୍ଷୀଙ୍କୁ ଅର୍ପଣ କରନ୍ତୁ

କର ରାଶି

ଉତ୍ତରାଷାଢା- କିଛି ଗୁରୁତ୍ବପୂର୍ଣ କାର୍ଯ୍ୟରେ ଦୁର ଯାତ୍ରା କରିପାରନ୍ତି

ଶ୍ରବଣା- ଦୁରଯାତ୍ରା କରନ୍ତୁ ନାହିଁ ଅନେକ ବାଧା ରହିଛି

ଧନିଷ୍ଠା-ପଡୋଶୀଙ୍କ ସହିତ କିଛି ବିବାଦ ଆସିପାରେ

ମା’ଦୁର୍ଗାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା- କଳାକାରମାନଙ୍କ ପାଇଁ ଶୁଭ ଦିନଟି

ଶତଭିଷା-ଖାଦ୍ୟ କଷ୍ଟ ରହିଥିବାରୁ ସ୍ବାସ୍ଥ୍ୟ ଖରାପ ହୋଇପାରେ

ପୂର୍ବଭାଦ୍ର – ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ

ମା’ମଙ୍ଗଳାଙ୍କର ଉପାସନା କରନ୍ତୁ

ମୀନ ରାଶି

ପୂର୍ବଭାଦ୍ର- କିଛି ଦୁଃଖ ଘଟଣା ରହିଥିଲେ ତାହା ଦୁର ହୋଇଯିବ

ଉତ୍ତରଭାଦ୍ର- ବ୍ୟାଙ୍କ କାରବାର କରୁଥିଲେ ଅସୁବିଧା ବହୁତ ରହିବ

ରେବତୀ- ଦାମ୍ପତ୍ୟ ଦୀବନରେ ଖୁସି ମିଳିବ,ଅବିବାହିତମାନଙ୍କ ପାଇଁ ପ୍ରସ୍ତାବ ଆସିପାରେ

ନିଜ ପୂଜା ଘରେ ଭଗବାନ ବିଷ୍ଣୁଙ୍କୁ ଆରାଧନା କରନ୍ତୁ

 

ଜ୍ୟୋତିର୍ବିଦ୍‌ ଡ. ଶ୍ୟାମସୁନ୍ଦର ବାଗ୍

କରୋନା ମୁକାବିଲା ନେଇ ରାଜ୍ୟରେ ଆରମ୍ଭ ହେଲା ଟେଲିମେଡିସିନ୍ ହେଲ୍ପଲାଇନ୍

ଭୁବନେଶ୍ୱର: କରୋନା ସଂକ୍ରମଣ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଆଉ ଏକ ନୂଆ ପଦକ୍ଷେପ ନେଇଛନ୍ତି । କୋଭିଡ-୧୯ର ମୁକାବିଲା କରିବା ପାଇଁ ସରକାର ୨୪ ଘଣ୍ଟିଆ ଟେଲିମେଡିସିନ୍‌ ହେଲ୍ପଲାଇନ ଆରମ୍ଭ କରିଛନ୍ତି । ଏହି ହେଲ୍ପଲାଇନ ନମ୍ବର ରହିଛି 14410 । ଯେଉଁମାନଙ୍କ ଠାରେ କୋଭିଡ-19 ସଂକ୍ରମଣର ଲକ୍ଷଣ ଦେଖାଦେବ ଯଥା କାଶ,ଜ୍ୱର, ଥକ୍କାପଣ ଓ ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟାର ସମ୍ମୁଖୀନ ହେଉଥିବେ ସେମାନେ ଏହି ହେଲ୍ପ ଲାଇନରେ କଲ୍‌ କରି ସହାୟତା ନେଇପାରିବେ । ଏହି ଟେଲିମେଡିସିନ ମାଧ୍ୟମୃରେ ସାଧାରଣ ଲୋକଙ୍କୁ ମିଳିବାକୁ ଥିବା ଡାକ୍ତରୀ ପରାମୃର୍ଶ ସମ୍ପୂର୍ଣ୍ଣ ମାଗଣା ହେବ । ରାଜ୍ୟ ସରକାରଙ୍କ ଏହି ନୂତନ ପ୍ରୟାସରେ ସାମିଲ ହୋଇ ସ୍ୱେଚ୍ଛାକୃତ ସେବା ଯୋଗାଇ ଦେବା ଲାଗି ଦେଶ ତଥା ରାଜ୍ୟର ଡାକ୍ତରମାନଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନସାଧାରଣଙ୍କୁ ସ୍ୱେଚ୍ଛାକୃତ ସେବା ଯୋଗାଇ ଦେବା ନିମନ୍ତେ ନିଜକୁ ପଞ୍ଜିକୃତ କରିବା ଲାଗି ସେ ଡାକ୍ତରମାନଙ୍କୁ ଅନୁରୋଧ କରିଛନ୍ତି । ସ୍ୱେଚ୍ଛାକୃତ ସେବା ଯୋଗାଇବା ଲାଗି ଇଚ୍ଛୁକ ଡାକ୍ତର WWW.BIT.LY/TELEMEDରେ ପଞ୍ଜିକରଣ କରିବାକୁ ପଡିବ । କୋରନା ଭାଇରସ ସହିତ ଚାଲିଥିବା ଲଢେଇରେ ଡାକ୍ତରମାନେ ହେଉଛନ୍ତି ଆଗ ଧାଡିର ଯୋଦ୍ଧା । ଏହି ଘଡିସନ୍ଧି ମୁହୂର୍ତ୍ତରେ ଡାକ୍ତରମାନଙ୍କର ଏ ଭଳି ବଳିଦାନ ପାଇଁ ରାଜ୍ୟ ସର୍ବଦା କୃତଜ୍ଞ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

କେନ୍ଦ୍ରାପଡ଼ାରୁ ଚିହ୍ନଟ ହେଲେ କରୋନା ଆକ୍ରାନ୍ତ: ରାଜ୍ୟରେ ୪୦ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

କେନ୍ଦ୍ରାପଡ଼ା: ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ଜଣେ କରୋନା ଆକ୍ରାନ୍ତ । ଏଥିସହିତ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଞ୍ଚିଛି । ଆକ୍ରାନ୍ତ ଜଣଙ୍କ ଦୁବାଇ ଫେରନ୍ତା । ସେ ଗତ ୨୪ ମାର୍ଚ୍ଚରେ ଦୁବାଇରୁ ଫେରିଥିଲେ ।  ତାଙ୍କ ବୟସ ୩୨ ବର୍ଷ । ତେବେ ଗତ କିଛି ଦିନ ମଧ୍ୟରେ ଲଗାତାର ରାଜଧାନୀ ଭୁବନେଶ୍ୱର କରୋନା ଆକ୍ରାନ୍ତ ଚିହ୍ନଟ ହେବାରେ ଲାଗିଥିଲେ । ଯାହା ଫଳରେ ଅନ୍ୟ ଜିଲ୍ଲା ଓ ସହରଗୁଡ଼ିକ ତୁଳନାରେ ରାଜଧାନୀବାସୀ ଏକ ପ୍ରକାର ଅତଙ୍କିତ ହୋଇପଡ଼ିଥିଲେ । କିନ୍ତୁ ସୋମବାର ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣଙ୍କ କେନ୍ଦ୍ରପଡ଼ାର ହୋଇଥିବାବେଳେ ତାଙ୍କର ଟ୍ରାଭେଲ୍‌ ହିଷ୍ଟ୍ରୀ ମଧ୍ୟ ରହିଛି  ।

ସେ ଗତ ୨୪ ମାର୍ଚ୍ଚରେ ଦୁବାଇରୁ ଫେରିଥିଲେ । ଏଣୁ ଗୋଷ୍ଠୀ ସଂକ୍ରମଣ ବା ସାମାଜିକ ସଂକ୍ରମଣ ନେଇ ଆଶଙ୍କା କରାଯାଇନପାରେ । ତେବେ ସେ ବିଦେଶରୁ ଫେରିବା ପରେ କ୍ୱାରେଣ୍ଟାଇନ୍‌ରେ ଥିଲେ କି ନାହିଁ । ସେ ବିଦେଶରୁ ଫେରିଲା ବେଳେ ହଁ ସଂକ୍ରମିତ ହୋଇଛନ୍ତି କି ଏଠାରେ କାହା ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି ସେ ନେଇ ତଦନ୍ତ କରିବ ସ୍ଥାନୀୟ ପ୍ରଶାସନ । ତେବେ ରାଜ୍ୟ ସରକାରଙ୍କ ପୂର୍ବ ଷ୍ଟ୍ରାଟେଜି ଅନୁଯାୟୀ ପଜିଟିଭ୍ ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କରାଯିବ । ଏବଂ ସେଠାରେ ଡୋର୍‌ଟୁ ଡୋର୍ ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରିବେ ସ୍ୱାସ୍ଥ୍ୟକର୍ମୀ । ଏହା ଦ୍ୱାରା ସେଠାରେ ସଂକ୍ରମଣ ହୋଇଛି କି ନାହିଁ ଜାଣିହେବା ସହ ଏହାକୁ ବାହାର ଅଞ୍ଚଳକୁ ଯିବାରୁ ଅନେକାଂଶରେ ରୋକାଯାଇପାରିବ ।

ଭୁବନେଶ୍ୱର, କଟକ ଓ ଭଦ୍ରକ ଟାଉନ୍‌ରେ ଆଜି ସରିବ ସଟ୍‌ଡାଉନ୍‌: ବଜାର ଯାଇ ଭିଡ଼ ନକରିବାକୁ ଅନୁରୋଧ କଲେ ମୁଖ୍ୟ ଶାସନ ସଚିବ

ଲକ୍‌ଡାଉନ୍‌ରେ ବି ସଟ୍‌ଡାଉନ୍‌ର ଆକ୍ସନ୍‌; ବିନା କାରଣରେ ଘରୁ ବାହାରିଲେ ଖାଇବାକୁ ପଡୁଛି ନିର୍ଦ୍ଧୁମ ମାଡ଼

 ଭୁବନେଶ୍ୱର: ଲକ୍‌ଡାଉନ୍‌ରେ ବି ସଟ୍‌ଡାଉନ୍‌ର ଆକ୍ସନ୍‌। ବିନା କାରଣ ଘରୁ ବାହାରିଲେ ଖାଇବାକୁ ପଡୁଛି ନିର୍ଦ୍ଧୁମ ମାଡ଼। ସମାଜାକି ଦୂରତ୍ୱକୁ ଟିକେ ଅବମାନନା କଲେ କମିଶନରେଟ ପୋଲିସ ଦେଖାଉଛି ନାଲି ଆଖି। କେଉଁଠି ଗାଡ଼ି ଉଠାଇ ନେଉଛି ତ କେଉଁଠି ଗୋଡ଼ାଇ ଗୋଡ଼ାଇ ପିଟୁଛି। 

୨ଦିନ ଧରି ଶୁନ୍‌ଶାନ୍‌ ହୋଇ ପଡ଼ିଥିବା ରାଜଧାନୀରେ ଆଜି ଖୋଲିଥିଲା ଅତ୍ୟାବଶ୍ୟକ ଦୋକାନ ବଜାର। କିଛି ଆବଶ୍ୟକତା ପାଇଁ ପଦାକୁ ଆସିଥିଲେ, ଆଉ କିଛି ଫୁର୍ତ୍ତି ପାଇଁ ବୁଲି ବାହାରିଥିଲେ। ତେବେ ବିନା କାରଣରେ ଟହଲ୍‌ ମାରୁଥିବା ଲୋକଙ୍କୁ ଆଜି ଖୋଦ୍‌ ଡିସିପି ସାବାଡ୍‌ କରିଥିଲେ। ଗୋଡ଼ାଇ ଗୋଡ଼ାଇ ପିଟିଥିଲେ ରାସ୍ତା ଉପରେ। କିଛି ଏଭଳି ଚିତ୍ର ଦେଖିବାକୁ ମିଳିଥିଲା ରାଜଧାନୀର ବିଭିନ୍ନ ଛକ ଜାଗାମାନଙ୍କରେ । 

ଚନ୍ଦ୍ରଶେଖପୁର ଲକ୍‌ଡାଉନ କଟକଣାକୁ ଫୁ କରି ଫୁଟପାଥରେ ବାଇକ ରଖି ଦୁଇ ଯ଼ୁବକ କରୁଥିଲେ ଖଟି । ଏପଟେ ଦୁଇ ଜଣ ଯ଼ୁବକ ଖାଲି ରାସ୍ତାର ମଉକା ଉଠାଇ ରଙ୍ଗ୍ ରୁଟରେ ଚଳାଉଥିଲେ ଗାଡି । ପାଟ୍ରୋଲିଂ ବେଳେ ଏମାନଙ୍କୁ ସାବାଡ କରିଥିଲେ ଭୁବନେଶ୍ୱର ଡିସିପି।

ରାଜମହଲ ଛକ  ମେଡିକାଲ ଓ ଟଙ୍କା ଉଠାଇବା ବାହାନାରେ ବାଇକରେ କାଟୁଥିଲେ ଚକ୍କର। ହାବୁଡରେ ପଡବା ପରେ, ବାଟକୁ ଆଣିଥିଲା ପୋଲିସ । କାଗଜପତ୍ର ଯାଞ୍ଚ କରିବା ସହ ପୋଲିସ ଆରମ୍ଭ କରିଥିଲା ପ୍ରହାର।

ଶିଶୁ ଭବନ ଛକ କରୋନା ପାଇଁ ବାଇକ୍‌ ମନା। ପାଖ ବଜାରକୁ ଚାଲି ଚାଲି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ସାମାଜିକ ଦୂରତା ନିୟମକୁ ଭାଙ୍ଗି ସଉଦା କିଣିବାକୁ ଆସିଥିବା ଯୁବକଙ୍କୁ ସାବାଡ୍‌ କରିଛି ପୋଲିସ୍‌। ଗଣି ଗଣି କଢ଼ାଇଛି ଗୁଞ୍ଜି

ଏପିରିକି ବିଡିଏ ଅଞ୍ଚଳରେ ବେଫିକର୍‌ ଭାବେ ପଦାରେ ବୁଲୁଥିବା ୫ରୁ ଅଧିକ ଯୁବତୀଙ୍କୁ ଉଠାଇ ନେଇଛି ପୋଲିସ୍‌।

ଏପରିକି ଶିଶୁଭୁନ ଛକ ଓ ରାଜମହଲ ଛକରେ ଘରୁ ଚାଲି ଚାଲି ପରିବା ହାଟକୁ ଆସୁଥିବା ଲୋକଙ୍କୁ ସାଧୁବାଦ ଜଣାଇଛି ପୋଲିସ୍‌।

ରାଜ୍ୟ ସରକାର ଓ ପୋଲିସ ପ୍ରସାଶନ ବାରମ୍ବାର ଅପିଲ କରିବା ସତ୍ତ୍ୱେ ବିନା କାରଣରେ ପଦାକୁ ଆସିଥିଲେ ସହରିଆ । ବିଭିନ୍ନ ଛକରେ ଯାଞ୍ଚ ବେଳେ ପୋଲିସ ହାବୁଡରେ ପଡିଥିଲେ ଦେଶର ଶତ୍ରୁ । ଲକଡାଉନ ନିୟମ ଭାଙ୍ଗି ନାଲ୍‌କୋ ଛକରେ ହଟହଟା ହୋଇଥିଲେ ଲୋକେ। ଘଣ୍ଟା ଘଣ୍ଟା ଧରି ଅଟକ ରଖି ପୋଲିସ ଶିଖାଇଥିଲା ସବକ। ସେହିଭଳି କଟକ-ଭୁବନେଶ୍ୱର ଟୁଇନ୍‌ ସିଟିରୁ ପ୍ରାୟ ୨ହଜାର ବାଇକ୍‌କୁ ସିଜ୍‌ କରିଛି ପୋଲିସ୍‌।

ସେପଟେ ଓଡ଼ିଶା ପୋଲିସ୍‌ ଆଜି ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଛି ଏକ ହୃଦୟସ୍ପର୍ଶୀ ଭିଡିଓ। କରୋନା ସଂଗ୍ରାମର ସାରଥୀ ସାଜିବାକୁ ସାରା ଓଡ଼ିଶାବାସୀଙ୍କୁ ପୋଲିସ୍‌ କରିଛି ନିବେଦନ। ଯାହାକୁ ନିଜେ ମୁଖ୍ୟମନ୍ତ୍ରୀ ନିଜ ଟୁଇଟର୍‌ ଆକାଉଣ୍ଟରେ ସେୟାର କରିଛନ୍ତି।

ମୁଖ୍ୟମନ୍ତ୍ରୀ ଦେଇଥିବା ମନ୍ତ୍ରକୁ କାର୍ଯ୍ୟକାରୀ କରିବେ ମା’ ମାନେ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ମନ୍ତ୍ରକୁ କାର୍ଯ୍ୟକାରୀ କରିବେ ମା’ ମାନେ । ମା’ ମାନେ ଘରର ପୋଲିସ ସଦୃଶ୍ୟ । ଏଣିକି ସେମାନେ ଘରେ ଜାରି କରନ୍ତୁ ଅନୁଶାସନ । ବିନା କାରଣରେ ଘରୁ କେହି ବାହାରକୁ ବାହାରିବେ ନାହିଁ । ଆଜି ରାଜ୍ୟର ଲକ୍ଷ ଲକ୍ଷ ମା’ ମାନଙ୍କୁ ଏଭଳି ଅପିଲ କରିଛନ୍ତି ମିଶନ ଶକ୍ତି କମିଶନର ସୁଜାତା କାର୍ତ୍ତିକେୟନ । ରାଜ୍ୟ ସରକାରଙ୍କ କରୋନା ଯୁଦ୍ଧରେ ରାଜ୍ୟର ୭୦ ଲକ୍ଷ ମହିଳା ସରକାର ଓ ପ୍ରଶାସନ ସହ ସହଭାଗୀ ହୋଇ କାମ କରୁଛନ୍ତି । ଏବେ ଯେଉଁ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି ସେଥିରେ ମା’ ମାନେ ଆଗେଇ ଆସି ଘରେ ଅନୁଶାସନ ଜାରି କରିବାକୁ ସେ ନିବେଦନ କରିଛନ୍ତି । ସାଧାରଣ ଭାବେ ଲୋକଙ୍କ ଦୈନିକ ହାଟକୁ ଯିବାର ଅଭ୍ୟାସ ରହିଛି । ମା’ ମାନେ ଚାହିଁଲେ ଏହି ଅଭ୍ୟାସ ଭାଙ୍ଗିପାରିବେ । କରୋନାକୁ ନେଇ ଆମେ ଆତଙ୍କିତ ହେବା ଉଚିତ ନୁହେଁ । କାରଣ ଏହି ଭାଇରସ ଯେତିକି ଭୟାନକ ତାର ପ୍ରତିକାର ମଧ୍ୟ ସେତିକି ସରଳ । ଏହି ଭାଇରସମାନେ ଅହଂକାରୀ । ଘର ବାହାରକୁ ଯାଇ ନଡାକିଲେ ସେମାନେ ଘରକୁ ଆସିବେ ନାହିଁ । ତେଣୁ ନିଜ ପରିବାର ଓ ସମାଜ ପାଇଁ ସ୍ୱାଧୀନତା ସଂଗ୍ରାମୀଙ୍କ ପରି ତ୍ୟାଗ କରିବାକୁ ପଡିବ । ଲୋକେ ନିଜ ଦାୟିତ୍ୱ ନିଜେ ତୁଲାଇଲେ ଏହି ରୋଗ ଚାଲିଯିବ । ଆମ ହାତରେ ଆମ ଭ୍ୟାକସିନ ରହିଛି । ସମାଜିକ ଦୂରତା ବଜାୟ ରଖିବା ସହ ବାହାରକୁ ଯିବାନି ଏବଂ ନିୟମିତ ହାତ ଧୁଅନ୍ତୁ । ମା ମାନେ ନିଜ ଘରେ ଏହି ଅନୁଶାସନ ଲାଗୁ କରିବାକୁ ପରାମର୍ଶ ଦେଇଛନ୍ତି ମିଶନ ଶକ୍ତି କମିଶନର । ଏଥିସହିତ କରୋନା ମୁକାବିଲା ନେଇ ଯେଉଁ ଇସ୍ତାହାର ଜାରି କରିଥିଲେ ତାକୁ ମିଶନ ଶକ୍ତିର ମହିଳାମାନେ ମାତ୍ର ତିନି ଦିନରେ ସବୁ ଗାଁ ଓ ପୌରାଞ୍ଚଳରେ ବାଣ୍ଟିଥିବା ମିଶନ ଶକ୍ତି କମିଶନର ସୁଜାତା କାର୍ତ୍ତିକେୟନ ସୂଚନା ଦେଇଛନ୍ତି । ଘରେ ରହିବାକୁ ମୁଖ୍ୟମନ୍ତ୍ରୀ ଯେଉଁ ଶପଥ ପାଠ କରାଇଥିଲେ ସେଥିରେ ଉତ୍ସାହିତ ହୋଇ ଲକ୍ଷାଧିକ ମହିଳା ନିଜ ଘରୁ ଏବଂ ଗାଁରୁ ଶପଥ ପାଠର ଭିଡିଓ ପଠାଇଥିଲେ । ସେହିପରି ବ୍ରହ୍ମପୁର, କେନ୍ଦ୍ରାପଡା, କଟକ, ଛତ୍ରପୁର ଆଦି ଅନେକ ସ୍ଥାନରେ ହିଳା ସ୍ୱୟଂ ସହାୟିକାମାନେ ପ୍ରାୟ ୬ଶହ ରାସନ ଦୋକାନ କରି ଲୋକଙ୍କୁ ଅତ୍ୟାବଶ୍ୟକ ସମାଗ୍ରୀ ଯୋଗାଇଦେଉଛନ୍ତି । ଏଭିତରେ ମହିଳା ସ୍ୱୟଂ ସହାୟିକାମାନେ ୨୫ ଲକ୍ଷରୁ ଅଧିକ ମଧ୍ୟାହ୍ନ ଭୋଜନ ଅସହାୟ ଓ ନିରାଶ୍ରୟଙ୍କୁ ବାଣ୍ଟିସାରିଲେଣି । ୧୨ ଲକ୍ଷରୁ ଅଧିକ ହାତ ତିଆରି ମାସ୍କ ତିଆରି କରି ସରକାରୀ, ବେସରକାରୀ, ଡାକ୍ତରଖାନା, ସ୍ୱାସ୍ଥ୍ୟକର୍ମୀଙ୍କୁ ବାଣ୍ଟାଯାଇଛି । ନିଜ ପାଣ୍ଠିରୁ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ମଧ୍ୟ ସହାୟତା ଦେଇଛନ୍ତି ମହିଳା ସ୍ୱୟଂ ସହାୟିକାମାନେ ।

ଦୁନିଆ ଯାହାକୁ ଦେଶ ମଧ୍ୟରେ ଗ୍ରହଣ କରେ ନାହିଁ, ସେ ଆଜି କରୋନା ସହିତ ଯୁଦ୍ଧରେ ଜିତୁଛି !

ଦୁନିଆର ଅଧିକାଂଶ ଦେଶ କରୋନା ଭାଇରସ ପାଇଁ ଘାଣ୍ଟି ହେଉଛି। କରୋନା ବିପଦକୁ ଅଣଦେଖା କରି କିଛି ଦେଶ ଏହାର ଖରାପ ଅବସ୍ଥାରେ ପଡ଼ିଥିବାବେଳେ କେତେକ ଦେଶ ଏହାକୁ ସେମାନଙ୍କର ସକ୍ରିୟତା ଏବଂ ବୁଦ୍ଧିମତାର ଶକ୍ତି ଉପରେ ନିଜ ଅଧୀନକୁ ନେଇଛନ୍ତି। ଜାନୁଆରୀ ୨୫ ରେ, ଯେତେବେଳେ ସମଗ୍ର ବିଶ୍ୱରେ କରୋନାର ବିପଦ ସଂପୂର୍ଣ୍ଣ ରୂପେ ଆସିନଥିଲା। ଚୀନ୍ ବାହାରେ କେବଳ ଦୁଇଟି ଦେଶ ଅଷ୍ଟ୍ରେଲିଆ ଏବଂ ତାଇୱାନ ସଂକ୍ରମଣ ହୋଇଥିଲା।

ଏହି ଦୁଇଟି ଦେଶର ଜନସଂଖ୍ୟା ପ୍ରାୟ ସମାନ। ଉଭୟ ଦେଶରେ ପ୍ରାୟ ୨୪ ନିୟୁତ ଜନସଂଖ୍ୟା ଅଛି । ଚୀନ୍ ସହିତ ଉଭୟ ଦେଶର ମଧ୍ୟ ବାଣିଜ୍ୟିକ ସମ୍ପର୍କ ରହିଛି। ଏହିପରି ସମାନତା ପରେ ମଧ୍ୟ ଅଷ୍ଟ୍ରେଲିଆରେ ୫୦୦୦ କରୋନା ସଂକ୍ରମଣ ହୋଇଥିବାବେଳେ ତାଇୱାନରେ ୪୦୦ ରୁ କମ୍ ସଂକ୍ରମଣ ମାମଲା ରହିଛି।

ଏହାର ଅର୍ଥ ନୁହେଁ ଯେ ଅଷ୍ଟ୍ରେଲିଆ କରୋନା ମୁକାବିଲା କରିବାରେ ଭୁଲ କରିଛି। କିନ୍ତୁ ଯେତେବେଳେ ସମଗ୍ର ବିଶ୍ୱ କରୋନାକୁ ରୋକିବା ପାଇଁ ସଂଘର୍ଷ କରୁଛି, ତାଇୱାନର କରୋନା ଉପରେ ବିଜୟ ଆଶ୍ଚର୍ଯ୍ୟଜନକ ଅଟେ।

ତାଇୱାନ ନିଜକୁ ଏକ ସାର୍ବଭଭୌମ ଦେଶ ଭାବରେ ବିବେଚନା କରେ । କିନ୍ତୁ ଚୀନ୍ ସମେତ ବିଶ୍ୱର ଅଧିକାଂଶ ଦେଶ ତାଇୱାନକୁ ଗୋଟିଏ ଦେଶରେ ତୁଳନା କରନ୍ତି ନାହିଁ।
ଯେତେବେଳେ ୨୦୦୩ ରେ ଭୟଙ୍କର ମହାମାରୀର ପ୍ରଭାବ ପଡିଥିଲା। ସେତେବେଲବ ଚାଇନା ଏବଂ ହଂକଂ ବ୍ୟତୀତ ତାଇୱାନ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା । ଦକ୍ଷିଣ ପୂର୍ବ ଚୀନ୍ ଉପକୂଳଠାରୁ ୧୮୦ କିଲୋମିଟର ଦୂରରେ ଥିବା ଦ୍ୱୀପରେ ଦେଡ଼ଲକ୍ଷ ଲୋକଙ୍କୁ କ୍ୱାରେଣ୍ଟାଇନ କରାଯାଇଥିଲା ଏବଂ ୧୮୧ ଜଣଙ୍କର ମୃତ୍ୟୁ ହୋଇଥିଲା।

ତେବେ, ମାର୍ସ ଏବଂ ସାର୍ସ ମହାମାରୀ ବର୍ତ୍ତମାନର କରୋନା ସାମ୍ନାରେ କିଛି ନଥିଲା। କିନ୍ତୁ ସେହି ପୁରୁଣା ସ୍ମୃତି ଲୋକଙ୍କ ମନରେ ସତେଜ ହୋଇଥିଲା। ବିଶ୍ୱର ଅନ୍ୟମାନଙ୍କ ତୁଳନାରେ ଉଭୟ ତାଇୱାନ ସରକାର ଏବଂ ସାଧାରଣ ଜନତା କରୋନା ବିପଦକୁ ଗୁରୁତର ସହ ନେଇଥିଲେ। ଜାନୁଆରୀ ମାସରେ, ତାଇୱାନରେ କରୋନାହେବାର ଆଶଙ୍କା ଥିବାରୁ ସୀମା ବନ୍ଦ କରି ଦେଇଥିଲା ଏବଂ ଲୋକମାନେ ରାସ୍ତାରେ ମାସ୍କ ପିନ୍ଧିବା ଆରମ୍ଭ କରିଥିଲେ।
ଏକ ଜର୍ନାଲ୍ ଅଫ୍ ଆମେରିକୀୟ ମେଡିକାଲ୍ ଆସୋସିଏସନ୍ (ଜାମା) ରିପୋର୍ଟ ଅନୁଯାୟୀ, ତାଇୱାନରେ ସ୍ୱାସ୍ଥ୍ୟ ସୁବିଧା ବିଶ୍ୱ ସ୍ତରୀୟ। ତାଇୱାନରେ ସାର୍ସ ସହିତ ମୁକାବିଲା ପାଇଁ ସ୍ଥାପିତ ନ୍ୟାସନାଲ ହେଲଥ କମାଣ୍ଡ ସେଣ୍ଟର (NHCC) ର ଅଧିକାରୀମାନେ କରୋନା ବିସ୍ତାର ଖବର ସହିତ ସକ୍ରିୟ ହୋଇଗଲେ। NHCC ତୁରନ୍ତ କରୋନାଙ୍କ ବିପଦ ବିରୋଧରେ ପଦକ୍ଷେପ ନେବା ଆରମ୍ଭ କଲା। ଡାକ୍ତରୀ ଅଧିକାରୀଙ୍କ ପାଇଁ କରୋନା ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରିବା, ଉତ୍ସ ବଣ୍ଟନ କରିବା, ସମ୍ଭାବ୍ୟ ମାମଲା ତାଲିକାଭୁକ୍ତ କରିବା ଏବଂ ସେମାନଙ୍କ ସହ ଯୋଗାଯୋଗ କରିବା ପାଇଁ କମାଣ୍ଡ ସେଣ୍ଟ୍ରାଲ ସହଜ କରିଥିଲା। ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇ ତୁରନ୍ତ ବିଚ୍ଛିନ୍ନ କରାଯାଇଥିଲା।

ଅଜୟ ଦେବଗନଙ୍କୁ ରାବଣ ଭୂମିକାରେ ଦେଖିବାକୁ ଚାହାନ୍ତି ଦୀପିକା, ତେବେ ସୀତାଙ୍କ ପାଇଁ କିଏ ତାଙ୍କ ପ୍ରଥମ ପସନ୍ଦ ?

ମୁମ୍ବାଇ: ଗୋଟିଏ ସମୟ ଥିଲା ଯେତେବେଳେ ରାମାୟଣ ପୁରା ଦେଶକୁ ପାଗଳ କରିଥିଲା । ସକାଳ ୯.୩୦ ମିନିଟରେ ରବିବାର ଦିନ ଦେଶରେ ଅଘୋଷିତ ସଟ୍ ଡାଉନ୍ ଲାଗୁ ହେଉଥିଲା । ପୁରା ଦେଶ ଟିଭି ସାମ୍ନାରେ ବସୁଥିଲା । ସେତେବେଳେ ଦୀପିକା ଚିଖାଇଲ ସୀତାଙ୍କ ରୂପରେ ଦେଶକୁ ମୋହାଛନ୍ନ କରିଥିଲେ । ରାମାନନ୍ଦଙ୍କ ରାମାୟଣକୁ ୩୨ ବର୍ଷରୁ ଅଧିକ ବିତିଯାଇଛି । ଏବେ କରୋନା କାଳରେ ରାମାୟଣ ପୁଣି ଛୋଟ ପରଦାକୁ ଫେରି ଟିଆରପି ରେକର୍ଡକୁ ହନୁମାନଙ୍କ ଲଙ୍କା ପୋଡି ଭଳି ଛାରଖାର କରିଦେଇଛି । ଏମିତିରେ ୩୨ ବର୍ଷ ପରେ ରାମାୟଣର ରାମ-ସୀତା ପୁଣି ଚର୍ଚ୍ଚାକୁ ଫେରିଛନ୍ତି ।

ପୁରୁଣା ରାମାୟଣର ଟିଭି ୱାପସୀ ଭିତରେ ଦୀପିକାଙ୍କୁ ପଚରାଯାଇଥିଲା ଯଦି ଏବେ ରାମାୟଣ ତିଆରି ହୁଏ ସେ କାହାକୁ ରାମଙ୍କ ଅବତାରରେ ଦେଖିବାକୁ ଚାହିଁବେ ? ରାମ ଅବତାରରେ ଦୀପିକାଙ୍କ ପ୍ରଥମ ପସନ୍ଦ ହେଉଛନ୍ତି ହ୍ରିତିକ୍ ରୋଶନ ।

ତେବେ ଦୀପିକା ସୀତା ଭାବେ କାହାକୁ ଦେଖିବାକୁ ଚାହିଁବେ ? ଉତ୍ତର ହେଉଛି ମହେଶ ଭଟ୍ଟ କନ୍ୟା ଆଲିଆ । ଆଲିଆଙ୍କୁ ସୀତା ମାତାଙ୍କ ଭୂମିକାରେ ଦେଖିବାକୁ ଚାହିଁବେ  ବୋଲି କହିଛନ୍ତି ଦୀପିକା ।  କଣ ପାଇଁ ସେ ଆଲିଆଙ୍କୁ ସୀତା ଭୂମିକାରେ ଦେଖିବାକୁ ଚାହାନ୍ତି ତା’ର ଉତ୍ତର ଦେଇ କହିଛନ୍ତି ଯେ, ମାତା ସୀତାଙ୍କ ଉଚ୍ଚତା ଅଧିକ ନଥିଲା । ଶ୍ରୀରାମଙ୍କ ଛାତିକୁ ସୀତାଙ୍କ ମୁଣ୍ଡ ଛୁଉଁଥିଲା । ତେଣୁ ଆଲିଆଙ୍କ ଭଳି କାହାରିକି ମୁଁ ସୀତାଙ୍କ ଭୂମିକାରେ ଦେଖିବାକୁ ଚାହୁଁଛି ।

ବଲିଉଡ୍ ଲାଇଫକୁ ଦେଇଥିବା ସାକ୍ଷାତକାରରେ ଦୀପିକା ରାବଣ ଭାବେ ଅଜୟ ଦେବଗନଙ୍କୁ ଦେଖିବାକୁ ଚାହାନ୍ତି । ସେହିଭଳି ଲକ୍ଷ୍ମଣଙ୍କ ଭୂମିକାରେ ସେ ବରୁନ ଧୱନଙ୍କୁ ଦେଖିବାକୁ ଚାହାନ୍ତି ବୋଲି କହିଛନ୍ତି ।

୧୯୮୦ ଦଶକର ଅନ୍ତିମ ଭାଗରେ ଦୁରଦର୍ଶନରେ ପ୍ରସାରିତ ହେଉଥିବା ରାମାୟଣରେ ସୀତା ଭୂମିକା ଦୀପିକାଙ୍କୁ ପରିଚୟ ଦେଇଥିଲା । ସେ ପରେ କିଛି ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ । ରୁପୟା ଦଶ କରୋଡ୍ ନାମକ ଫିଲ୍ମରେ ସେ ରାଜେଶ ଖନ୍ନାଙ୍କ ସହ ଅଭିନୟ କରିଥିଲେ ।

ତେବେ ସୀତାଙ୍କ ଅବତାରରେ ଦେଖି ସାରିଥିବା ଦର୍ଶକ ତାଙ୍କ ଫିଲ୍ମ ମେକ୍ ଓଭରକୁ ପସନ୍ଦ କରିନଥିଲେ । ଆଉ ଦୀପିକାଙ୍କୁ ବଲିଉଡରୁ ବନବାସ ନେବାକୁ ପଡିଥିଲା । ପରେ ସେ ଗୋଟିଏ କଂପାନୀରେ ମାର୍କେଟିଂ ମ୍ୟାନେଜର ଭାବେ କାର୍ଯ୍ୟ କରିଥିଲେ ।