spot_img
Home Blog Page 7420

ଛୋଟ ପିଲାଙ୍କ ପାଇଁ ସଫଳ ହୋଇଛି ଲକଡାଉନ୍, କାହିଁକି କହିଲେ ବାଗଚୀ ?

ଭୁବନେଶ୍ୱର: ନଜଗହିଳ ସହର ଗୁଡ଼ିକରେ କରୋନା ସଂକ୍ରମଣ ଆଶଙ୍କା ଗ୍ରାମାଞ୍ଚଳଠାରୁ ଅଧିକ ରହିଛି । ନ୍ୟୁୟର୍କ ସହର ଓ ପୁରୀ ସହର ଲୋକସଂଖ୍ୟା ସହିତ ସମାନ । ରାଜ୍ୟରେ ମାର୍ଚ୍ଚ ୧୫ରେ ପ୍ରଥମ ପଜିଟିଭ ଜଣାପଡ଼ିଥିଲା । ମାର୍ଚ୍ଚ ୧୯ରେ ଦ୍ୱିତୀୟ ପଜିଟିଭ ଓ ମାର୍ଚ୍ଚ ୨୬ରେ ତୃତୀୟ ପଜିଟିଭ ଜଣାପଡ଼ିଥିଲା । ଆପଣଙ୍କ ସଚେତନତା ଯୋଗୁଁ ଆମେ ତୃତୀୟ ପଜିଟିଭରେ ସୀମିତ ଅଛନ୍ତି । ଲକଡାଉନ୍‌ରେ ଓଡ଼ିଶାବାସୀଙ୍କ ସହଯୋଗ ପ୍ରଶଂସାଯୋଗ୍ୟ । ଆଜି ସରକାରଙ୍କ କରୋନା ମୁଖପାତ୍ର ସୁବ୍ରତ ବାଗଚୀଙ୍କ ଜରିଆରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବାର୍ତ୍ତା ଦେଇଛନ୍ତି ।

ଓଡ଼ିଶାର ଜନସାଧାରଣଙ୍କ ସହଯୋଗ ମିଳିଛି । ପ୍ରତି ପରିବାରର ପୁଅଝିଅ ଘରେ ରହି ଏହାକୁ ସଫଳ କରିଛନ୍ତି । ୩ ପଜିଟିଭରୁ ୩୦, ୩୦ରୁ ୩୦୦ ପର୍ଯ୍ୟନ୍ତ ଯିବା ଆପଣଙ୍କ ହାତରେ । ଘରେ ରହୁନ୍ତୁ, ଘରୁ ବାହାରିବାର ସମୟ ଏପର୍ଯ୍ୟନ୍ତ ଆସି ନାହିଁ । କରୋନା ହିଷ୍ଟୋଗ୍ରାମକୁ ନିଜର କରନ୍ତୁ ଜାଣିପାରିବେ ଏହାର ସ୍ଥିତି । ଜାନୁଆରୀ ୨୨ରୁ ମାର୍ଚ୍ଚ ମାସ ୨୭ ପର୍ଯ୍ୟନ୍ତ କରୋନାର ଗତି ମନ୍ଥର ଥିଲା । ତାପରେ ଖୁବ କମ୍‌ ଦିନରେ ସଂକ୍ରମଣ ବିସ୍ଫୋଟକ ସ୍ଥିତିରେ ପହଞ୍ଚିଛି ।

ଚୀନର ଅବସ୍ଥା ସଙ୍କଟାପନ୍ନ ଥିଲା, କରୋନା ଦୈନିକ ପ୍ରାଣ ନେଉଥିଲା । ଲକଡାଉନ୍‌ ଉପରେ ଗୁରୁତ୍ୱ ଦେଲେ ଚୀନ ସରକାର । ଲୋକେ ଚୀନ ସରକାରଙ୍କ ନିର୍ଦ୍ଦେଶ ଅକ୍ଷରେ ଅକ୍ଷରେ ପାଳିଲେ । ଏବେ ଚୀନରେ କରୋନା ନିୟନ୍ତ୍ରଣାଧୀନ ରହିଛି । ଚୀନ ଭଳି ଇଟାଲୀ ସଚେତନ ନଥିଲା, ଲକଡାଉନ ହୋଇ ନଥିଲା ଫଳରେ କରୋନା ବ୍ୟାପିଗଲା । ଆପଣ ସରକାରଙ୍କ ନିର୍ଦ୍ଦେଶକୁ ମାନ ନିୟମ ପାଳନ କରୁଥିବାରୁ ସ୍ଥିତି ଗମ୍ଭୀର ହୋଇନାହିଁ ।

ଧାର୍ମିକ ସମ୍ମିଳନୀରୁ ଦେଶର ୨୦ ରାଜ୍ୟରେ କରୋନା ସଂକ୍ରମଣ !

 

ତବଲିଗି ଜମାତ ଯାଇଥିବା ଓଡ଼ିଆଙ୍କ ମଧ୍ୟରୁ ୩ ଚିହ୍ନଟ

ଭୁବନେଶ୍ୱର: ଦିଲ୍ଲୀ ନିଜାମୁଦ୍ଦିନ ତବଲିଗି ଜମାତ ମରକଜରୁ ଦେଶରେ କରୋନା ସଂକ୍ରମଣ । ଏହା ଉପରେ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ସବୁ ରାଜ୍ୟ ସରକାର ନଜର ରଖିଛନ୍ତି । ଓଡ଼ିଶାରୁ ୧୫ ଜଣ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେଇଛନ୍ତି । ନିଜାମୁଦ୍ଦିନରୁ ଫେରିଥିବା ୩ ଜଣଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖା ଯାଇଥିବା କରୋନା ମୁକାବିଲା କମିଟି ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।

ନିଜାମୁଦ୍ଦିନ ତବଲିଗି ଜମାତ ମକରଜକୁ ଯାଇଥିବା ଏବଂ ସେଠାରୁ ଫେରିଥିବା ଅନ୍ୟ ବ୍ୟକ୍ତିଙ୍କୁ ଠାବ କରିବା ପାଇଁ ଉଦ୍ୟମ କରାଯାଉଛି । ଚିହ୍ନଟ ୩ ଜଣଙ୍କ ସହ ସେମାନଙ୍କ ପରିବାରକୁ ପର୍ଯ୍ୟବେକ୍ଷଣରେ ରଖା ଯାଇଥିବା ସୂଚନା ଦେଇଛନ୍ତି ମୁକାବିଲା କମିଟି ମୁଖପାତ୍ର ସୁବ୍ରତ ବାଗଚୀ ।

ଏଥିସହ ଲକ୍ ଡାଉନ ନିୟମକୁ ନମାନି କିଛି ଲୋକ ଆମ୍ବୁଲାନ୍ସର ଅସଦ ବ୍ୟବହାର କରୁଛନ୍ତି । ମେଡିକାଲ କାମ ନଥାଇ ଅନ୍ୟ କାମରେ ନିୟୋଜିତ କରାଯାଉଛି । ଏଭଳି ସ୍ଥିତିରେ ଆମ୍ବୁଲାନ୍ସ ଧରାପଡ଼ିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି । ଲକ୍ ଡାଉନ୍ ସମୟରେ ଛୋଟ ପିଲାମାନେ ଧୈର୍ଯ୍ୟ ରକ୍ଷା କରି ଘରେ ଅଛନ୍ତି । ସେମାନେ ଘରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ଘରେ ରହିବାକୁ କହିବାକୁ ଅନୁରୋଧ କରିଛନ୍ତି ।

ଧାର୍ମିକ ସମ୍ମିଳନୀରୁ ଦେଶର ୨୦ ରାଜ୍ୟରେ କରୋନା ସଂକ୍ରମଣ !

 

କରୋନା ମୁକାବିଲା ନେଇ ସରକାରୀ କର୍ମଚାରୀଙ୍କ ଦରମା କାଟିବ ଏହି ରାଜ୍ୟ

ତେଲେଙ୍ଗାନା: କରୋନା ଦୋହଲାଇ ଦେଇଛି ଆର୍ଥିକ ମେରୁଦଣ୍ଡ । ବନ୍ଦ ହୋଇଛି ଦୋକାନ ବଜାର, ଗୋଟିଏ ପ୍ରକାର ଠପ୍‌ ହୋଇଯାଇଛି ବ୍ୟବସାୟ । ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ବ୍ୟତୀତ ଅନ୍ୟ କିଛି ଖୋଲିନାହିଁ । ଯାହାର ପ୍ରଭାବ ଦେଖିବାକୁ ମିଳିଛି ରାଜସ୍ୱ ଆଦାୟ ଉପରେ । ପୂର୍ବାପେକ୍ଷା କମିଛି ରାଜସ୍ୱ ଆଦାୟ । ଏଭଳି ପରିସ୍ଥିତିର ମୁକାବିଲା ନେଇ ତେଲେଙ୍ଗାନା ସରକାର ଆପଣାଇଛନ୍ତି ଭିନ୍ନ ଉପାୟ । ସରକାରୀ କର୍ମଚାରୀଙ୍କ ଦରମାର ପ୍ରାୟ ୧୦%ରୁ ୭୫% ପର୍ଯ୍ୟନ୍ତ ଟଙ୍କା କାଟିବା ନେଇ ନିଷ୍ପତ୍ତି ନେଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ।

ଖୋଦ୍‌ ମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳର ସଦସ୍ୟ, ଆଇଏଏସ୍‌, ଆଇପିଏସ୍‌, ଆଇଏଫ୍‌ଏସ୍‌ ସମେତ ସମସ୍ତ ବର୍ଗର ଅଧିକାରୀ ଏବଂ କର୍ମଚାରୀଙ୍କ ଦରମା ବଡ଼ ଅଂଶ କଟାଯିବ । ଏଭଳି କି ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ୍‌ର ଟଙ୍କାର ମଧ୍ୟ କିଛି ଅଂଶ କଟାଯିବ ।

ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ସୋମବାର ଅର୍ଥ ବିଭାଗର ଅଧିକାରୀଙ୍କ ସହିତ କରୋନା ନେଇ ରାଜ୍ୟରେ ଉପୁଜିଥିବା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ବୈଠକରେ ଦୀର୍ଘ ସମୟର ଆଲୋଚନା ପରେ ରାଜ୍ୟ ସରକାର ଦରମା କାଟିବା ନେଇ ନିଷ୍ପତ୍ତି ନେଇଛନ୍ତି । କରୋନା ପ୍ରଭାବରେ ରାଜ୍ୟର ରାଜସ୍ୱ ଆଦାୟ କମିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ତେଲେଙ୍ଗାନା ସରକାର ।

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ, ରାଜ୍ୟର ମନ୍ତ୍ରୀ, ବିଧାନ ପରିଷଦର ସଦସ୍ୟ, ବିଧାନସଭାର ସଦସ୍ୟ, ନିଗମ ଅଧ୍ୟକ୍ଷ, ସ୍ଥାନୀୟ ନିଗମର ଦରମା ୭୫%, ଆଇଏଏସ୍‌, ଆଇପିଏସ୍‌ ଏବଂ ଆଇଏଫ୍‌ଏସ୍‌ ଭଳି ସେବାରେ ନିୟୋଜିତ ଅଫିସରଙ୍କ ଦରମାର ୬୦%, ଅନ୍ୟ ସବୁ ଶ୍ରେଣୀର କର୍ମଚାରୀଙ୍କ ଦରମାର ୫୦%, ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦରମାର ୧୦% ଟଙ୍କା କଟାଯିବ । ସମସ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କ ୫୦% କଟାଯିବ । ଚତୁର୍ଥ ଶ୍ରେଣୀ ଅବସରପ୍ରାପ୍ତ କର୍ମଚାରୀଙ୍କ ୧୦% ଟଙ୍କା କଟାଯିବ । ତେଲେଙ୍ଗାନାରେ କୋଭିଡ ୧୯ ଦ୍ୱାରା ସଂକ୍ରମିତ ମାମଲା ଲଗାତାର ବଢ଼ିବାରେ ଲାଗିଛି । ଏଭଳି ସମୟରେ ରାଜ୍ୟର ଆର୍ଥିକ ସ୍ଥିତି ଖରାବ ହେବା ଆଶଙ୍କା କରିଛନ୍ତି ରାଜ୍ୟ ସରକାର ।

ଭୁବନେଶ୍ୱର: ଦିଲ୍ଲୀ ନିଜାମୁଦ୍ଦିନରୁ ଫେରଥିବା ୩ ଜଣଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ସୂଚନା ଦେଲେ କରୋନା ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

ଭୁବନେଶ୍ୱର: ଦିଲ୍ଲୀ ନିଜାମୁଦ୍ଦିନରୁ ଫେରଥିବା ୩ ଜଣଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ସୂଚନା ଦେଲେ କରୋନା ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

ବଢୁଛି କରୋନା । ଦେଶରେ ୧୩ଶହ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଗଲାଣି ୪୬ ଜୀବନ । ୨୪ ଘଣ୍ଟାରେ ୨୨୭ ଜଣଙ୍କ ରିପୋର୍ଟ ପଜିଟିଭ୍ ମହାରାଷ୍ଟ୍ର ଓ କେରଳରେ ୨୩୦ରୁ ଅଧିକ ସଂକ୍ରମିତ ହୋଇଛନ୍ତି ।

ବଢୁଛି କରୋନା । ଦେଶରେ ୧୩ଶହ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଗଲାଣି ୪୬ ଜୀବନ ।  ୨୪ ଘଣ୍ଟାରେ ୨୨୭ ଜଣଙ୍କ ରିପୋର୍ଟ ପଜିଟିଭ୍‌ ମହାରାଷ୍ଟ୍ର ଓ କେରଳରେ ୨୩୦ରୁ ଅଧିକ ସଂକ୍ରମିତ ହୋଇଛନ୍ତି ।