spot_img
Home Blog Page 7424

‘ରାମାୟଣ’ର ରାବଣଙ୍କୁ ହେଲା ୮୨ ବର୍ଷ, ରିଟେଲିକାଷ୍ଟ୍ ଦେଖି ହେଲେ ଭାବୁକ

ମୁମ୍ବାଇ: ଜନସାଧାରଣଙ୍କ ଚାହିଦା ଅନୁଯାୟୀ ଦୂରଦର୍ଶନରେ ଲୋକପ୍ରିୟ ୮୦ ଦଶକର ସିରିଏଲ ‘ରାମାୟଣ’ ପୁଣି ଥରେ ପ୍ରସାରିତ ହେଉଛି । ଏହି ସିରିଏଲରେ ରାବଣ ଭୂମିକାରେ ଅଭିନୟ କରୁଥିବା ଅରବିନ୍ଦ ତ୍ରିବେଦୀ ଟିଭିରେ ସିରିଏଲର ପୁନଃପ୍ରସାରଣ ଦେଖି ନିଜର ପୁରୁଣା ସ୍ମୃତିକୁ ତାଜା କରିଥିଲେ ।ଏହି ସମୟ ସେ ବହୁତ ଭାବପ୍ରବଣ ହୋଇପଡ଼ିଛନ୍ତି ।

ଅରବିନ୍ଦ ଏବେ ପରିଣତ ବୟସରେ ।  ତାଙ୍କୁ ବର୍ତ୍ତମାନ ୮୨ବର୍ଷ ବୟସ । ସେ ଅଧିକ ଚଳପ୍ରଚଳ ମଧ୍ୟ କରିପାରୁନାହାଁନ୍ତି, କିନ୍ତୁ ସେ ପୁରା ଏପିସୋଡ୍ ଦେଖିଛନ୍ତି ।

ଟେଲିଭିଜନ ଜଗତରେ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିପାରିଥିବା ସିରିଏଲ ‘ରାମାୟଣ’ ଗତ ଶନିବାର ଠାରୁ ପୁଣିଥରେ ପ୍ରସାରିତ ହେଉଛି । ଯେଉଁମାନେ ଲକଡାଉନ୍ ସମୟରେ ଘରେ ସମୟ ବିତାଉଛନ୍ତି ସେମାନେ ଏହି ସିରିଏଲ ଦେଖିବାର  ସୁଯୋଗ ପାଇପାରିଛନ୍ତି । ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ଏହା ଘୋଷଣା କରିଛନ୍ତି ।

ଟିଭିରେ ସମସ୍ତ ୭୮ଟି ଏପିସୋଡ୍ ଟେଲିକାଷ୍ଟ ହେବ

ରାମାୟଣ ରାମନନ୍ଦ ସାଗରଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ବାଲ୍ମିକୀ ରାମାୟଣ ଓ ତୁଲସୀ ଦାସଙ୍କ ରାମଚରିତ ମାନସ ଦ୍ୱାରା ପ୍ରଭାବିତ ଏହି ସରିଜ୍ ଗୋଟିଏ ସମୟରେ ଦେଶ ଓ ବିଦେଶରେ ଲୋକପ୍ରୀୟ ହୋଇ ପାରିଥିଲା । ୧୯୮୭ ମସିହାରେ ରାମାୟଣ ରବିବାର ଦିନ ପ୍ରସାରିତ ହେଉଥିଲା । ଏହି ସମୟରେ ପୁରା ଦେଶରେ ଅଘୋଷିତ ଲକ୍ ଡାଉନ୍ ରହୁଥିଲା । ରାସ୍ତାଘାଟ ଶୁନସାନ ହୋଇ ପଡୁଥିଲା ।  ସମୁଦାୟ ୭୮ଟି ଏପିସୋଡ୍ ସହିତ ଏହି ସିରିଏଲ ପ୍ରଥମେ ଜାନୁଆରୀ ୨୫, ୧୯୮୭ରୁ ଜୁଲାଇ ୩୧, ୧୯୮୮ ପର୍ଯ୍ୟନ୍ତ ଦେଶରେ ପ୍ରସାରିତ ହୋଇଥିଲା । ଏହି ସମୟ ମଧ୍ୟରେ, ପ୍ରତ୍ୟେକ ରବିବାର ସକାଳ ୯.୩୦ ରେ, ସିରିଏଲ ଟିଭିରେ ପ୍ରସାରିତ ହେଉଥିଲା ।

୧୯୮୭ରୁ ୧୯୮୮ ପର୍ଯ୍ୟନ୍ତ ପ୍ରସାରଣ ସମୟରେ, ‘ରାମାୟଣ’ କେବଳ ଦେଶରେ ନୁହେଁ, ଦୁନିଆର ସବୁଠାରୁ ଅଧିକ ଦେଖାଯାଉଥିବା ସିରିଏଲ ପାଲଟିଯାଇଥିଲା । ଜୁନ୍ ୨୦୦୩ ସୁଦ୍ଧା, ଏହା ଲିମକା ବୁକ୍ ଅଫ୍ ରେକର୍ଡରେ ଦୁନିଆର ସର୍ବାଧିକ ଦେଖାଯାଇଥିବା ପୂରାଣ ଭାବରେ ରେକର୍ଡ କରାଯାଇଥିଲା ।

କରୋନା ପୀଡ଼ିତଙ୍କ ଚିକିତ୍ସା ପାଇଁ ନିଜ ଘରକୁ ଖୋଲିଲେ ସୋନୁ

ମୁମ୍ବାଇ: ବଲିଉଡ୍‌ ଦୁନିଆ କରୋନା ଭାଇରସର ମୁକାବିଲା କରିବାକୁ ଆଗକୁ ଆଗେଇ ଆସିଥିବା ଦେଖାଯାଇଛି। ଏବେ ବଲିଉଡ୍‌ ଗାୟକ ସୋନୁ ନିଗମ ଏ କ୍ଷେତ୍ରରେ ନିଜର ସହଯୋଗ ଦେଇଛନ୍ତି। ଏବେ ସେ ଦେଶ ବାହାରେ ଅର୍ଥାତ୍‌ ଦୁବଇରେ ଥାଇ ମଧ୍ୟ ଭାରତରେ କରୋନା ସଂକ୍ରମିତଙ୍କ ଚିକିତ୍ସା ଓ ସ୍ୱାସ୍ଥ୍ୟକର୍ମୀଙ୍କ ରହିବା ଲାଗି ତାଙ୍କ ମଡ ଆଇଲ୍ୟାଣ୍ଡରେ ଥିବା ଘରକୁ ଖୋଲିଦେବେ ବୋଲି କହିଛନ୍ତି।

ସୋନୁ କହିଛନ୍ତି ଇଟାଲୀ, ସ୍ପେନ, ଆମେରିକାରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି ସତ। ହେଲେ ଏହାର ମୁକାବିଲା କରିବା ପାଇଁ ସେମାନେ ମାଇଲ ମାଇଲ ଦୂର ପର୍ଯ୍ୟନ୍ତ ଆପାତକାଳୀନ ଶିବିର ଖୋଲି ଦେଉଛନ୍ତି। ହେଲେ ଭାରତର ସ୍ଥିତି ଅଲଗା। ଏଠାରେ ରୋଗୀଙ୍କର ଚିକିତ୍ସା କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର ସୁବିଧା ନାହିଁ। ତେଣୁ ଯେଉଁମାନଙ୍କର ଘର ଖାଲି ରହିଛି ସେମାନେ ଏହି ସମୟରେ କରୋନା ସଂକ୍ରମିତଙ୍କ ଚିକିସା ପାଇଁ ଏହାକୁ ଖୋଲି ଦେବାକୁ ସେ ଅପିଲ କରିଛନ୍ତି।

ସୂଚନାଯୋଗ୍ୟ, ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ଛୁଇଁବାକୁ ଯାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଆଗକୁ ଯେମିତି ଏହାକୁ ନିୟନ୍ତ୍ରଣ କରାଯାଇ ପାରିବ ସେଥିପାଇଁ ସବୁ ସ୍ତରରେ ପ୍ରୟାସ ଜାରି ରହିଛି। ଏ କ୍ଷେତ୍ରରେ କେତେଜଣ ବଲିଉଡ୍‌ ସେଲିବ୍ରିଟି କୋଟି କୋଟି ଟଙ୍କା ସହୟତା ମଧ୍ୟ ଯୋଗାଇ ସାରିଲେଣି।

ଲାଠି ଚାର୍ଜ କରି ଥକିଲେ, ଅମାନିଆଙ୍କୁ ବୁଝାଇବା ପାଇଁ ଶେଷରେ ଗୀତ ଗାଇଲେ

ଏ ସମୟ ହେଉଛି ଲଢ଼ିବାର ସମୟ । ସାରା ଦେଶ ଏକାଠି ହୋଇ ଯୁଦ୍ଧ କରି ଆଗକୁ ବଢ଼ିବାର ସମୟ । ଏମିତି ଏକ ନୂଆ ଯୁଦ୍ଧ ଆମ ସାମ୍ନାରେ । ଯେଉଁ ଯୁଦ୍ଧର ନାଁ କରୋନା । ଏବେ ସମୟ ଆସିଛି ତୁମକୁ ତୁମ ଦେଶ ଭକ୍ତିର ପରିଚୟ ଦେବାର । ଆମେ ଆପଣଙ୍କ ପାଇଁ ବାହାରେ ଅଛୁ ଆପଣ ମାନେ କେବଳ ଘରେ ରହି କରୋନା ରାକ୍ଷସକୁ ହରାଇବାରେ ଆମକୁ ସାହାଯ୍ୟ କରନ୍ତୁ ।

କାରଣ ଆମେ ଏମିତି ଏକ ବାଟର ବାଟୋଇ । ଯେଉଁ ବାଟୋଇର ବାଟ କେବଳ ଧର୍ମ, କର୍ତ୍ତବ୍ୟ କରି ଆଗକୁ ବଡ଼ିବା । ଏଭଳି କହି ସଚେତ କରାଉଛନ୍ତି ପୋଲିସ୍‌ । କରୋନା ପାଇଁ ସାରା ଦେଶରେ ଏବେ ଲକ୍‌ଡାଉନ । କେବଳ ସାଜିକ ଦୂରତାହିଁ ଆମକୁ ଏ କରୋନା କବଳରୁ ରକ୍ଷା କରିପାରିବ  । ସେଥିପାଇଁ ସାରା ଦେଶକୁ ଘରେ ରହି କରୋନା ସହ ଯୁଦ୍ଧ କରିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଏମିତି କିଛି ପୋଲିସ ଅଫିସର ଅଛନ୍ତି ଯିଏ ଗୀତ ମାଧ୍ୟମରେ ଲୋକଙ୍କୁ ସଚେତନ କରାଉଛନ୍ତି ।  କେଉଁଠି ୟେ ପ୍ୟାରକା ନଗମା ହୈ ଗୀତ ସୁଭିଲାଣିତ ଆଉ କେଉଁଠି ହମ୍‌ ହୋଙ୍ଗେ କାମୟାବ ଏବଂ ଜିନ୍ଦଗି ମୋତ ନା ବନଯାଏ ସମ୍ଭାଲୋ ୟାରୋ ଭଳି ଦେଶ ଭକ୍ତିର ଗୀତ । ଏମିତି କିଛି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଛତିଶଗଡ଼, ମହାରାଷ୍ଟ୍ର ଏବଂ ୟୁପିରେ ଏହିଭଳି କିଛି ଭିଡ଼ିଓ ଦେଖିବକୁ ମିଳିଛି । ଯେଉଁ ସବୁ ଭିଡିଓରେ ଖାଁ ଖାଁ ରାସ୍ତା ଉପରେ ନିଜ ପରିବାରକୁ ଛାଡ଼ି ଦେଶର ସବୁ ଲୋକଙ୍କୁ ନିଜ କରିବାର କରି ସଚେତନ କରାଉଛନ୍ତି । କିଛି ପୋଲିସ୍‌ କର୍ମଚାରୀ ମାନେ କରୋନା ପାଇଁ ନିଜେ ଲେଖିଥିବା ଗୀତକୁ ଲୋକଙ୍କୁ ଶୁଣାଇଛନ୍ତି ।

https://www.facebook.com/BilaspurCGPolice/videos/vb.246480665725995/2611166755837780/?type=2&theater

ଲକଡାଉନ୍‌ ପାଇଁ ରାଜ୍ୟ ବାହାରେ ଫସିଛନ୍ତି ୩ହଜାରରୁ ଅଧିକ ଶ୍ରମିକ

ଭୁବନେଶ୍ୱର: ଲକଡାଉନ୍‌ ପାଇଁ ଫସିଛନ୍ତି ଓଡ଼ିଆ । ଭଦ୍ରକ ବାସୁଦେବପୁର ଓ ବାଲେଶ୍ୱରର ତିନି ହଜାର ଶ୍ରମିକ ଏବେ ସୁରତରେ ଫସି ରହିଛନ୍ତି । ଭଡା ଘରେ ରହୁଥିବା ଶ୍ରମିକଙ୍କୁ ଫାଟକ ବାହାରକୁ ଛାଡୁନାହାନ୍ତି ଘର ମାଲିକ । ସ୍ଥାନୀୟ ପ୍ରଶାସନ ସହ ବି ଯୋଗାଯୋଗ ହୋଇପାରୁନି । ପାଖରୁ ଟଙ୍କା ସରିଗଲାଣି । ଖାଇବା ପାଇଁ ସମସ୍ତେ ଡହଳ ବିକଳ ହେଉଛନ୍ତି । ସୁରତ ଜିଲ୍ଲା LH ରୋଡ୍‌ର ବସନ୍ତ ବିକାଲି ବାଡିରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ସେମାନେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ।

ସେହିପରି କୋରାପୁଟ ଜିଲ୍ଲାର ଲମତାପୁଟ, ବୈପାରିଗୁଡା ଓ ନନ୍ଦପୁର ବ୍ଲକର ୨୬ ଜଣ ଶ୍ରମିକ ଆନ୍ଧ୍ରପ୍ରଦେଶର ଇଷ୍ଟ ଗୋଦାବରୀ ଜିଲ୍ଲାର କାବୁର ରେଳ ଷ୍ଟେସନ ନିକଟରେ ଫସି ରହିଛନ୍ତି । ମାସେ ତଳେ ଲମତାପୁଟ ବ୍ଲକ କାଙ୍ଗରାପଡା ଗାଁର ୧୫, ବୈପାରିଗୁଡା ବ୍ଲକ ଗାଦବାଗୁଡା ଗାଁର ୫ ଓ ନନ୍ଦପୁର ବ୍ଲକ କରଞ୍ଜିଗୁଡା ଗାଁର ୬ ଜଣ ଆନ୍ଧ୍ରପ୍ରଦେଶର କାବୁର ରେଳ ଷ୍ଟେସନରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଲକଡାଉନ ପରେ ଗାଁକୁ ଫେରିବା ମୁସ୍କିଲ ହୋଇପଡିଛି । ଏବେ ଭୋକ ଉପାସରେ ଦିନ ବିତୁଛି । ୨୬ ଜଣ ଶ୍ରମିକଙ୍କ ମଧ୍ୟରେ ୧୧ ଜଣ ମହିଳା ଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଅସୁସ୍ଥ ହୋଇଯାଇଛନ୍ତି । ସାହାଯ୍ୟ ପାଇଁ ସେମାନେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି।

କରୋନା ମାଧ୍ୟମରେ ପ୍ରକୃତି ଦେଉଛି ଆଗତ ବିପଦର ସଚେତନତା ବାର୍ତ୍ତା

ୱାଶିଂଟନ: କରୋନା ଭୂତାଣୁ ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଇତିମଧ୍ୟରେ ପୃଥିବୀର ୧୯୯ ଦେଶରେ କରୋନା ସଂକ୍ରମିତ ହୋଇସାରିଛି। ସେହିପରି ମୃତ୍ୟୁ ସଂଖ୍ୟା ୩୩ ହଜାର ଟପିଛି। ତେବେ କରୋନା ଭଳି ମହାମାରୀ ମାଧ୍ୟମରେ ପୃଥିବୀ ଉପରେ ଥିବା ଆଗତ ବିପଦ ସମ୍ପର୍କରେ ପ୍ରକୃତି ସଚେତନତା ବାର୍ତ୍ତା ଦେଇଛି।

ନିକଟରେ ହୋଇଥିବା ଏକ ସର୍ଭେ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଆଇଏଏନ୍‌ଏସ୍‌ ସି-ଭୋଟର ଗେଲପ୍‌ ଆସୋସିଏଶନ ପକ୍ଷରୁ ହୋଇଥିବା ଏକ ସର୍ଭେ ରିପୋର୍ଟରେ ଏହା ପ୍ରକାଶ ପାଇଛି। ୪୬.୭ ପ୍ରତିଶତ ଲୋକ ଏହା ପ୍ରକୃତିର ରୋଷ ବୋଲ କହିଛନ୍ତି। ପୃଥିବୀ ଉପରେ ମାଡ଼ିଆସୁଥିବା ବିପଦ ସମ୍ପର୍କରେ କରୋନ ସଂକ୍ରମଣ ସୂଚନା ଦେଉଥିବା ସର୍ଭେରେ ସାମିଲ୍‌ ହୋଇଥିବା ଲୋକ ପ୍ରକାଶ କରିଛନ୍ତି। ୩୦.୬ ପ୍ରତିଶତ ଲୋକ ଏହା ପ୍ରକୃତିର ସଚେତନତା ବାର୍ତ୍ତା ବୋଲି ମାନିବାକୁ ମନା କରିଥିଲେ। ଅପରପକ୍ଷରେ ୨୨.୭ ପ୍ରତିଶତ ଲୋକ କୌଣସି ଟିପ୍ପଣୀ ଦେବାକୁ ମନା କରିଥିଲେ ବୋଲି ରିପୋର୍ଟରେ ଦର୍ଶାଯାଇଛି।

ବଜାରରେ ସାନିଟାଇଜର ଅଭାବରୁ ପ୍ରକୃତିକ ଉପାୟକୁ ଆପଣାଇଛନ୍ତି ଲୋକେ

ଚେନ୍ନାଇ: କରୋନା ସଂକ୍ରମଣରୁ ରକ୍ଷା ପାଇବାକୁ ହେଲେ ହାତ ଧୋଇବାକୁ ପରାମର୍ଶ ଦିଆଯାଉଥିବା ବେଳେ ସାନିଟାଇଜର ବ୍ୟବହାର କରିବାକୁ ମଧ୍ୟ କୁହାଯାଉଛି। ହେଲେ ଲୋକଙ୍କ ଆବଶ୍ୟକତାକୁ ଦେଖି ବଜାରରେ ସେହି ପରିମାଣର ସାନିଟାଇଜର ମିଳୁ ନ ଥିବାରୁ ଲୋକେ ଏବେ ପ୍ରାକୃତିକ ଉପାୟ ଆପଣାଇଛନ୍ତି।

ତାମିଲନାଡୁର ରାମନାଥପୁରମ ଜିଲ୍ଲାରେ ଲୋକେ ପାଣିରେ ନିମ୍ବ, ହଳଦୀର ମିଶ୍ରଣ କରି ଗାଁ ରାସ୍ତାକୁ ସାନିଟାଇଜ୍‌ କରିବା ସହ ବ୍ଲିଚିଂ ପାଉଡର ପକାଉଥିବା ଦେଖାଯାଇଛି। ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ଦେଖି ଦେଶବାସୀ ଏକ ପ୍ରକାର ସଚେତନ ହୋଇ ସାରିଛନ୍ତି। କାରଣ ପ୍ରତିଦିନ ଏଠାରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏହା କେତେବେଳେ କେଉଁରୂପ ନେବ ତାହା ଆକଳନ କରିବା କଷ୍ଟକର ବ୍ୟାପାର ବୋଲି କୁହାଯାଉଛି। ତେଣୁ ବେଳଥାଉଁ ଲୋକେ ସତର୍କ ହେବା ଆରମ୍ଭ କରିଛନ୍ତି।

ଚମକାଇଲା ଚୀନର କରୋନା ଡାଟା: ଚୀନରେ ୯୨% ସୁସ୍ଥ ହେଉଛନ୍ତି,ବାକି ଦୁନିଆରେ ୨୨% ପ୍ରତିଶତ

ନୂଆଦିଲ୍ଲୀ: କରୋନା ଭାଇରସ ଚୀନରୁ ଜନ୍ମ ହୋଇପାରେ । କିନ୍ତୁ ଏବେ ଧିରେ ଧିରେ ଚୀନ ସାମାନ୍ୟ ହେବାରେ ଲାଗିଛି । ଚୀନ ଏକପ୍ରକାର କରୋନାକୁ ପରାସ୍ତ କରିସାରିଛି । ଅନ୍ୟପକ୍ଷରେ ବାକି ବିଶ୍ୱ ଏହି ମାରାତ୍ମକ ଭାଇରସ କବଳରେ ଛଟପଟ ହେଉଛି । ଅନାଗତ ଭବିଷ୍ୟତ ଓ ଆତଙ୍କ ଦୁନିଆକୁ ଡରାଉଥିବା ବେଳେ ଆଉ ଗୋଟିଏ ତଥ୍ୟ ବିଶ୍ୱକୁ ଚମକାଇଛି, ତାହା ହେଲା ଚୀନରେ ୯୨ ପ୍ରତିଶତ କରୋନା ଆକ୍ରାନ୍ତ ସୁସ୍ଥ ହେଉଛନ୍ତି କିନ୍ତୁ ବାକି ବିଶ୍ୱରେ ସୁସ୍ଥ ହେବାର ହାର ମାତ୍ର ୨୨ ପ୍ରତିଶତ । ଏହି ତଥ୍ୟ ଗୋଟିଏ ନୂଆ ପ୍ରଶ୍ନକୁ ଜନ୍ମ ଦେଇଛି, ତାହା ହେଲା ଚୀନ ପାଖରେ କଣ କରୋନାର କିଛି ଉପଚାର ଅଛି ? ଯାହାକୁ ଏହି କମ୍ୟୁନିଷ୍ଟ୍ ଦେଶ ବାକି ଦୁନିଆଠାରୁ ଲୁଚାଉଛି ।

ମାର୍ଚ୍ଚ ୧ ରେ, ବିଶ୍ୱରେ ୮୮ହଜାର କରୋନା ରୋଗୀ ଚିହ୍ନଟ ହୋଇଥିଲେ । ସେଥିମଧ୍ୟରୁ ୮୦ ହଜାର ମାମଲା କେବଳ ଚାଇନାରେ ଥିଲା । କିନ୍ତୁ ତାହା ମାର୍ଚ୍ଚ ୨୯ ସୁଦ୍ଧା ବିଶ୍ ବିଶ୍ୱରେ ୬ ଲକ୍ଷ ୭୭ ହଜାର କରୋନା ଆକ୍ରନ୍ତ ହୋଇଥିବା ବେଳେ ଚାଇନାରେ ୮୨ ହଜାର ୧୨୨ ମାମଲା ରହିଛି ।

ଚୀନ୍‌ରୁ କରୋନା ଭୂତାଣୁ ବିସ୍ତାର ହେବାରେ ଲାଗିଛି, ଯେଉଁଠାରେ ଏହା ମୋଟ ରୋଗର ୯୦ ପ୍ରତିଶତରୁ ଅଧିକ ଥିଲା । ବର୍ତ୍ତମାନ ଏହାକୁ ୧୨ ପ୍ରତିଶତକୁ ହ୍ରାସ ପାଇଛି ।

ମାର୍ଚ୍ଚ ୨୯ ଦିନ ସାରା ବିଶ୍ୱରେ କରୋନା ଭାଇରସ ମାମଲା ୭୬୯% ବୃଦ୍ଧି ପାଇଛି । କିନ୍ତୁ ମାର୍ଚ୍ଚରେ ଚାଇନାରେ ମାତ୍ର ୧.୭% ବଢିଥିବା ଜଣାପଡ଼ିଛି। ଯାହା ମାର୍ଚ୍ଚ ୧ ସୁଦ୍ଧା ବିଶ୍ୱରେ ୩ ​​ହଜାର ୫୦ ମୃତ୍ୟୁ ହୋଇଥିଲା, ସେମାନଙ୍କ ମଧ୍ୟରୁ ୯୫% ରୁ ଅଧିକ ଅର୍ଥାତ୍ କେବଳ ଚାଇନାରେ ୨ ହଜାର ୯୧୨ ଜଣଙ୍କ ମୃତ୍ୟୁ ହୋଇଥିଲା ।

ବିଶ୍ୱରେ ମାର୍ଚ୍ଚ ୨୯ ସୁଦ୍ଧା ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଚାଇନାରେ ମୃତ୍ୟୁ ସଂଖ୍ୟା ମାତ୍ର ୩୩୦୦ରେ ପହଞ୍ଚିଛି, କିନ୍ତୁ ବିଶ୍ୱରେ ଏହି ସଂଖ୍ୟା ୩୧ ହଜାର ୭୩୫କୁ ବୃଦ୍ଧି ପାଇଛି । ଅର୍ଥାତ୍ ଏଭଳି ପରିସ୍ଥିତିରେ ଚାଇନାରେ ମୃତ୍ୟୁ ସଂଖ୍ୟା ବିଶ୍ୱର ୧୦ ପ୍ରତିଶତ ।

ଚାଇନାର ମୃତ୍ୟୁ ସଂଖ୍ୟା ୯୫ ପ୍ରତିଶତରୁ ୧୦ ପ୍ରତିଶତକୁ ଖସିବା ଆଶ୍ଚର୍ଯ୍ୟଜନକ ବିଷୟ ପାଲୟିଛି । ତେବେ ଜାଣନ୍ତୁ ଚାଇନା କେତେ ରୋଗୀଙ୍କୁ ଆରୋଗ୍ୟ କରିବାରେ ସଫଳ ହୋଇଛି ।

ବର୍ତ୍ତମାନ ସୁଦ୍ଧା ଚାଇନାରେ ୯୨ ପ୍ରତିଶତରୁ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି । ମାତ୍ର ସମଗ୍ର ବିଶ୍ୱରେ ମାତ୍ର ୨୨% ରୋଗୀ ସୁସ୍ଥ ହୋଇଯାଇଛନ୍ତି । ଚୀନ୍ ପରେ ଇଟାଲୀ ଏବଂ ଆମେରିକା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ।

୯୭,୬୮୯ ରୋଗୀଙ୍କ ମଧ୍ୟରୁ କେବଳ ୧୩,୦୩୦ ଜଣ ଇଟାଲୀରେ ସୁସ୍ଥ ହୋଇଛନ୍ତି । ସେହିପରି ଆମେରିକା ୧୪୨,୧୦୬ ରୋଗୀଙ୍କ ମଧ୍ୟରୁ କେବଳ ୨୬୮୬ଜଣ ସୁସ୍ଥ ହୋଇ ପାରିଛନ୍ତି ।

ଚାଇନାରେ ୯୨ ପ୍ରତିଶତରୁ ଅଧିକ ରୋଗୀ ସୁସ୍ଥ ହୋଇଥିବା ବେଳେ ସମଗ୍ର ବିଶ୍ୱରେ ମାତ୍ର ୨୨% ରୋଗୀ ସୁସ୍ଥ ହୋଇଥିବାରୁ । ଏବେ ଚୀନ ସନ୍ଦେହ ଘେରର ଭିତରକୁ ଆସିଛି । ସନ୍ଦେହ କରାଯାଉଛି ଯେ,କରୋନା ଚୀନର ଜୈବିକ ଅସ୍ତ୍ର ଓ ଏହାର ଆଣ୍ଟିଡୋଟ୍ ମଧ୍ୟ ତା’ପାଖରେ ଅଛି ।

କରୋନା ପାଇଁ ଗାଁ ବଦନାମ: ନାଁ ମିଶୁଥିବାରୁ ଥଟ୍ଟା ପରିହାସର ଶିକାର ହେଉଛନ୍ତି ଗାଁ ଲୋକ

ସୀତାପୁର: ସୀତାପୁର ଜିଲ୍ଲା ମୁଖ୍ୟାଳୟଠାରୁ ୨୦ କିଲୋମିଟର ଦୂରରେ କେବଳ ତିନି ହଜାର ଜନସଂଖ୍ୟା ବିଶିଷ୍ଟ “କରୌନା” ଗାଁ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସାରା ବିଶ୍ୱରେ ହଇଚଇ ସୃଷ୍ଟି କରୁଥିବା କରୋନା ନାମ ସହ ଏହା ପ୍ରାୟ ସାମଞ୍ଜସ୍ୟ ଦେଖାଉଥିବାରୁ ଏହି ଗାଁ ଏବେ ଚର୍ଚ୍ଚାରେ । ଗ୍ରାମ ମୁଖ୍ୟ ମଞ୍ଜୁଶ୍ରୀ ତ୍ରିବେଦୀ କହିବା ଅନୁସାରେ, ସୀତାପୁରର ସାନ୍ଦା ପୋଲିସ ଷ୍ଟେସନ ଅଧୀନରେ ଆସୁଥିବା ଏହି ଗାଁର ନାମ ହେଉଛି କରୌନା। କିନ୍ତୁ ଲୋକମାନେ ବର୍ତ୍ତମାନ ଏହି ଗାଁକୁ କରୋନା ବୋଲି ଡାକୁଛନ୍ତି ଯାହା ଶୁଣିବାକୁ ଭଲ ଲାଗୁନାହିଁ ବୋଲି ସେ କହିଛନ୍ତି ।  ଏହି ଗାଁ ପ୍ରସିଦ୍ଧ ତୀର୍ଥସ୍ଥାନ ନାଇମିଶାରାୟଣଙ୍କ ନିକଟବର୍ତ୍ତୀ ଏବଂ ଏହାର ଐତିହାସିକ ରହିଛି। ”

ସେ ସୂଚନା ଦେଇଛନ୍ତି ଯେ ନାଇମିଶାରାୟଣର ୮୪ କୋସ ପାରିକରାମା ପ୍ରତିବର୍ଷ କରୌନା ଗ୍ରାମରୁ ଆରମ୍ଭ ହୋଇଥାଏ ଏବଂ ଏଠାରେ ଥିବା ଦ୍ୱାରକାଡିଶ ମନ୍ଦିର ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ନବୀକରଣ କରାଯାଉଛି। ଗ୍ରାମର ଜଣେ ବ୍ୟକ୍ତି ଅନିଲ ଭର୍ମା କହିଛନ୍ତି ଯେ ଥଟ୍ଟା କରି ମହାମାରୀରୁ ଗାଁର ନାମରେ ଯୋଡି ଦିଆଯାଇଛି । କିଛି ଗ୍ରାମବାସୀ ଦାବି କରିଛନ୍ତି ଯେ ଯେତେବେଳେ ସେମାନଙ୍କୁ ପୋଲିସ୍ ହେଲ୍ପଲାଇନରେ ଯୋଗାଯୋଗ କରାଯାଇଥିଲା, ସେତେବେଳେ ସେଠାରୁ ଉତ୍ତର ପାଇଥିଲେ ଯେ ଏହାକୁ ଏଡାଇବା ଏକ ବିପଜ୍ଜନକ ରୋଗ।

ଗାଁ ମୁଖିଆ ମଞ୍ଜୁଶ୍ରୀ ତ୍ରିବେଦୀ କୁହନ୍ତି, ତଥାପି ଗାଁରେ କିମ୍ବା ସୀତାପୁର ଜିଲ୍ଲାରେ କୌଣସି କରୋନା ଜୀବାଣୁ ପ୍ରଭାବିତ ରୋଗୀଙ୍କୁ ମିଳି ନାହିଁ। ଗ୍ରାମବାସୀ ସମ୍ପୂର୍ଣ୍ଣ ନିର୍ଦ୍ଦେଶାବଳୀ ଅନୁସରଣ କରୁଛନ୍ତି ବୋଲି ଗ୍ରାମ ମୁଖିଆ କହିଛନ୍ତି। “

କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ ନିର୍ମିତ ହେଉଛି ଦେଶର ପ୍ରଥମ କୋଭିଡ -୧୯ ସ୍ୱତନ୍ତ୍ର ହସ୍ପିଟାଲ । ରାଜ୍ୟ ସରକାରଙ୍କ ଏଭଳି ବଳିଷ୍ଠ ପଦକ୍ଷେପକୁ ସାରା ଦେଶରେ ସ୍ୱାଗତ କରାଯାଉଛି । ଏଭଳି ହସ୍ପିଟାଲ ନିର୍ମାଣ ନେଇ ରାଜ୍ୟ ସରକାର ବିଭିନ୍ନ ବେସରକାରୀ ସଂସ୍ଥା ସହ ଏମ୍‌ଓୟୁ ସ୍ୱାକ୍ଷର କରିଛନ୍ତି ।

ଏହି ହସ୍ପିଟାଲ ଗୁଡ଼ିକରେ କୋଭିଡ-୧୯ ଆକ୍ରାନ୍ତଙ୍କ ଚିକିତ୍ସା ସହ ରହିବା ଓ ଖାଇବା ଖର୍ଚ୍ଚ ରାଜ୍ୟ ସରକାରଙ୍କ ପକ୍ଷରୁ ବହନ କରାଯିବ ବୋଲି ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କରୋନା ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ଏଥିସହିତ  କୋଭିଡ ହସ୍ପିଟାଲ ନିର୍ମାଣ ଦିଗରେ ଜିଲ୍ଲା ପ୍ରଶାସନର ତତ୍ପରତା ଓ ମନୋବଳକୁ ପ୍ରଶଂସା କରିଛନ୍ତି ଶ୍ରୀ ବାଗଚୀ ।

ଲକ୍‌ ଡାଉନ୍‌କୁ ରାଜ୍ୟର ୯୦% ଲୋକେ ମାନୁଥିବା ବେଳେ ୧୦% ଲୋକେ ଆଇନକୁ ଅନୁସରଣ କରୁନାହାନ୍ତି ।
ଆଇନ ମାନୁନଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ କିନ୍ତୁ ଦୁର୍ବ୍ୟବହାର କରାଯିବନାହିଁ ବୋଲି କହିଛନ୍ତି ରାଜ୍ୟ ପୋଲିସ ଡିଜି ଅଭୟ ।

Coronavirus: 5,103 people detained in Delhi for violating lockdown ...

କ୍ୱାରେଣ୍ଟାଇନ୍‌ ନିର୍ଦ୍ଦେଶ ସତ୍ତ୍ୱେ ଏହାର ଉଲ୍ଲଘଂନ କରିଥିବା ଯୋଗୁଁ ୬୧ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଲକ୍ ଡାଉନ୍ ମାନିନଥିବା ଯୋଗୁଁ ୧୪୦୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏଥିସହିତ ନିୟମ ମାନୁନଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 

ଘରେ ପ୍ରବେଶ କରିବା ପୂର୍ବରୁ ଏହି କଥା ସବୁ ମନେ ରଖନ୍ତୁ ନହେଲେ…

ସାରେ ଦେଶରେ କରୋନା ଭାଇରସକୁ ନେଇ ଭୟର ବାତାବରଣ ଦେଖା ଦେଇଛି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ପୁରା ଦେଶକୁ ଲକ୍‌ଡାଉନ କରାଯାଉଛି । କିନ୍ତୁ କିଛି ଲୋକ ଘରୁ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି । ପୋଲିସ୍, ସୁଇପର, ଡାକ୍ତର, ସାମ୍ବାଦିକଙ୍କ ସମେତ ଅନେକ ବୃତ୍ତିଗତଙ୍କ ବ୍ୟତୀତ ଲୋକମାନେ ଅତ୍ୟାବସ୍ୟକ ସାମଗ୍ରୀ କିଣିବାକୁ ଘରୁ ବାହାରକୁ ଯାଉଛନ୍ତି । ଏହିପରି ଲୋକମାନେ ଘରେ ପ୍ରବେଶ କରିବା ସମୟରେ ଅଧିକ ଯତ୍ନବାନ ହେବା ଆବଶ୍ୟକ । ଘର ଭିତରକୁ ଯିବାବେଳେ ଆପଣଙ୍କୁ କେଉଁ ଜିନିଷଗୁଡ଼ିକର ବିଶେଷ ଯତ୍ନ ନେବାକୁ ପଡିବ । ଆମେ ଆଜି ଆପଣଙ୍କୁ କହିବୁ ।

୧ ଆପଣ ବାହାରୁ ଆସି ଘର ଭିତରକୁ ଯିବା ପୂର୍ବରୁ ଜୋତା ବାହାର କରନ୍ତୁ । ଯେଉଁ ଜୋତା ଜୋତା ବାହାରକୁ ଯିବା ପାଇଁ ବ୍ୟବହାର କରୁଛନ୍ତି ତାପାଇଁ ଏକ ସୁରକ୍ଷିତ ସ୍ଥାନ ପ୍ରସ୍ତୁତ କରନ୍ତୁ  ।

୨ ବାହାରୁ ଆସି ଆପଣ ଘରେ ପ୍ରବେଶ କରିବା ମାତ୍ରେ କିଛି ସ୍ପର୍ଶ କରନ୍ତୁ ନାହିଁ  । ଏପରିକି ପିନ୍ କିମ୍ବା ଟୁଥ୍ ପିକ୍ ସାହାଯ୍ୟରେ ଘର ବାହାରେ ଲାଗିଥିବା କଲିଂ ବେଲକୁ ଦବାନ୍ତୁ ।

୩ ଘର ଭିତରକୁ ଆସିବା ପରେ କାର୍ ଚାବି, ପର୍ସ କିମ୍ବା ବ୍ୟାଗ୍ ଭଳି ଜିନିଷକୁ ଏକ ସୁରକ୍ଷିତ ସ୍ଥାନରେ ରଖନ୍ତୁ ଯେଉଁଠାରେ ସେମାନଙ୍କୁ କେହି ଛୁଇଁ ପାରିବେ ନାହିଁ ।

୪ ଆପଣଙ୍କ ସ୍ମାର୍ଟଫୋନକୁ ପକେଟରୁ ବାହାର କରନ୍ତୁ ଏବଂ ଏହାର ଶରୀର ଏବଂ ଗ୍ଲାସକୁ ପରିଷ୍କାର କରିବା ପରେ ଏହାକୁ ଏକ ସୁରକ୍ଷିତ ସ୍ଥାନରେ ରଖନ୍ତୁ  ।

୫ ବାହାରୁ ଆସିବା ପରେ ପିନ୍ଧାଯାଇଥିବା ପୋଷାକକୁ ୱାଶିଂ ମେସିନ୍ କିମ୍ବା ବ୍ୟାଗ୍‌ରେ ରଖନ୍ତୁ । ଯାହା ପିଲାମାନଙ୍କ ଠାରୁ ଦୂରରେ ରହିବ  ।

୬ ଯଦି କିଛି ସାମଗ୍ରୀ ବାହାରୁ ଆଣିଛନ୍ତି ତେବେ ତାକୁ ଭଲସେ ସାନିଟାଇଜ୍ କରନ୍ତୁ । ଯଦି ପନିପରିବା ଅଛି, ତେବେ ସେଗୁଡ଼ିକୁ ଭଲ ଭାବରେ ଧୋଇ ଦିଅନ୍ତୁ   । ଖାଇବା ଆଇଟମ୍ ଥିଲେ ଟିସୁ କିମ୍ବା ପୋଷାକ ସାହାଯ୍ୟରେ ଏହାକୁ ପରିଷ୍କାର କରନ୍ତୁ ।

୭ ଯଦି ଆପଣ ଗ୍ଲୋଭସ୍ ପିନ୍ଧି ଏପରି କାମ କରନ୍ତି, ତେବେ ଏହା ଭଲ ହେବ  । କାମ ସରିବା ପରେ ଗ୍ଲୋଭସ୍‌ କାଢ଼ି ଘରର ଅନ୍ୟ ସଦସ୍ୟଙ୍କ ପାଖରେ ରଖନ୍ତୁ  ।

୮ ଏହା ପରେ ହାତ, ପାଦ ଏବଂ ପାଟି ସାବୁନ୍ ସହିତ ଭଲ ଭାବରେ ଧୋଇ ଦିଅନ୍ତୁ  । ସମ୍ଭବ ହେଲେ ଗାଧୋଇବା ଏକ ଉତ୍ତମ ବିକଳ୍ପ ହେବ  । ଏହି ସମସ୍ତ ପଦକ୍ଷେପ ଅନୁସରଣ କରି ଘରେ କରୋନା ଜୀବାଣୁ ହେବାର ଆଶଙ୍କା ରହିବ ନାହିଁ  ।