spot_img
Home Blog Page 7432

କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ୟାକେଜ, ୯୪ ଲକ୍ଷ ପରିବାରକୁ ଦିଆଯିବ ୧ ହଜାର ଲେଖାଏଁ  ଟଙ୍କା

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ୨୨୦୦ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ଭାଇରସ ବିଶ୍ୱ ପାଇଁ ବଡ଼ ସଂକଟ ପାଲଟିଛି । ଗରିବଲୋକ ଏଥିରେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ୩ ମାସର ରାସନ ଆଗୁଆ ଦିଆଯିବାକୁ ନିଷ୍ପତ୍ତି ହୋଇଛି । ୯୪ ଲକ୍ଷ ପରିବାରକୁ ୧ ହଜାର ଲେଖାଏଁ ଟଙ୍କା ଯୋଗାଇ ଦିଆଯିବ ।

ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ

ଏଥିପାଇଁ ଖର୍ଚ୍ଚ ହେବ ୯୪୦ କୋଟି । ସାମାଜିକ ସୁରକ୍ଷା ଯୋଜନା ୪୮ ଲକ୍ଷ ହିତାଧିକାରୀଙ୍କୁ ୪ ମାସର ଭତ୍ତା ମଧ୍ୟ ଯୋଗାଇ ଦିଆଯିବ । ଏଥିପାଇଁ ଖର୍ଚ୍ଚ ହେବ ୯୩୨ କୋଟି ଟଙ୍କା। ସେହିଭଳି ୨୨ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ରାଜ୍ୟ ସରକାର ୧୫୦୦ ଲେଖାଏଁ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ୩୩୦ କୋଟି ଖର୍ଚ୍ଚ ହେବ । ଏସବୁ ବାଦି କରୋନା ପାଇଁ ସତର୍କ ରହିବାକୁ ମୁ୍ଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ସେ କହିଛନ୍ତି ଘରେ ରୁହନ୍ତୁ, କରୋନା ଠାରୁ ଦୂରରେ ରୁହନ୍ତୁ ।

ବ୍ୟାଙ୍କ ଉପରେ ନିର୍ଭର କରେ ଆପଣ ତିନି ମାସ ପାଇଁ EMI ଦେବେ କି ନାହିଁ ,କାହିଁକି ଜାଣନ୍ତୁ

ହୋମ୍ କ୍ୱାରଣ୍ଟାଇନରେ ନରହିବାରୁ IAS ଅଫିସରଙ୍କ ନାଁରେ ମାମଲା

ଥିରୁଭନନ୍ଥପୁରମ: ମହାମାରୀ କରୋନା ସଂକ୍ରମଣ ରୋକିବାକୁ ଦେଶରେ ୨୧ ଦିନିଆ ଲକ୍ ଡାଉନ୍ । ଲକ୍ ଡାଉନ୍ ସତ୍ତ୍ୱେ ଦିନକୁ ଦିନ ଦେଶରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି । ଏଯାବତ୍ ଦେଶରେ ୭୬୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୯ ଜଣଙ୍କ ମୃତ୍ୟୁ ହେଲାଣି । ସବୁଠୁ ଅଧିକ ପ୍ରଭାବିତ ହୋଇଛି କେରଳ ଓ ମହାରାଷ୍ଟ୍ର । କେରଳ ଶୁକ୍ରବାର ଦିନ ୧୨ଟା ସୁଦ୍ଧା କରୋନାରେ ୧୩୭ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ କୋଭିଡ୍-୧୯ ନିୟମକୁ ଉଲ୍ଲଂଘନ କରି ଫସିଛନ୍ତି ଜଣେ ଆଇଏଏସ୍ ଅଧିକାରୀ ।

କୋଲ୍ଲାମ ଉପ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିବା IAS ଅଧିକାରୀ ଅନୁପମ ମିଶ୍ର ନିକଟରେ ହନିମୁନ୍ ସାରି ବିଦେଶରୁ ଫେରିଥିଲେ । ତାଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଥିଲା । କିନ୍ତୁ, ସ୍ୱାସ୍ଥ୍ୟ ବିଭାଗର ନିୟମକୁ ଉଲ୍ଲଂଘନ କରି ଅଧିକାରୀ ଜଣଙ୍କ କ୍ୱାରେଣ୍ଟାଇନର ନରହିବା ସହ କେରଳ ଛାଡ଼ି ଅନ୍ୟତ୍ର ପଳାଇ ଯାଇଛନ୍ତି । ଏହା ଜଣାପଡ଼ିବା ପରେ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା କୋଲ୍ଲାମ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

IAS ଅଧିକାରୀ ଅନୁପମ ମିଶ୍ର ମାର୍ଚ୍ଚ ୧୯ରେ ମାଲେସିଆ-ସିଙ୍ଗାପୁର ଟ୍ରିପ୍ ସାରି ଫେରିଥିଲେ । ମେଡିକାଲ ପରୀକ୍ଷା ପରେ ତାଙ୍କ ଠାରେ କରୋନାର କୌଣସି ଲକ୍ଷଣ ପ୍ରକାଶ ପାଇନଥିଲା । ତେବେ, ତାଙ୍କୁ ଓ ତାଙ୍କ ବ୍ୟକ୍ତିଗତ କର୍ମଚାରୀ, ଗନମ୍ୟାନଙ୍କୁ ଅବଜରଭେସନରେ ରଖାଯାଇଥିଲା । ତେବେ, ଅଧିକାରୀ ଜଣଙ୍କ କାହାକୁ କିଛି ନଜଣାଇ ନିୟମ ଭାଙ୍ଗି ବେଙ୍ଗଳୁରୁରେ ରହୁଥିବା ତାଙ୍କ ଭାଇଙ୍କ ପାଖକୁ ପଳାଇ ଯାଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ

ତେବେ, ତାଙ୍କ ମୋବାଇଲକୁ ଟ୍ରେସ୍ କରିବା ପରେ ସେ ଉତ୍ତରପ୍ରଦେଶରେ ଥିବା ପୋଲିସ କହିଛି । ବଡ଼କଥା ହେଉଛି ଅଧିକାରୀ ଜଣଙ୍କ ଛୁଟି ନେଇ କାହାକୁ ଅବଗତ କରାଇ ନାହାନ୍ତି । ତାଙ୍କୁ ସରକାର କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । IPC ଧାରା ୧୮୮ (ସରକାରୀ ଅଧିକାରୀଙ୍କ ଦ୍ୱାରା ନିୟମ ଅବମାନନା), ୨୬୯ (ଭାଇରସ୍ ସଂକ୍ରମଣ କରି ଲୋକଙ୍କ ଜୀବନକୁ କ୍ଷତି ପହଞ୍ଚାଇବା), ୨୭୧ (କ୍ୱାରେଣ୍ଟାଇନ୍ ନିୟମ ଉଲ୍ଲଂଘନ)ରେ ମାମଲା ରୁଜୁ କରାଯାଇଛି । ତେବେ, ବଡ଼ କଥା ହେଉଛି କେରଳ କୋଲ୍ଲାମ ଜିଲ୍ଲାରୁ ବର୍ତ୍ତମାନ ଯାଏଁ କୋଭିଡ୍-୧୯ର କୌଣସି ପଜିଟିଭ୍ ମାମଲା ମିଳିନାହିଁ ।

କରୋନା : ଭାରତ ପାଇଁ ଭଲ ନୁହେଁ ଏ ରିପୋର୍ଟ ,ବାଜିଲା ସତର୍କ ଘଣ୍ଟି

ଭାରତରେ କରୋନା ଜୀବାଣୁରୁ ମୁକ୍ତି ପାଇବା ପାଇଁ ଅନେକ ପ୍ରସ୍ତୁତି ଚାଲିଛି। ଲୋକମାନେ ଲକଡାଉନରେ ଅଛନ୍ତି | ଏହା ସତ୍ତ୍ଵେ ୬୯୪ ଜଣ ଲୋକ କରୋନା ଜୀବାଣୁ ସଂକ୍ରମିତ ହୋଇଥିଲେ। ଏଥିସହ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ଏକ ବଡ ବିଶ୍ୱବିଦ୍ୟାଳୟ ଭାରତ ବିଷୟରେ ରିପୋର୍ଟ କରିଛି। ଏହି ରିପୋର୍ଟରେ ଭାରତର ମୁଣ୍ଡରେ କିପରି ଆଲାର୍ମ ଘଣ୍ଟି ବାଜୁଛି ତାହା ବର୍ଣ୍ଣନା କରାଯାଇଛି। ଏହି ଜୀବାଣୁ ଆସନ୍ତା ଚାରି ମାସ ମଧ୍ୟରେ ଭାରତକୁ ବହୁତ ବିଚଳିତ କରିବାକୁ ଯାଉଛି। ଏହି ରିପୋର୍ଟରେ କରୋନାକୁ ପରାସ୍ତ କରିବାର ଉପାୟ ମଧ୍ୟ ଦର୍ଶାଯାଇଛି।

ଜନ ହପକିନ୍ସ ୟୁନିଭରସିଟି ଏବଂ ସେଣ୍ଟର ଫର୍ ରୋଗ ଡାଇନାମିକ୍ସ, ଇକୋନୋମିକ୍ସ ଆଣ୍ଡ ପଲିସି (CDDEP) ଦ୍ୱାରା ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ଏଥିରେ, ସମସ୍ତ ପରିସଂଖ୍ୟାନ ଭାରତର ଅଫିସିଆଲ୍ ୱେବସାଇଟ୍ ଗୁଡିକ ବ୍ୟବହାର କରାଯାଇଛି |

ଦର୍ଶକଙ୍କ ମନ ମୋହିବା ପାଇଁ ଦୂରଦର୍ଶନରେ ପୁଣି ଆସିବ ରାମାୟଣ

ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ଏହି ରିପୋର୍ଟରେ କୁହାଯାଇଛି ଯେ ଭାରତରେ କରୋନା ଜୀବାଣୁଙ୍କର ଭୟଙ୍କର ତରଙ୍ଗ ଜୁଲାଇ ଶେଷ କିମ୍ବା ଅଗଷ୍ଟ ମଧ୍ୟଭାଗରେ ଶେଷ ହେବ। ଏଥିରେ ପାଞ୍ଚଟି ରାଜ୍ୟର ଗ୍ରାଫ୍ ମଧ୍ୟ ପ୍ରଦର୍ଶିତ ହୋଇଛି |
ସମଗ୍ର ଦେଶର ଅଧିକାଂଶ ଲୋକ ଏପ୍ରିଲ ମଧ୍ୟଭାଗରୁ ମେ ମାସ ମଧ୍ୟଭାଗରେ କରୋନାରେ ସଂକ୍ରମିତ ହେବେ ଏବଂ ଡାକ୍ତରଖାନାରେ ଭର୍ତ୍ତି ହେବେ। ତା’ପରେ ଜୁଲାଇ ମଧ୍ୟଭାଗରେ ଏହି ସଂଖ୍ୟା ହ୍ରାସ ପାଇବ | ଅଗଷ୍ଟ ସୁଦ୍ଧା ଏହା ଶେଷ ହେବ ବୋଲି ଆଶା କରାଯାଉଛି। ଏହି ଗ୍ରାଫ୍ ଅନୁଯାୟୀ, ପ୍ରାୟ ୨୫ ଲକ୍ଷ ଲୋକ ଏହି ଜୀବାଣୁ ଦ୍ଵାରା ଆକ୍ରାନ୍ତ ହେବେ।

ଅଧ୍ୟୟନରେ କୁହାଯାଇଛି ଯେ ଭାରତରେ କେତେ ଲୋକ ସଂକ୍ରମିତ ହୋଇଛନ୍ତି ତାହା ଜାଣିବା ସମ୍ଭବ ନୁହେଁ। ଏହାର ଅର୍ଥ ହେଉଛି କରୋନା ଜୀବାଣୁ ସଂକ୍ରମିତ ଅଧିକ ଲୋକ ଅଛନ୍ତି। ସେମାନଙ୍କର କରୋନା କିନ୍ତୁ ସାମାନ୍ୟ ସ୍ତରର ଲକ୍ଷଣ ମଧ୍ୟ ରହିବ | ତେଣୁ, ଯେତେବେଳେ ଏହା ତୀବ୍ର ହେବ ସେତେବେଳେ ଏହା ଜଣା ପଡିବ |
ଜନ ହପକିନ୍ସ ବିଶ୍ୱବିଦ୍ୟାଳୟର ଏକ ଅଧ୍ୟୟନରେ କୁହାଯାଇଛି ଯେ ବୃଦ୍ଧାବୃଦ୍ଧଙ୍କୁ ସାମାଜିକ ଦୂରତା ଉପରେ ଅଧିକ ଯତ୍ନବାନ ହେବାକୁ ପଡିବ। ଯେତେ ଅଧିକ ଲକ୍ଡାଉନ୍ ହେବ, ସେତେ ଅଧିକ ଲୋକ ଏହା କବଳରୁ ବଞ୍ଚିରହିବେ | ସାମାଜିକ ଦୂରତା ବ୍ୟତୀତ, ବର୍ତ୍ତମାନ ଏହାକୁ ଏଡାଇବା ପାଇଁ କୌଣସି ଉପାୟ ନାହିଁ |

ଓଡ଼ିଶାରେ କରୋନା ଷ୍ଟେଜ-୨ ରୁ ଷ୍ଟେଜ-୩କୁ ପ୍ରବେଶ କରିଥିବା ଆଶଙ୍କା: ସୁବ୍ରତ ବାଗଚୀ

ୱାଶିଂଟନ୍: ଏବେ କରୋନା ସଂକ୍ରମଣର ନୂଆ କେନ୍ଦ୍ର ଆମେରିକା । ଚୀନ୍‌ ଓ ଇଟାଲୀଠୁ ବଢ଼ିଲା ଆକ୍ରାନ୍ତଙ୍କ ସଂଖ୍ୟା । ୧୯୯ ଦେଶରେ କୋଭିଡ୍‌-୧୯ କାୟା । ୫ ଲକ୍ଷ ଟପିଲା ସଂକ୍ରମିତଙ୍କ ସଂଖ୍ୟା ।

ୱାଶିଂଟନ୍: ଏବେ କରୋନା ସଂକ୍ରମଣର ନୂଆ କେନ୍ଦ୍ର ଆମେରିକା । ଚୀନ୍‌ ଓ ଇଟାଲୀଠୁ ବଢ଼ିଲା ଆକ୍ରାନ୍ତଙ୍କ ସଂଖ୍ୟା । ୧୯୯ ଦେଶରେ କୋଭିଡ୍‌-୧୯ କାୟା । ୫ ଲକ୍ଷ ଟପିଲା ସଂକ୍ରମିତଙ୍କ ସଂଖ୍ୟା ।

କଟକ: ବାଦାମବାଡ଼ିକୁ ଉଠିଲା ଛତ୍ରବଜାର ପରିବା ମାର୍କେଟ୍‌ । କାଲି ସ୍ଥାନ ଚିହ୍ନଟ କରି ହୋଇଥିଲା ମାର୍କିଂ ।

କଟକ: ବାଦାମବାଡ଼ିକୁ ଉଠିଲା ଛତ୍ରବଜାର ପରିବା ମାର୍କେଟ୍‌ । କାଲି ସ୍ଥାନ ଚିହ୍ନଟ କରି ହୋଇଥିଲା ମାର୍କିଂ ।

ମୁମ୍ବାଇ: ୩ ମାସ ଯାଏଁ ଇଏମ୍‌ଆଇ କୋହଳ ପାଇଁ ସବୁ ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ । କରୋନା ବେଳେ ଅର୍ଥନୀତି ପାଇଁ ବୁଷ୍ଟର୍‌ ଡୋଜ୍‌ । ରେପୋ ରେଟ୍‌ ଓ ରିଭର୍ସ ରେପୋ ରେଟ୍‌ ହ୍ର।ସ କଲା ଆର୍‌ବିଆଇ ।

ମୁମ୍ବାଇ: ୩ ମାସ ଯାଏଁ ଇଏମ୍‌ଆଇ କୋହଳ ପାଇଁ ସବୁ ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ । କରୋନା ବେଳେ ଅର୍ଥନୀତି ପାଇଁ ବୁଷ୍ଟର୍‌ ଡୋଜ୍‌ । ରେପୋ ରେଟ୍‌ ଓ ରିଭର୍ସ ରେପୋ ରେଟ୍‌ ହ୍ର।ସ କଲା ଆର୍‌ବିଆଇ ।

ଭୁବନେଶ୍ୱର: ମାର୍ଚ୍ଚ ୩୦ରେ ଲୋକସେବା ଭବନରେ ବସିବ ବିଧାନସଭା । ତୃତୀୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ବିଧାନସଭା କର୍ମଚାରୀ ଆସିଥିବା ସୂଚନା ମିଳିବା ପରେ ବାଚସ୍ପତିଙ୍କ ନିଷ୍ପତ୍ତି । ୨ ମିଟର ଦୂରତାରେ ବସିବେ ବିଧାୟକ ।

ଭୁବନେଶ୍ୱର: ମାର୍ଚ୍ଚ ୩୦ରେ ଲୋକସେବା ଭବନରେ ବସିବ ବିଧାନସଭା । ତୃତୀୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ବିଧାନସଭା କର୍ମଚାରୀ ଆସିଥିବା ସୂଚନା ମିଳିବା ପରେ ବାଚସ୍ପତିଙ୍କ ନିଷ୍ପତ୍ତି । ୨ ମିଟର ଦୂରତାରେ ବସିବେ ବିଧାୟକ ।

ଭୁବନେଶ୍ୱର: ଓଡ଼ିଶାରେ କରୋନା ସଂକ୍ରମଣ ଷ୍ଟେଜ୍‌ ଥ୍ରୀ । ସମୂହ ସଂକ୍ରମଣ ଆଶଙ୍କା ନେଇ ସଚେତନ କଲେ କରୋନା ମୁକାବିଲା କମିଟି ମୁଖପାତ୍ର ସୁବ୍ରତ ବାଗ୍‌ଚୀ । ତୃତୀୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ।

ଭୁବନେଶ୍ୱର: ଓଡ଼ିଶାରେ କରୋନା ସଂକ୍ରମଣ ଷ୍ଟେଜ୍‌ ଥ୍ରୀ । ସମୂହ ସଂକ୍ରମଣ ଆଶଙ୍କା ନେଇ ସଚେତନ କଲେ କରୋନା ମୁକାବିଲା କମିଟି ମୁଖପାତ୍ର ସୁବ୍ରତ ବାଗ୍‌ଚୀ । ତୃତୀୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ।

କଳାହାଣ୍ଡି: ଭବାନୀପାଟଣା ଜୁଗସାଏପାଟଣା ଜଙ୍ଗଲରେ SOG ଓ ମାଓବାଦୀ ଗୁଳି ବିନିମୟ । ବିପୁଳ ମାଓ ସାମଗ୍ରୀ ଜବତ, ସର୍ଚ୍ଚ ଅପରେସନ ଜାରି ନେଇ କଳାହାଣ୍ଡି ଏସପି ବତୁଲା ଗଙ୍ଗାଧରଙ୍କ ସୂଚନା । 

କଳାହାଣ୍ଡି: ଭବାନୀପାଟଣା ଜୁଗସାଏପାଟଣା ଜଙ୍ଗଲରେ SOG ଓ ମାଓବାଦୀ ଗୁଳି ବିନିମୟ । ବିପୁଳ ମାଓ ସାମଗ୍ରୀ ଜବତ, ସର୍ଚ୍ଚ ଅପରେସନ ଜାରି ନେଇ କଳାହାଣ୍ଡି ଏସପି ବତୁଲା ଗଙ୍ଗାଧରଙ୍କ ସୂଚନା ।

ଓଡ଼ିଶାରେ କରୋନା ଷ୍ଟେଜ-୨ ରୁ ଷ୍ଟେଜ-୩କୁ ପ୍ରବେଶ କରିଥିବା ଆଶଙ୍କା: ସୁବ୍ରତ ବାଗଚୀ

ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହୋଇଥିବା ତୃତୀୟ କରୋନା ପଜିଟିଭଙ୍କ ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି କରେନା ମୁ୍କାବିଲା କମିଟିର ମୁ୍ଖ୍ୟ ମୁ୍ଖପାତ୍ର ସୁବ୍ରତ ବାଗଚୀ। ସମ୍ପୃକ୍ତ ବ୍ୟକ୍ତି ମାର୍ଚ୍ଚ ୭ ତାରିଖରେ ଦିଲ୍ଲୀ ଯାଇଥିଲେ ସେଠାରୁ ସେ ହରିୟାଣା ଯାଇଥିଲେ । ୧୦ ମାର୍ଚ୍ଚରେ ଦିଲ୍ଲୀରୁ ଇଣ୍ଡିଗୋ ବିମାନ ଯୋଗେ ତାଙ୍କ ସ୍ତ୍ରୀ ଓ ଝିଅ ସହ ଭୁବନେଶ୍ବରରେ ପହଞ୍ଚିଥିଲେ । ୧୩ ମାର୍ଚ୍ଚରେ ସେ ସାମାନ୍ୟ ଅସୁସ୍ଥ ଅନୁଭବ କଲେ। ୧୬ ମାର୍ଚ୍ଚରେ ସେ ବିଧାନସଭା  ଡିସପେନସାରିକୁ ଯାଇଥିଲେ । ତା ପରେ ୨୧ ରେ ଅଧିକ ଚିକିତ୍ସା ପାଇଁ ଭୂବନେଶ୍ବରର ୟୁନିଟ ୩ରେ ଥିବା  କର କ୍ଲିନିକକୁ ଯାଇଥିଲେ ।

ଦର୍ଶକଙ୍କ ମନ ମୋହିବା ପାଇଁ ଦୂରଦର୍ଶନରେ ପୁଣି ଆସିବ ରାମାୟଣ

୨୩ରେ ତାଙ୍କୁ ଆଇସିୟୁରେ  ଭର୍ତ୍ତି କରି ଚିକିତ୍ସା କରାଯାଇଥିଲା । ୨୪ ମାର୍ଚ୍ଚରେ ଡିସଚାର୍ଜ ହୋଇ ୨୫ରେ କ୍ୟାପିଟାଲ ହସପିଟାଲ ଆଡମିଟ ହୋଇଥିଲେ ଓ ସେହିଦିନ ତାଙ୍କ ନମୁ୍ନା ସଂଗ୍ରହ କରି କରୋନା ଟେଷ୍ଟ ପାଇଁ ପଠାଯାଇଥିଲା । ଏବଂ ୨୬ ତାରିଖରେ ସମ୍ପୃକ୍ତ ବ୍ୟକ୍ତିଙ୍କ ରିପୋର୍ଟ ପଜିଟିଭ ଆସିଲା । ଏବେ ତାଙ୍କ  ସଂସ୍ପର୍ଶରେ ଆସିଥିବା ତାଙ୍କ ସ୍ତ୍ରୀ ଓ ଝିଅ ଓ ଡ୍ରାଇଭରକୁ କ୍ବାରେଣ୍ଟାଇନରେ ରହିଛନ୍ତି । ତା ଛଡା ସେହି ସମୟରରେ ଇଣ୍ଡିଗୋ ବିମାନ, ବିଧାନସଭା ଡିସପେନସନାରୀ ଓ କର କ୍ଲିନକିକୁ ଯାଇଥିବା ବ୍ୟକ୍ତି ନିଜକୁ କ୍ବାରେଣ୍ଟାଇନ କରିବାକୁ ଅନୁରୋଧ କରିଛନ୍ତି ସୁବ୍ରତ ବାଗଚୀ ।  ସବୁଠୁ ଗୁରୁତ୍ବପୁର୍ଣ୍ଣ କଥା ହେଉଛି  ଏ ହେଉଛି ସବୁଠୁ ସମ୍ବେଦନଶୀଳ ସମୟ ଆମ ସମସ୍ତଙ୍କୁ ଅଧିକ ଯତ୍ନବାନ ହେବାର ଆକଶ୍ୟକ ଆସିଛି । କାହିଁକି ନା  ଏହି କ୍ୟକ୍ତିଙ୍କ ଲକ୍ଷଣରୁ ଓଡିଶାରେ କରୋନା ଷ୍ଟେଜ-୨ରୁ ଷ୍ଟେଜ-୩କୁ ଯାଇଥିବା ଆଶଙ୍କା କରିଛନ୍ତି ସୁବ୍ରତ ବାଗଚୀ ।