ନୂଆଦିଲ୍ଲୀ: ସାରା ଦେଶରେ କରୋନା ଭାଇରସ ଭୟ ଲାଗି ରହିଥିବା ବେଳେ ସରକାରୀ କର୍ମଚାରୀଙ୍କ ପାଇଁ ଆସିଛି ଖୁସିର ଖବର । କେନ୍ଦ୍ର ସରକାର ୪ ପ୍ରତିଶତ ମହଙ୍ଗା ଭତ୍ତା ବଢାଇଛନ୍ତି । ପିଛିଲା ଭାବେ ଏହା ଜାନୁଆରୀରୁ ଲାଗୁ ହୋଇଛି । ମାର୍ଚ୍ଚ ମାସର ଦରମା ସହ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଧାରୀଙ୍କୁ ମିଳିବା ବର୍ଦ୍ଧିତ ଭତ୍ତା । ସରକାରଙ୍କ ଏହି ନିଷ୍ପତି ପରେ ୪୮ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ୬୫ ଲକ୍ଷ ପେନସନ୍ଧାରୀ ଉପକୃତ ହୋଇଛନ୍ତି । ଆଜି ବସିଥିବା କ୍ୟାବିନେଟ ମିଟିଂରେ ମହଙ୍ଗା ଭତ୍ତା ବୃଦ୍ଧି ପ୍ରସ୍ତାବରେ ସରକାର ମୋହର ମାରିଛନ୍ତି । ଏଥିପାଇଁ ସରକାରଙ୍କ ଉପରେ ୧୪ ହଜାର ୫୯୫ କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ । କର୍ମଚାରୀଙ୍କର ମହଙ୍ଗା ଭତ୍ତା ବୃଦ୍ଧି କରିବା ପାଇଁ ବିଭିନ୍ନ ସମୟରେ ଦାବି ହେଉଥିଲା । ଏନେଇ ସଂସଦରେ ମଧ୍ୟ ବିଭାଗୀୟ ମନ୍ତ୍ରୀ ଜବାବ ରଖିଥିଲେ ।
ଚୁଟି ଲମ୍ବା ଥିବାରୁ ସ୍କୁଲ୍ରେ ଆଣ୍ଠେଇ ଦେଲେ ପ୍ରଧାନଶିକ୍ଷୟତ୍ରୀ
ବାରିପଦା: ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରଙ୍କୁ ଦଣ୍ଡ । ଚୁଟି ଲମ୍ବା ଓ ପାଚି ଯାଇଥିବାରୁ ସ୍କୁଲ୍ର ପ୍ରାର୍ଥନା ସଭାରେ ଛାତ୍ରଙ୍କୁ ଆଣ୍ଠେଇଲେ ପ୍ରଧାନଶିକ୍ଷୟତ୍ରୀ । ବାରିପଦା ମହାରାଜା କୃଷ୍ଣଚନ୍ଦ୍ର ହାଇସ୍କୁଲରୁ ଆସିଛି ଏହି ଅଭିଯୋଗ । ଘଟଣାକୁ ନେଇ ଟାଉନ୍ ଥାନାରେ ମାମଲା ରୁଜୁ କରିଛନ୍ତି ଛାତ୍ରଙ୍କ ମା’ । ନ୍ୟାୟ ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ଵାରସ୍ଥ ମଧ୍ୟ ହୋଇଛନ୍ତି ମହିଳା ।
ଚୁଟି ଲମ୍ବା ଓ ଧଳା ହୋଇଯାଇଥିବାରୁ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ପ୍ରଜ୍ଞା ପାରମିତା ଏବଂ ଶିକ୍ଷକ ଗୋବିନ୍ଦ ରାଉତ ନବମ ଶ୍ରେଶୀର ଜଣେ ଛାତ୍ରଙ୍କୁ ସବୁ ପିଲାଙ୍କ ସାମ୍ନାରେ ଆଣ୍ଠେଇବା ପାଇଁ କହିଥିଲେ । ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଘଟଣାକୁ ନେଇ ଛାତ୍ରଙ୍କ ମାନସିକ ଅବସ୍ଥା ଠିକ୍ ନଥିବା ବେଳେ ସେ ଗତକାଲି ଇଂରାଜୀ ପରୀକ୍ଷାରେ କିଛି ଲେଖିପାରିନଥିବା ଅଭିଯୋଗ କରିଛନ୍ତି ଛାତ୍ରଙ୍କ ମା’ । ସେପଟେ ବ୍ୟକ୍ତିଗତ ଭାବେ ଘଟଣାର ତଦନ୍ତ କରିବେ ବୋଲି ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି ।
ଭୁବନେଶ୍ୱର: କରୋନା ପାଇଁ ମାର୍ଚ୍ଚା ୩୧ ଯାଏଁ ବନ୍ଦ ରହିବ ପ୍ଲାନେଟୋରିୟମ୍ । ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟୋରିୟମ ସହ ବୁର୍ଲା ଡକ୍ଟର ଏପିଜେ କଲାମ ପ୍ଲାନେଟୋରିୟମ ବନ୍ଦ ରହିବ । ସୂଚନା ଦେଲେ ପଠାଣି ସାମନ୍ତ ପ୍ଲାନେଟୋରିୟମ ନିର୍ଦ୍ଦେଶକ ।
ଭୁବନେଶ୍ୱର: କରୋନା ପାଇଁ ମାର୍ଚ୍ଚା ୩୧ ଯାଏଁ ବନ୍ଦ ରହିବ ପ୍ଲାନେଟୋରିୟମ୍ । ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟୋରିୟମ ସହ ବୁର୍ଲା ଡକ୍ଟର ଏପିଜେ କଲାମ ପ୍ଲାନେଟୋରିୟମ ବନ୍ଦ ରହିବ । ସୂଚନା ଦେଲେ ପଠାଣି ସାମନ୍ତ ପ୍ଲାନେଟୋରିୟମ ନିର୍ଦ୍ଦେଶକ ।
ଆମ୍ବୁଲାନ୍ସ ଡକାଇବା ପାଇଁ କୁକୁରକୁ ମାଆ କଲେ !
ଭୁବନେଶ୍ୱର: ୧୦୮ ଆମ୍ବୁଲାନ୍ସ । ଫୋନ୍ ପାଇବା ମାତ୍ରେ ଦେବଦୂତ ଭଳି ପହଞ୍ଚିଯାଏ । ଅସୁସ୍ଥ ବା ଆହତଙ୍କୁ ତୁରନ୍ତ ନେଇଯାଏ ହସ୍ପିଟାଲ, ବଞ୍ଚିଯାଏ ଜୀବନ । କିନ୍ତୁ ଏହି ସେବା ଧୀରେଧୀରେ ଦିଗହରା ହେଉଛି । ମିଛ କଲ୍ର ଜାଲରେ ପଡ଼ି ଆମ୍ବୁଲାନ୍ସ କର୍ମଚାରୀ ହଇରାଣ ହେଉଛନ୍ତି । ନିକଟରେ ଏମିତି ଏକ କଲ ପାଇ ଅକଳରେ ପଡ଼ିଯାଇଥିଲେ ଆମ୍ବୁଲାନ୍ସ ଡ୍ରାଇଭର । କାରଣ ମଣିଷ ପାଇଁ ନୁହେଁ, କୁକୁରକୁ ମା’ ଦର୍ଶାଇ ହସ୍ପିଟାଲ ନେବାକୁ ଜଣେ ମହିଳା ଆମ୍ବୁଲାନ୍ସ ଡାକିଥିଲେ ।
‘ମୋ ବୋଉର ଦେହ ସିରିୟସ୍ । ତୁରନ୍ତ ଆମ୍ବୁଲାନ୍ସ ଦରକାର । ଶୀଘ୍ର ପଠାନ୍ତୁ ।’ ଏମିତି ଏକ କଲ୍ ପାଇ ତୁରନ୍ତ ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳ ଗିରିଙ୍ଗାପୁରରେ ପହଞ୍ଚିଥିଲା ୧୦୮ ଆମ୍ବୁଲାନ୍ସ । କିନ୍ତୁ ଘଟଣାସ୍ଥଳରେ ପହଞ୍ଚି ଅକଳରେ ପଡିଥିଲେ ଆମ୍ବୁଲାନ୍ସ କର୍ମଚାରୀ । କାରଣ ମା’ ନୁହନ୍ତି, ଏକ କୁକୁରକୁ ଆମ୍ବୁଲାନ୍ସରେ ହସ୍ପିଟାଲ ନେବା ପାଇଁ ଅପେକ୍ଷା କରିଥିଲେ ଜଣେ ମହିଳା । ଆମ୍ବୁଲାନ୍ସ କର୍ମଚାରୀ ଅବାକ୍ ହୋଇଯାଇଥିଲେ ।
ଏବଂ ଉକ୍ତ ମହିଳାଙ୍କୁ ଏବିଷୟରେ ପଚରା ଯିବାରୁ ମହିଳା ଜଣଙ୍କ ଯୁକ୍ତି କରି କୁକୁରକୁ ତାଙ୍କ ମାଆ ବୋଲି ଦର୍ଶାଇଥିଲେ । ଏବଂ କହିଥିଲେ ସେ ମୋ ମା’ ତା ଦେହ ଭଲ ନାହିଁ । ସେ ହସ୍ପିଟାଲ ଯିବ । ମହିଳାଙ୍କର ଏଭଳି ବ୍ୟବହାର ଦେଖି ଅକଳରେ ପଡିଥିଲେ କର୍ମଚାରୀ । ଆମ୍ବୁଲାନ୍ସରେ କେବଳ ମଣିଷ ହସ୍ପିଟାଲ ଯାଇପାରିବେ କହି ଫେରିଆସିଥିଲା ଆମ୍ବୁଲାନ୍ସ ।
ତେବେ କେବଳ ଏଇ ଗୋଟିଏ କଲ୍ ନୁହେଁ । ୧୦୮ ଆମ୍ବୁଲାନ୍ସ କଲ ସେଣ୍ଟରକୁ ଆସୁଛି ଏମିତି ହଜାର ହଜାର ମିଛ କଲ୍ । କେବେ କୁକୁର ତ କେବେ ମାଙ୍କଡ଼ । ପୁଣି କେତେବେଳେ ଗାଈ ଆହତ କି ଅସୁସ୍ଥ ହେଲେ ୧୦୮ ଆମ୍ବୁଲାନ୍ସକୁ ଲୋକ ଫୋନ କରୁଛନ୍ତି । ଏଭଳି ମିଛ କଲ ଆଟେଣ୍ଡ କରିବାକୁ ଯାଇ ପ୍ରକୃତ କଲ୍ରେ ଫେଲ ମାରୁଛି ଆମ୍ବୁଲାନ୍ସ ସେବା । କେତେକ ନିର୍ଦ୍ଦିଷ୍ଟ ନମ୍ବରରୁ ଆସୁଛି ଏଭଳି ହଜାର ହଜାର ମିଛ କଲ୍ । ଏନେଇ ଅନେକ ଥର ଥାନାରେ ଏତଲା ଦେଇଛି ୧୦୮ ଆମ୍ବୁଲାନ୍ସ ପରିଚାଳନା ସଂସ୍ଥା । କିନ୍ତୁ ନା ହେଉଛି କାର୍ଯ୍ୟାନୁଷ୍ଠାନ ନା ବଦଳୁଛି ଲୋକଙ୍କ ମାନସିକତା ।
ମୋଦିଙ୍କୁ ଟାର୍ଗେଟ୍ କରୁ କରୁ ରାହୁଲଙ୍କ ପାଟିରୁ ଖସିଗଲା…
ନୂଆଦିଲ୍ଲୀ: ବିଭିନ୍ନ ସମୟରେ ଭାଷଣକୁ ନେଇ ସମାଲୋଚନାର ଶିକାର ହେଉଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ପୁଣି ଅଡ଼ୁଆରେ ପଡ଼ିଛନ୍ତି । ସଂସଦ ପରିସରରେ ସାମ୍ବାଦିକ ସମ୍ମିଳନୀରେ ଅର୍ଥନୀତିକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ ବେଳେ ଲୋକହସା ହୋଇଛନ୍ତି ରାହୁଲ । ପ୍ରଥମେ ନିଜକୁ ବିରୋଧୀ ଦଳ ନେତା କହିବା ସହ ୟେସ୍ ବ୍ୟାଙ୍କକୁ ଆକ୍ସିସ୍ ବ୍ୟାଙ୍କ କହିଛନ୍ତି ।

କରୋନା ଭାଇରସକୁ ନେଇ ବିଶ୍ୱ ଚିନ୍ତିତ ଥିବା ବେଳେ ଦେଶରେ ସେମିତି କିଛି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇ ନଥିବା ରାହୁଲ ଅଭିଯୋଗ କରିଛନ୍ତି । ଦେଶରେ କୋରନା ଭାଇରସ୍ ବ୍ୟାପୁଥିବା ବେଳେ କେନ୍ଦ୍ର ସରକାର ଏହାକୁ ଉପଲବ୍ଧି କରିପାରୁନାହାନ୍ତି । ଫଳରେ ସ୍ଥିତି ଅଣାୟତ୍ତ ହେବାକୁ ବସିଲାଣି, ପ୍ରଧାନମନ୍ତ୍ରୀ ଶୋଇ ରହିଥିବା ରାହୁଲ କହିଛନ୍ତି । ଦେଶର ଅର୍ଥନୀତି ସୁନାମି ଭଳି ତଳକୁ ତଳ ଖସି ଚାଲିଛି । ଅର୍ଥନୀତିକୁ ନରେନ୍ଦ୍ର ମୋଦିଙ୍କ ଚିନ୍ତାଧାରା ଓ ନୀତି ନଷ୍ଟ କରି ସାରିଲାଣି ।
ମୋଦି ଅର୍ଥନୀତିକୁ ନେଇ କେବେ ମୁହଁ ଖୋଲୁନାହାନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥନୀତି ବିଷୟରେ କିଛି ବୁଝନ୍ତି ନାହିଁ ବୋଲି କଂଗ୍ରେସ ଅଙିଯୋଗ କରିଛି । ଆଉ କରୋନା ଭାଇରସ୍ ପ୍ରଭାବରେ ସ୍ଥିତି ଆହୁରି ଖରାପ ହେବାରେ ଲାଗିଛି । ଏହାକୁ ସୁଧାରିବା ଲାଗି ସରକାର ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ।
ବିଧାନସଭା ପରିସରରେ ହାତ ଧୋଇ ସଚେତନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ବିଧାନସଭା ପରିସରରେ କରୋନା ସଚେତନତା । ନିଜେ ହାତ ଧୋଇ ସମସ୍ତଙ୍କୁ ସଚେତନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆତଙ୍କ ଖେଳାଉଥିବା ମହାମାରୀ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଜନସଚେତନତା ସୃଷ୍ଟି କରିଛନ୍ତି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ଅନ୍ୟ ବିଧାୟକଙ୍କ ସହ ହାତ ଧୋଇଛନ୍ତି ମୁଖ୍ୟମନ୍ତ୍ରୀ ।

କରୋନା ଠାରୁ ବର୍ତ୍ତିବାକୁ ହେଲେ କଣ ସବୁ କରିବାକୁ ପଡ଼ିବ ସେ ନେଇ ମୁଖ୍ୟମନ୍ତ୍ରୀ ସଚେତନ କରିଛନ୍ତି । ନିଜେ ସାବୁନରେ ହାତ ଧୋଇ ଅନ୍ୟମାନଙ୍କୁ ନିୟମିତ ହାତ ସଫା ରଖିବାକୁ ପ୍ରେରଣା ଦେଇଛନ୍ତି । ବିଧାନସଭା ପରିସରରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ, ବାଚସ୍ପତି, କ୍ୟାବିନେଟ ସଦସ୍ୟ, ସବୁ ବିଧାୟକ ଉପସ୍ଥିତ ଥିଲେ ।
କରୋନା ଖେଳ: କ୍ରିକେଟ ଷ୍ଟାଡିୟମ ଖାଲି, ଛକା ମାରିବା ପରେ ଷ୍ଟାଡିୟମ ଭିତରୁ ବଲ୍ ଆଣୁଛନ୍ତି ଫିଲଡର
କରୋନା ପାଇଁ ଏବେ ସବୁଠି ଷ୍ଟ୍ରାଇକ୍ ହୋଇଛି । ସେ ଖେଳ ହେଉକି ଫିଲ୍ମ ହଲ୍ ସବୁଠି ଏବେ କରୋନାକୁ ନେଇ ଭୟ । ଏଭଳି ସମୟରେ ସବୁ ଦେଶ କରୋନାକୁ ନେଇ ପ୍ରତିକାରକ ଖୋଜିବାରେ ଲାଗିଛନ୍ତି । ଏବେ ଦେଶ ଦେଶ ମଧ୍ୟରେ କ୍ରିକେଟ୍ ଓ୍ୱାଣ୍ଡେ ମ୍ୟାଚ୍ ଚାଲିଛି । ଆଇସିସି ଏହି ସବୁ ମ୍ୟାଚ ପାଇଁ ଏକ ବଡ଼ ନିଷ୍ପତି ମଧ୍ୟ ନେଇଛି । ବନ୍ଦ ଷ୍ଟାଡିୟମ ଭିତରେ ବିନା ଦର୍ଶକଙ୍କ ଭିଡ଼ରେ ଏହି ସବୁ ମ୍ୟାଚ୍ ଖେଳାଯିବ । କାରଣ କରୋନା ପାଇଁ ଗୋଟିଏ ସ୍ଥାନରେ ଏକାଧି ଲୋକଙ୍କୁ ଜମା ହେବାକୁ ପୁରା ବାରଣ କରାଯାଇଛି ।

ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ରେ ଏବେ ଓ୍ୱାଣ୍ଡେ ସିରିଜ ଚାଲିଛି । ଏହି ମ୍ୟାଚ୍ ଏବେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆରମ୍ଭ ହୋଇଛି । ତେବେ ଏହି ମ୍ୟାଚ୍ ବିନା ଦର୍ଶକରେ ଖେଳାଯାଉଛି । ଷ୍ଟାଡିୟମ ଭିତରକୁ ଦର୍ଶକଙ୍କୁ ଯିବାପାଇଁ ଦିଆଯାଉନାହିଁ । ଯାହାର ପ୍ରଭାବ ପୁରା ଖେଳ ଉପରେ ପଡ଼ିଛି । ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଓଡ଼ିଆଇ ରେ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା । ଯେଉଁଥିରେ ଦଳକୁ ଉତ୍ସାହିତ କରିବା ପାଇଁ ଜଣେ ଦର୍ଶକ ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ନଥିଲେ ।

ଏପରିକି ଖେଳାଳିଙ୍କୁ ଷ୍ଟାଣ୍ଡ ଭିତରକୁ ଯାଇ ବଲକୁ ଫେରାଇ ଆଣିବାକୁ ପଡିଲା । ଅଷ୍ଟ୍ରେଲିଆର ଖେଳାଳି ଫିଞ୍ଚ ଯେତେବେଳେ ନିଉଜିଲାଣ୍ଡର ବୋଲର ସୋଡିଙ୍କୁ ଛକା ମାରିଥିଲେ ସେତେବେଳେ ଷ୍ଟାଡିୟମ ଭିତରୁ ଫରଗସନ ଯାଇ ବଲ ଆଣିଥିଲେ । ବଲ ଆଣିବା ପରେ ସିଦ୍ଧା ବୋଲର ପାଖକୁ ଫିଙ୍ଗିଥିଲେ ବଲ । ଖେଳ ମଝିରେ ଯେଉଁ କାମ ଦର୍ଶକ କରିଥାନ୍ତି ସେହି କାର୍ଯ୍ୟ ଆଜି ଖେଳାଳି କରୁଛନ୍ତି । ଯେଉଁ ଦୃଶ୍ୟ ସମସ୍ତଙ୍କୁ ଆକର୍ଶଣ କରିଥିଲା । ଷ୍ଟାଡ଼ିୟମରେ ଦର୍ଶକ ମାନେ ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଦେଶରେ କରୋନା ଆତଙ୍କ: ଓଡ଼ିଶାରୁ କର୍ଣ୍ଣାଟକ ସ୍କୁଲ, ସିନେମା ଓ ବିବାହ ମଣ୍ଡପରେ ତାଲା
କର୍ଣ୍ଣାଟକ: କରୋନା ଭାଇରସ ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା ଘୋଷଣା କରିଛନ୍ତି ଯେ, କାଲିଠୁ ଗୋଟେ ସପ୍ତାହ ଯାଏଁ ସବୁ ମଲ୍, ଥିଏଟର, ପବ, କ୍ଲବ, ପ୍ରଦଶର୍ନ, ସମର କ୍ୟାମ୍ପ, ସୁଇମିଂ ପୁଲ, ସ୍ପୋର୍ଟ ଇଭେଣ୍ଟ, ବିବାହ ମଣ୍ଡପ ବନ୍ଦ ରହିବ । କରୋନା ଭାଇରସ ଯୋଗୁଁ ଦିଲ୍ଲୀ ପରେ ଏବେ ଉତ୍ତର ପ୍ରଦେଶ ଓ କର୍ଣ୍ଣାଟକ ସରକାର ଏକ ବିଷେଶ ପଦକ୍ଷେପ ନେଇଛନ୍ତି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପାଙ୍କ କହିବା ଅନୁସାରେ ଲୋକଙ୍କୁ ଯାତ୍ରା କରିବା ଅନୁଚିତ୍ । ଏହା ବ୍ୟତୀତ ଗୋଟେ ସପ୍ତାହ ଯାଏଁ ସବୁ ବିଶ୍ବବିଦ୍ୟାଳୟ ବନ୍ଦ ରହିବ ।

କର୍ଣ୍ଣାଟକରେ ଏଯାଏଁ କରୋନାଭାଇରସର ୬ଟି ମାମଲା ସାମ୍ନାକୁ ଆସିଛି । ଏଥିମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଯାଇଛି ଓ ପାଞ୍ଚ ଜଣଙ୍କୁ ଆଇସୋଲେସନ୍ ୱାର୍ଡରେ ରଖାଯାଇଛି । ସାଉଦି ଆରବରୁ ଫେରିଥିବା ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଯାଇଛି । ବୃଦ୍ଧ ଜଣକ ଗୋଟେ ମାସ ପାଇଁ ଧାର୍ମିକ ଯାତ୍ରାରେ ସାଉଦି ଆରବ ଯାଇଥିଲେ ।

କର୍ଣ୍ଣାଟକ ପୂବର୍ରୁ ଉତ୍ତର ପ୍ରଦେଶରେ କରୋନା ଯୋଗୁଁ ସମସ୍ତ ସ୍କୁଲ କଲେଜ ଆସନ୍ତା ୨୨ ତାରିଖ ଯାଏଁ ବନ୍ଦ କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଲାନ କରିଛନ୍ତି ଯେ, ରାଜ୍ୟର ୭୫ ଜିଲ୍ଲାରେ ଆଇସୋଲେସନ୍ ୱାର୍ଡର ସୁବିଧା ରଖାଯାଇଛି । ଏଥିପାଇଁ ଅନେକ ଡାକ୍ତରଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।

ଉତ୍ତର ପ୍ରଦେଶ ଓ କର୍ଣ୍ଣାଟକ ପୂବର୍ରୁ ଦିଲ୍ଲୀ ସରକାର ରାଜଧାନୀରେ ସ୍କୁଲ, କଲେଜ, ସିନେମା ହଲ୍ ବନ୍ଦ କରିବା ପାଇଁ ଘୋଷଣା କରିଛନ୍ତି । ଏହା ବ୍ୟତୀତ ଦିଲ୍ଲୀ ସରକାର ଆଇପିଏଲ ମ୍ୟାଚ୍ ମଧ୍ୟ ବ୍ୟାନ କରିଛନ୍ତି । ଆଇଆଇଟି, ଡିୟୁ ପରେ ଜେଏନୟୁ ଓ ଜାମିୟା ମଧ୍ୟ ୩୧ ତାରିଖ ଯର୍ଯ୍ୟନ୍ତ କ୍ଲାସ ବନ୍ଦ କରିବାର ନିଷ୍ପତ୍ତି ନେଇଛି ।
ବଦଳିଲା IPL ତାରିଖ, ମାର୍ଚ୍ଚ ୨୯ରୁ ଖେଳାଯିବ ନାହିଁ ମ୍ୟାଚ୍
ନୂଆଦିଲ୍ଲୀ: ଖେଳ ପ୍ରେମୀଙ୍କ ପାଇଁ ଦୁଃଖ ଖବର । କରୋନା ପାଇଁ ମାର୍ଚ୍ଚ ୨୯ରୁ ଆରମ୍ଭ ହେବନି ଇଣ୍ଡିଆନ୍ ପ୍ରିମୟର ଲିଗ (IPL)ର ୧୩ତମ ସଂସ୍କରଣ । ବିଶ୍ୱର ଏହି ଲୋକପ୍ରିୟ ପ୍ରତିଯୋଗିତାକୁ ନେଇ ଖେଳାଳି ଓ ଖେଳପ୍ରେମୀଙ୍କ ମଧ୍ୟରେ ଅନେକ ଉତ୍ସାହ ଥିବା ବେଳେ ଏହାକୁ ଘୁଞ୍ଚାଇ ଦିଆଯାଇଛି । ଏପ୍ରିଲ୍ ୧୫ ଯାଏଁ ଆଇପିଏଲ ସ୍ଥଗିତ ରହିଛି । ତେବେ, ୧୫ ପରେ କରୋନା ଭାଇରସର ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ । ସ୍ଥିତିରେ ସୁଧାନ ନ ଆସିଲେ ଆଇପିଏଲ୍ ସିଜିନ୍-୧୩ ସମ୍ପୂର୍ଣ୍ଣ ବାତିଲ୍ କରାଯିବାର ସମ୍ଭାବନା ରହିଛି । ଏନେଇ ଆସନ୍ତାକାଲି ଆଇପିଏଲ ଗଭର୍ଣ୍ଣିଂ କାଉନସିଲ୍ ବୈଠକରେ ନିଷ୍ପତ୍ତି ନିଆଯିବ ।
Board of Control for Cricket in India (BCCI): We have decided to suspend #IPL2020 till April 15, as a precautionary measure against the Novel Corona Virus (COVID-19) situation. https://t.co/BcEh9VKtg8
— ANI (@ANI) March 13, 2020
ସେପଟେ ପ୍ରଥମେ ମହାରାଷ୍ଟ୍ର, କର୍ଣ୍ଣାଟକ ପରେ ଆଜି ଦିଲ୍ଲୀ ସରକାର ଆଇପିଏଲ ମ୍ୟାଚ୍ ଖେଳାଯିବା ନେଇ କଟକଣା ଜାରି କରିଥିଲେ । ଦିଲ୍ଲୀରେ ଖେଳାଯିବାକୁ ଥିବା ସମସ୍ତ ଆଇପିଏଲ୍ ମ୍ୟାଚ ଉପରେ ସରକାର ଦଲ୍ଲୀ ସରକାର କଟକଣା ଲଗାଇଥିଲେ ।
ଅନ୍ୟପଟେ ସୁରକ୍ଷାକୁ ଦୃଷ୍ଟିରେ ରଖି କରୋନା ରୋକିବାକୁ ନିଆଯାଉଥିବା ପଦେକ୍ଷପକୁ ସମସ୍ତେ ମାନିବା ଉଚିତ ବୋଲି ଅନେକ କହିଛନ୍ତି । ଯଦି ବିନା ଦର୍ଶକରେ କ୍ରିକେଟ୍ ମ୍ୟାଚ୍ ଖେଳାଯାଉଛି ବା ଏହାକୁ କିଛି ଦିନ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଉଛି, ତାହେଲେ ସମସ୍ତେ ଏହାକୁ ସମର୍ଥନ କରିବା ଆବଶ୍ୟକ । କରୋନା ଭାଇରସ ପାଇଁ ଭାରତ ଓ ଦକ୍ଷିଣ ଆଫ୍ରିକା ସିରିଜର ଶେଷ ୨ଟି ମ୍ୟାଚ ବିନା ଦର୍ଶକରେ ଖେଳାଯିବକୁ ବିସିସିଆଇ ନିଷ୍ପତ୍ତି ନେଇଛି । ଯେଉଁମାନେ ଟିକେଟ୍ କିଣିଛନ୍ତି ସେମାନଙ୍କ ଟଙ୍କା ଫେରାଇ ଦିଆଯିବ ବୋଲି କୁହାଯାଇଛି ।
ଭୁବନେଶ୍ୱର: ଆସନ୍ତା ୨୯ ତାରିଖ ଯାଏଁ ବନ୍ଦ ରହିବ ବିଧାନସଭା । କରୋନାରୁ ବର୍ତ୍ତିବା ପାଇଁ ବନ୍ଦ ରହିବ ଗୃହ । ସୂଚନା ଦେଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।
ଭୁବନେଶ୍ୱର: ଆସନ୍ତା ୨୯ ତାରିଖ ଯାଏଁ ବନ୍ଦ ରହିବ ବିଧାନସଭା । କରୋନାରୁ ବର୍ତ୍ତିବା ପାଇଁ ବନ୍ଦ ରହିବ ଗୃହ । ସୂଚନା ଦେଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

