ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ ମ୍ୟାଚ୍
ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯିବାକୁ ଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ।ନ୍ୟୁଜିଲାଣ୍ଡ ଗସ୍ତରେ ପରାଜୟ ପରେ ଭାରତୀୟ କ୍ରିକେଟ ଟିମ ଆଜି ଠାରୁ ସ୍ୱଦେଶରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ଶୃଙ୍ଖଳା ଖେଳିବ । ତିନି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମୁକାବିଲା ହିମାଚଳ ପ୍ରଦେଶର ଧର୍ମଶାଳା ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଭାରତୀୟ ସମୟ ଅନୁସାରେ ଏହି ମ୍ୟାଚ ଅପରାହ୍ନ ସାଢ଼େ ଗୋଟାଏରୁ ଖେଳାଯିବ । ଦକ୍ଷିଣ ଆଫ୍ରିକା ଏବେ ମଜବୁତ ସ୍ଥିତିରେ ଅଛି । ଦକ୍ଷିଣ ଆଫ୍ରିକା ନିକଟରେ ଅଷ୍ଟ୍ରେଲିଆକୁ ୩-୦ରେ ପରାସ୍ତ କରିବା ପରେ ଦଳର ମାନବଳ ଦୃଢ଼ ରହିଛି । ଅନ୍ୟପକ୍ଷରେ ଭାରତ ନିଜର ମାଟିରେ ଖେଳୁଥିବାରୁ ଦକ୍ଷିଣ ଆଫ୍ରିକା ଉପରେ ଚାପ ପ୍ରୟୋଗ କରିପାରେ । ଏହି ସିରିଜରେ ଶିଖର ଧବନ, ପାଣ୍ଡ୍ୟା ଓ ଭୁବନେଶ୍ୱର କୁମାର କମ ବ୍ୟାକ୍ କରିଛନ୍ତି।ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୧୧ଟି ଶୃଙ୍ଖଳା ଖେଳାଯାଇଛି । ଏଥିରୁ ୫ଟିରେ ଭାରତ ଜିତିଛି । ଦକ୍ଷିଣ ଆଫ୍ରିକା ମଧ୍ୟ ସମାନ ପରିମାଣରେ ଶୃଙ୍ଖଳା ଜିତିଥିବା ବେଳେ ଗୋଟିଏ ଡ୍ର ହୋଇଛି ।
ରଦ୍ଦ ହୋଇପାରେ ଆଇପିଏଲ, ଶନିବାର ନିଷ୍ପତ୍ତିର ଦିନ
କରୋନା କାରଣରୁ ଏଥର ଆଇପିଏଲ ଟଳିପାରେ । ଆଇପିଏଲର ଭାଗ୍ୟ ସୂତାଖିଅରେ ଝୁଲୁଛି । ଚଳିତ ମାସ ୨୯ ତାରିଖରେ ଆରମ୍ଭ ହେବାକୁ ଥିବା ଆଇପିଏଲ ସିଜନ ୧୩ ବାତିଲ ହେବା ପ୍ରାୟତଃ ନିଶ୍ଚିତ । ଆଇପିଏଲକୁ ବାତିଲ କରିବା ପାଇଁ କିମ୍ବା ତାରିଖ ଘୁଞ୍ଚାଇବା ପାଇଁ ବିସିସିଆଇ ଚିନ୍ତା କରୁଛି । ଏନେଇ ଅନ୍ତିମ ନିଷ୍ପତି ଶନିବାର ଦିନ ନିଆଯିବ । ବିସିସିଆଇ ଶନିବାର ଦିନ ମୁମ୍ବାଇରେ ଆଇପିଏଲ ଗଭର୍ଣ୍ଣିଂ ବଡି ବୈଠକ ଡକାଇଛି । ଏନେଇ ଆଇପିଏଲ ଅଧ୍ୟକ୍ଷ ବ୍ରିଜେସ ପଟେଲ ସୂଚନା ଦେଇଛନ୍ତି । ବୈଠକରେ କରୋନା କାରଣରୁ ଆଇପିଏଲକୁ ବାତିଲ କରାଯିବ କିମ୍ବା ନୂଆ ତାରିଖରେ ଏହାକୁ ଆରମ୍ଭ କରାଯିବ ସେନେଇ ନିଷ୍ପତି ନିଆଯିବ ।
ଆଇପିଏଲ ଘୁଂଚିବା ନେଇ ଆଶଙ୍କା ପଛରେ ଆଉ ଗୋଟିଏ କାରଣ ମଧ୍ୟ ରହିଛି । କରୋନା ଆତଙ୍କ ପରେ ମହାରାଷ୍ଟ୍ର ସରକାର ଆଇପିଏଲ ଟିକେଟ୍ ବିକ୍ରି ଉପରେ ରୋକ୍ ଲଗାଇଛନ୍ତି । ସରକାର ଗହଳି ଚହଳି ସ୍ଥାନକୁ ନଯିବା ପାଇଁ ଲୋକଙ୍କୁ ଉପଦେଶ ଦେଉଥିବା ବେଳେ ଷ୍ଟାଡିୟମରେ ହଜାର ହଜାର ଲୋକଙ୍କୁ ଏକାଠି ହେବା ନିଶ୍ଚିତ ଭାବେ ଚାହିଁବେନି । କାରଣ କରୋନା ଭାଇରସ ଏହା ଦ୍ୱାରା ସହଜରେ ବ୍ୟାପିବା ଆଶଙ୍କା ରହିଛି ।
ବୁଧବରା ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନାକୁ ମହାମାରି ଘୋଷଣା ପରେ ଆଇପିଏଲ ଘୁଂଚିବା ଆଶଙ୍କା ବଢି ଯାଇଛି । ସମଗ୍ର ବିଶ୍ୱରେ ଏପର୍ଯ୍ୟନ୍ତ ୧ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରା ଯାଇଛି । ୫ ହଜାରରୁ ଅଧିକ କରୋନା କାରଣରୁ ପ୍ରାଣ ହରାଇଲେଣି । ୧୦୫ ଦେଶରେ କରୋନା ନିଜ ଉପସ୍ଥିତି ଜାହିର କରି ସାରିଲାଣି । ସେହି ଦେଶଙ୍କ ତାଲିକାରେ ଭାରତ ମଧ୍ୟ ରହିଛି । ଭାରତରେ ଧିରେ ଧିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସତର୍କତା ମୁଳକ ପଦକ୍ଷେପ ସ୍ୱରୁପ କେନ୍ଦ୍ର ସରକାର ଏପ୍ରିଲ ୧୫ ପର୍ଯ୍ୟନ୍ତ ସବୁ ପର୍ଯ୍ୟଟନ ଭିସାକୁ ରଦ୍ଦ କରି ଦେଇଛନ୍ତି । ଅଧିକ ସଂଖ୍ୟାରେ ଏକତ୍ରିତ ହେଉଥିବା କାର୍ଯ୍ୟକ୍ରମ ଉପରେ କେନ୍ଦ୍ର କଟକଣା ଲାଗୁ କରିଛି । ଭାରତ ଭଳି ବିଭିନ୍ନ ଦେଶ ସ୍ପୋର୍ଟିଂ ଇଭେଣ୍ଟ୍ ଓ ମ୍ୟୁଜିକାଲ ପ୍ରୋଗ୍ରାମ ଉପରେ ଏଥିପାଇଁ ପ୍ରତିବନ୍ଧକ ଲାଗୁ କରୁଛନ୍ତି । ଟୋକିଓ ଅଲମ୍ପିକ୍ସକୁ ନେଇ ମଧ୍ୟ ଆଶଙ୍କା ଲାଗି ରହିଛି । କରୋନା ଭାଇରସ ଆତଙ୍କ ଜାରି ରହିଲେ ଅଲମ୍ପିକ୍ସ ଆୟୋଜନକୁ ବର୍ଷରେ ଦୁଇ ବର୍ଷ ବାତିଲ ହେବ ବୋଲି ପ୍ରଥମେ ଟୋକିଓ ଅଲମ୍ପିକ୍ସ ଆୟୋଜନ କମିଟିର ଜଣେ ସଦସ୍ୟ କହିଥିଲେ । ତେବେ ପରେ ଅଲମ୍ପିକ୍ସ ନିର୍ଧାରିତ ସମୟରେ ଆୟୋଜିତ ହେବ ବୋଲି ବୁଧବାର ଦିନ କୁହାଯାଇଛି । ଟୋକିଓ ଆୟୋଜନ କମିଟି କିମ୍ବା ଅନ୍ତର୍ଜାତୀୟ ଅଲମ୍ପିକ୍ସ ଅଲମ୍ପିକ୍ସ ଘୁଞ୍ଚାଇବା କଥା ଚିନ୍ତା କରୁ ନାହାନ୍ତି ବୋଲି କୁହାଯାଇଛି । ଏହି ସ୍ପଷ୍ଟୀକରଣ ପରେ ମଧ୍ୟ ଟୋକିଓ ଅଲମ୍ପିକ୍ସକୁ ନେଇ ସନ୍ଦେହ ଅଛି ।
ବିଧାନସଭା ଅପ୍ଡେଟ୍ସ୍
- KBK ଜିଲ୍ଲାରେ ମୁଣ୍ଡ ପିଛା ଆୟ ବଢ଼ିଛି। ଯେପରି କଳାହାଣ୍ଡିରେ ଜଳସେଚନ ସୁବିଧା ବଢିଥିବାରୁ ଏପରି ହୋଇଛି ବୋଲି ଗୃହରେ ସୂଚନା ଦେଇଛନ୍ତି ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା ।
- କେନ୍ଦୁଝର, ସୁନ୍ଦରଗଡ଼ ପରି ଜିଲ୍ଲା ଖଣି ସମୃଦ୍ଧ ବୋଲି ଶିଳ୍ପ ବଢ଼ିଛି ଓ ମୁଣ୍ଡ ପିଛା ଆୟ ବଢୁଛି। ହେଲେ ଉପକୂଳ ଜିଲ୍ଲା ଏବେ ବି ପଛୁଆ ବୋଲି ଅଭିଯୋଗ କଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ। ସେଥିପାଇଁ ଉପକୂଳ ଉନ୍ନୟନ ପରିଷଦ ପାଇଁ ଦାବି କଲେ।
- ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା କହିଲେ କୌଣସି ଜିଲ୍ଲାର ମୁଣ୍ଡ ପିଛା ଆୟ କମିନି। ଉପକୂଳ ଉନ୍ନୟନ ପରିଷଦ କଥା ବର୍ତ୍ତମାନ ନୁହେଁ। କିଛି ଜିଲ୍ଲା ପଛୁଆ ଥିଲା ବୋଲି KBK ହୋଇଛି ।
- ପାହାଡିଆ ଅଂଚଳ ଯେପରି କନ୍ଧମାଳ, ସେଠି ଜଳ ସେଚନ ହୋଇପାରିବ ନାହିଁ। ଝରଣା ଅଛି। ପର୍ଯ୍ୟଟନ ବିକାଶ ହେଲେ ମୁଣ୍ଡ ପିଛା ଆୟ ବଢ଼ିବ ବୋଲି ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା କହିଲେ ।
ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଉତ୍ତର
- ୨୦୧୯-୨୦ ଆର୍ଥିକ ବର୍ଷରେ ୨୦୦୦ ଚେକ ଡ୍ୟାମ ନିର୍ମାଣ ହେବାର ଲକ୍ଷ୍ୟ ରଖାଯାଇଛି। ଯାହା ପାଇଁ ୩୩୩.୮୪ କୋଟି ବ୍ୟାୟ ବରାଦ ହୋଇଛି। ଗତ ଫେବ୍ରୁଆରୀ ସୁଦ୍ଧା ୩୦୨.୨୩ କୋଟି ବ୍ୟୟ ସରିଛି।
- ବାକି ୩୧.୬୧ କୋଟି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସାରିବାର ଲକ୍ଷ୍ୟ ରହିଛି। ଏହା ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ କରୁଥିବାରୁ, ୟୁଟିଲାଇଜେସନ୍ ସାର୍ଟିଫିକେଟ୍ର ଆବଶ୍ୟକତା ନାହିଁ ।
- ଚଳିତ ବର୍ଷ ୧୦୮୭ଟି ଚେକ ଡ୍ୟାମ କାମ ଚାଲିଛି। ୩୬୭ଟି ର କାମ ସରିଛି। ୭୨୦ର କାମ ଚାଲିଛି। ଏଥିରେ ୫୪୯୦ ହେକ୍ଟର ଜମି ଜଳ ସେଚିତ କରିବାର ଯୋଜନା ଅଛି।
- ୨୦୧୦-୧୧ରୁ ଆଜି ଯାଏଁ ୧୪୫୮୮ ଚେକ ଡ୍ୟାମ କାମ ସରିଛି। ୧ ଲକ୍ଷ ୪୭ ହଜାର ଜମି ଜଳ ସେଚିତ ହୋଇଛି। କୌଣସି ଚେକ ଡ୍ୟାମ ଅଚଳ ହେବାର ସୂଚନା ନାହିଁ।
୨ଶହ ଟଙ୍କା ବଟି ନଦେବାରୁ ବିଚ ରାସ୍ତାରେ ଘୋଷାରି ମାରିଥିବା ଅଭିଯୋଗ
ସୋର: ବଟି ନଦେବାରୁ ମାଡ଼ । ୨ଶହ ଟଙ୍କା ବଟି ନଦେବାରୁ ମାଡ଼ ମାରିଛନ୍ତି ରେଳ ବିଭାଗ କର୍ମଚାରୀ । ବିଚ୍ ରାସ୍ତାରେ ଘୋଷାରି ଘୋଷାରି ସୋର ରେଳ ଷ୍ଟେସନର କର୍ମଚାରୀ ମାଡ଼ ମାରିଥିବା ଅଭିଯୋଗ ।
ବାଲେଶ୍ୱର ଜିଲ୍ଲା ସୋର ଥାନା ଅଧିନ ସୋର ରେଳ ଷ୍ଟେସନ ନିକଟରେ ଜଣେ ଟ୍ରେନରେ ଫେରି କରୁଥିବା କାକୁଡି ବିକାଳିକୁ ରେଳ ଷ୍ଟେସନର ଟିକଟ କାଉଣ୍ଟରରେ ଥିବା ମୋହନ ହେମ୍ରମ୍ବ ନାମକ ଜଣେ ରେଳ କର୍ମଚାରୀ ବିଚ୍ ରାସ୍ତାରେ ନିର୍ଧୁମ ମାଡ ମାରିଛନ୍ତି। ରେଳ କର୍ମଚାରୀ ଜଣଙ୍କ କାକୁଡି ବିକାଳିକୁ ପ୍ରଥମେ ଦୁଇ ଶହ ଟଙ୍କା ବଟି ମାଗିଥିଲେ। ହେଲେ ସେ ବେପାର ନହୋଇଥିବାର ଟଙ୍କା ଦେବାକୁ ମନା କରିଥିଲେ। ଏତିକିରେ ରେଳ କର୍ମଚାରୀ ଜଣଙ୍କ ତାଙ୍କର ଜଣେ ସହ ଯୋଗୀଙ୍କ ସହିତ ମିଶି ଟାଣି ଘୋଷାରି ଷ୍ଟେସନ ଆଗରେ ନିର୍ଧୁମ ମାଡ ମାରିଥିଲେ। ଏମିତିକି କାକୁଡି ଫେରିବାଲା ଯେତେ ନେହୁରା ହୋଇଥିଲେ ମଧ୍ୟ ରେଳ କର୍ମଚାରୀ ବାବୁ ଜଣକ କିଛି ଶୁଣି ନଥିଲେ। ତେବ ଏ ଚିତ୍ର ହିଁ ବାସ୍ତବରେ ବୟାନ କରୁଛି ସେ ରେଳ କର୍ମଚାରୀ ଜଣଙ୍କ କେତେ ନିର୍ଦୟ । ଏହି ଘଟଣାଟି ଘଟିବା ବେଳେ ଜଣେ ରେଳ ଯାତ୍ରୀ ତାଙ୍କ ମୋବାଇଲରେ ରେକଡିଂ କରିଥିଲେ ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚା ସୃଷ୍ଟି ହୋଇଛି।
ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ବାହା ହେଲେ ଅଭିନେତ୍ରୀ ଝିଲିକ୍
ବାଜିଲା ଡାନିଙ୍କ ଡିଜେ । ଓଲିଉଡ ଅଭିନେତ୍ରୀ ଝିଲିକଙ୍କ ହାତ ଧରିଲେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ। ଗଞ୍ଜାମ ପଥରା ଚିଲିକା ରିସର୍ଟରେ ପାରମ୍ପରିକ ରୀତିନୀତିରେ ବିବାହ ସଂପନ୍ନ ହୋଇଛି। 
ଏନେଇ ପ୍ରୀତିରଞ୍ଜନଙ୍କ ବାପା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ ସ୍ପଷ୍ଟ କରିଛନ୍ତି। ଗତକାଲି ବିବାହ ସମ୍ପନ୍ନ ହୋଇଛି। ଝିଲିକ ଓ ପ୍ରୀତିରଞ୍ଜନଙ୍କ ବିବାହ ଫଟୋ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରୁଛି। ଅଭିନେତ୍ରୀ ଝିଲିକ ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରୁ ବିବାହ ଫଟୋ ପୋଷ୍ଟ କରିଛନ୍ତି।

ବିବାହ ପୂର୍ବରୁ ଡାନି-ଝିଲିକଙ୍କ ସିକ୍ରେଟ୍ ରିଙ୍ଗ୍ ସେରିମନିର ଭିଡିଓ ଭାଇରାଲ ହେଇଥିଲା। ଏଥିରେ ଡାନି-ଝିଲିକ୍ ପରସ୍ପରକୁ ମୁଦି ପିନ୍ଧାଉଥିବା ଦେଖିବାକୁ ମିଳିଥିଲା। ତେବେ ବିବାହ ପରେ ଉଭୟଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।
https://www.facebook.com/nandighoshatv/videos/2609932489243327/
ଜନ୍ମଦିନ ସ୍ପେଶାଲ: ପଢ଼ନ୍ତୁ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲଙ୍କ ପ୍ରେମ କାହାଣୀ ସମ୍ପର୍କରେ
ଆଜି ହେଉଛି ଭାରତର ଜଣେ ଜଣାଶୁଣା ତଥା ପ୍ରସିଦ୍ଧ ପ୍ଲେବ୍ୟାକ୍ ସିଙ୍ଗର ଶ୍ରେୟା ଘୋଷାଲଙ୍କ ଜନ୍ମଦିନ । ୧୨ ମାର୍ଚ୍ଚ ୧୯୮୪ରେ ପଶ୍ଚିମବଙ୍ଗରେ ଜନ୍ମଗ୍ରହଣ କରିଥିଲେ ଶ୍ରେୟା । ଛୋଟବେଳୁ ଶ୍ରେୟା ସଙ୍ଗୀତ ପ୍ରତି ଆସକ୍ତ ଥିଲେ । ୪ବର୍ଷ ବୟସରେ ସେ କ୍ଲାସିକାଲ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ । ଯେତେବେଳେ ୧୬ବର୍ଷର ହୋଇଥିଲେ ସେତେବେଳେ ଟେଲିଭିଜନ ସିଙ୍ଗିଙ୍ଗ ରିଆଲିଟି ସୋ ସାରେ ଗାମା ପା…ର ବିଜେତା ହୋଇଥିଲେ ।

୨୦୦୨ରେ ମସିହାରେ ଫିଲ୍ମ ଦେବଦାସ୍ ଜରିଆରେ ସେ ଡେବ୍ୟୁ କରିଥିଲେ ।। ଏହି ଚଳଚ୍ଚିତ୍ରରେ ତାଙ୍କ ଦ୍ୱାରା ଗାଇଥିବା ‘ବରୀ ପିୟା’ ଗୀତ ବହୁତ ଲୋକପ୍ରିୟ ଥିଲା | ଏହି ଚଳଚ୍ଚିତ୍ରରେ ସେ ପାଞ୍ଚଟି ଗୀତ ‘ସିଲସିଲା ୟେ ଚାହତ କା’, ‘ବରୀ ପିୟା’, ‘ଖାଲକ ଖାଲକ’, ‘ଅଧିକ ପିୟା’ ଏବଂ ‘ଡୋଲା ରେ ଡୋଲା’ ଗୀତ ଗାଇଥିଲେ। ଏହା ପରେ ସେ ପଛକୁ ଚାହିଁଲେ ନାହିଁ ଏବଂ ଅନେକ ଭଲ ଗୀତ ଗାଇଲେ |
ତାଙ୍କ ପ୍ରଥମ ରେକର୍ଡ ଗୀତ ଥିଲା ‘ଗନରାଜ୍ ରଙ୍ଗୀ ନଚାତୋ’ । ପ୍ରଥମ ଷ୍ଟୁଡିଓ ଆଲବମ୍ ହେଉଛି ୧୯୯୮ରେ ରିଲିଜ ହୋଇଥିବା ‘ବେନ୍ଦେଚି ବୀନା’ । ଶ୍ରେୟା ୪ଟି ନ୍ୟାସନାଲ ଫିଲ୍ମ ଆଓ୍ୱାର୍ଡସ୍, ୪ଟି କେରଳ ଷ୍ଟେଟ ଫିଲ୍ମ ଆଓ୍ୱାର୍ଡସ୍, ଦୁଇଟି ତାମିଲନାଡ଼ୁ ଷ୍ଟେଟ୍ ଫିଲ୍ମ ଆଓ୍ୱାର୍ଡସ୍, ୭ଟି ଫିଲ୍ମ ଫେୟାର ଆଓ୍ୱାର୍ଡସ୍, ୬ଟି ବେଷ୍ଟ ଫିମେଲ ପ୍ଲେବ୍ୟାକ୍ ସିଙ୍ଗର, ଏବଂ ୧୦ଟି ଫିଲ୍ମ ଆଓ୍ୱାର୍ଡସ୍ ସାଉଥ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଶ୍ରେୟାଙ୍କ ଜନ୍ମଦିନ ଅବସରରେ ତାଙ୍କ ପ୍ରଶଂସକଙ୍କ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ସେ ଟ୍ୱିଟ୍ରରେ ଏକ ଭିଡିଓ ସେୟାର କରି ତାଙ୍କ ପ୍ରଶଂସକଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ତାଙ୍କ ଭଳି ଜଣେ ଆଗଧାଡିର ବ୍ୟକ୍ତିତ୍ୱ ତଥା ଗାୟିକାଙ୍କୁ ତାଙ୍କ ଜନ୍ମଦିନରେ ନନ୍ଦିଘୋଷ ଟିଭି ପରିବାର ପକ୍ଷରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।
Thank you for the wishes that have been pouring in today. Truly blessed and feeling so loved☺️♥️♥️♥️☺️ Hope I continue to make a place in your hearts through my music. #blessed #birthdaygirl #HappyBirthdayShreyaGhoshal #birthdaylove pic.twitter.com/JDmz5cNK8N
— Shreya Ghoshal (@shreyaghoshal) March 12, 2019
ଶ୍ରେୟାଙ୍କ ପ୍ରେମ କାହାଣୀ
ପ୍ରଫେସନାଲ୍ ଲାଇପ୍କୁ ନେଇ ବହୁବାର ଖବରର ହେଡ୍ଲାଇନ୍ ବନିଥିବା ଶ୍ରେୟା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ପ୍ରୟାତ ଚୁପ୍ଚାପ ରୁହନ୍ତି । ସେ କହିବାନୁଯାୟୀ ତାଙ୍କ ପ୍ରେମ କାହାଣୀ ଉପନ୍ୟାସଗୁଡ଼ିକରେ ପଢ଼ିଥିବା ପ୍ରେମ କାହାଣୀ ପରି । ଶ୍ରେୟା ବଙ୍ଗଳା ରୀତିନୀତି ଅନୁଯାୟୀ ୨୦୧୫ ମସିହାରେ ଶିଲାଦିତ୍ୟ ମୁଖୋପାଧ୍ୟାୟଙ୍କୁ ବିବାହ କରିଥିଲେ।

ବିବାହ ପୂର୍ବରୁ ଏହି ଦମ୍ପତି ୧୦ବର୍ଷ ପର୍ଯ୍ୟନ୍ତ ସମ୍ପର୍କରେ ଥିଲେ । ଫେବ୍ରୁଆରୀ ୫ରେ, ସେମାନଙ୍କର ବିବାହର ତୃତୀୟ ବାର୍ଷିକୀ ଅବସରରେ ଶ୍ରେୟା ତାଙ୍କ ପ୍ରେମ କାହାଣୀ ପ୍ରକାଶ କରିଥିଲେ | ଶିଲାଦିତ୍ୟଙ୍କ ସହ ଏକ ଚିତ୍ର ସେୟାର କରି ସେ ଲେଖିଛନ୍ତି, “ତୁମେ ସେତେବେଳେ ଜଣେ ପୁଅ ଏବଂ ମୁଁ ଜଣେ ଝିଅ ।

ମୁଁ କେବେ ଭାବି ନଥିଲେ ଯେ, ପ୍ରେମ କାହାଣୀ ଯାହା ମୁଁ ଉପନ୍ୟାସରେ ପଢ଼ିଥିଲି ଏବଂ ଚଳଚ୍ଚିତ୍ରରେ ଦେଖୁଥିଲି, ବାସ୍ତବ ଜୀବନରେ ମୋ ସହିତ ଘଟିବ | କିନ୍ତୁ ତୁମକୁ ଭେଟିବା ପରେ ମୁଁ ବର୍ତ୍ତମାନ କହିବି ଯେ ଏହା ସତ ଅଟେ | ଶ୍ରେୟାଙ୍କ ସ୍ୱାମୀ ଶିଲାଦିତ୍ୟ Hipcask.com ୱେବସାଇଟର ପ୍ରତିଷ୍ଠାତା
ବହୁ ଦିନର ପ୍ରତିକ୍ଷାର ଅନ୍ତ ହେବ, ବଡ଼ କାର୍ଯ୍ୟରେ ସଫଳତା ହାସଲ କରିବେ
ମେଷ
ଅଶ୍ୱିନୀ ନକ୍ଷତ୍ର : କର୍ମକ୍ଷେତ୍ରରେ ଉର୍ଣ୍ଣତି, ଆର୍ଥିକ ସହାୟତା ଓ ଲୋକସଂପର୍କ ବୃଦ୍ଧି ହେବ ।
ଦ୍ୱିଜା ନକ୍ଷତ୍ର : ଯୋଜନାରେ ସଫଳ ହେବେ, କର୍ମ କ୍ଷେତ୍ରରେ ଶୁଭ ପ୍ରଭାବ ରହିବ॥
କୃତ୍ତିକା ନକ୍ଷତ୍ର: ଯଶ କିର୍ତ୍ତି ସମ୍ମାନ, ଅର୍ଥ, ସାମାଜିକ ପ୍ରତିଷ୍ଠା ଏବଂ ଧର୍ମଭାବ ପ୍ରାପ୍ତ ଯୋଗ ରହିଛି ॥
ଶୁଭ ରଙ୍ଗ – ଧଳା
ହନୁମାନ ଭଗବାନଙ୍କୁ ଦର୍ଶନ କରନ୍ତୁ॥
ବୃଷ –
କୃତ୍ତିକା ନକ୍ଷତ୍ର : ଉପର ହାକିମଙ୍କର କୃପା ଏବଂ ଅର୍ଥବଳ ଦୃଢ ରହିବ, କର୍ମ କ୍ଷେତ୍ରରେ ଶୁଭ ପ୍ରଭାବ ଅନୁଭୁତ ହେବ॥
ରୋହିଣି ନକ୍ଷତ୍ର: ଶୁଭକାର୍ଯ୍ୟରେ ବ୍ୟୟ, ଯାନବାହାନ ଜନିତ କ୍ଷୟକ୍ଷତି ଓ ମାନସମ୍ମାନ କ୍ଷୁର୍ଣ୍ଣ ସୂଚନା ରହିବ॥
ମୃଗଶିରା ନକ୍ଷତ୍ର: ବନ୍ଧୁବର୍ଗରେ ସାହାଯ୍ୟ ସହଯୋଗ ମିଳିବ, ଧନଲାଭ ହେବ ॥
ଶୁଭ ରଙ୍ଗ – ହଳଦିଆ
ଲକ୍ଷ୍ମୀ ମା’ଙ୍କର ଦର୍ଶନ ଓ ସିନ୍ଦୁର ଧାରଣ କରନ୍ତୁ॥
ମିଥିନ
ମୃଗଶିରା ନକ୍ଷତ୍ର : ବହୁଦିନର ପ୍ରତିକ୍ଷିତ ଏକ ବଡ କାର୍ଯ୍ୟରେ ସଫଳତା, ଭୋଗ ବିଳାସ ପ୍ରାପ୍ତି ଯୋଗ ରହିଛି ॥
ଆଦ୍ରା ନକ୍ଷତ୍ର: ମାନସମ୍ମାନ ଲାଭ, ଆର୍ଥିକ ସଫଳତା ଓ ନୂତନ ଗୃହନିର୍ମାଣ ର ସୂଯୋଗ ମିଳିବ ॥
ପୂନର୍ବସୁ ନକ୍ଷତ୍ର: ସୁ-ବିଚାର ସହିତ କର୍ମକ୍ଷେତ୍ରରେ ଉଦ୍ୟମରେ ସଫଳତା ଓ ସହଯୋଗ ପ୍ରାପ୍ତି ହେବ ॥
ଶୁଭ ରଙ୍ଗ – ସୁନେଲି
ଓଁ ନମଃ ଶିବାୟ ୧୦୮ ଥର ଜପ କରନ୍ତୁ॥
କର୍କଟ –
ପୂନର୍ବସୁ ନକ୍ଷତ୍ର : ମାଲିମକୋଦ୍ଦମାରେ ଜୟ ଓ ଅର୍ଥପ୍ରାପ୍ତିର ସୁଚନା ରହିଛି ॥
ପୂଷ୍ୟା ନକ୍ଷତ୍ର : ବ୍ୟବସାୟ ସହଯୋଗୀ ଓ ଜୀବନସାଥି ସହ ମତାନ୍ତର ଯୋଗ ରହିବ॥
ଅଶ୍ଲେଷା ନକ୍ଷତ୍ର : ବୃଥା କାରଣରୁ ଏବଂ ଗୁପ୍ତଶତ୍ରୁ ହେତୁ କୌଣସି ବଡ ଅସଫଳତାର ଦୁର୍ଯୋଗ ପ୍ରାପ୍ତି ହେବ॥
ଶୁଭ ରଙ୍ଗ – କମଳା
କଳାଜିବଙ୍କୁ ଖାଦ୍ୟ ଓ ଦିବ୍ୟାଙ୍ଗଙ୍କୁ କଳା ଛତା ଦାନ କରନ୍ତୁ॥
ସିଂହ –
ମଘା ନକ୍ଷତ୍ର : ଭାଗ୍ୟଦେବୀ ଆପଣଙ୍କ ଉପରେ ସଦୟ ରହିବେ, କର୍ମଜୀବନ ଓ ସାମାଜିକ ଜୀବନରେ ଶୁଭଫଳ ମିଳିବ॥
ପୂର୍ବାଫାଲଗୁନି ନକ୍ଷତ୍ର : ପ୍ରତି କ୍ଷେତ୍ରରେ ନିରବ ରୁହନ୍ତୁ, କର୍ମକ୍ଷେତ୍ରରେ ଅଡୁଆ ସୃଷ୍ଟି କରିପାରେ ସତର୍କ ରହିବେ॥
ଉତ୍ତରାଫାଲଗୁନୀ ନକ୍ଷତ୍ର : ଭୂସମ୍ପତ୍ତି ଓ ନିଜର ସ୍ୱାସ୍ଥ୍ୟ କ୍ଷେତ୍ରରେ ଶୁଭଫଳ ପାଇବେ, କର୍ମକ୍ଷେତ୍ରରେ ଶୁଭତ୍ୱ ଅନୁଭୁତ ହେବ ॥
ଶୁଭ ରଙ୍ଗ – ଧଳା
ମା’ ଦକ୍ଷିଣ କାଳୀଙ୍କୁ ଦର୍ଶନ ଓ କଳାଜିବଙ୍କୁ ଖାଇବାକୁ ଦିଅନ୍ତୁ॥
କନ୍ୟା –
ଉତ୍ତରାଫାଲଗୁନୀ ନକ୍ଷତ୍ର : ପ୍ରତ୍ୟେକ କାର୍ଯ୍ୟରେ ସହଯୋଗ ମିଳିବ ଓ ଯଶସମ୍ମାନ ପ୍ରାପ୍ତି ହେବ॥
ହସ୍ତା ନକ୍ଷତ୍ର : ଆଜି ପ୍ରତିକୂଳ ସମୟ ସ୍ରୋତ ସହ ଖାପଖୁଆଇ ନଚାଲିଲେ ଯୋଜନାରେ ହାରିଯାଇ ପାରନ୍ତି ॥
ଚିତ୍ରା ନକ୍ଷତ୍ର : ମନୋବଳ ସକାରାତ୍ମକ ରହିବ ତେଣୁ ସମସ୍ତ କ୍ଷେତ୍ରରେ ଶୁଭଫଳ ମିଳିବ॥
ଶୁଭ ରଙ୍ଗ – ଲାଲ
ତୁଳସିଚଉରା ମୂଳରେ ଜଳରେ ଗଙ୍ଗାଜଳ ମିଶାଇ ଅର୍ପଣ କରନ୍ତୁ ॥
ତୁଳା –
ଚିତ୍ରା ନକ୍ଷତ୍ର : ଚାକିରି ବ୍ୟବସାୟରେ ଉର୍ଣ୍ଣତି, ଜନସମ୍ପର୍କ ବୃଦ୍ଧି, ମାତ୍ର ମାତୃ ଓ ସ୍ତ୍ରୀ ବର୍ଗରେ ପୀଡ଼ା ଯୋଗ ରହିବ॥
ସ୍ୱାତୀ ନକ୍ଷତ୍ର : କର୍ମକ୍ଷେତ୍ରରେ କର୍ମଚାପ ସହିତ କିଛି ଭୁଲବୁଝାମଣାର ସୁଚନା ରହିଛି, ଆଥିକ ଅବନତି ହର॥
ବିଶାଖା ନକ୍ଷତ୍ର: ଭ୍ରମଣ କଷ୍ଟ, ଶରୀରପୀଡ଼ା ମାତ୍ର ଆଥିକ ସ୍ୱଚ୍ଛଳତା ସହିତ ଯୌଥ ବ୍ୟବସାୟରେ ଉର୍ଣ୍ଣତି ॥
ଶୁଭ ରଙ୍ଗ – ସବୁଜ
ସନୁଜ ରଙ୍ଗର ବସ୍ତ୍ର କୌଣସି କିନ୍ନରଙ୍କୁ ଦାନ କରନ୍ତୁ॥
ବିଛା –
ବିଶାଖା ନକ୍ଷତ୍ର : କର୍ମକ୍ଷେତ୍ରରେ କର୍ମଚାପ, ଭାତୃବର୍ଗରେ ମତାନ୍ତର ସହିତ ମାନସିକ ଚାପ ରହିବ ॥
ଅନୁରାଧା ନକ୍ଷତ୍ର : ସୂଖଶାନ୍ତି ପ୍ରାପ୍ତି, ଆଥିକ ଲାଭ ସହିତ କର୍ମକ୍ଷେତ୍ରରେ ଶୁଭଫଳର ସୂଚନା ରହିଛି ॥
ଜ୍ୟେଷ୍ଠା ନକ୍ଷତ୍ର : ସମାଜକଲ୍ୟାଣ କାର୍ଯ୍ୟକରି ସମ୍ମାନିତ ହେବେ, ଯୋଜନାରେ ଆଶାତିତ ଫଳ ମିଳିବ ॥
ଶୁଭ ରଙ୍ଗ – ଧଳା
କିଛି ମୁଗଡାଲି ଦାନ କରନ୍ତୁ ଓ ଭୋକିଲାକୁ ପେଟପୁରା ଖାଇବାକୁ ଦିଅନ୍ତୁ ॥
ଧନୁ ରାଶି –
ମୂଳା ନକ୍ଷତ୍ର: ପାରିବାରିକ ସହଯୋଗରେ ସମସ୍ତ ଯୋଜନାରେ ସଫଳ ହେବେ, ଆର୍ଥିକ ଉର୍ଣ୍ଣତି ପରିଲିକ୍ଷିତ ହେବ ॥
ପୂର୍ବଷାଢା ନକ୍ଷତ୍ର : ଜୀବନସାଥି ସହ କିମ୍ବା କୁଟୁମ୍ବରେ, ମତାନ୍ତର ଓ ଅଯଥା ଅର୍ଥବ୍ୟୟ ହେବ
ଉତ୍ତରାଷାଢା ନକ୍ଷତ୍ର :
ରାଜକୀୟ ସମ୍ମାନ ସହିତ ଆର୍ଥିକ ସହାୟତା ପ୍ରାପ୍ତ ହେବ॥
ଶୁଭ ରଙ୍ଗ – ଧଳା ରଙ୍ଗ
ପଶ୍ଚମ ଦିଗକୁ ମୁଖକରି ୨୭ଥର ଓଁ ଶଂ ଶନିଶ୍ଚରାୟ ନମଃ ଜପ କରନ୍ତୁ ॥
ମକର ରାଶି –
ଉତ୍ତରାଷାଢା ନକ୍ଷତ୍ର: ଯୌଥ ବ୍ୟବସାୟରେ ମତାନ୍ତର, ଚାକିରିରେ ସ୍ଥାନାନ୍ତର ର ସୂଚନା ॥
ଶ୍ରବଣା ନକ୍ଷତ୍ର: ବନ୍ଧୁବର୍ଗରେ ସାହାଯ୍ୟ ମିଳିବ,ଉଦ୍ୟମ ସିଦ୍ଧି ହେବ॥
ଧନିଷ୍ଠା ନକ୍ଷତ୍ର: ବନ୍ଧୁପରିଜନ ଙ୍କର ସହଯୋଗରେ ଭବିଷ୍ୟତରେ ଶୁଭକର୍ମର ସୁଚନା ଷୃଷ୍ଟି ହେବ, ଜମିଜମା ସମ୍ବନ୍ଧିୟ ଶୁଭଫଳ ମିଳିବ॥
ଶୁଭ ରଙ୍ଗ – ଧଳା ରଙ୍ଗ
୭ଟି ଲାଲ ମନ୍ଦାର ଦେବୀ ମନ୍ଦିରରେ ଅର୍ପଣ କରନ୍ତୁ ଅଟକି ଥିବା କାମ ହୋଇଯିବ॥
କୁମ୍ଭ ରାଶି –
ଧନିଷ୍ଠା ନକ୍ଷତ୍ର: ସର୍ବବିଧ ସୁବିଧା ସୁଯୋଗ, ଲାଭ ଓ ପ୍ରତିଷ୍ଠା ମିଳିବ ॥
ଶତଭିଷା ନକ୍ଷତ୍ର : କର୍ମକ୍ଷେତ୍ରରେ ବାଧା, ଶରୀର ପିଡା ଓ କର୍ମଚାପ ରହିବ ॥
ପୂର୍ବଭାଦ୍ର ନକ୍ଷତ୍ର : ବନ୍ଧୁମୀଳନ, ଦୁରଭ୍ରମଣ, ଯାନବାହାନ ଆଦି ଦ୍ରବ୍ୟ ଲାଭ ॥
ଶୁଭ ରଙ୍ଗ – ଧଳା
ହଳଦିଆ ରଙ୍ଗର ବସ୍ତ୍ର ଏବଂ ମିଠାଖାଦ୍ୟ ଦାନ କରନ୍ତୁ ॥
ମୀନ ରାଶି –
ପୂୃର୍ବଭାଦ୍ର ନକ୍ଷତ୍ର: ଜିବନସାଥିର ସ୍ୱାସ୍ଥ୍ୟ ପୀଡ଼ା, ବ୍ୟବସାୟ ସହଯୋଗୀଙ୍କ ସହ ମତାନ୍ତର, ବ୍ୟୟ ବୃଦ୍ଧି ॥
ଉତ୍ତରଭାଦ୍ର ନକ୍ଷତ୍ର: ଗୃହରେ ଶୁଭକର୍ମ ହେବ, ସନ୍ତାନ ବର୍ଗରେ ଉର୍ଣ୍ଣତି, ଆର୍ଥିକ ଲାଭର ସୂଚନା ରହିବ ॥
ରେବତୀ ନକ୍ଷତ୍ର : ଯୋଗ୍ୟତା ଏବଂ ପରିଶ୍ରମ ଅନୁଯାୟୀ ଫଳ ମିଳିବ, ମନ ଶାନ୍ତ ରହିବ ॥
ଶୁଭ ରଙ୍ଗ: ହଳଦିଆ
ଗାୟତ୍ରୀ ମନ୍ତ୍ର ୨୭ଥର ଜପ କରନ୍ତୁ॥
ଗର୍ଗ ଜ୍ୟୋତିଷ
ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ

