spot_img
Home Blog Page 7490

ଭାରତରେ ପ୍ରଥମ କରୋନା ମୃତ୍ୟୁ !  

ନୂଆଦିଲ୍ଲୀ: ଲଦ୍ଦ।ଖରେ ୭୬ ବର୍ଷୀୟ ମହମ୍ମଦ ଅଲ୍ଲୀଙ୍କ ମୃତଦେହରେ ମିଳିଲା କରୋନା ଭାଇରସର ଲକ୍ଷଣ । ସେ ନିକଟରେ ଇରାନରୁ ଧାର୍ମିକ ଯାତ୍ରା କରି ଫେରିଥିଲେ । ସେ ବିମାନଯାତ୍ରା ସମୟରେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ଗତ ଶନିବାର ରାତିରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା। ତେବେ ଲଦ୍ଦ।ଖ ପ୍ରଶାସନ ଚୂଡ଼ାନ୍ତ ରିପୋର୍ଟକୁ ଅପେକ୍ଷା କରିଛି । କିନ୍ତୁ ଅଲ୍ଲୀଙ୍କ ଗାଁରେ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି ।

ସେପଟେ ପଶ୍ଚିମବଙ୍ଗରେ ମଧ୍ୟ କରୋନାରେ ମୃତ୍ୟୁ ଅଭିଯୋଗ ହୋଇଛି। ସାଉଦି ଆରବରୁ ଫେରିଥିବା ଜଣେ ବ୍ୟକ୍ତି ମୁର୍ଶିଦାବାଦରେ ପ୍ରାଣ ହରାଇଛନ୍ତି । ଏବେ ସୁଦ୍ଧା ଦେଶରେ ୪୦ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । କରୋନାର ପ୍ରଭାବ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଉପରେ ମଧ୍ୟ ପଡ଼ିଛି । ମୋଦିଙ୍କ ବାଂଲାଦେଶ ଗସ୍ତକୁ ବାତିଲ କରାଯାଇଛି। ପ୍ରଧାନମନ୍ତ୍ରୀ ୧୭ ତାରିଖରେ ବାଂଲାଦେଶ ଯିବା କାର୍ଯ୍ୟକ୍ରମ ଥିଲା । ତେବେ ଗତକାଲି ବାଂଲାଦେଶରେ ୩ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ନିଷ୍ପତ୍ତି ହୋଇଛି। ଏହା ପୂର୍ବରୁ ହୋଲି ଖେଳିବାକୁ ମନା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ସେପଟେ କରୋନାକୁ ନେଇ କ୍ୟାବିନେଟର ନିଷ୍ପତ୍ତି । ଏଣିକି ଆମେରିକା, ଫ୍ରାନ୍ସ ଓ ସ୍ପେନରୁ ଆସୁଥିବା ଯାତ୍ରୀଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା । ଏୟାରପୋର୍ଟରେ ଏସବୁ ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ହେବ ଅଲଗା ଏୟାରବ୍ରିଜ୍‌ । ପୂର୍ବରୁ ଚୀନ, ଜାପାନ, ଦକ୍ଷିଣ କୋରିଆ, ଇରାନ, ସିଙ୍ଗାପୁର ଓ ଇଣ୍ଡେ।ନେସିଆ ପରି ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଅଲଗା ଏୟାରବ୍ରିଜର ବ୍ୟବସ୍ଥା କରାଯାଇଥିଲା ।

ଆଜି ହେଉଛି ଦୋଳ ପୂର୍ଣିମା, ରାଜାଧିରାଜ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ: ଆଜି ହେଉଛି ପବିତ୍ର ଦୋଳ ପୂର୍ଣ୍ଣିମା । ଦୋଳ ପୂର୍ଣ୍ଣିମାରେ ଭଗବାନ ମନ୍ଦିର ଭିତରୁ ବାହାରି ଆସନ୍ତି ଭକ୍ତଙ୍କ ପାଖକୁ । ବିମାନରେ ଯାତ୍ରା କରି ଗାଁ ଗାଁ ବୁଲି ଭୋଗ ମଣ୍ଡପରେ ଭୋଗ ଖାଇଥାନ୍ତି । ବାଣ ରୋସଣି ଘଣ୍ଟ ଘଣ୍ଟାରେ ଛୁଟି ଆସନ୍ତି ଭୋଗ ମଣ୍ଡପକୁ ।

ସେପଟେ ଦୋଳ ପୂର୍ଣ୍ଣମୀ ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି । ରାଜାଧିରାଜ ବେଶ ତଥା ସୂନା ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୂ। ଶ୍ରୀମନ୍ଦିରରେ ଦୋଳ ଉତ୍ସବ ଓ ଦୋଳଯାତ୍ରା ପାଳନ ହେଉଛି। ଫାଲଗୁନ ଶୁକ୍ଳ ପକ୍ଷ ଦଶମୀରୁ ପ୍ରତିପଦା ପର୍ଯ୍ୟନ୍ତ ଦୋଳ ଉତ୍ସବ ପାଳନ ହୁଏ । ଦୋଳ ଉତ୍ସବରେ ମହାପ୍ରଭୂ ଫଗୁ ଓ ଅବିର ଖେଳିବେ।

ଶ୍ରୀମନ୍ଦିରରେ ସୁନାବେଶ ଓ ଅନ୍ୟାନ୍ୟ ନୀତିକାନ୍ତି ସରିବା ପରେ ଆଜ୍ଞାମାଳ ପାଇ ମହାପ୍ରଭୂଙ୍କ ଚଳନ୍ତି ପ୍ରତିମା ଦୋଳ ଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀ ମଣି ବିମାନରେ ବିରାଜମାନ ହୋଇ ଶ୍ରୀମନ୍ଦିର ବେଢା ପରିକ୍ରମା କରିବେ।

ବନ୍ଧୁକ ଦେଖାଇ ଲୁଟିନେଲେ ୪ଲକ୍ଷ ୬୦ ହଜାର

କଟକ ଜିଲ୍ଲା କାନପୁର ଥାନା ଋଷିପଡାରେ ବନ୍ଧୁକ ମୁନରେ ଲୁଟ୍‌। ଦୋକାନ ବନ୍ଦ କରି ଫେରୁଥିବା ବେଳେ ମଦ ଦୋକାନ କର୍ମଚାରୀଙ୍କଠାରୁ ଲୁଟ୍‌ । ବାଇକ୍‌ରେ ଆସି ୨ଜଣ ମୁଖାପିନ୍ଧା ଦୁର୍ବୃତ୍ତ ବନ୍ଧୁକ ଦେଖାଇ ମଦ ଦୋକାନ କର୍ମଚାରୀଙ୍କଠାରୁ ୪ଲକ୍ଷ ୬୦ହଜାର ଟଙ୍କା ଲୁଟ୍‌ କରିଥିବା ଅଭିଯୋଗ ହୋଇଛି। କର୍ମଚାରୀଙ୍କ ମୋବାଇଲ୍‌ ଫୋନ୍‌ ମଧ୍ୟ ଛଡ଼ାଇ ନେଇଛନ୍ତି ଦୁର୍ବତ୍ତ। ଏନେଇ ଦୋକାନ ମାଲିକ କାନପୁର ଥାନାରେ ଅଭିଯୋଗ କରିଛନ୍ତି। ନୟାଗଡ଼ ଖଣ୍ଡପଡା ଥାନା ବାଣପୁର ନିକଟରୁ ଲୁଟେରାଙ୍କ ଗାଡି ଜବତ କରାଯାଇଛି। ଲୁଟ୍‌ ଘଟଣା ନେଇ ପୋଲିସ ତଦନ୍ତ କରୁଛି।

ପିପିଲିରେ ଗୁଳିକାଣ୍ଡ, ଜଣେ ମୃତ: ଗିରଫ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ

ପିପିଲି: ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ବଡ଼ କାଞ୍ଜିଆ ଠାରେ ଗୁଳିକାଣ୍ଡ କାଣ୍ଡ । ହୋଲି ପୂର୍ବରୁ ଫୁଟିଲା ଗୁଳି । ଜଣେ ମୃତ । ମୃତ ଜଣକ କାଞ୍ଜିଆ ଗ୍ରାମର ଭାସ୍କର ବେହେରା । ସେ ଗୋଟେ ହୋଟେଲରେ ରହି କାମ କରୁଥିଲେ । କିଏ ଓ କାହିକି ଗୁଳିମାଡ଼ କରିଛି ତାହା ଜଣାପଡ଼ିନଥିବା ବେଳେ ଘଟଣା ସ୍ଥଳରେ ତଦନ୍ତ ଚଳାଇଛଇ ସତ୍ୟବାଦୀ ପୋଲିସ । ଅପରପକ୍ଷରେ ଅଭିଯୁକ୍ତକୁ ଗିରଫ ଦାବିରେ ରାସ୍ତା ଅବରୋଧ କଲେ ସମ୍ପର୍କୀୟ ଓ ସ୍ଥାନୀୟ ବାସିନ୍ଦା ।

୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳିକା ଶ୍ରମିକ ମୃତ

କଳାହାଣ୍ଡି: ଗତକାଲି ସାରା ବିଶ୍ୱ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରୁଥିବା ବେଳେ ଅସୁରକ୍ଷିତ ଭାବେ କାର୍ଯ୍ୟରତ ଜଣେ ନାବାଳିକା ଶ୍ରମିକର ମୃତ୍ୟୁ ଘଟିଛି । ମୃତ ଶ୍ରମିକ ଜଣକ ହେଉଛନ୍ତି ରାୟଗଡା ଜିଲ୍ଲା ଆମ୍ବୋଦଲା ଥାନା ବାଏଲଯୋଡି ଗାଁର ପ୍ରଭା କୋଶଲିଆ ।  ମିଳିଥିବା ସୂଚନା ଅନୁଯାୟୀ, ଆମ୍ବୋଦଲା ଥାନା କୁଟ୍ରୁପାଲି ଗାଁର ତିଳୋତ୍ତମା ଚଲାନଙ୍କ ଆବାସ ଯୋଜନା ଘର ତିଆରି କାମରେ ଜଣେ ପୁରୁଷ ଶ୍ରମିକ ଓ ୨ଜଣ ମହିଳା ଶ୍ରମିକ ନିୟୋଜିତ ହୋଇଥିଲେ । ଏହି କାମକୁ ଠିକାରେ ନେଇଥିଲେ ଜଗଦିଶ ଚଲାନ । ଶ୍ରମିକମାନଙ୍କ ସହ କାମ କରୁଥିବା ସମୟରେ ଘର ଉପର ଦେଇ ଯାଇଥିବା ୧୧ କେଭି ତାର ସଂସ୍ପର୍ଶରେ ଆସି ପ୍ରଭା କୋଶଲିଆ ସଂଜ୍ଞାହୀନ ହୋଇ ଘର ଉପରୁ ତଳେ ପଡିଥିଲେ । ତାଙ୍କୁ ୧୦୮ ଯୋଗେ ତୁରନ୍ତ କଳାହାଣ୍ଡି ଜିଲ୍ଲା ବିଶ୍ୱନାଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ତେବେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତେବେ ମେଡିକାଲରେ ପହଞ୍ଚିବା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର କହିଥିଲେ ।ଅମ୍ବାଦଳା ପୁଲିସ ବିଶ୍ୱନାଥପୁର ମେଡିକାଲ ପହଞ୍ଚି ତାର ତଦନ୍ତ ଆରମ୍ଭ କରିଛି।

ଅନଲାଇନ୍ କ୍ରିକ୍ରେଟ୍ ବେଟିଂ ଅଭିଯୋଗରେ ୩ ଗିରଫ: ୧ଲକ୍ଷ୨୬ହଜାର ଟଙ୍କା ଜବତ

ଗୁଣୁପୁର: ଅନ୍ ଲାଇନ୍ କ୍ରିକେଟ୍ ବେଟିଂ ଅଭିଯୋଗରେ ୩ ଜୁଆଡି ଗିରଫ କରିଛି ଗୁଣୁପୁର ପୋଲିସ୍ । ୬ ମୋବାଇଲ୍ ୨ଟି ବାଇକ୍ ୧ଲକ୍ଷ ୨୬ହଜାର ଟଙ୍କା ଓ କିଛି ଏଟିଏମ୍‌ କାର୍ଡ ମଧ୍ୟ ଜବତ କରିଛି ପୋଲିସ୍। ପି.ଇଶ୍ୱର ରାଓ, ଡି ରାଜେଶ୍ , ସନ୍ତୋଷ ବାଉରି ଗିରଫ ହୋଇଥିବା ମୁଖ୍ୟ କାର୍ପୋଟଦାର ଫେରାର୍ ଥିବା ପୋଲିସ୍ କହିଛି। । ତେବେ ଗିରଫ ସମସ୍ତ ଅଭିଯୁକ୍ତ ଗୁଣୁପୁର ଅଞ୍ଚଳର ଓ ଫେରାର ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯିବ ବୋଲି କହିଛି ପୋଲିସ । ଏହି ଅନ୍‌ଲାଇନ୍‌ ବ୍ୟାଟିଂରେ ଅହୁରି ଅନେକ ଜଣ ସମ୍ପୃକ୍ତ ଥିବା ପୋଲିସ ଅନୁମାନ କରୁଥିବା ବେଳେ ଏନେଇ ତଦନ୍ତ ଚଳାଇଛି । ପାଖାପାଖି ୧୫ ରୁ ଅଧିକା ଖେଳାଳି ଗିରଫ ହୋଇପାରନ୍ତି। ଇଣ୍ଡିଆ ଲିଗ୍ ଖେଳରେ ଏମାନେ ବ୍ୟାଟିଂ କରୁଥିବା ସୂଚନା ରହିଛି । ଏହି ଅନଲାଇନ ଜୁଆଡିମାନଙ୍କ ଚେର ରାଇପୁର ଓ ହାଇଦ୍ରାବାଦ ପର୍ଯ୍ୟନ୍ତ ଲମ୍ବିଛି। ଆବଶ୍ୟକ ପଡିଲେ ଏମାନଙ୍କୁ ପୋଲିସ୍ ରିମାଣ୍ଡରେ ମଧ୍ୟ ଆଣିପାରେ ବୋଲି ପୋଲିସ୍ ଏସ୍ ଡି. ପିଓ ରାଜ କିଶୋର ଦାସ ସୂଚନା ଦେଇଛନ୍ତି ।

ବର୍ତ୍ତମାନ ସମୟରେ ଅନ୍‌ଲାଇନ୍‌ ବେଟିଂ କରିବା ଅଧିକ ସୁବିଧାଜନକ ଓ ସହଜ ହୋଇଥିବାରୁ ଏଥିରେ ଅଧିକରୁ ଅଧିକ ଲୋକ ଜଡ଼ିତ ହେଉଛନ୍ତି । ଏଥିରେ ମୁଖ୍ୟତଃ ଯୁବପିଢି ଜଡିତ ହୋଇଥିବା ବେଳେ ବେଟିଂରେ ହାରିବା ଯୋଗୁଁ ଆର୍ମହତ୍ୟା ଭଳ ଚରମ ନିଷ୍ପତ୍ତି ନେଉଥିବା ମଧ୍ୟ ଦେଖିବାକୁ ମିଳୁଛି  । ଆଗକୁ ଆଇପିଏଲ୍‌ ଭଳି ବଡ଼ ଟୁର୍ଣ୍ଣାମେଣ୍ଟ ଆସୁଥିବା ବେଳେ ଏଭଳି ବେଟିଂ ଅଧିକ ବ୍ୟାପକ ଭାବରେ ହେଉଥିବା ଦେଖିବାକୁ ମିଳୁଛି  । ଏହାକୁ ରୋକିବ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ।

ଗୋଟିଏ ଦିନରେ ଚାଲିଗଲା ୧୩୩ ଜୀବନ

ଚୀନ୍‌ରୁ ବ୍ୟାପିଥିବା ମାରାତ୍ମକ କରୋନା ଜୀବାଣୁ ଏବେ ସାରା ବିଶ୍ୱକୁ ବ୍ୟାପିଛି । ଏଥିଯୋଗୁଁ ଇଟାଲୀରେ ଗୋଟିଏ ଦିନରେ ୧୩୩ ଜଣଙ୍କ ମୃତ୍ୟୁ ଘଟିଛି । ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୩୬୬ରେ ପହଞ୍ଚିଛି । ଗୋଟିଏ ଦିନରେ ୧୪୯୨ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଇଟାଲୀ ୨୦ ମିଲିୟନରୁ ଅଧିକ ମାସ୍କ ଅର୍ଡର କରିଛି । ଚାଇନା ପରେ ଇଟାଲୀ ହେଉଛି କରୋନା ଜୀବାଣୁ ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିବା ଦେଶ । ଯେଉଁଠାରେ ମୃତ୍ୟୁ ସଂଖ୍ୟା ୩୫୦ ପାର କରିଛି ଏବଂ ସଂକ୍ରମିତ ଲୋକଙ୍କ ସଂଖ୍ୟା ୭୩୭୫ରେ ପହଞ୍ଚିଛି।

ସିଭିଲ୍ ପ୍ରୋଟେକ୍ସନ୍ ଏଜେନ୍ସି କହିଛି ଯେ, ଅଧିକାଂଶ ମୃତ୍ୟୁ ଉତ୍ତର ଇଟାଲୀର ଲୋମ୍ବାର୍ଡି ଅଞ୍ଚଳରେ ଘଟିଛି। ଏହି ସମୟରେ କରୋନା ଜୀବାଣୁ ମୁକାବିଲା କରିବା ଏବଂ ଲୋକଙ୍କ ମଧ୍ୟରେ ଏହାର ବିସ୍ତାରକୁ ରୋକିବା ପାଇଁ ଇଟାଲୀ ଅଧିକ ମାସ୍କ ଅର୍ଡର ଦେଇଛି ।

ଏହି ଭୟଙ୍କର ଜୀବାଣୁ ବିସ୍ତାରକୁ ରୋକିବା ଲାଗି ଇଟାଲୀର ପ୍ରେକ୍ଷାଳୟ, ସଂଗ୍ରହାଳୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ପ୍ରଧାନମନ୍ତ୍ରୀ ଜିଉସେପେ କଣ୍ଟେଙ୍କ ଏନେଇ ନିର୍ଦ୍ଦେଶ ଦେଇଛନ୍ତି ।

ଇଟାଲୀ ସମୃଦ୍ଧ ଉତ୍ତର ଭାଗରୁ କରୋନା ଭାଇରସ୍‌ ଯେଭଳି ଗରିବ ଦକ୍ଷିଣ ଅଞ୍ଚଳରେ ନବ୍ୟାପେ । ଏଠାରେ ରୋଗୀଙ୍କ ଚିକିତ୍ସା ନିମନ୍ତେ ସାଧନ କମ୍‌ ଥିବାରୁ ଏଠାରେ ସ୍ଥିତି ଗମ୍ଭୀର ହୋଇପାରେ । ଉତ୍ତରରୁ ଦକ୍ଷିଣକୁ ଯେଭଳି ଭାଇରସ୍‌ ନବ୍ୟାପେ ସେଥିଲାଗି ମଧ୍ୟ ଇଟାଲୀ ସରକାରଙ୍କ ପକ୍ଷରୁ ଯଥାସମ୍ଭବ ପଦକ୍ଷେପ ଗ୍ରହଣ କରାଯାଇଛି ।

 

ବିଶ୍ୱ ମହିଳା ଦିବସରେ ବରଗଡ଼ରୁ ଆସିଲା ବଡ଼ ଉଦାହରଣ, ଶବକୁ କାନ୍ଧେଇ ସତ୍କାର କଲେ ମହିଳା

ବରଗଡ଼: ବିଶ୍ୱ ମହିଳା ଦିବସ ଅବସରରେ ସମାଜକୁ ବଡ଼ ଉଦାହରଣ ଦେଇଛନ୍ତି ବରଗଡ଼ର ମହିଳା । ଜଣେ ବ୍ୟକ୍ତିଙ୍କ ଶବକୁ କାନ୍ଧଦେବା ସହ ସତ୍କାର କରିଛନ୍ତି । ସାଧାରଣତଃ ଆମ ସମାଜରେ ମହିଳାମାନଙ୍କୁ ଶ୍ମଶାନ ଓ ଶବଦାହ ବାରଣ କରାଯାଇଥାଏ । ପ୍ରଚଳିତ ପ୍ରଥା ଓ ମାନସିକତାରୁ ଊର୍ଦ୍ଧ୍ୱକୁ ଉଠି ମହିଳା ଶବକୁ କାନ୍ଧ ଦେଇଛନ୍ତି ।ବରଗଡ଼ ଅମ୍ବାପାଲିର ଜଣେ ବ୍ୟକ୍ତିଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ମୃତକଙ୍କ ପରିବାରରେ ସ୍ତ୍ରୀ ଏବଂ ଛୋଟପିଲାଙ୍କ ବ୍ୟତୀତ ଆଉ କେହିନଥିଲେ । ଶବ ସତ୍କାର କରିବାକୁ ଅକ୍ଷମ ପରିବାରକୁ ସହାୟତା କରିବାକୁ ଆଗେଇ ଆସିଥିଲେ ଗାଁର ମହିଳାମାନେ ।

ସାମାଜିକ ପ୍ରଥାକୁ ଖାତିର ନକରି ଶବକୁ କାନ୍ଧରେ ଶ୍ମଶାନକୁ ନେଇ ଶେଷକୃତ୍ୟ କରିଛନ୍ତି । ମୃତବ୍ୟକ୍ତିଙ୍କ ବଡ଼ଝିଅ ମୁଖାଗ୍ନି ଦେଇଥିଲେ । ମହିଳାମାନଙ୍କ ନିଆରା ସେବାକୁ ବିଭିନ୍ନ ମହଲରେ ଭୁରିଭୁରି ପ୍ରଶଂସା କରାଯାଇଛି ।

ଜମା ଟଙ୍କା ଫେରି ପାଇବାକୁ ଉଦ୍ୟମ କରନ୍ତୁ, ରାଜନୀତି ନୁହେଁ: ବିଜେଡି

ଭୁବନେଶ୍ୱର: ୟେସ୍ ବ୍ୟାଙ୍କରେ ଜଗନ୍ନାଥଙ୍କ ଜମା ଟଙ୍କା ପ୍ରସଙ୍ଗରେ ବିଜେପି ଅଭିଯୋଗର ଜବାବ ରଖିଛି ବିଜେଡି । ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଟଙ୍କା ପାଇଁ ରାଜନୀତି ନକରି ଯେଭଳି ଜମା ଟଙ୍କା ମିଳିବ ସେଥିପ୍ରତି ଉଦ୍ୟମ କରିବା ଉଚିତ୍ ବୋଲି କହିଛନ୍ତି । କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ସରକାର ଓ ଆରବିଆଇ, ୟସ୍ ବ୍ୟାଙ୍କର ଜମାକର୍ତ୍ତା ଓ ଜଗନ୍ନାଥ ଟେମ୍ପଲ ଟ୍ରଷ୍ଟ କିବଳି ଜମା ରାଶି ଫେରି ପାଇବେ ସେନେଇ ଉଦ୍ୟମ କରନ୍ତୁ ।

YES ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ ଆରବିଆଇର କଟକଣା

ଏଭଳି ଏକ ପ୍ରସଙ୍ଗକୁ ଅଯଥା ରାଜନୀତିକ ରୂପ ଦେବା ଅନୁଚିତ । ବିଜେପି ନେତା ହରିଚନ୍ଦନଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ, ବିଜେପି ଲୋକଙ୍କ ମତି ଭ୍ରମ କରୁଛି । ରାଜ୍ୟ ସରକାର ଯାହା ପଦକ୍ଷେପ ନେବା କଥା ନେଉଛନ୍ତି । ବିଜେପି କେବଳ ଲୋକଙ୍କୁ ଦିଗହରା ଓ ଭୟଭୀତ କରିବା ପାଇଁ ମିଥ୍ୟା ଆରୋପ କରୁଥିବା ସେ କହିଛନ୍ତି । ବିଜେପି ସକାଳେ ସାମ୍ବାଦିକ ସମ୍ନିଳନୀ କରି ରାଜ୍ୟ ସରକାର ଏନେଇ ଶ୍ୱେତପତ୍ର ପ୍ରକାଶ କରିବାକୁ ଦାବି କରିଥିଲା ।

ୟେସ୍ ବ୍ୟାଙ୍କରେ ଥିବା ଜଗନ୍ନାଥଙ୍କ ଜମା ଟଙ୍କା ଉଠାଣ ପାଇଁ ରାଜ୍ୟ ଲୋଡ଼ିଲା କେନ୍ଦ୍ରର ହସ୍ତକ୍ଷେପ

ଭୁବନେଶ୍ୱର: ଜଗନ୍ନାଥଙ୍କ ଜମା ଟଙ୍କା ନେଇ କେନ୍ଦ୍ର ସରକାରଙ୍କୁ ଚିଠି । ୟେସ୍ ବ୍ୟାଙ୍କରେ ଶ୍ରୀମନ୍ଦିରର ଗଚ୍ଛିତ ଥିବା ୫୪୫ କୋଟି ଟଙ୍କା ପାଇଁ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ।ହିନ୍ଦୁ ଆସ୍ଥା ସହିତ ଜଡ଼ିତ ଜଗନ୍ନାଥ ମନ୍ଦିରର କର୍ପସ୍ ଫଣ୍ଡକୁ ୟେସ୍ ବ୍ୟାଙ୍କର ପୁରୀ ଶାଖାରେ ଜମା ରଖାଯାଇଛି । ମିଆଦି ଜମା ଚଳିତ ମାସରେ ମାଚ୍ୟୁରିଟି ହେଉଛି । ତେବେ, ବ୍ୟାଙ୍କର ସଙ୍କଟ ଅବସ୍ଥାକୁ ନେଇ ଆରବିଆଇ ଜମା ଟଙ୍କା ଉଠାଣ ଉପରେ ପ୍ରତିବନ୍ଧକ ଲଗାଇଛି ।ଏହା ଉପରେ ହସ୍ତକ୍ଷେପ କରି ବ୍ୟାଙ୍କରୁ ଟଙ୍କାକୁ ସୁରକ୍ଷିତ ଉଠାଣ ପାଇଁ ପଦେକ୍ଷପ ନେବାକୁ ଅନୁରୋଧ କରିଛନ୍ତି ଅର୍ଥମନ୍ତ୍ରୀ । ଶ୍ରୀମନ୍ଦିରର ଜମା ଟଙ୍କା ଉଠାଣ ପାଇଁ କେନ୍ଦ୍ର ସରକାର, ଆରବିଆଇକୁ ନିର୍ଦ୍ଦେଶ ଦେବାକୁ ନିରଞ୍ଜନ ପୂଜାରୀ ଚିଠି ଲେଖିଛନ୍ତି ।

YES ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ ଆରବିଆଇର କଟକଣା