spot_img
Home Blog Page 7527

ଜାତିସଂଘ ମହାସଚିବଙ୍କ ମଧ୍ୟସ୍ଥତା ପ୍ରସ୍ତାବ, କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତାକୁ ଭାରତର ନା

0

କାଶ୍ମୀର ପ୍ରସଙ୍ଗରେ ଜାତିସଂଘ ମହାସଚିବଙ୍କ ମଧ୍ୟସ୍ଥତା ପ୍ରସ୍ତାବ । ଯାହାକୁ ସିଧାସଳଖ ମନା କରିଛି ଭାରତ । ପାକିସ୍ତାନ ଗସ୍ତ ବେଳେ ମଧ୍ୟସ୍ଥତା ପାଇଁ ପ୍ରସ୍ତାବ ରଖିଥିଲେ ଏଣ୍ଟୋନିଓ ଗୁତାରେସ । ଯାହାର ଜବାବ ରଖିଛନ୍ତି ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ରବୀଶ କୁମାର । ସେ କହିଛନ୍ତି, ଜାମ୍ମୁ-କାଶ୍ମୀରକୁ ନେଇ ଭାରତର ନୀତି ପୂରା ସ୍ପଷ୍ଟ। ଏହା ଭାରତର ଅଭିନ୍ନ ଅଙ୍ଗ ।

ସେଥିପାଇଁ ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ କିମ୍ବା ଭୂମିକାର ଆବଶ୍ୟକତା ନାହିଁ ।  ୪ ଦିନିଆ ପାକିସ୍ତାନ ଗସ୍ତରେ ଯାଇ ରବିବାର ଇସଲାମାବଦାରେ ପହଞ୍ଚିଥିଲେ ଜାତିସଂଘ ମହାସଚିବ । ସେଠାରେ ଦୁଇ ଦେଶ ମଧ୍ୟରେ ଶାନ୍ତି ଓ କଶ୍ମୀର ପ୍ରସଙ୍ଗରେ ବୟାନ ରଖିଥିଲେ ଏଣ୍ଟୋନିଓ ଗୁତାରେସ।

ସିଏଏ ନେଇ ଶାହିନବାଗରେ ହେଉଥିବା ବିରୋଧରେ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି

0

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଶାହିନବାଗ ଶୁଣାଣି । ଦିଲ୍ଲୀର ଶାହିନବାଗରେ ଚାଲିଥିବା ଧାରଣା ହଟାଇବାକୁ ସୁପ୍ରିମକୋର୍ଟରେ କରାଯାଇଛି ଆବେଦନ । ପୂର୍ବ ଶୁଣାଣିରେ ବିରୋଧ ପାଇଁ ରାସ୍ତା ବନ୍ଦକୁ ନେଇ ଅସନ୍ତୋଷ ଜାହିର କରିଥିଲେ ସୁପ୍ରିମକୋର୍ଟ ।

କହିଥିଲେ ଲୋକଙ୍କର ବିରୋଧ କରିବାର ଅଧିକାର ରହିଛି । ତେବେ ପ୍ରଦର୍ଶନ ନାଁରେ ରାସ୍ତା ହଟାଇବାକୁ ଭୁଲ୍‌ କହିଥିଲେ କୋର୍ଟ । ସିଏଏ ବିରୋଧରେ ଶାହିନବାଗରେ କରାଯାଉଛି ଜବରଦସ୍ତ ବିରୋଧ ।

ପ୍ରାୟ ୨ ମାସ ଧରି ନୋଏଡ଼ା-ଦିଲ୍ଲୀ ମୁଖ୍ୟ ରାସ୍ତାରେ ଯାତାୟତ ବନ୍ଦ ରହିଛି । ଏହି ମାମଲାରେ କୋର୍ଟ ଦିଲ୍ଲୀ ପୋଲିସ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଥିଲେ ।

ସେନାରେ ମହିଳାଙ୍କ ଅଧିକାରକୁ ନେଇ ବଡ଼ ରାୟ, ଏହାକୁ ୩ମାସ ମଧ୍ୟରେ ଲାଗୁ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

0

ନୂଆଦିଲ୍ଲୀ: ଭାରତୀୟ ସ୍ଥଳସେନାରେ ମହିଳାଙ୍କ ଅଧିକାରକୁ ନେଇ ବଡ଼ ରାୟ । ସ୍ଥଳସେନାରେ ମହିଳାଙ୍କ ପାଇଁ ରହିବ ସ୍ଥାୟୀ କମିଶନ । ଶାରିରୀକ ଓ ସାମାଜିକ ଆଧାରରେ ବଞ୍ଚିତ ହେବେନି ମହିଳା । ହାଇକୋର୍ଟର ନିଷ୍ପତ୍ତି ଉପରେ ବାଜିଲା ସୁପ୍ରିମକୋର୍ଟର ମୋହର । ନିର୍ଦ୍ଦେଶକୁ ୩ ମାସ ମଧ୍ୟରେ ଲାଗୁ କରିବାକୁ କୋର୍ଟ କହିଛନ୍ତି । ସେହିପରି ଏବେ ସ୍ଥଳସେନାରେ ମହିଳାଙ୍କୁ ବି ମିଳିବ କମାଣ୍ଡିଂ ପଦବୀ । ଏହାସହ କେନ୍ଦ୍ର ଉପରେ ଅସନ୍ତୋଷ ଜାହିର କରିଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି, ମାନସିକତାରେ ପରିବର୍ତ୍ତନ ଆଣିବାକୁ ହେବ ।  ୨୦୧୦ରେ ଦିଲ୍ଲୀ ହାଇକୋର୍ଟ ସ୍ଥଳସେନାରେ ମହିଳାଙ୍କ ପାଇଁ ସ୍ଥାୟୀ କମିଶନ ପ୍ରସ୍ତାବ ଦେଇଥିଲେ । ଏହା ବିରୋଧରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଆଉ ଯୁକ୍ତି କରିଥିଲେ, ପୁରୁଷ ସୈନିକ ମହିଳା ଅଧିକାରୀଙ୍କଠାରୁ ଆଦେଶ ନେବାକୁ ପ୍ରସ୍ତୁତ ନୁହନ୍ତି । ଆଜି ୧୦ ବର୍ଷ ପରେ କେନ୍ଦ୍ରର ଏହି ଯୁକ୍ତିକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ ।

କରୋନା ଭାଇରସ୍: ଚୀନ୍‌ରେ ମୃତକଙ୍କ ସଂଖ୍ୟା ୧୭୦୦ ପାର

0

କରୋନା ଭାଇରସ୍‌ର କହର ଜାରି ରହିଛି । ଚୀନ ସରକାରଙ୍କ ପକ୍ଷରୁ ଜାରି ସୂଚନା ଅନୁଯାୟୀ ଚୀନ୍‌ରେ ମୃତକଙ୍କ ସଂଖ୍ୟା ୧୭୦୦ରେ ପହଞ୍ଚିଛି । ଚୀନର ଜାତୀୟ ସ୍ୱାସ୍ଥ୍ୟ ନିଗମର ସୂଚନା ଅନୁଯାୟୀ ୨୦୪୮ ଜଣ କରୋନାରେ ସଂକ୍ରମିତ ହେବା ପରେ ଏହି ସଂଖ୍ୟା ବଢ଼ି ୭୦୫୪୮ରେ ପହଞ୍ଚିଛି । ଚୀନ ନ୍ୟୁଜ୍‌ ଏଜେନ୍ସିର ସୂଚନା ଅନୁଯାୟୀ କରୋନା ଭାଇରସ୍‌ ଯୋଗୁଁ ଚୀନର ହୁବାଇ ପ୍ରଦେଶରେ ୧୦୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦେଶରେ ମୃତ୍ୟୁ ସଂଖ୍ୟା ୧୭୭୦ରେ ପହଞ୍ଚିଛି ।

ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ, ୫ଟି ପ୍ରସ୍ତାବ ଉପରେ ଲାଗିଲା କ୍ୟାବିନେଟ୍‌ ମୋହର

0

ଭୁବନେଶ୍ୱର: ୫ଟି ପ୍ରସ୍ତାବ ଉପରେ ବାଜିଲା ରାଜ୍ୟ କ୍ୟାବିନେଟର ମୋହର । ପୂର୍ତ୍ତ ଓ ଉଚ୍ଚଶିକ୍ଷା ବିଭାଗର ଗୋଟିଏ ଲେଖାଁଏ ପ୍ରସ୍ତାବକୁ ମିଳିଛି ମଞ୍ଜୁରି । ସେହିପରି ଏସ୍‌ସି, ଏସ୍‌ଟି ବିଭାଗର ଗୋଟିଏ ପ୍ରସ୍ତାବ ଉପରେ ବାଜିଛି ମୋହର ।

ସାଧାରଣ ପ୍ରଶାସନ ବିଭାଗର ୨ଟି ପ୍ରସ୍ତାବକୁ ମିଳିଛି କ୍ୟାବିନେଟର ମଞ୍ଜୁରି । ଓବିସି ବର୍ଗ ପାଇଁ ଚାକିରିରେ ସ୍ଥାନ ସଂରକ୍ଷଣ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଥିବା ସୂଚନା ମିଳିଛି ।

ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା । ୭ଟି ପ୍ରସ୍ତାବ ଆସିଥିଲା ବେଳେ ୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ତେବେ ବିଧାନସଭା ଅଧିବେଶନ ଚାଲୁଥିବାରୁ କ୍ୟାବିନେଟ ନିଷ୍ପତ୍ତି ସଂପର୍କରେ କୈାଣସି ସୂଚନା ଦିଆଯାଇନାହିଁ ।

ବ୍ୟାଟେରୀରେ ଖେଳୁଥିବା ବେଳେ ହାତରେ ଫାଟିଗଲା

ଭଦ୍ରକ: ବ୍ୟାଟେରୀ ଫାଟି ନାବାଳକ ଗୁରୁତର, ଜଣେ ଆହତ । ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ତରାଶୁଣୀ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ବ୍ୟାଟେରୀ ଫାଟି ନାବାଳକର ୩ଟି ଆଙ୍ଗୁଠି ନଷ୍ଟ ହୋଇଛି ।

ପାପୁଲି ଓ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି । ଗୁରୁତର ନାବାଳକଙ୍କୁ ପ୍ରଥମେ ତିହିଡ଼ି ଓ ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ସଂଧ୍ୟାରେ ଦୁଇ ଜଣ ନାବାଳକ ବ୍ୟାଟେରୀରେ ତାର ସଂଯୋଗ କରୁଥିବାବେଳେ ଏଭଳି ଅଘଟଣ ଘଟିଛି ।

ଦୁଇଟି ସ୍ଥାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

0

କେନ୍ଦୁଝର/ଧର୍ମଗଗଡ଼: ଟ୍ରକ୍‌କୁ ପିଟିଲା ଟ୍ରକ୍‌ । ଦୁର୍ଘଟଣାରେ ଜଣେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ।  କେନ୍ଦୁଝର ଟାଉନ ଥାନା ଏନ୍‌ଏଚ୍‌-୨୦ରେ ଘଟିଛି ସଡ଼କ ଦୁର୍ଘଟଣା ।

ଟ୍ରକ୍‌କୁ ପଛରୁ ପିଟିଥିଲା ଟ୍ରକ୍‌। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ୧୨ ଚକିଆ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା ୧୪ ଚକିଆ ଟ୍ରକ୍‌ । ଏଥିରେ ୧୪ ଚକିଆ ଟ୍ରକ୍‌ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛି ପୋଲିସ ଓ ଦମକଳ ବାହିନୀ ।

ସେପଟେ କଳାହାଣ୍ଡି ଜିଲ୍ଲା ଏନ୍‌ଏଚ୍‌ ୨୬ ନିକଟରେ ମଧ୍ୟ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବିଳମ୍ବିତ ରାତିରେ ଅଜଣା ଗାଡି ଧକ୍କା ରେ ବାଇକ ଚାଳକଙ୍କର ମୃତ୍ୟୁ ହୋଇଛି । ଯୁବକ ହେଲେ କୋକସରା ବ୍ଲକ ମୋଟେର ଖୁଟୁଲୁଗୁଡା ର ବବୃବାହାନ ହାତୀ । ବିବାହ ରୁ ବିଳମ୍ବିତ ରାତି ରେ ଫେରୁଥିବା ସମୟରେ ଦୁର୍ଘଟଣା ହୋଇଛି ।

ଆଜି ନିର୍ଭୟା ମାମଲାରେ ଶୁଣାଣି: ରାୟ ଶୁଣାଇବେ ପଟିଆଲା ହାଉସ କୋର୍ଟ

0

ନୂଆଦିଲ୍ଲୀ: ଆଜି ନିର୍ଭୟା ମାମଲାରେ ଶୁଣାଣି । ଆସିପାରେ ନୂଆ ଡେଥ୍‌ ୱାରେଣ୍ଟ । ନିର୍ଭୟାଙ୍କ ବାପା ମାଆଙ୍କ ଆବେଦନ ଉପରେ ରାୟ ଶୁଣାଇବେ ପଟିଆଲା ହାଉସ କୋର୍ଟ । ଦୋଷୀଙ୍କୁ ଫାଶୀ ଦେବା ପାଇଁ ନୂଆ ଡେଥ୍‌ ୱାରେଣ୍ଟ ଜାରି କରିବାକୁ ଏଥିରେ ଆବେଦନ କରାଯାଇଛି । ସେପଟେ ଆଜି ପ୍ରଥମଥର ଦୋଷୀ ପବନ ପକ୍ଷରୁ ଲଢ଼ିବେ ଆଇନଜୀବୀ  ରବି କାଜି । ଏହା ପୂର୍ବରୁ ଏ.ପି.ସିଂ ଦୋଷୀଙ୍କ ପାଇଁ ଲଢ଼ୁଥିଲେ । ବର୍ତ୍ତମାନ ଦୋଷୀ ବିନୟ, ମୁକେଶ ଓ ଅକ୍ଷୟଙ୍କ ସମସ୍ତ ବିକଳ୍ପ ଶେଷ ହୋଇସାରିଛି । କେବଳ ଦୋଷୀ ପବନଙ୍କ ନିକଟରେ କ୍ୟୁରେଟିଭ ପିଟିସନ ଓ ରାଜକ୍ଷମା ଆବେଦନ ବିକଳ୍ପ ବାକି ରହିଛି ।

ଅପସରି ଯାଉଛି ଶୀତ, ଆଗକୁ କଲବଲ କରିବ ଖରା

0

ଭୁବନେଶ୍ୱର: ରାଜ୍ୟରୁ ଫେରୁଛି ଶୀତ, ବଢୁଛି ତାତି । ପ୍ରତିଦିନ ତାପମାତ୍ରା ୧ରୁ ୨ଡିଗ୍ରୀ ପର୍ଯ୍ୟନ୍ତ ବଢିବାରେ ଲାଗିଛି । ୨୦ତାରିଖ ବେଳକୁ ତାପମାତ୍ରା ୨ରୁ ୩ଡିଗ୍ରୀ ବଢିବବୋଲି ପୂର୍ବାନୁମାନ କରାଯାଇଛି ।

ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଯୋଗୁଁ ତାପମାତ୍ରା ବୃଦ୍ଧି ପାଉଛି । ଘନ କୁହୁଡ଼ି ଆଶଙ୍କାରେ ରାଜ୍ୟର ୭ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟରେ ଘନ କୁହୁଡ଼ି ନେଇ ପୂର୍ବାନୁମାନ କରାଯାଇଛି ।

ବଗତ ୨୪ ଘଣ୍ଟାରେ ଭୁବନେଶ୍ୱର, ପାରାଦୀପ ଓ ପୁରୀରେ ଘନ କୁହୁଡ଼ି ପ୍ରକୋପ ଦେଖିବାକୁ ମିଳିଥିଲା । ମାଲକାନଗିରି ଜିଲ୍ଲାରେ ସର୍ବାଧିକ ତାପମାତ୍ରା ୩୫.୨ଡିଗ୍ରୀ ରେକର୍ଡ କରାଯାଇଛି । ସର୍ବନିମ୍ନ ତାପମାତ୍ରା ଅନୁଗୁଳ ଜିଲ୍ଲାରେ ୧୦.୬ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି ।

ସାଏ ଓ ତାଙ୍କ ଡ୍ରାଇଭର ପରେ ଏବେ ଆଉ ଜଣଙ୍କୁ ଉଠାଇନେଲା ପୋଲିସ

0

ଛତିଶଗଡ଼: ଖୋଲୁଛି ସାଏ ସଇତାନ୍‌ ପାପ ପେଡ଼ି । ଅନୁପ ସାଏଙ୍କ ପରେ ଷଡ଼ଯନ୍ତ୍ରର ସାକ୍ଷୀ ଡ୍ରାଇଭର ବର୍ଦ୍ଧନ ଟପ୍ପୋ ପରେ ବିଜନେସ ପାର୍ଟନର ଝବୁ କନିରିବାଲଙ୍କୁ ଉଠାଇ ନେଇଛି ଛତିଶଗଡ଼ ପୋଲିସ। ଗତକାଲି ରାତିରେ ତାଙ୍କୁ ପୋଲିସ ଉଠାଇ ନେଇଥିବା ଜଣାପଡିଛି। ସେପଟେ ଡବଲ ମର୍ଡରର ଗୋଟେ ପରେ ଗୋଟେ ପାପ ଫର୍ଦ୍ଦ ଯୋଡ଼ି ହୋଇଛି । ହତ୍ୟାକାଣ୍ଡରେ ୨ଟି ଗାଡ଼ି ବ୍ୟବହାର ହୋଇଥିବା ନେଇ ଚାଞ୍ଚଲ୍ୟକର ତଥ୍ୟ ଦେଇଛି ବର୍ଦ୍ଧନ। ତେବେ ପ୍ରଶ୍ନ ଉଠୁଛି, ହତ୍ୟାକାଣ୍ଡରେ ବ୍ୟବହୃତ ଗାଡ଼ି କାହା ମାଲିକାନାରେ ଅଛି? ଗାଡିରେ କିଏ କିଏ ଥିଲେ? ହତ୍ୟା ଷଡ଼ଯନ୍ତ୍ରରେ ରହିଛି କି ଆଉ କାହାର ସଂପୃକ୍ତି ?

୨୦୦୯ରେ ଅନୁପ ସାଏ ବୋଲେରୋ କିଣିଥିଲେ। ଏହାପରେ ୨୦୧୫ରେ ଇନୋଭା କିଣିଥିଲେ। ଇନୋଭା କିଣିବାର ୬ମାସ ପରେ ସେ ବୋଲେରୋକୁ ତାଙ୍କ ଭାଇ ସୁନିଲ ସାଏଦେଓଙ୍କୁ ବିକ୍ରି କରିଥିଲେ। ପରେ ସୁନିଲ ଏହାକୁ ଗୁଜରାଟରେ ବିକ୍ରି କରିଥିଲେ। ତେବେ ପ୍ରଶ୍ନ ଉଠୁଛି, ଯଦି ୨୦୧୫ରେ ବୋଲେରୋକୁ ବିକ୍ରି କରିଥିଲେ, ତେବେ ୨୦୧୬ରେ ହତ୍ୟାକାଣ୍ଡ ପାଇଁ କେଉଁ ଗାଡ଼ି ବ୍ୟବହାର ହୋଇଥିଲା? ପୁରୁଣା ବୋଲେରୋ ଅଣାଯାଇଥିଲା ନା ଅନ୍ୟ କେଉଁ ଗାଡ଼ି ବ୍ୟବହାର ହୋଇଥିଲା। ଉଭୟ ଗାଡ଼ି ନେଇ ତନାଘନା କରୁଛି ରାୟଗଡ଼ ପୋଲିସ। ଅନୁପ ସାଏ ଓ ଡ୍ରାଇଭର ବର୍ଦ୍ଧନକୁ ମୁହାଁମୁହିଁ ଜେରା କରିପାରେ ରାୟଗଡ଼ ପୋଲିସ । ଝାରସୁଗୁଡ଼ାରୁ ଆରମ୍ଭ କରି ପୂରା ଘଟଣାକୁ ଆଉ ଥରେ ଡେମନଷ୍ଟ୍ରେସନ୍‌ କରି ପାରିପାର୍ଶ୍ୱକ ପ୍ରମାଣ ଯୋଗାଡ଼ କରିପାରେ। କଳ୍ପନା ଓ ତାଙ୍କ ଝିଅକୁ ଲୁହା ରଡ୍‌ରେ ଆକ୍ରମଣ କରିବା ପରେ ପ୍ରମାଣ ଲୁଚାଇବାକୁ ଉଭୟଙ୍କ ଉପରେ ଗାଡି ଚଢାଯାଇଥିଲା।