spot_img
Home Blog Page 7580

ନିର୍ଭୟା ମାମଲର ଦୋଷୀ ଥିବା ଜେଲ୍‌ରେ ନଷ୍ଟ ହେଉଛି ୨୦ରୁ ୨୫ ହଜାର ରୁଟି: ପଢ଼ନ୍ତୁ କାହିଁକି

ନୂଆଦିଲ୍ଲୀ: ନିର୍ଭୟା ମାମଲାର ଦୋଷୀମାନେ ରହୁଥିବା ତିହାଡ ଜେଲରେ ପ୍ରତିଦିନ ନଷ୍ଟ ହେଉଛି ୨୦ରୁ ୨୫ ହଜାର ରୁଟି । ଆଉ ଏହି ଜେଲରେ ନିର୍ଭୟାର ଦୋଷୀଙ୍କୁ ମଧ୍ୟ ରଖାଯାଇଛି । ଯାହାଙ୍କୁ ଆସନ୍ତା ଫେବ୍ରୁଆରୀ ପହିଲାରେ ଫାଶୀ ଦିଆଯିବ । ଏଠାରେ ପ୍ରତିଦିନ ନଷ୍ଟ ହେଉଥିବ ରୁଟିରେ ଅତି କମ୍‌ରେ ୪ରୁ ୫ ହଜାର ଲୋକଙ୍କ ପେଟ ପୂରିଥାନ୍ତା । ବହୁ କଏଦୀ ଖାଉନଥିବା ଯୋଗୁ୍ଁ ଏଭଳି ରୁଟି ନଷ୍ଟ ହେଉଛି । ବହୁ ବର୍ଷ ଧରି ଏଠାରେ ଏଭଳି ଚାଲିଆସୁଛି । କେବଳ ରୁଟି ନୁହେଁ ଡାଲି ଓ ଭାତ ମଧ୍ୟ ଏଠାରେ ନଷ୍ଟ ହେଉଛି ।

            ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଜେଲ୍‌ରେ ୧୮ ଜଣ କଏଦୀ ରହୁଛନ୍ତି । ଏମାନଙ୍କ ପାଇଁ ପ୍ରସ୍ତୁତ ହେଉଥିବା ୨୦ରୁ ୨୫ ହଜାର ରୁଟି ନଷ୍ଟ ହେବା ସତ୍ତ୍ୱେ ଏନେଇ ଜେଲ୍‌ର କୌଣସି ଉଚ୍ଚ ପଦାଧିକାରୀ ଘଟଣାକୁ ଗମ୍ଭୀରତାର ସହ ନେଉନାହାନ୍ତି ।

ଜେଲ୍‌ ନିୟମାନୁସାରେ ହିଁ  ସମସ୍ତ କଏଦୀମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି । ସେମାନେ ଖାଅନ୍ତୁ ଅବା ନଖାଅନ୍ତୁ । ବଳିଯାଉଥିବା ରୁଟିକୁ ଅନାଥ ଆଶ୍ରମ ଓ ପିଲାମାନଙ୍କୁ ବାଣ୍ଟି ଦିଆଯାଉଛି । ତଥାପି ବହୁ ସଂଖ୍ୟାରେ ରୁଟି ଖରାପ ହୋଇଯାଏ ।

            ପ୍ରକୃତ ସମସ୍ୟା ହେଉଛି ଜେଲ୍‌କୁ ଆସିବା ପରେ ଅଧିକାଂଶ କଏଦୀଙ୍କ ଭୋକ ମରିଯାଏ । ଅଶାନ୍ତି ମଧ୍ୟରେ ସେ ଖାଦ୍ୟ ଖାଇପାରେ ନାହିଁ । ଏଥି ଯୋଗୁଁ ଖାଦ୍ୟ ବଞ୍ଚିଯାଏ । ଯେଉଁ କଏଦୀ ବହୁ ଦିନ ଧରି ଜେଲ୍‌ରେ ରହିଲେଣି ସେମାନେ ସେମାନଙ୍କ  ପୂରା ଖାଇବା ଖାଇଥାନ୍ତି । ସାଧାରଣତଃ ଜେଲ୍‌ ନଂ ୨ ରେ ବନ୍ଦୀ ନିଜ ଖାଇବା ଖାଇଥାନ୍ତି । କାହିଁକି ନାଁ ସେଠାରେ ଲମ୍ୱା ସମୟ ଧରି ସଜ୍ଜା କଟୁଥିବା କଏଦୀ ରହୁଛନ୍ତି । କିନ୍ତୁ ଅନ୍ୟ ଜେଲ୍‌ର ଖାଇବା ବଳିଯାଇଥାଏ ।

ଗତ ୫ ବର୍ଷ ଏଭଳି ଚାଲିଆସୁଛି । ମଝିରେ ଏଥିରେ ସୁଧାର ଆଣିବେ ନେଇ ଚେଷ୍ଟା କରାଯାଇଥିଲା । କିନ୍ତୁ ଏଦିଗରେ କିଛି ବିଶେଷ ଧ୍ୟାନ ଦିଆଗଲାନାହିଁ । ଯେଉଁଥିଲାଗି ଏବେ ଏତେ ସଂଖ୍ୟାରେ ରୁଟି ନଷ୍ଟ ହେଉଛି ।

 

ବାଲିଗୁଡ଼ା: ବନ୍ଧୁକ ମୁନରେ ୪୦ ହଜାର ଟଙ୍କା ଲୁଟ୍ । ରାଇକିଆ ଥାନା କରଡ଼ା ହନୁମାନ ମନ୍ଦିର ପୂଜକଙ୍କ ଠାରୁ ଲୁଟିନେଲେ ଦୁର୍ବୃତ୍ତ । ଥାନାରେ ଏତଲା, ପୋଲିସର ଛାନଭିନ୍ ।

ବାଲିଗୁଡ଼ା: ବନ୍ଧୁକ ମୁନରେ ୪୦ ହଜାର ଟଙ୍କା ଲୁଟ୍ । ରାଇକିଆ ଥାନା କରଡ଼ା ହନୁମାନ ମନ୍ଦିର ପୂଜକଙ୍କ ଠାରୁ ଲୁଟିନେଲେ ଦୁର୍ବୃତ୍ତ । ଥାନାରେ ଏତଲା, ପୋଲିସର ଛାନଭିନ୍ ।

ବିମାନ ବନ୍ଦରରେ ଛାତ ଭୁଶୁଡ଼ିବା ଘଟଣାର ତଦନ୍ତ ଦାବି କଲା ବିଜେଡି

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରେ ଛାତ ଭୁଶୁଡ଼ିବା ଘଟଣାରେ ପ୍ରତିକ୍ରିୟା ରଖିଛି ବିଜେଡି । ଦଳୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଏନେଇ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ହ୍ୟୁମାନ୍ ଟ୍ରାଜେଡିରେ ବିଜେପି ଭଳି ରାଜନିତୀ କରିବାକୁ ଚାହେଁ ନାହିଁ ବିଜେଡି । ଗତକାଲି ରାତିରେ ଯାହା ଘଟିଲା ତାହାକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ସସ୍ମିତ । ଏହାସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛି ଦଳ ।

ଦୁର୍ଘଟଣାର ନିରପେକ୍ଷ ତଦନ୍ତ ଦାବି ସହିତ ଆହତ ବ୍ୟକ୍ତିଙ୍କୁ ସଂପୂର୍ଣ୍ଣ ମାଗଣା ଚିକିତ୍ସା କରିବାକୁ ସେ ଦାବି କରିଛନ୍ତି । ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ସସ୍ମିତ ପାତ୍ର । ଘଟଣାର ସଠିକ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ବିଜେଡି ଦାବି କରିଛି ।

ସ୍କୁଲ ଯାଉଥିବା ବେଳେ ଗଲା ୨ ଶିକ୍ଷୟିତ୍ରୀଙ୍କ ଜୀବନ

ପିପିଲି: ସଡ଼କ ଦୁର୍ଘଟଣାରେ ୨ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ । ପିପିଲି ଦାଣ୍ଡମୁକୁନ୍ଦପୁରରେ ସ୍କୁଟିକୁ ପିଟିଲା ଟାଟା ଏସି । ଦୁଇ ଶିକ୍ଷୟିତ୍ରୀ ନିଜ ସ୍କୁଟିରେ ସ୍କୁଲ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି ।

ମୃତକ ହେଲେ ଦାଣ୍ଡମୁକୁନ୍ଦପୁର ପୀତବାସ ୟୁଜିଏମଇ ସ୍କୁଲର ଶିକ୍ଷୟିତ୍ରୀ ଶୁଭଲକ୍ଷ୍ମୀ ପରିଡ଼ା ଏବଂ ସ୍ନେହଲତା ସାହୁ । ମୃତଦେହକୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଘୋଷଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ, ଶ୍ରୀମନ୍ଦିରକୁ ଆସିଲା ରଥକାଠ

ପୁରୀ: ଘୋଷଜାତ ପାଇଁ ପ୍ରସ୍ତୁତି ଏବେ ଠାରୁ ଆରମ୍ଭ ହୋଇ ସାରିଲାଣି । ପୁରୀରେ ପହଞ୍ଚିଲା ରଥକାଠ । ସରସ୍ୱତୀ ପୂଜାରେ ରଥକାଠ ପୂଜାନୀତି । ସେଥିପାଇଁ ପ୍ରଥମ ପର୍ଯ୍ୟାୟରେ ୨ଟି ଟ୍ରକରେ ୫୭ଖଣ୍ଡ କାଠ ପହଞ୍ଚିଛି । ଏଥିରେ ରହିଛି ଧଉରା ଓ ଅଶନ ପ୍ରଜାତିର କାଠ ।

Image result for ratha katha comes to puri now

ଦଶପଲ୍ଲା ବନଖଣ୍ଡରୁ ରଥଯାତ୍ରା ପାଇଁ କାଠ ଆସିଛି । ଏହା ପୂର୍ବରୁ ନୟାଗଡ଼ ପୁରୁଣା ସହର ନିକଟ ଜଗନ୍ନାଥ ମନ୍ଦିର ଠାରେ ପୂଜାର୍ଚ୍ଚନା କରାଯାଇଥିଲା । ଏହା ପରେ ରଥକାଠ ଧରି ୨ଟି ଟ୍ରକ ପୁରୀ ଅଭିମୁଖେ ବାହାରିଥିଲା ।

ନେହାଙ୍କ ନୂଆ ବୟଫ୍ରେଣ୍ଡ୍ !

ମୁମ୍ବାଇ: ଇଣ୍ଡିଆନ ଆଇଡଲ ଭଳି ଲୋକପ୍ରିୟ ରିୟଲିଟି ସୋ ରେ ବର୍ତ୍ତମାନ ଆଙ୍କର୍ ଆଦିତ୍ୟ ନାରାୟଣ ଓ ଜଜ୍ ନେହା କକ୍କରଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଛି । ଦୁହେଁ ଫେବୃଆରୀ ୧୪ରେ ବିବାହ କରିବା ନେଇ ଚର୍ଚ୍ଚା ଜୋର ଧରିଛି ।

Image result for neha kakkar and aditya narayan

ତେବେ ନିକଟରେ ଇଣ୍ଡିଆନ୍ ଆଇଡିଅଲର ଏକ ଏପିସୋଡ୍ ରେ ଆଦିତ୍ୟଙ୍କ ବାପା ତଥା କଣ୍ଠଶିଳ୍ପୀ ଉଦିଦ୍ ନାରାୟଣ ଏ ନେଇ ନିଜ ସହମତି ଥିବା କଥା ପ୍ରକାଶ କରି ସାରିଛନ୍ତି । ନିକଟରେ ବିବାହ କରିବା ନେଇ ଯେଉଁ ଭିଡିଓ ଭାଇରାଲ ହୋଇଥିଲା, ତାହା କେବଳ ନେହାଙ୍କୁ ଚିଡ଼ାଇବା ପାଇଁ ଥିଲା ବୋଲି ଆଦିତ୍ୟ କରିଥିଲେ ।

Image result for neha kakkar and aditya narayan

ବିବାହ କରିବା ଖବରରେ କୌଣସି ସତ୍ୟତା ନ ଥିଲା ବୋଲି ସ୍ପଷ୍ଟ ହୋଇ ସାରିଥିଲେ ମଧ୍ୟ ନେହାଙ୍କ ଇନଷ୍ଟା ପୋଷ୍ଟ୍ କିଛି ଅଲଗା କହୁଥିବା ଦେଖାଯାଇଛି ।

Image result for neha kakkar and aditya narayan

ମିଛ ଚର୍ଚ୍ଚା ମଧ୍ୟରେ ନେହା ସତରେ ଆଦିତ୍ୟଙ୍କୁ ଭଲପାଇ ବସିଥିବା ନେଇ ତାଙ୍କ ପୋଷ୍ଟ୍ରୁ ଜଣା ପଡ଼ୁଛି । ନେହା ନିଜ ଇନଷ୍ଟା ପୋଷ୍ଟରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ନିଜ ହାତରେ ଅଧା ହୃଦୟ ତିଆରି କରିଥିବା ଦେଖାଯାଇଛି । ଫଟୋ କ୍ୟାପସନରେ ଲେଖାଯାଇଛି, ଫେବୃଆରି ୧୪ । ସେହିଭଳି ଭାବରେ ଆଦିତ୍ୟ ମଧ୍ୟ ନିଜ ଇନଷ୍ଟାରେ ସମାନ ଫଟୋ ପୋଷ୍ଟ କରିଛନ୍ତି । ନିଜ ହାତରେ ଅଧା ହୃଦୟ ଇଙ୍ଗିତ କରୁଥିବା ଫଟୋ  ଆଦିତ୍ୟ ସେୟାର କରିବା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଯାଇଥିବା ନେଇ ଚର୍ଚ୍ଚା ପୁଣି ଜୋର ଧରିବାରେ ଲାଗିଛି । ତେବେ ପ୍ରକୃତରେ ଦୁହେଁ ନିଜ ନିଜ ପାଇଁ କ’ଣ ଯୋଜନା ରଖିଛନ୍ତି, ତାହା ଫେବୃଆରି ୧୪ରେ ହିଁ ସ୍ପଷ୍ଟ ହୋଇପାରିବ ।

ତୁର୍କୀରେ ଭୂକମ୍ପ, ୧୮ ମୃତ, ୫୦୦ରୁ ଅଧିକ ଆହତ

ତୁର୍କୀ: ତୁର୍କୀରେ ଶୁକ୍ରବାର ଅନୁଭୂତ ହୋଇଥିବା ଭୂକମ୍ପରେ ୧୮ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ଭୂକମ୍ପ ଯୋଗୁଁ ୫୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୮ ମପାଯାଇଛି । ଭୂକମ୍ପ ଯୋଗୁଁ ପାଖାପାଖି ୧୦ଟି କୋଠାଘର ଭୁଶୁଡ଼ିପଡ଼ିଛି । ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଛି ପୂର୍ବ ଇଲାଜିଙ୍ଗ ରାଜ୍ୟରେ ।

ମିଳିଥିବା ସୂଚନା ଅନୁସାରେ, ପ୍ରଭାବିତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଭୂକମ୍ପ ଆସିବା ସମୟରେ ୧୫ ଥର ଝଟକା ଅନୁଭୂତ ହୋଇଥିଲା ଏବଂ ଏଥିରେ ଲୋକେ ଭୟଭୀତ ହୋଇଯାଇଥିଲେ । ଭୂକମ୍ପ ଝଟକା ତୁର୍କୀର ପଡୋଶୀ ଇରାକ, ଇରାନ, ସିରିଆ ଓ ଲେବାନନରେ ମଧ୍ୟ ଅନୁଭୂତ ହୋଇଥିଲା । ମାତ୍ର ଏହି ଦେଶଗୁଡ଼ିକରେ କୌଣସି କ୍ଷୟକ୍ଷତି ହୋଇନାହିଁ ।

ଭୁବନେଶ୍ୱର ବିମାନବନ୍ଦରରେ ଅଘଟଣ,ଜଣେ ମୃତ

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରେ ଅଘଟଣ । ବିଳମ୍ବିତ ରାତିରେ ଭୁଶୁଡ଼ି ପଡ଼ିଲା ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରର ନବନିର୍ମିତ କୋଠାର ଛାତ । ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି ଆଉ ଜଣେ ଗୁରୁତର ହୋଇଛନ୍ତି । ମୃତ ଶ୍ରମିକ ହେଲେ ବଡ଼ମ୍ବାର ଅନ୍ତର୍ଯାମୀ ଗୁରୁ। ଏୟାରପୋର୍ଟର ଟର୍ମିନାଲ ୧ ଓ ଟର୍ମିନାଲ ୨ ମଧ୍ୟରେ ନିର୍ମାଣଧୀନ କୋଠା ଭୁଶୁଡ଼ିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ବିମାନବନ୍ଦରର ଟର୍ମିନାଲ-୧ ରୁ ଟର୍ମିନାଲ-୨କୁ ଯୋଡ଼ିବା ପାଇଁ୧୦ ହଜାର ବର୍ଗଫୁଟର ଏକ ଛାତ କାମ ଚାଲିଥିଲା । ଦିଲୀପ କନଷ୍ଟ୍ରକଶନ ନାମରେ ଏକ ନିର୍ମାଣ ସଂସ୍ଥା ଦ୍ୱାରା ଏହି କାମ କରାଯାଉଥିଲା । ରାତିରେ ଢଳେଇ ପଡ଼ିବା ସମୟରେ ଛାତଟି ସଂପୂର୍ଣ୍ଣ ରୂପେ ଗଳି ପଡ଼ିଥିଲା ବୋଲି କୁହାଯାଉଛି ।ଘଟଣାସ୍ଥଳରେ ସ୍ଥିତି ପରଖିଲେ ମନ୍ତ୍ରୀ ଅଶୋକ ପଣ୍ଡା । ଡିସିପି କହିଲେ ମନୁଷ୍ୟକୃତ ଭୁଲ ଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ବିମାନବନ୍ଦର ପକ୍ଷରୁ ସୂଚନା ମିଳିବା ପରେ ଏୟାରପୋର୍ଟରେ ପହଞ୍ଚିଥିଲେ ଏନଡିଆରଏଫ,CISF ଏବଂ ଓଡ୍ରାଫ ଟିମ୍‌ । ଶୁକ୍ରବାର ମଧ୍ୟରାତ୍ରିରେ ହଠାତ୍‌ ବିମାନବନ୍ଦରର ଏକ ନିର୍ମାଣଧୀନ ଲିଙ୍କ ବିଲ୍ଡଂର ଛାତ ଭୁଶୁଡ଼ି ପଡ଼ିଥିଲା । ତେବେ ଦୁର୍ଘଟଣା ପରେ ବିମାନବନ୍ଦରରେ ବିମାନ ଚଳାଚଳ ସ୍ୱାଭାବିକ ହୋଇଥିବା ସୂଚନା ।

https://www.facebook.com/nandighoshatv/videos/481315159241961/

ଭାରତକୁ ବିଭାଜନ କରୁଛନ୍ତି ମୋଦି: ଅନ୍ତର୍ଜାତୀୟ ପତ୍ରିକା ‘ଦି ଇକୋନୋମିଷ୍ଟର’ ଚାଞ୍ଚଲ୍ୟକର ରିପୋର୍ଟ

ବିପଦରେ ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ର । ଭାରତର 20 କୋଟି ମୁସଲମାନ ଅସୁରକ୍ଷିତ । ଏପରି ଏକ ସମ୍ୱେଦନଶୀଳ ରିପୋର୍ଟ ପ୍ରକାଶ କରି ଚମକାଇ ଦେଇଛି ଲଣ୍ଡନରୁ ପ୍ରକାଶିତ ସାପ୍ତାହିକୀ ପତ୍ରିକା ‘ଦି ଇକୋନୋମିଷ୍ଟ’ । ଏହା ପୂର୍ବରୁ ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ, ଭାରତର ଗଣତନ୍ତ୍ର ୧୦ ର‍୍ୟାଙ୍କ ତଳକୁ ଖସିଛି ବୋଲି ରିପୋର୍ଟରେ ପ୍ରକାଶ ।

ଲଣ୍ଡନରୁ ପ୍ରକାଶିତ ଦି ଇକୋନୋମିଷ୍ଟର ଏହା ହେଉଛି ବଡ଼ ରିପୋର୍ଟ । ଯାହାକୁ ନେଇ ସୋସିଆଲ ମିଡିଆରେ ଆରମ୍ଭ ହୋଇଯାଇଛି ଜବରଦସ୍ତ ବିତର୍କ । ଦି ଇକୋନୋମିଷ୍ଟର ନୂଆ ସଂସ୍କରଣର କଭର ପେଜର ଶୀର୍ଷକ ରହିଛି, ଅସହିଷ୍ଣୁ ଭାରତ: କିପରି ମୋଦି ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ରକୁ ବରବାଦ କରିବାକୁ ବସିଛନ୍ତି !’

ଏହାସହିତ କଣ୍ଟା ତାରର ବେଷ୍ଟନୀ ଭିତରେ ରହିଛି ଭାରତୀୟ ଜନତା ପାର୍ଟିର ନିର୍ବାଚନୀ ପ୍ରତୀକ ପଦ୍ମ ଫୁଲ । ଫଟୋ ଜରିଆରେ ଦେଶ ଭିତରେ ପ୍ରାଚୀର ଠିଆ କରାଇବାକୁ ବିଜେପି ଯୋଜନା କରୁଛି ବୋଲି ବାର୍ତ୍ତା ଦେଇଛି । ସାଧାରଣତଃ ଦୁଇ ଦେଶ ମଧ୍ୟରେ ଏପରି କଣ୍ଟାର ପ୍ରାଚୀର ବିଛାଯାଇଥାଏ ।

ଭିତରେ ପୃଷ୍ଠାରେ ମୋଦି ସରକାରଙ୍କ ନୀତି ବିଷୟରେ ବିସ୍ତୃତ ଆଲୋଚନା କରିଛି ଦି ଇକୋନୋମିଷ୍ଟ । ତିନିଟି ଉପ-ଶୀର୍ଷକ କରି ତିନିଟି ଆର୍ଟିକଲ ଉପରେ ଆଲୋଚନା କରାଯାଇଛି ।

ପ୍ରଥମରେ ମୋଦି ସରକାରଙ୍କ ସିଏଏ, ଏନଆରସି ଉପରେ ଲେଖା ଯାଇଛି

ଦ୍ୱିତୀୟରେ ଏହାକୁ ନେଇ ସମାଧାନ କରିବାରେ ଅସମର୍ଥ ସରକାର ଓ ଶେଷରେ ଦେଶର ଆର୍ଥକ ମାନ୍ଦାବସ୍ଥା  

କିନ୍ତୁ ଏହାବାଦ୍‌ ଯାହା ଅଧିକ ଚିନ୍ତାଜନକ, ତାହାହେଲା ଲିଡର ଶୀର୍ଷକ ନିବନ୍ଧ । ଯେଉଁଥିରେ କୁହାଯାଇଛି କି, ନାଗରିକ ସଂଶୋଧନ ଆକ୍ଟ ଦ୍ଵାରା ଭାରତର ୨୦ କୋଟି ମୁସଲିମ ସଂପ୍ରଦାୟ ବିପଦରେ ପଡିଯାଇଛନ୍ତି। ଏହି ଆଇନ ଭାରତକୁ ଏକ ହିନ୍ଦୁ ରାଷ୍ଟ୍ର ନିର୍ମାଣକୁ ପ୍ରୋତ୍ସାହନ କରୁଛି ବୋଲି କୁହାଯାଇଛି । ଯାହାର ପ୍ରଥମ ଅଧ୍ୟାୟ ୮୦ ଦଶକରେ ରାମ ମୃନ୍ଦିର ନିର୍ମାଣ ଆନ୍ଦୋଳନରୁ ଆରମ୍ଭ ହୋଇଥିଲା । ତେଣୁ ବିଜେପି ପାଇଁ ଯାହା ନିର୍ବାଚନୀ ଅମୃତ ତାହା ଦେଶ ପାଇଁ ରାଜନୈତିକ ବିଷ । ଭାରତୀୟ ସମ୍ବିଧାନରେ ଥିବା ଧର୍ମନିରପେକ୍ଷତାକୁ ଅଣଦେଖା କରି ମିଷ୍ଟର ମୋଦି ଭାରତରେ ଧର୍ମର ବିଷ ମଞ୍ଜି ବୁଣି ଚାଲିଛନ୍ତି । ଯାହା ଆଗାମୀ ପିଢିକୁ ମଧ୍ୟ କ୍ଷତି ପହଞ୍ଚାଇବା ବୋଲି  ବୋଲି ପତ୍ରିକା ଲେଖିଛି ।

ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିବାବେଳେ ବିଜେପି ମାଗାଜିନକୁ ଔପନିବେଶକ ମାନସିକତା ବୋଲି ଅଭିହିତ କରିଛି

ପ୍ରଦୂଷଣମୁକ୍ତ ହେବ ସ୍ମାର୍ଟସିଟି: ସ୍ଥାପନ ହେବ ୪୩ଟି ମାଇକ୍ରୋ କମ୍ପୋଷ୍ଟ କେନ୍ଦ୍ର

ଭୁବନେଶ୍ୱର: ସ୍ମାର୍ଟସିଟି ଭୁବନେଶ୍ୱରକୁ ପଦୂଷଣମୁକ୍ତ କରିବା ପାଇଁ ବିଏମ୍‌ସିର ଆଉଏକ ପଦକ୍ଷେପ । ମହାନଗର ଅଞ୍ଚଳରେ ୪୩ଟି ମାଇକ୍ରେ। କମ୍ପୋଷ୍ଟ କେନ୍ଦ୍ର ସ୍ଥାପନ କରାଯିବ । ପ୍ରତ୍ୟେକ କେନ୍ଦ୍ର ପାଇଁ ୭୦ଲକ୍ଷ ଲେଖାଏଁ ମୋଟ୍‌ ୩୦କୋଟିରୁ ଅଧିକ ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଛି । ଏସବୁ ପ୍ରକଳ୍ପ ପାଇଁ କିଛି ବାଧକ ଥିଲେ ବି ୬ମାସରୁ ବର୍ଷକ ମଧ୍ୟରେ କାମ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ବିଏମ୍‌ସି କର୍ତ୍ତୃପକ୍ଷ।

ସ୍ମାର୍ଟସିଟି ଭୁବନେଶ୍ୱରର ବିଭିନ୍ନ ଓ୍ୱାର୍ଡରୁ ଦୈନିକ ସଂଗୃହୀତ ଅଳିଆ ଆବର୍ଜନାର ସୁପରିଚାଳନା ପାଇଁ ନୂଆ ଯ଼ୋଜନା । ବର୍ଜ୍ୟବସ୍ତୁରୁ ଶୁଖିଲା, ଓଦା ଓ ପ୍ଲାଷ୍ଟିକ୍‌କୁ ଅଲଗା କରି ରିସାଇକ୍‌ଲ କରାଯିବ । ପଦୂଷଣ ନିୟନ୍ତ୍ରଣରେ ଏହା ବେଶ୍‌ ସହାୟକ ହେବ ।

ବିଏମ୍‌ସିରେ ୬୭ଟି ଓ୍ୱାର୍ଡ ମଧ୍ୟରୁ ଏବେ ୪୩ଟି ସ୍ଥାନରେ ମାଇକ୍ରେ। କମ୍ପୋଷ୍ଟ କେନ୍ଦ୍ର ବା ଏମ୍‌ସିସି ସ୍ଥାପନ କରାଯିବ । ପ୍ରତି କେନ୍ଦ୍ର ପାଇଁ ୭୦ଲକ୍ଷ ଟଙ୍କା ହିସାବରେ ୩୦କୋଟିରୁ ଅଧିକ ଟଙ୍କା ଅଟକଳରେ କାମ ଆରମ୍ଭ ହୋଇଛି । ତେବେ ଏଥିରେ କିଛି ବାଧା ଅଛି । କିଛି ଅଞ୍ଚଳରେ ଲୋକ ବିରୋଧ କରୁଛନ୍ତି । ସ୍ଥାନ ପରିବର୍ତ୍ତନ କରିବାକୁ ଦାବି ହୋଇଛି ।

ତେବେ ବିଏମ୍‌ସି କମିଶନର ନିଜେ ସମ୍ପୃକ୍ତ ଅଞ୍ଚଳକୁ ଯାଇ ଲୋକଙ୍କ ସହ ଆଲୋଚନା କରି ସମସ୍ୟାର ସ୍ଥାୟୀ ସମାଧାନର ବାଟ ବାହାର କରୁଛନ୍ତି । ଏନେଇ ସର୍ବୋଚ୍ଚ ନ୍ୟାୟାଳୟ ଏବଂ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ୍‌ଙ୍କ ନିର୍ଦ୍ଦେଶ ଥିବାରୁ ଖୁବ୍‌ଶୀଘ କାମ ସଂପୂର୍ଣ୍ଣ କରାଯିବ ବୋଲି ବିଏମ୍‌ସି କମିଶନର ସ୍ପଷ୍ଟ କରିଛନ୍ତି । ପ୍ରଦୂଷଣଜନିତ ସମସ୍ୟା ଦିନକୁ ଦିନ ଜଟିଳ ହେଉଥିବା ବେଳେ ଭୁବନେଶ୍ୱର ମହାନଗର ନିଗମର ପଦକ୍ଷେପ ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ।